ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ: ଏକ ସୁସ୍ଥ ଶିଶୁ ଦେଶର ଉଜ୍ଜ୍ୱଳ ଭବିଷ୍ୟତ

ନୂଆପଡା ଅଫିସ,୬ା୮: ଏକ ସୁସ୍ଥ ଶିଶୁ ସୁସ୍ଥ ନାଗରିକ ହୋଇ ଗଢିତୋଳି ହୁଅନ୍ତି । ସୁସ୍ଥ ନାଗରିକ ଦେଶର ଉଜ୍ଜ୍ୱଳ ଭବିଷ୍ୟତ । ତେଣୁ ଏକ ସୁସ୍ଥ ନାଗରିକ ଗଢିବାର ଗୁରୁଦାୟୀତ୍ୱ ମା’ମାନଙ୍କ ରହିଥାଏ । ଏହା ଏତିକି ବେଳେ ସମ୍ଭବ ହେବ ଯେତେ ବେଳେ ଶିଶୁଙ୍କୁ କଷକ୍ଷୀର ଦେଇ ବଢାଇବେ । ମଙ୍ଗଳବାର ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟ ବୈଠକ ଗୃହରେ ଅନୁଷ୍ଠିତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି ।

ଜିଲା ସ୍ବାସ୍ଥ୍ୟ ବିଭାଗ ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀ ସଙ୍ଗଠନ କଦମର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରଭାସିନି ବ୍ରହ୍ମା ସଭାପତିତ୍ୱ କରିଥିବାବେଳେ ଏଡିପିଏଚଓ (ଏଫଡବ୍ଲ୍ୟୁ) ଡା. ପି.କେ.ବି. ପଟ୍ଟନାୟକ, ଡା.ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ, ଏପିଡୋମିଓଲଜିଷ୍ଟ ଡା. ବି. ବି. ଜଗତ, ଏଡିପିଏଚସିଓ ରୁକ୍ମଣୀ ବେହେରା, ଏଫଏସଓ ତପସ୍ବିନୀ ବେହେରା, କଦମର ସମ୍ପାଦିକା ଯାଜ୍ଞସେନୀ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ବାସ୍ଥ୍ୟ କର୍ମୀ, ନର୍ସିଂ ଛାତ୍ରୀମାନଙ୍କ ଏକ ରାଲି ସହର ପରିକ୍ରମା କରିଥିଲା। ଏହାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବ୍ରହ୍ମା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତା୍ର ସହର ପରିକ୍ରମା କରି ମା’ର ସ୍ତନ୍ୟପାନ ଉପରେ ସଚେତନତା ସୃଷ୍ଟି କରିଥିଲେ। ଏହାକୁ ରୁକ୍ମଣୀ ବେହେରା ଏବଂ ଯାଜ୍ଞସେନୀ ମହାପାତ୍ର ପରିଚାଳନା କରିଥିଲେ । ଆୟୋଜିତ ବୈଠକରେ ବକ୍ତାମାନେ ମା’ର କଷକ୍ଷୀର ପାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ମା’ର କ୍ଷୀର ଶିଶୁ ପାଇଁ ଏକ ମହୌଷଧୀ ଭାବେ କାମ କରିଥାଏ। ଏହା ଦ୍ୱାରା ମା’ ସୁସ୍ଥ ରହିବା ସହ ଶିଶୁ ସୁସ୍ଥ ସବଳ ହୋଇ ବଢୁଥିବାବେଳେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିଥାଏ। ଏଥିପାଇଁ ସଚେତନତାର ଆବଶ୍ୟକତା ରହିଛି ବୋଲି କହିଥିଲେ। କାର୍ଯ୍ୟକ୍ରମକୁ ଏଡିପିଏଚସିଓ ବେହେରା ପରିଚାଳନା କରିଥିଲେ। ପରିଚାଳନାରେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସମେତ କଦମର କର୍ମକର୍ତ୍ତା ପ୍ରତିଭା ହୋତା, ଗୋବିନ୍ଦ ପଟେଲ, ଅର୍ଜୁନ ବରିହା, ସ୍ନେହଲତା ନନ୍ଦ, ଅନୁପମା ମହାପାତ୍ର, ମୌସୁମୀ ପଣ୍ଡା, ମନୋରମା ସାହୁ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri