ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ପକ୍ଷରୁ ଖବରଦାତା ସମ୍ମିଳନୀ:ପ୍ରଦୂଷଣ ମୁକ୍ତ ସମାଜ ଗଠନର ଆହ୍ବାନ

ଯାଜପୁର ରୋଡ,୧୧ା୯(ନି.ପ୍ର.)- ପ୍ରଦୂଷଣ ଆଇନକୁ କଡ଼ାକଡ଼ି ଭାବେ ପାଳନ ସହିତ ପ୍ରଦୂଷଣ ସୃଷ୍ଟିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କି ଏକ ପ୍ରଦୂଷଣ ମୁକ୍ତ ସମାଜ ଗଠନ କରିବାକୁ ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ଆହ୍ବାନ ଦେଇଛି। ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ରାଜ୍ୟ ସଂଯୋଜକ ପ୍ରସନ୍ନ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଭିନ୍ନ ହୋତା ଯୋଗ ଦେଇ ଯାଜପୁର ଜିଲା ଶିଳ୍ପ ଓ ଖଣି ଯୋଗୁ ବିଶେଷ ଭାବରେ ବାୟୁ, ଜଳ ପ୍ରଦୂଷିତ ହେଉଛି। ଏଥିପ୍ରତି ଶିଳ୍ପାନୁଷ୍ଠାନ ଓ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ନିଘା ନାହିଁ। ଜିଲାର ପରିବେଶକୁ ସୁସ୍ଥ ରଖିବାପାଇଁ ଏହି ସଂଗଠନ ଏବେଠାରୁ କାର୍ଯ୍ୟ କରିବ। ଆବଶ୍ୟକ ପଡ଼ିଲେ ପ୍ରଦୂଷଣ କରୁଥିବା ସଂସ୍ଥା ବିରୋଧରେ ମାନବାଧିକାର ଊଲ୍ଲଂଘନ ଆଇନ ଅନୁଯାୟୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯିବ ବୋଲି ହୋତା ସୂଚନା ଦେଇଥିଲେ। ହୋତା ବିଭିନ୍ନ ଗଣମାଧ୍ୟକୁ ସୂଚନାଦେଇ କହିଥିଲେ ଯେ ଭାରତୀୟ ସମ୍ବିଧାନର ୨୧ ଧାରା ଅନୁଯାୟୀ ସମସ୍ତଙ୍କ ବଞ୍ଚତ୍ବାର ଅଧିକାର ରହିଛି। କେହି କାହାର ବଞ୍ଚତ୍ବା ଉପରେ ବାଧା ସୃଷ୍ଟି କରିପାରିବେ ନାହିଁ। ସ୍ବଚ୍ଛ ପାନୀୟ, ବାୟୁ, ପରିବେଶ ଜୀବନକୁ ସୁସ୍ଥ ରଖିଥାଏ। ମାତ୍ର ଏବେ ପରିବେଶପ୍ରତି ବିପଦ ଘନେଇ ଆସୁଛି। ଶିଳ୍ପ କାରାଖାନା ଓ ଖଣି ମାଲିକମାନେ ବ୍ୟାପକ ଜଙ୍ଗଲ କ୍ଷୟ କରୁଛନ୍ତି। ଯେତିକି ଗଛ ନଷ୍ଟ କରୁଛନ୍ତି ସେହି ଅନୁସାରେ ଜଙ୍ଗଲ ସୃଷ୍ଟି କରୁ ନାହାନ୍ତି। କାରାଖାନାର ଧୂଆଁରେ ବାୟୁମଙ୍ଗଣ୍ଡଳ ଦୂଷିତ ହେଉଛି। କାରଖାନାର ଦୂଷିତ ପାଣି ଓ ବର୍ଜ୍ୟବସ୍ତୁଗୁଡ଼ିକ ଗଣ୍ଡାନାଳ ଓ ନଦୀରେ ଛାଡ଼ି ଦିଆଯାଉଛି ଫଳରେ ଜଳ ପ୍ରଦୂଷିତ ହେଉଛି। ବିଶେଷକରି ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ସୁକିନ୍ଦା ଖଣି ଉପତ୍ୟକାରେ ପ୍ରଦୂଷଣମାତ୍ରା ବୃଦ୍ଧି ପାଉଛି। ଫଳରେ ଲୋକଙ୍କ ଜୀବନ ବିପଦରେ ପଡ଼ୁଛି। ଏପରି କି ଅକାଳରେ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି। ପରିବେଶକୁ ସୁସ୍ଥ ରଖିବାପାଇଁ ଏହି ସଂଗଠନ ଜିଲାର ପ୍ରତେକ ପଞ୍ଚାୟତସ୍ତରରେ ସଂଗଠନକୁ ସୁଦୃଢ କରିବାପାଇଁ ନିଷ୍ପତି ନେଇଛି। ପ୍ରଦୂଷଣ କରୁଥିବା ସଂସ୍ଥା ଉପରେ ଲଗାମ ଲଗାଇବା ପାଇଁ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯିବ ବୋଲି ହୋତା କହିଛନ୍ତି। ବୈଠକରେ ଢେଙ୍କାନାଳ ଓ ଅନୁଗୋଳ ଜିଲା ମାନବାଧିକାର ସୁରକ୍ଷା ସଂଗଠନ ସଭାପତି ରାମଚନ୍ଦ୍ର ରାଉତ ରାଏ, କଟକ ଜିଲା ସଭାପତି ସନ୍ତୋଷ କୁମାର ବଳ, ବାଲେଶ୍ୱର ଜିଲା ସଭାପତି ସଂଘମିତ୍ରା ମହାନ୍ତି, ରାଷ୍ଟ୍ରୀୟ ସଂଯୋଜକ ଆଇନ୍‌ଜୀବୀ ପ୍ରଦୀପ୍ତ ହୋତା, ଯାଜପୁର ଜିଲା ସଂଯୋଜକ ମନୋରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ରାଜ୍ୟରେ ପ୍ରଦୂଷଣ ଦିନକୁ ଦିନ କିପରି ବୃଦ୍ଧିପାଉଛି ଏବଂ ଏହାକୁ କିପରି ହ୍ରାସ କରାଯାଇପାରିବ ସେନେଇ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁରେଶ ହୋତା, ତପନ ଦେଓ, ଗୋପାଳ ଖଣ୍ଡଲୱାଲ, ଆତୁତୋଷ ଲେଙ୍କା, ରଶ୍ମୀକାନ୍ତ ସ୍ବାଇଁ, ନାନକ ପରିଡା, ସୁରେଶ ଧଳ, ବିଷ୍ଣୁ ଦେଓ, ପ୍ରଦୀପ ବଳ, ତୁଷାରକାନ୍ତ ଷଣ୍ଡ, ପୁଷ୍ପକ ମହାପାତ୍ର, ହରେକୃଷ୍ଣ ଭଞ୍ଜ, ନିରୋଧ ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା, ଶର୍ମିଷ୍ଠାଙ୍କୁ ସ୍ବାଗତ ପାଇଁ ବିଜେଡିର ପ୍ରସ୍ତୁତି

ବଡ଼ଚଣା/ଛତିଆ,୨୫ା୪(ଦିଲୀପ କୁମାର ମହାନ୍ତି/ ସୌମ୍ୟ ରଞ୍ଜନ ସାହୁ)ଆସନ୍ତା ୨୬ ତାରିଖ ଶୁକ୍ରବାର ବଡ଼ଚଣା ବିଜେଡି ବିଧାୟକ ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶିନୀ ଓ ଯାଜପୁର ସାଂସଦ ପ୍ରାର୍ଥତ୍ନୀ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

ବିଶ୍ୱରଞ୍ଜନଙ୍କୁ ଟିକେଟ, ପଦ୍ମ ଧରିପାରନ୍ତି ସୁନନ୍ଦା

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୨୩ା୪:ଯାଜପୁର ଜିଲାର ବରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଧାୟିକା ସୁନନ୍ଦା ଦାସଙ୍କୁ ବିଜେଡି ବାଦ୍‌...

‘ଚକ୍ରାନ୍ତ କରି ମୋ ଟିକେଟ୍ କାଟିଦେଲେ, ତାଙ୍କ କଥା ଜଗନ୍ନାଥ ବୁଝିବେ’: ସୁନନ୍ଦା ଦାସ

ଭୁବନେଶ୍ୱର, ୨୨।୪: ସୋମବାର ବିଜୁ ଜନତା ଦଳ ପକ୍ଷରୁ ସପ୍ତମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରାଯାଇଛି। ଏଥିରେ ବରୀ ବିଧାୟକ ସୁନନ୍ଦା ଦାସଙ୍କ ସ୍ଥାନରେ ବିଶ୍ୱରଂଜନ...

ଗାଁରେ ପିଇବା ପାଣି ଅଭାବ

କାଏମା,୨୨ା୪(ଶିବପ୍ରସାଦ ମହାନ୍ତି):ସରକାର ଲୋକଙ୍କ ସର୍ବନିମ୍ନ ମୌଳିକ ସମସ୍ୟାରେ ସୁଧାର ଆଣିବାକୁ ଅହରହ ପ୍ରଚେଷ୍ଠା କରିଆସୁଛନ୍ତି। ମାତ୍ର କେତେଜଣ ଅଧିକାରୀଙ୍କ ଅପାରଗତା କାରଣରୁ ଧର୍ମଶାଳା ବ୍ଲକରେ ପାନୀୟ...

ଭାଜପା, ବିଜେଡିକୁ ଘାରିଛି ବିଦ୍ରୋହୀ ଚିନ୍ତା

ଯାଜପୁର,୨୨ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଲୋକ ସଭା ଓ ଏହା ଅଧୀନ ଜିଲାର ୭ ବିଧାନସଭା ଆସନରେ ଭୋଟ ଜୁନ୍‌ ୧ରେ ହେବାକୁ ଥିବାବେଳେ ମେ’ ମାସ ୭ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri