ବିଶ୍ୱ ନଜରରେ ଭାରତ

ଆକାର ପଟେଲ
୨୦୨୦ରେ ସାରା ଜଗତ ଭାରତ ବିଷୟରେ କ’ଣ କହୁଛି? ”ଭାରତରେ ହିଂସାକାଣ୍ଡ ବଢ଼ିଚାଲିଥିବା ବେଳେ ପୋଲିସ ମୁସଲମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି“ (ନ୍ୟୁୟର୍କ ଟାଇମ୍ସ, ଜାନୁୟାରୀ ୩)। ”ଭାରତରେ ଦମନଲୀଳା ଚାଲିଥିବା ବେଳେ ବିଶିଷ୍ଟ ବ୍ୟକ୍ତିମାନେ ନୀରବ ରହୁଛନ୍ତି“ (ଓ୍ବାଶିଂଟନ ପୋଷ୍ଟ, ଜାନୁୟାରୀ ୪)। ”ଆମେ ନିରାପଦ ନୋହୁଁ: ପୋଲିସ ନୃଶଂସତାକୁ ନେଇ ଭାରତୀୟ ମୁସଲମାନଙ୍କ ପ୍ରତିକ୍ରିୟା“ (ଗାର୍ଡିଆନ, ଜାନୁୟାରୀ ୩)। ରକ୍ଷଣଶୀଳ କାଗଜଗୁଡ଼ିକ ଭାବୁଛନ୍ତି ଯେ ଭାରତରେ କିଛି ବି ଠିକ୍‌ ନାହିଁ। ଫାଇନାନ୍ସିଆଲ ଟାଇମ୍ସ ଜିଜ୍ଞାସା କରିଛି: ଭାରତ କ’ଣ ଦ୍ୱିତୀୟ ଜରୁରୀ ପରିସ୍ଥିତି ଆଡ଼କୁ ଗତି କରୁଛି? ବିଶ୍ୱ ଯାହା କହୁଛି ସେଥିରେ ଆମେ ସହମତ ହେବା କି ନ ହେବା ତାହା ଭିନ୍ନକଥା। କିନ୍ତୁ ଅନେକ ଭାରତୀୟ ଏବଂ ବିଶେଷ କରି ହିନ୍ଦୁମାନେ ଏଇ ବିଷୟରେ ଏକମତ ନୁହନ୍ତି ଯେ, ଭାରତରେ କିଛି ଭଲ ଚାଲିନାହିଁ ବା ଏଇ ସରକାର ତା’ର ନାଗରିକମାନଙ୍କୁ ଭୟଭୀତ କରୁଛନ୍ତି। ମୂଳ କଥାଟି ହେଉଛି ବିଶ୍ୱ ଆମ୍ଭମାନଙ୍କୁ ଏହି ନଜରରେ ଦେଖୁଛି। ପ୍ରଶ୍ନ ହେଉଛି କାହିଁକି ସେମାନେ ଆମକୁ ଏପରି ଦେଖୁଛନ୍ତି? କାରଣ ତଥ୍ୟଗୁଡ଼ିକ ଆମ ବିପକ୍ଷରେ ଯାଉଛି। ତା’ର ଗୋଟିଏ କାରଣ ହେଉଛି ନାଗରିକତ୍ୱ ଆଇନ ବିରୋଧରେ ଯେଉଁ ପ୍ରତିବାଦ ହେଉଛି, ସେଗୁଡ଼ିକର ନେତୃତ୍ୱ ନେଉଛନ୍ତି ଭାରତର ମୁସଲମାନମାନେ। ସେମାନଙ୍କୁ ଯେ ଆଇନଗୁଡ଼ିକରେ ଟାର୍ଗେଟ କରାଯାଇଛି, ତାହା ସେମାନେ ଜାଣନ୍ତି। ନିର୍ବିବାଦୀୟ ସତ କଥାଗୁଡ଼ିକ କ’ଣ ଆସନ୍ତୁ ଜାଣିବା-
ପ୍ରଥମତଃ ଆସାମରେ ଏନ୍‌ଆର୍‌ସି ପ୍ରକ୍ରିୟା ଆରମ୍ଭ ହେଲାବେଳେ ସ୍ଥାନୀୟ ଯାଞ୍ଚ ଅଧିକାରୀମାନେ ଭୋଟର ତାଲିକାରୁ ଡି-ଭୋଟର (ସନ୍ଦେହଜନକ ଭୋଟର) କହି ଅନେକ ଲୋକଙ୍କ ନାଁ କାଟିଦେଲେ। ଏହି ଡି-ଭୋଟରମାନଙ୍କର ଭୋଟଦାନର ଅଧିକାର ରହିଲା ନାହିଁ। ଏହି ପ୍ରକ୍ରିୟା ସ୍ବଚ୍ଛ ନ ଥିଲା ଏବଂ ଗୌହାଟୀ ହାଇକୋର୍ଟ ଓ ଭାରତର ସୁପ୍ରିମ୍‌କୋର୍ଟ ଏହାକୁ ସମାଲୋଚନା କରିଛନ୍ତି। ଦ୍ୱିତୀୟତଃ ୨୦୧୯ ଅଗଷ୍ଟ ୩ ତାରିଖରେ ପିଟିଆଇର ରିପୋର୍ଟ ଅନୁସାରେ, ସାରା ଭାରତରେ ଏନ୍‌ଆର୍‌ସିର ମୂଳଦୁଆ ପକାଇବା ପାଇଁ ସରକାର ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ପ୍ରସ୍ତୁତ କରିବେ। ରିପୋର୍ଟ ଅନୁସାରେ ନାଗରିକତ୍ୱ ଆଇନର ନିୟମ-୩, ୨୦୦୩ ଅନ୍ତର୍ଗତ ଉପନିୟମ-୪ ଅନୁସାରେ କେନ୍ଦ୍ର ସରକାର ଜନସଂଖ୍ୟା ପଞ୍ଜିକା ପ୍ରସ୍ତୁତ କରିବା ଓ ଅପ୍‌ଡେଟ କରିବାକୁ ସ୍ଥିର କରିଛନ୍ତି। ଆସାମ ବ୍ୟତୀତ ସବୁ ରାଜ୍ୟରେ କର୍ମଚାରୀମାନେ ଘରକୁ ଘର ବୁଲି ଲୋକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ ଏବଂ ଏହା ୨୦୨୦ ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ସମ୍ପନ୍ନ କରାଯିବ। ଜାତୀୟ ନାଗରିକ ପଞ୍ଜିକାକୁ ସରକାର ପ୍ରାଥମିକତା ଦେଇ ଲାଗୁ କରିବେ ବୋଲି ଲୋକ ସଭାରେ ଜୁନ୍‌ ୨୦ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଉଦ୍‌ବୋଧନ ଅବସରରେ କହିଥିଲେ। ତେଣୁ ସାରା ଦେଶରେ ଏନ୍‌ଆର୍‌ସି ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି, ତାହା ମିଛ ବା ସେ ଏ ବିଷୟରେ ଜାଣିନାହାନ୍ତି। ତୃତୀୟତଃ ମାର୍ଚ୍ଚ ୨୬, ୨୦୧୮ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ବିଜ୍ଞପ୍ତି (FEMA 21(R)/2018-RB) ଅନୁସାରେ ଆଫଗାନିସ୍ତାନ, ବାଂଲାଦେଶ ବା ପାକିସ୍ତାନର ଯେଉଁ ସଂଖ୍ୟାଲଘୁ ନାଗରିକ ଯଥା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିଆନ ଦୀର୍ଘମିଆଦୀ ଭିଜା ପାଇ ଭାରତରେ ବସବାସ କରୁଛନ୍ତି, ସେମାନେ ବସବାସ ପାଇଁ ଗୋଟିଏ ଆବାସିକ ସ୍ଥାବର ସମ୍ପତ୍ତି ଏବଂ ଆତ୍ମନିଯୁକ୍ତି ପାଇଁ ଗୋଟିଏ ସ୍ଥାବର ସମ୍ପତ୍ତି କ୍ରୟ କରିପାରିବେ। କାହାର ଧର୍ମ କ’ଣ ସେ କଥା ଆର୍‌ବିଆଇ କେମିତି ଜାଣିବ? ଆମେ କ’ଣ ଏବେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ବେଳେ ସେଥିରେ ଆମର ଧର୍ମ ଉଲ୍ଲେଖ କରିବାକୁ ଆରମ୍ଭ କରିବା? ଏ କଥା ପଦାକୁ ଆସିବା ପରେ ଗତ ସପ୍ତାହରେ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଏକ ଟୁଇଟ ଛାଡ଼ିଲେ ଯେ ଭାରତୀୟ ନାଗରିକମାନଙ୍କୁ ସେମାନଙ୍କ ଧର୍ମ ସମ୍ବନ୍ଧରେ ଘୋଷଣା କରିବାକୁ ପଡ଼ିବ ନାହିଁ।
ସମସ୍ୟା ହେଉଛି କିଏ ଦେଶର ନାଗରିକ ଓ କିଏ ବାହାରୁ ଆସିଛନ୍ତି, ତାହା କିଏ ସ୍ଥିର କରିବ? ମୁସଲମାନଙ୍କ ମନରେ ଆଶଙ୍କା ସୃଷ୍ଟିହେବା ସ୍ବାଭାବିକ। ସେମାନଙ୍କ ଆଶଙ୍କା ସରକାର ଆପ୍ରବାସୀ ମୁସଲମାନମାନଙ୍କୁ ଦେଶରୁ ବିଦା କରିବାକୁ ଚାହୁଁଛନ୍ତି। ପ୍ରଥମେ ଭୋଟର ତାଲିକାରୁ ସେମାନଙ୍କ ନାଁ କଟାଯିବ। ତା’ପରେ ସନ୍ଦେହଜନକ ବିବେଚିତ ବ୍ୟକ୍ତିମାନଙ୍କୁ ନିରୀହ ବୋଲି ପ୍ରମାଣ ଦେବାକୁ ପଡ଼ିବ। ତା’ ମଝିରେ କ’ଣ ହେବ? ଡି-ଭୋଟର ମାନ୍ୟତା ମିଳିଥିବା ଲୋକମାନଙ୍କର ପାସ୍‌ପୋର୍ଟ ଓ ଲାଇସେନ୍ସ ବାତିଲ କରାଯିବ ଏବଂ ସେମାନଙ୍କୁ ସମ୍ପତ୍ତି ଅଧିକାରରୁ ବଞ୍ଚିତ କରାଯିବ (କାରଣ ଆର୍‌ବିଆଇ ସର୍କୁଲାର ଅନୁସାରେ କେବଳ ଅଣମୁସଲମାନ ସମ୍ପତ୍ତି କିଣିବା ପାଇଁ ଅନୁମତିପ୍ରାପ୍ତ)। ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଓ ଚାକିରି ଅଧିକାରରୁ ସେମାନଙ୍କୁ ବେଦଖଲ କରାଯିବ। ସରକାରଙ୍କୁ ଏପରି କି ଦେଶରେ ଅଟକ କେନ୍ଦ୍ର ଖୋଲିବାକୁ ପଡ଼ିବ ନାହିଁ। ଯେଉଁ ମୁସଲମାନମାନେ ଏବେ ଏସବୁର ସମ୍ମୁଖୀନ ହୋଇନାହାନ୍ତି, ସେମାନଙ୍କୁ କେବେ ଯେ ସମ୍ମୁଖୀନ ହେବାକୁ ପଡ଼ିବ କହିହେବ ନାହିଁ। ସେଥିପାଇଁ ସେମାନେ ପ୍ରତିବାଦର ନେତୃତ୍ୱ ନେଉଛନ୍ତି। ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଆଶ୍ୱାସନା ଉପରେ ସେମାନେ ଭରସା କରିପାରୁ ନାହାନ୍ତି। ଉତ୍ତରପ୍ରଦେଶ ହିଂସାରେ ପୋଲିସ ଗୁଳିରେ ୧୬ରୁ ୧୪ ଜଣଙ୍କର ମୃତ୍ୟୁ ଘଟିଛି। କିନ୍ତୁ ଆମ ପ୍ରଧାନମନ୍ତ୍ରୀ ଏଥିପାଇଁ ଆନ୍ଦୋଳନକାରୀମାନେ ଭିଆଇଥିବା ହିଂସାକୁ ଦାୟୀ କରୁଛନ୍ତି। ସେଥିପାଇଁ ବିଶ୍ୱ ସମୁଦାୟ ଆମକୁ ଭଲ ନଜରରେ ଦେଖୁନାହାନ୍ତି।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

ଭିଆଇପି ପରମ୍ପରା

ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ,…

ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

ଶବ୍ଦ ପଛର ସତ୍ୟ

ଆମେ ସାଧାରଣତଃ ଧରିନେଉ ଯେ ଲୋକେ ଯାହା କହନ୍ତି, ସେହି ଅର୍ଥରେ ହିଁ କହନ୍ତି। କିନ୍ତୁ ବାସ୍ତବ ଜୀବନରେ ଅନେକ ସମୟରେ ଶବ୍ଦ ଓ ଉଦ୍ଦେଶ୍ୟ ମଧ୍ୟରେ…

ନକଲ ପାଇଁ ଅକଲ ଦରକାର

ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ଅନୁକରଣ କରିବା ତା’ର ଜନ୍ମଗତ ପ୍ରବୃତ୍ତି। ଶିଶୁଟିଏ ଜନ୍ମ ହେବା ପରେ ନିଜ ପରିବାର ଓ ଆଖପାଖର ଲୋକଙ୍କୁ ଦେଖି…

ନିଷ୍ପ୍ରୟୋଜନ ପ୍ରୟାସ

ଅନେକ ପୁରାତନ ପୁସ୍ତକ, ପୁରାଣ ସାହିତ୍ୟ ତଥା ବହୁ ବରେଣ୍ୟ ସାଧକଙ୍କ କୃତିକୁ ସମ୍ପାଦନା, ଗବେଷଣା, ତ୍ରୁଟି ସଂଶୋଧନ, ଭ୍ରମ ଦୂରୀକରଣ ନାମରେ ନୂତନ ରୂପ ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri