Posted inଫୁରସତ

ବିଶ୍ୱର ସବୁଠୁ ରାଗ ଲଙ୍କା

ଅଧିକାଂଶ ଲୋକ ରାଗଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ସେଥିମଧ୍ୟରୁ କିଛି କିସମର ଲଙ୍କା ଆଦୌ ରାଗ ନ ଥିବା ବେଳେ ଆଉ କିଛି ଲଙ୍କା ବହୁତ ରାଗ ହୋଇଥାଏ। ଏମିତି ଏକ କିସମର ଲଙ୍କା ରହିଛି, ଯାହା ବିଶ୍ୱର ସବୁଠୁ ରାଗ ଲଙ୍କା ଭାବେ ଗଣନା କରାଯାଏ। ଏହି ଲଙ୍କାର ନାମ ହେଉଛି ‘କାରୋଲିନା ରିପର’। ଯାହା ଆମେରିକାରେ ଦେଖିବାକୁ ମିଳିଥାଏ। ଏହା ଶିମ୍‌ଲା ଲଙ୍କା ବା କ୍ୟାପ୍‌ଶିକମ୍‌ ପରି ଦେଖିବାକୁ। ଏହି ଲଙ୍କା ସବୁଠୁ ରାଗ ବୋଲି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ରହିଛି। ବୈଜ୍ଞାନିକଙ୍କ ମତରେ, ଆଜି ପର୍ଯ୍ୟନ୍ତ ଏହି ଲଙ୍କାଠାରୁ କୌଣସି ଲଙ୍କା ଅଧିକ ରାଗ ନୁହେଁ।
୨୦୧୨ ମସିହାରେ ଦକ୍ଷିଣ କାରୋଲିନାର ଓ୍ବିନ୍‌୍‌ଥ୍ରପ୍‌ ୟୁନିଭରସିଟି ଏହି ଲଙ୍କାର ରାଗପଣ ଯାଞ୍ଚ କରିଥିଲା। ଯେଉଁଥିରେ ୧୫,୬୯,୩୦୦ ଏସ୍‌ଏଚ୍‌ୟୁ ଅର୍ଥାତ୍‌ ସ୍କଭିଲ୍‌ ହିଟ୍‌ ୟୁନିଟ୍‌ ମିଳିଥିଲା। ଯେକୌଣସି ଜିନିଷର ରାଗପଣ ଏସ୍‌ଏଚ୍‌ୟୁ ଦ୍ୱାରା ହିଁ ମପାଯାଇଥାଏ। ଏସ୍‌ଏଚ୍‌ୟୁ ଯେତେ ଅଧିକ ହେବ ରାଗପଣ ସେତେ ଭୟଙ୍କର। ସାଧାରଣତଃ ଲଙ୍କାର ଏସ୍‌ଏଚ୍‌ୟୁ ୫୦୦୦ ହୋଇଥାଏ। ମାତ୍ର ଏହି ଲଙ୍କାର ଏଚ୍‌ଏଚ୍‌ୟୁ ବହୁ ଅଧିକ।
୨୦୧୮ରେ ଆମେରିକାର ନ୍ୟୁୟର୍କରେ ଏହାର ଉଦାହରଣ ଦେଖିବାକୁ ମିଳିଥିଲା। ଏଠାରେ ଜଣେ ୩୪ ବର୍ଷୀୟ ଯୁବକ ଲଙ୍କା ଖାଇବା ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେ ଏହି ଲଙ୍କା ଏତେ ଖାଇଥିଲେ ଯେ, ତାଙ୍କ ମୁଣ୍ଡ ଭୀଷଣ ଦରଜ ହୋଇଥିଲା। ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା।
କାରୋଲିନା ରିପର ଗିନିଜ୍‌ ଓ୍ବାଲର୍‌ଡରେ ସାମିଲ ହେବା ପୂର୍ବରୁ ଭାରତର ‘ଭୂତ ଜୋଲକିୟା’କୁ ବିଶ୍ୱର ସବୁଠୁ ରାଗ ଲଙ୍କା ଭାବେ ଗଣା ଯାଉଥିଲା। ୨୦୦୭ରେ ଏହି ଲଙ୍କାକୁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ସାମିଲ କରାଯାଇଥିଲା। ସାଧାରଣ ଲଙ୍କାଠାରୁ ଏହା ୪୦୦ ଗୁଣ ଅଧିକ ରାଗ ଥିଲା। ମାତ୍ର କାରୋଲିନା ରିପର ବର୍ତ୍ତମାନ ବିଶ୍ୱର ସବୁଠୁ ରାଗ ଲଙ୍କା ବୋଲି ବୈଜ୍ଞାନିକମାନେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୬.୨ କୋଟିରେ ବିକ୍ରି ହେଲା ମହାତ୍ମା ଗାନ୍ଧୀଙ୍କ ହାତଲେଖା ପାଣ୍ଡୁଲିପି

ନୂଆଦିଲ୍ଲୀ,୨୧।୮(ପି.ଟି.): ସାଫ୍ରୋନ୍‌ଆର୍ଟ ନିଲାମୀ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଏକ ନିଲାମୀରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଲିଖିତ ୬୮୮ଟି ଆତ୍ମଚିନ୍ତନ ଓ ବିଚାର ସମ୍ପର୍କିତ ପାଣ୍ଡୁଲିପି ୧୬ କୋଟି…

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

ବିଶାଖାପାଟଣା, ୨୦।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା…

ସୁଡ଼ଙ୍ଗ ଭିତରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ଚଣ୍ଡିଗଡ଼, ୨୦।୮: କିରାତପୁର-ମନାଲି ଜାତୀୟ ରାଜପଥ ଦାଓ୍ବାଡ଼ା ସୁଡ଼ଙ୍ଗ ଭିତରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ…

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ବଙ୍ଗୋପସାଗରରେ ହେଲାଣି ହଲଚଲ; ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ! ଥରିବ ଏସବୁ ଜିଲା…

ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri