Posted inଫୁରସତ

ବିଶ୍ୱର ପ୍ରଦୂଷଣମୁକ୍ତ ଦେଶ ବିଷୟରେ ଜାଣନ୍ତୁ : ଏଠାରେ ଗୋଟିଏ ଦିନ ବନ୍ଦ ରହିଥାଏ ଯାନବାହନ ଚଳାଚଳ

ଆଜି ହେଉଛି ବିଶ୍ୱ ପରିବେଶ ଦିବସ। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ଅହେତୁକ ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱବାସୀ ଚିନ୍ତିତ ହୋଇପଡ଼ିଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ଜୁନ୍‌ ୫କୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଇଆସୁଛି। ଏକ ଅଧ୍ୟୟନରୁ ଜଣ।ପଡ଼ିଛି, କେବଳ ଭାରତର ୫ଟି ସହର ଅଧିକ ପ୍ରଦୂଷିତ। କିନ୍ତୁ ବିଶ୍ୱରେ ଏମିତି ଦେଶ ରହିଛି ଯେଉଁଠି ପ୍ରକୃତି ସେମାନଙ୍କର ସବୁକିଛି। ଭାରତର ପଡ଼ୋଶୀ ଭୁଟାନ ହେଉଛି ପ୍ରଦୂଷଣ ମୁକ୍ତ ଏବଂ ଶାନ୍ତିପୂର୍ଣ୍ଣ ଦେଶ। ଖାସ୍‌ କରି ଏହାର ସବୁଜିମା ଦେଖିବାକୁ ବହୁ ପର୍ଯ୍ୟଟକ ଧାଇଁ ଆସିଥାନ୍ତି। ଗ୍ରୋସ ନ୍ୟାଶନାଲ ହାପିନେସ ସେଣ୍ଟରର ଡ. ସାଙ୍ଗଡୁ ଛେତ୍ରୀ କୁହନ୍ତି, ଭୁଟାନର ଲୋକେ ପ୍ରକୃତିକୁ ଭଗବାନ ମନେ କରନ୍ତି। ଏଠାକାର ଲୋକେ ପ୍ରକୃତିକୁ ଭଲପାଆନ୍ତି। ଜୀବନର ମୂଲ୍ୟକୁ ବୁଝି ଆଗକୁ ବଢ଼ିଥାନ୍ତି। ଜାଣନ୍ତୁ ଭୁଟାନବାସୀଙ୍କ ପ୍ରକୃତିପ୍ରେମ ସମ୍ପର୍କରେ…

ଭୁଟାନରେ ୭୦ ପ୍ରତିଶତ ଜଙ୍ଗଲ :
ଭୁଟାନର ବଳ ହେଉଛି ତା’ର ପ୍ରକୃତି। ଏଠାରେ ପ୍ରାୟ ୭୦ ଭାଗ ଜଙ୍ଗଲ ରହିଛି। ଉଚ୍ଚ ପର୍ବତ, ନଦୀ, ପାଣି ଏବଂ ସବୁଜ ବନାନୀ ଏହାର ସ୍ବତନ୍ତ୍ରତା। ସରକାରଙ୍କ ପକ୍ଷରୁ ପରିବେଶ ପାଇଁ ଯେତିକି ଚିନ୍ତା କରାଯାଇନାହିଁ ବା ପଦକ୍ଷେପ ନିଆଯାଇନାହିଁ ଏଠାକାର ଲୋକେ ବେଶୀ ପରିବେଶ ଚିନ୍ତା କରିଥାନ୍ତି। ତେଣୁ ପ୍ରତ୍ୟେକ ପରିବାର ସଦସ୍ୟମାନେ ଗଛ ଲଗାଇ ପରିବେଶକୁ ସୁରକ୍ଷା ଦେଇଥାନ୍ତି। ଫଳରେ ବିଶ୍ୱର ସବୁଠୁ ଅଧିକ ଅକ୍ସିଜେନ ଏହି ଦେଶରୁ ମିଳିଥାଏ।

୨୦ ବର୍ଷ ଧରି ପ୍ଲାଷ୍ଟିକ ବ୍ୟାନ :
ପ୍ଲାଷ୍ଟିକ ପରିବେଶ ପାଇଁ କେତେ ହାନିକାରକ ତାହା ଭୁଟାନବାସୀ କେବେଠୁ ଅନୁଭବ କରିସାରିଛନ୍ତି। ୧୯୯୯ରୁ ଏଠାରେ ପ୍ଲାଷ୍ଟିକ ପ୍ରତି ପ୍ରତିବନ୍ଧକ ଲଗାଯାଇଛି। ଦୀର୍ଘ ୨୦ ବର୍ଷ ଏଠାକାର ପ୍ରତି ନାଗରିକ ଏହି ନିୟମକୁ ମାନି ଆସୁଛନ୍ତି।

ଧୂମପାନ ନିରୋଧ ଆଇନ : କୁହାଯାଏ, ୧୭୨୯ରୁ ଭୁଟାନରେ ପ୍ରଥମେ ଧୂମପାନ ନିରୋଧ ଆଇନ ପାଳନ କରାଯାଇଆସୁଛି। ୧୯୯୦ରେ ସିଗାରେଟ୍‌ ଟାଣିବା ପ୍ରତି ପ୍ରତିବନ୍ଧକ ଲଗାଯାଇଥିଲା। ଭୁଟାନର ପ୍ରାୟ ୨୦ଟି ଜିଲାକୁ ଧୂମପାନମୁକ୍ତ କରାଯାଇଥିବାବେଳେ ୨୦୦୪ରେ ଦେଶକୁ ସମ୍ପୂର୍ଣ୍ଣ ଧୂମପାନମୁକ୍ତ କରାଯାଇଛି। ନିୟମ ଅନୁଯାୟୀ, ଯଦି କେହି ବ୍ୟକ୍ତି ଧୂମପାନ କରୁଥିବା ଜଣାପଡ଼େ ତେବେ ତାକୁ ଆଜୀବନ ଜେଲ୍‌ ହୋଇଯିବ।

ଯାନବାହନ ଚଳାଚଳ ବନ୍ଦ :
ସମଗ୍ର ଭୁଟାନରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ କୌଣସି ଯାନବାହନ ରାସ୍ତାରେ ଚଳାଚଳ କରେ ନାହିଁ। କେବଳ ଜରୁରୀକାଳୀନ ସେବାକୁ ଛାଡ଼ି ଦେଲେ ଅନ୍ୟ କୌଣସି ଗାଡ଼ିମୋଟର ରାସ୍ତାରେ ଚଳାଚଳ କରି ନ ଥାନ୍ତି। ଏଠାକାର ଲୋକେ ମଧ୍ୟ ଏହାକୁ ପାଳନ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?