ବିଶ୍ୱକୁ ବାଟ ଦେଖାଇଲେ ଗ୍ରେଟା

ଜଳବାୟୁ ପରିବର୍ତ୍ତନର ଭୟାବହତାକୁ ନେଇ ବିଶ୍ୱବ୍ୟାପୀ ନାନା ଆଶଙ୍କା ଲାଗିରହିଥିବାବେଳେ ଜାତିସଂଘ ଜଳବାୟୁ କାର୍ଯ୍ୟାନୁଷ୍ଠାନ ସମ୍ମିଳନୀରେ ଭାବଗର୍ଭକ ଭାଷଣ ଦେଇ ସମସ୍ତଙ୍କୁ ବିସ୍ମିତ କରିଦେଇଛନ୍ତି ଗ୍ରେଟା ଥନ୍‌ବର୍ଗ। ସ୍ବିଡେନ୍‌ର ଷ୍ଟକ୍‌ହୋମ୍‌ରେ ଜନ୍ମିତ ଏହି ୧୬ ବର୍ଷୀୟା ପରିବେଶ କର୍ମୀଙ୍କୁ ଏହାର ଦୁଇଦିନ ପରେ ମିଳିଛି ‘ରାଇଟ୍‌ ଲିଭ୍‌ଲିହୁଡ୍‌ ଆଓ୍ବାର୍ଡ’। ବୈଜ୍ଞାନିକ ଉପାୟରେ ଜଳବାୟୁ ପରିବର୍ତ୍ତନଜନିତ ଭୟବହତାରୁ ବିଶ୍ୱକୁ ରକ୍ଷା କରିବା ପାଇଁ ରାଜନୈତିକ ଦାବିକୁ ଜୋରଦାର କରିବାରେ ସକ୍ଷମ ହୋଇଥିବାରୁ ତାଙ୍କୁ ଦିଆଯାଇଛି ‘ଅଲ୍‌ଟରନେଟିଭ୍‌ ନୋବେଲ’ ନାମରେ ପରିଚିତ ସ୍ବିଡେନର ଏହି ବାର୍ଷିକ ଅନ୍ତର୍ଜାତୀୟ ପୁରସ୍କାର। ତୁମେ ମୋର ସ୍ବପ୍ନ ଓ ପିଲାଦିନ ଚୋରି କରିନେଇଛ। ଏଥିଲାଗି ତୁମେ କିପରି ସାହସ କଲ ବୋଲି ବିଶ୍ୱନେତାଙ୍କୁ ନ୍ୟୁୟର୍କରେ ଜାତିସଂଘ ସାଧାରଣ ସଭାରେ ଗ୍ରେଟା ପ୍ରଶ୍ନ କରିଥିଲେ। ତାଙ୍କର ଏହି ପ୍ରଶ୍ନ ପରିବେଶ ସୁରକ୍ଷା ନେଇ ଚିନ୍ତା କରିବା ପାଇଁ ସମସ୍ତଙ୍କୁ ବାଧ୍ୟ କରିଛି।
ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରିବା ସକାଶେ ନୋବେଲ ଫାଉଣ୍ଡେଶନକୁ ଏକ ପ୍ରସ୍ତାବ ଦିଆଯାଇଥିଲା। ୧୯୮୦ରେ ଫାଉଣ୍ଡେଶନ ଏହାକୁ ପ୍ରତ୍ୟାଖ୍ୟାନ କରିବା ପରେ ‘ରାଇଟ୍‌ ଲିଭ୍‌ଲିହୁଡ୍‌ ଆଓ୍ବାର୍ଡ’ ଆରମ୍ଭ କରାଯାଇଥିଲା। ପୂର୍ବରୁ ଏଡ୍‌ଓ୍ବାର୍ଡ ସ୍ନୋଡେନ୍‌, ଓ୍ବାଙ୍ଗରି ମାଥାଇ ଏବଂ ଅଲାନ୍‌ ରୁସ୍‌ବ୍ରିଜରଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ମିଳିସାରିଛି। ଷ୍ଟକ୍‌ହୋମରେ ୨୦୧୯ ରାଇଟ୍‌ ଲିଭ୍‌ଲିହୁଡ୍‌ ଆଓ୍ବାର୍ଡ ପ୍ରଦାନ ପରିପ୍ରେକ୍ଷୀରେ ରାଇଟ୍‌ ଲିଭ୍‌ଲିହୁଡ୍‌ ଫାଉଣ୍ଡେଶନ କାର୍ଯ୍ୟନିର୍ବାହୀ ନିଦ୍ଦେର୍ର୍ଶକ ଓଲେ ଭୋନ୍‌ ଉକ୍ସକୁଲ୍‌ କହିଛନ୍ତି, କୋଟି କୋଟି ଲୋକଙ୍କୁ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ସଶକ୍ତ କରିଥିବା ୪ ବିଜେତାଙ୍କ ଦୂରଦର୍ଶୀ ନେତୃତ୍ୱକୁ ଆମେ ସମ୍ମାନ ଜଣାଉଛୁ। ଏହି ଅବସରରେ ଗ୍ରେଟା କହିଛନ୍ତି, ଏହି ମହାନ୍‌ ପୁରସ୍କାରର ଅନ୍ୟତମ ବିଜେତା ହୋଇଥିବାରୁ ସେ କୃତଜ୍ଞ। ତେବେ ସେ ବିଜେତା ନୁହନ୍ତି, ବରଂ ଏହି ବିଶ୍ୱସ୍ତରୀୟ ଆନ୍ଦୋଳନର ଏକ ଅଂଶ, ଯାହାକୁ ସ୍କୁଲ ଛାତ୍ରୀଛାତ୍ର, ଯୁବପିଢ଼ି ଓ ସର୍ବୋପରି ସବୁ ବୟସର ବ୍ୟକ୍ତି ଆଗକୁ ବଢ଼ାଇଆସିଛନ୍ତି। ଆମ ଜୀବନ୍ତ ବିଶ୍ୱର ସୁରକ୍ଷା ପାଇଁ କାର୍ଯ୍ୟ କରିବା ସକାଶେ ସେମାନେ ହିଁ ନିଷ୍ପତ୍ତି ନେଇଥିଲେ ଓ ପ୍ରେରଣା ଯୋଗାଇଥିଲେ। ଏହି ପୁରସ୍କାର ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛି।
ଅନ୍ୟ ୩ ବିଜେତା ହେଲେ ଓ୍ବେଷ୍ଟର୍ନ ସାହାରାର ମାନବାଧିକାର କର୍ମୀ ଆମିନାଟୋଉ ହାଇଦର, ଚାଇନାରେ ମହିଳାଙ୍କ ଅଧିକାର କ୍ଷେତ୍ରରେ କାର୍ଯ୍ୟରତ ଆଇନଜୀବୀ ଗୁଓ ଜିଆନ୍‌ମେଇ ଏବଂ ବ୍ରାଜିଲର ଆଦିବାସୀଙ୍କ ଅଧିକାର ଓ ଜଙ୍ଗଲ ସଂରକ୍ଷଣ ପାଇଁ ଲଢ଼େଇ କରୁଥିବା ଡାଭି କୋପେନାଓ୍ବା। ଏହି ବିଜେତାମାନଙ୍କୁ ପୁରସ୍କାର ବାବଦକୁ ୧ ନିୟୁତ ସ୍ବିଡିଶ୍‌ କ୍ରୋନା (୮୩,୦୦୦ ପାଉଣ୍ଡ) ଲେଖାଏ ଦିଆଯିବ। ଏହି ପୁରସ୍କାର ରାଶିରେ ସେମାନେ ଦୀର୍ଘକାଳୀନ ଭିତ୍ତିରେ ନିଜ ଅଭିଯାନକୁ ଆଗେଇ ନେବେ। ଯେଉଁମାନଙ୍କ ଜୀବନ ଓ ସ୍ବାଧୀନତା ବିପଦରେ ରହିଛି, ସେମାନଙ୍କୁ ସାହାଯ୍ୟ କରି ସୁରକ୍ଷା ଦେବା ଭଳି କାର୍ଯ୍ୟରେ ନିୟୋଜିତ ରହିବେ।

ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ

ସ୍ବିଡେନ୍‌ର ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗଙ୍କ ଜନ୍ମ ୨୦୦୩ ଜାନୁୟାରୀ ୩ରେ। ୨୦୧୮ ଅଗଷ୍ଟରେ ତାଙ୍କୁ ୧୫ ବର୍ଷ ହୋଇଥିବାବେଳେ ସେ ସ୍କୁଲ୍‌ରୁ ସମୟ ବାହାର କରି ସ୍ବିଡେନ ପାର୍ଲାମେଣ୍ଟ ବାହାରେ ଜଳବାୟୁ ପରିବର୍ତ୍ତନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲେ। ତାଙ୍କ ଉଦ୍ୟମକ୍ରମେ ଅନ୍ୟ ଛାତ୍ରୀଛାତ୍ର ମଧ୍ୟ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ସେମାନେ ମିଶି ଜଳବାୟୁ ପରିବର୍ତ୍ତନ ବିରୋଧରେ ‘ଫ୍ରାଇଡେଜ୍‌ ଫର୍‌ ଫ୍ୟୁଚର’ ନାମରେ ସ୍କୁଲ ଜଳବାୟୁ ଆନ୍ଦୋଳନର ଆୟୋଜନ କରିଥିଲେ। ୨୦୧୮ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଗ୍ରେଟାଙ୍କ ଉଦ୍‌ବୋଧନ ପରେ ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରତି ସପ୍ତାହରେ ଛାତ୍ର ଧର୍ମଘଟ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ବିଭିନ୍ନ ସହରରେ ଆୟୋଜିତ ଦୁଇଟି ବିକ୍ଷୋଭରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଯୋଗଦେଇଥିଲେ।
ପ୍ରକୃତରେ ଗ୍ରେଟାଙ୍କ କହିବା ଶୈଳୀ ଥିଲା ନିଆରା। ସାଧାରଣ ଜନତା, ରାଜନେତାଙ୍କୁ ଏବଂ ବିଭିନ୍ନ ଆସେମ୍ବ୍ଲିରେ ସେ ଜଳବାୟୁ ସଙ୍କଟ ନେଇ ଉଦ୍‌ବୋଧନ ଦେବା ସହ ଏହାକୁ ରୋକିବା ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ବାନ ଦେଉଥିଲେ। ନିଜ ଘରେ ମଧ୍ୟ ସେ ତାଙ୍କ ମାତାପିତାଙ୍କୁ କାର୍ବନ ସୃଷ୍ଟି ହ୍ରାସ ପାଇଁ ଜୀବନଶୈଳୀ ବଦଳାଇବା ଲାଗି ପରାମର୍ଶ ଦେଉଥିଲେ। ଗତ ମେ ମାସରେ ଟାଇମ ପତ୍ରିକାର ପ୍ରଚ୍ଛଦ ପୃଷ୍ଠାରେ ଗ୍ରେଟାଙ୍କ ଫଟୋ ସ୍ଥାନ ପାଇଥିଲା, ଯେଉଁଥିରେ ତାଙ୍କୁ ‘ନୂଆ ପିଢ଼ିର ନେତା’ ବୋଲି ଉଲ୍ଲେଖ କରାଯାଇଥିଲା। ସେ ରାତାରାତି ଅନେକଙ୍କ ପାଇଁ ରୋଲ୍‌ ମଡେଲ ବନିଯାଇଥିଲେ। ଗ୍ରେଟା ଓ ସ୍କୁଲ୍‌ ଷ୍ଟ୍ରାଇକ୍‌ ମୁଭ୍‌ମେଣ୍ଟ ପକ୍ଷରୁ ୩୦ ମିନିଟ୍‌ର ଏକ ପ୍ରାମାଣିକ ଚିତ୍ର ପ୍ରସ୍ତୁତ କରାଯାଇଥିଲା, ଯାହାର ନାଁ ଥିଲା ‘ମେକ୍‌ ଦି ଓ୍ବାଲର୍‌ଡ ଗ୍ରେଟା ଏଗେନ୍‌’। ବିଶ୍ୱ ମଞ୍ଚରେ ତାଙ୍କର ପ୍ରଭାବକୁ କେତେକ ଗଣମାଧ୍ୟମ ‘ଗ୍ରେଟା ଥନ୍‌ବର୍ଗ ପ୍ରଭାବ’ ବୋଲି ଅଭିହିତ କରିଥିଲେ।

ଜାତିସଂଘ ଜଳବାୟୁ ସମିଟ୍‌ରେ ଗ୍ରେଟାଙ୍କ ଉଦ୍‌ବୋଧନ: ମୋ ସ୍ବପ୍ନ ଓ ଶୈଶବକୁ ଚୋରାଇନେଇଛି


ଜାତିସଂଘରେ ଅନୁଷ୍ଠିତ ଜଳବାୟୁ କାର୍ଯ୍ୟାନୁଷ୍ଠାନ ସମିଟ୍‌ରେ ସୋମବାର ସ୍ବିଡେନ୍‌ର ୧୬ ବର୍ଷୀୟା ଜଳବାୟୁ କର୍ମୀ ଗ୍ରେଟା ଥନ୍‌ବର୍ଗ ଆବେଗଭରା ଉଦ୍‌ବୋଧନ ଦେଇଥିଲେ, ଯାହା ବିଶ୍ୱ ନେତାମାନଙ୍କୁ ପ୍ରଭାବିତ କରିଥିଲା। ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବକୁ ବନ୍ଦ କରିବାର ଜରୁରୀ ଆବଶ୍ୟକତା ସମ୍ପର୍କରେ ସେ ରାଷ୍ଟ୍ରନେତାମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ, ଆପଣମାନେ ଯୁବପିଢ଼ିଙ୍କ ଲାଗି ଆଶା ନେଇ ଆସିଛନ୍ତି। ଆପଣମାନେ ଫାଙ୍କା ଶବ୍ଦ ମାଧ୍ୟମରେ ମୋର ସ୍ବପ୍ନ ଓ ଶୈଶବକୁ ଚୋରି କରିନେଇଛନ୍ତି। ଏହା କରିବାକୁ ଆପଣମାନେ କିପରି ସାହସ କଲେ ବୋଲି ଗ୍ରେଟା ପ୍ରଶ୍ନ କରିଥିଲେ। ଜଳବାୟୁ ପରିବର୍ତ୍ତନ ଯୋଗୁ ଲକ୍ଷ ଲକ୍ଷ ଲୋକଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଛି। ଲୋକେ ମୃତ୍ୟୁମୁଖରେ ପଡୁଛନ୍ତି। ସମଗ୍ର ପରିବେଶ ଭୁଶୁଡ଼ି ପଡିଛି କହିଲାବେଳେ ଗ୍ରେଟାଙ୍କ ଆଖିରେ ଲୁହ ଭରିଯାଇଥିଲା। ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ ବିଶ୍ୱର ନେତାମାନେ କୌଣସି ପଦକ୍ଷେପ ନେଉ ନ ଥିବା ସେ ଅଭିଯୋଗ କରିଥିଲେ।
ଆମେ ଏବେ ଗଣବିଧ୍ୱଂସର ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛେ। ଆପଣମାନେ ମୁଦ୍ରା ଓ ଆର୍ଥତ୍କ ଅଭିବୃଦ୍ଧିର ପରୀ ରାଇଜ କାହାଣୀ ଶୁଣାଉଛନ୍ତି କିପରି ବୋଲି ଗ୍ରେଟା ପ୍ରଶ୍ନ କରିଥିଲେ। ଏହି ସମିଟ୍‌ରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ସମେତ ବିଭିନ୍ନ ରାଷ୍ଟ୍ରର ପ୍ରତିନିଧି ଉପସ୍ଥିତ ଥିଲେ।

ବିରୋଧ କଲେ ମାକ୍‌ରଁ

ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ସ୍ବିଡେନ୍‌ର ସ୍ବଳ୍ପବୟସ୍କା ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗଙ୍କୁ ବିରୋଧ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ନେଇ ଫ୍ରାନ୍ସ ସମେତ ୫ ଦେଶ ପଦକ୍ଷେପ ନେଉ ନ ଥିବା ଦର୍ଶାଇ ଗ୍ରେଟା ଓ ଅନ୍ୟ ୧୫ କର୍ମୀ ଜାତିସଂଘରେ ଏକ ଲିଗାଲ୍‌ ପିଟିଶନ ଦାଏର କରିଛନ୍ତି। ଏହାକୁ ନେଇ ମାକ୍‌ରଁ କହିଛନ୍ତି, ସେମାନଙ୍କର ଏହି କାର୍ଯ୍ୟ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସେତେଟା ପ୍ରଭାବଶାଳୀ ନୁହେଁ, ବରଂ ନିଶ୍ଚିତ ଭାବେ ସମାଜରେ ଶତ୍ରୁତା ସୃଷ୍ଟି କରିବ। ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଫ୍ରାନ୍ସ ସହ ଜର୍ମାନୀ, ଆର୍ଜେଣ୍ଟିନା, ବ୍ରାଜିଲ ଓ ତୁର୍କୀର ନିଷ୍କ୍ରିୟତା ଶିଶୁ ଅଧିକାର ନେଇ ଜାତିସଂଘର ଚୁକ୍ତିକୁ ଉଲ୍ଲଂଘନ କରୁଥିବା ଦର୍ଶାଇ ଗ୍ରେଟା ଏହି ରାଷ୍ଟ୍ରଗୁଡ଼ିକ ବିରୋଧରେ ଅଭିଯୋଗ ଆଣିଥିବାବେଳେ ମାକ୍‌ରଁ ବିଶ୍ୱନେତାମାନଙ୍କୁ କହିଛନ୍ତି, ସେମାନେ ପୋଲାଣ୍ଡକୁ ଯାଆନ୍ତୁ।

ଟ୍ରମ୍ପ୍‌ଙ୍କ ଟୁଇଟ୍‌ର ଜବାବ ଦେଲେ ଗ୍ରେଟା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟୁଇଟ୍‌ର ଜବାବ ରଖିଛନ୍ତି ସ୍ବିଡ଼େନର ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ। ସେ ତାଙ୍କ ଟୁଇଟର ବାୟୋକୁ ବଦଳାଇଦେଇଛନ୍ତି। ଜାତିସଂଘ ଜଳବାୟୁ କାର୍ଯ୍ୟାନୁଷ୍ଠାନ ସମିଟ୍‌ରେ ଗ୍ରେଟା ଦେଇଥିତ୍ବା ଭାଷଣର ଭିଡିଓକୁ ଟ୍ରମ୍ପ୍‌ ଟୁଇଟ୍‌ କରିବା ସହ ଏହା ଉପରେ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ। ସେ ଗ୍ରେଟାଙ୍କୁ ସୁଖୀ ଝିଅ ବୋଲି ଲେଖିଥିଲେ। ଟ୍ରମ୍ପ୍‌ଙ୍କ ଏହି ଟୁଇଟ୍‌କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ଗ୍ରେଟା ତାଙ୍କ ଟୁଇଟର ବାୟୋକୁ ‘ଏ ଭେରି ହାପି ୟଙ୍ଗ ଗର୍ଲ ଲୁକିଙ୍ଗ ଫରଓ୍ବ୍‌ାର୍ଡ ଟୁ ଏ ବ୍ରାଇଟ୍‌ ଆଣ୍ଡ ଓ୍ବଣ୍ଡରଫୁଲ୍‌ ଫ୍ୟୁଚର’ରେ ପରିବର୍ତ୍ତନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?