ବିଭାଗୀୟ ତ୍ରୁଟି ବଢ଼ାଉଛି ସଡ଼କ ଦୁର୍ଘଟଣା

ଭୁବନେଶ୍ୱର, ୮ା୬(ବ୍ୟୁରୋ): ସଡ଼କ ଦୁର୍ଘଟଣା ରୋକିବା ପାଇଁ ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟ ବାରମ୍ବାର ଭର୍ତ୍ସନା କରିବା ସତ୍ତ୍ୱେ କୌଣସି ଲାଭ ମିଳୁନାହିଁ। ରାସ୍ତା ଦୁର୍ଘଟଣା କ୍ଷେତ୍ରରେ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ବହୁ ଆଗରେ ରହିଛି। ସରକାରଙ୍କ କାର୍ଯ୍ୟରେ ତ୍ରୁଟି କାରଣରୁ ଏଭଳି ଅଭାବନୀୟ ଘଟଣା ବଢ଼ି ଚାଲିଥିବା ଜଣାପଡିଛି। ୨୦୧୮ ଜାନୁୟାରୀ-ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୧୩୯୨ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୯ ଜାନୁୟାରୀ-ମାର୍ଚ୍ଚ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇ ୧୫୮୦ରେ ପହଞ୍ଚିଛି। ଯେଉଁସବୁ ବିଭାଗକୁ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ହ୍ରାସ କରିବାକୁ ଦାୟିତ୍ୱ ଦିଆଯାଇଛି, ସେମାନେ ଠିକଣା ଢଙ୍ଗରେ କାର୍ଯ୍ୟ କରୁ ନ ଥିବା ଯୋଗୁ ଏଥିରେ ରୋକ ଲଗାଯାଇପାରୁ ନାହିଁ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ରାଜ୍ୟ ସରକାର ପକ୍ଷରୁ ସଡ଼କ ଦୁର୍ଘଟଣାକୁ ରୋକିବା ଲାଗି କ’ଣ କରାଯାଉଛି ସେନେଇ ପ୍ରତ୍ୟେକ ମାସରେ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି। ଏତେସବୁ ବ୍ୟବସ୍ଥା ପରେ ମଧ୍ୟ କୌଣସି ପ୍ରକାର ସୁଧାର ଆସୁନାହିଁ। ଏବେ ସୁପ୍ରିମକୋର୍ଟ କମିଟି ରାଜ୍ୟ ସରକାରଙ୍କ ପାଇଁ କଣ୍ଟା ବୋଲି କେତେଜଣ ଅଧିକାରୀ ମତ ରଖିଛନ୍ତି।
ଦୁର୍ଘଟଣାଜନିତ ମୃତ୍ୟୁ ପଛରେ ମଦ ପିଇ ଗାଡ଼ି ଚଳାଇବା ମୁଖ୍ୟ କାରଣ ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି। ଏହାସହ ଅଧିକାଂଶ ଦୁର୍ଘଟଣା ଦୁଇଚକିଆ ଯାନ ଚଳାଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟୁଛି। ତେଣୁ ଏ ଦିଗରେ ଲୋକଙ୍କୁ ସଚେତନ କରାଇବାରେ ଗୃହବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। କେବଳ ହେଲ୍‌ମେଟ୍‌ ଚେକିଂ ଏବଂ ଜରିମାନା ଆଦାୟ କରି ପୋଲିସ ରହିଯାଉଛି। ଦୁର୍ଘଟଣା ରୋକିବାକୁ ଯାହା କରାଯିବା କଥା ସେଦିଗରେ ପୋଲିସ ଠିକ୍‌ ଢଙ୍ଗରେ କାର୍ଯ୍ୟ କରୁନାହିଁ। ଆଗରୁ ନିଶାସକ୍ତ ଚାଳକଙ୍କଠାରୁ ଜରିମାନା ଆଦାୟ କରି ଛାଡ଼ି ଦିଆଯାଉଥିଲା। ହେଲେ ଏବେ ସେମାନଙ୍କୁ ସିଧା କୋର୍ଟଚାଲାଣ କରାଯିବା ବ୍ୟବସ୍ଥା ରହିଛି। କୌଣସି ଚାଳକ ମଦ ପିଇ ଗାଡି ଚଳାଉଥିବା ପୋଲିସ ଯଦି ସନ୍ଦେହ କରେ ତେବେ ତାଙ୍କୁୁ ପ୍ରଥମେ ଅଟକାଇ ବ୍ରେଥ୍‌ ଆନାଲାଇଜର୍‌ ଜରିଆରେ ଟେଷ୍ଟ କରିବ। ହେଲେ ପୋଲିସ ଏହା କରିବା ପରିବର୍ତ୍ତେ ଜରିମାନା ନେଇ ସେମାନଙ୍କୁ ଛାଡ଼ି ଦେବା ଯୋଗୁ ଲୋକେ ସଚେତନ ହୋଇପାରୁନାହାନ୍ତି। ଏଣିକି ନିଶାସକ୍ତ ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମଦ ପିଇ ଗାଡ଼ି ଚଳାଇଲେ ଚାଳକଙ୍କୁ ସିଧା କୋର୍ଟାଚାଲାଣ କରାଯିବ। ଏ ଦିଗରେ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ପାଇଁ ସଡ଼କ ପରିବହନ ବିଭାଗ ଥାନାଗୁଡ଼ିକୁ ଅବଗତ କରାଇବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନେଇ ସଡ଼କ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେବାପରେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ପୋଲିସକୁ ଆବଶ୍ୟକ ଅନୁଯାୟୀ ବ୍ରେଥ୍‌ ଆନାଲାଇଜର୍‌ ସଡ଼କ ପରିବହନ ବିଭାଗ ଯୋଗାଇଦେବ ବୋଲି ଜଣାପଡ଼ିଛି।
ଅପରପକ୍ଷରେ ରାଜପଥରେ ଅଧିକ ଦୁର୍ଘଟଣା ଘଟୁଛି। ପୋଲିସ ରାଜପଥରେ ପାଟ୍ରୋଲିଂ କରି ସତର୍କତା ସୃଷ୍ଟି କରିବା ଦିଗକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛି। ଯେଉଁଥିପାଇଁ ରାଜପଥ ଦୁର୍ଘଟଣାରେ ବେଶି ଜୀବନ ଚାଲିଯାଉଛି। ଏହାପଛରେ ଏକ ଗୁରୁତର ସମସ୍ୟା ଥିବା ଜଣାପଡ଼ିଛି। ଗୃହ ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଗୃହ ବିଭାଗ ଏବଂ ଡିଜିପି ଅଫିସ୍‌ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ରାଜପଥ ପାଟ୍ରୋଲିଂ ହୋଇପାରୁନାହିଁ। କାରଣ ପାଟ୍ରୋଲିଂ ପାଇଁ ପୁରୁଣା କର୍ମଚାରୀଙ୍କୁ କାର୍ଯ୍ୟରେ ଲଗାଇବା ପାଇଁ ଗୃହ ବିଭାଗ କହୁଛି। ହେଲେ ଡିଜିପିଙ୍କ ଅଫିସ୍‌ ପକ୍ଷରୁ ପାଟ୍ରୋଲିଂ ପାଇଁ ନୂଆ କର୍ମଚାରୀ ନିଯୁକ୍ତି କରିବାକୁ କୁହାଯାଉଛି। ଅପରପକ୍ଷରେ ପାଟ୍ରୋଲିଂ ପାଇଁ ସଡ଼କ ପରିବହନ ବିଭାଗ ପକ୍ଷରୁ ଗୃହ ବିଭାଗକୁ ୧୦ କୋଟିରୁ ଅଧିକ ଟଙ୍କା ଦିଆଯାଇଛି, ଯାହା ବିଭାଗ ଓ ଡିଜିପି କାର୍ଯ୍ୟାଳୟରେ ଚାଲିଥିବା ମତଭେଦ ଯୋଗୁୁ ପଡ଼ିିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?