Posted inଜାତୀୟ

ବିବାହ ସମୟରେ ପହଞ୍ଚିଲେ ପ୍ରେମିକା: ୨ଶହ ବରଯାତ୍ରୀ ସହ ବରଙ୍କୁ ଅଟକ ରଖିଲେ କନ୍ୟାପକ୍ଷ

ଭୋପାଳ,୧୧।୭: ଉତ୍ତରପ୍ରଦେଶରେ ଏକ ବିବାହ ଉତ୍ସବରେ ଅଘଟଣ ଘଟିଥିବା ପଦାକୁ ଆସିଛି। ବର ବିବାହ ହେବାକୁ ଯାଇଥିବା ବେଳେ କନ୍ୟାପକ୍ଷ ବରଯାତ୍ରୀଙ୍କୁ ଅଟକ ରଖିଥିବା ଘଟଣା ସାମ୍ନାକୁ ଆସିଛି। ହେଲେ ଏହି ଘଟଣା କୌଣସି ଯୌତୁକ ପାଇଁ ନୁହେଁ, ବରଂ ବରର ଅନ୍ୟତ୍ର ପ୍ରେମ ପାଇଁ ଘଟିଛି। ବାହା ବେଦିରେ ବର ସହ ୨ଶହ ବରଯାତ୍ରୀଙ୍କୁ କନ୍ୟାପକ୍ଷ ବନ୍ଦୀ କରି ରଖିଥିଲେ। ସୂଚନାଯୋଗ୍ୟ, ବୁଧବାର ମିରଟ ଜିଲାର ପରତାପୁର ଥାନା ଅଞ୍ଚଳରୁ ବରଯାତ୍ରୀ ନେଇ ବର ପରିବାରଲୋକେ ପାଞ୍ଚି ଗାଁରେ ଥିବା କନ୍ୟାଘରେ ପହଞ୍ଚିଥିଲେ। ଯଥାରୀତି ବିବାହ ଚାଲିଥିବା ବେଳେ ହଠାତ୍‌ ମଣ୍ଡପରେ ବରର ପ୍ରେମିକା ନିଜ ଅଢ଼େଇ ବର୍ଷର ଶିଶୁକୁ ନେଇ ପହଞ୍ଚିଥିଲେ। ପ୍ରେମିକା ଜଣକ ଯୁବକଙ୍କ କୋଳରେ ଶିଶୁଟିକୁ ବସାଇ ତା’ର ବାପା ବୋଲି ଦାବି କରିଥିଲେ। ଏହାପରେ ଝିଅଘର ଲୋକେ ଅଧାରୁ ବିବାହ ଭାଙ୍ଗିଦେବା ସହ ଯୁବକ ଓ ତାଙ୍କ ବାପାଙ୍କ ସମେତ ୨ଶହ ବରଯାତ୍ରୀଙ୍କୁ ଅଟକ ରଖିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ପକ୍ଷଙ୍କୁ ବୁଝାଶୁଝା କରିଥିଲେ। କିନ୍ତୁ ଆପୋସ ବୁଝାମଣା ପାଇଁ କେହି ରାଜି ହୋଇ ନ ଥିଲେ। ଅପରପକ୍ଷରେ ଏହି ମାମଲାରେ ଗୁରୁବାର ଦୁଇ ପକ୍ଷରୁ ପଞ୍ଚାୟତ ବସିଛି। ଏଥିରେ କିଛି ନିଷ୍କଷର୍ର୍ ବାହାରିପାରେ ବୋଲି ଗଁାଲୋକେ ଆଶା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri