ବିବାହ ନାମରେ ମାନବ ଚାଲାଣ : ୬୨୯ ପାକିସ୍ତାନୀ ଝିଅଙ୍କୁ ଚାଇନାରେ ବିକ୍ରି

ଲାହୋର,୫ା୧୨(ଏ.ପି.): ବିବାହ ନାମରେ ଚାଲିଛି ସାଂଘାତିକ ମାନବ ଚାଲାଣ। ଚାଇନାରେ ବାହାହେବା ପାଇଁ ପୁଅଙ୍କୁ ଝିଅ ମିଳୁ ନ ଥିବାବେଳେ ପାକିସ୍ତାନରୁ ପ୍ରତାରଣା କରି ଅଣାଯାଉଛି ଯୁବତୀମାନଙ୍କୁ। ବର୍ଷକ ମଧ୍ୟରେ ୬୨୯ ପାକିସ୍ତାନୀ ଯୁବତୀ ଓ ମହିଳାଙ୍କୁ ବିବାହ ପାଇଁ ଚାଇନାର ପୁରୁଷମାନେ କିଣିନେଇଛନ୍ତି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଦୁଇ ବନ୍ଧୁରାଷ୍ଟ୍ର ମଧ୍ୟରେ ଚାଲିଥିବା ମାନବ ଚାଲାଣକୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା।
ସୂଚନାନୁସାରେ ୨୦୧୮ରୁ ଅଦ୍ୟାବଧି ୬୨୯ ପାକିସ୍ତାନୀ ଯୁବତୀଙ୍କୁ ବିକ୍ରି କରିଦିଆଯାଇଛି। ମାନବ ଚାଲାଣ ନେଇ ଯାଞ୍ଚ କରୁଥିବା ଖୋଦ୍‌ ପାକିସ୍ତାନୀ ତଦନ୍ତକାରୀ ଅଧିକାରୀମାନେ ଏହି ବିଷୟ ସ୍ପଷ୍ଟ କରିବା ସହ ବିକ୍ରି ହୋଇଥିବା ମହିଳାଙ୍କ ବିଧିବଦ୍ଧ ତାଲିକା ପ୍ରକାଶ କରିଛନ୍ତି। ବେଜିଂ ସହ ପାକିସ୍ତାନର ମଧୁର ସମ୍ପର୍କ ଖରାପ ହେବା ଭୟରେ ତଦନ୍ତକାରୀମାନେ ଏହାକୁ ରୋକିପାରି ନ ଥିବା କହିଛନ୍ତି। ଏଥିପାଇଁ ସୋମନଙ୍କ ଉପରେ ସରକାରୀ ଚାପ ମଧ୍ୟ ପକାଯାଉଛି। ଚାଲାଣକାରୀଙ୍କ ବିରୋଧରେ ସବୁଠୁ ବଡ଼ ମାମଲା ରଦ୍ଦ ହୋଇଯାଇଥିଲା ଅକ୍ଟୋବରରେ। ଫୈସଲାବାଦର ଏକ କୋର୍ଟ ୩୧ ଜଣ ଚାଇନା ନାଗରିକଙ୍କୁ ମାନବ ଚାଲାଣ ମାମଲାରେ ନିର୍ଦ୍ଦୋଷ ଦର୍ଶାଇ ମୁକ୍ତ କରିଥିଲା। ପୋଲିସର ପଚରାଉଚରା ବେଳେ ଅନେକ ମହିଳା ଚାଲାଣ ହୋଇଯାଉଥିବା ବିଷୟ ଅସ୍ବୀକାର କରିଥିଲେ। କାରଣ ମୁହଁ ନ ଖୋଲିବା ପାଇଁ ସେମାନଙ୍କୁ ଧମକ ସହ ଲାଞ୍ଚ ଦିଆଯାଇଥିଲା। ସେହିପରି ଉକ୍ତ ମାମଲାରେ ଅଧିକ ତଦନ୍ତ ନ କରିବା ପାଇଁ ପାକିସ୍ତାନ ସରକାରଙ୍କ ପକ୍ଷରୁ ଅଧିକାରୀଙ୍କ ଉପରେ ପ୍ରବଳ ଚାପ ପଡ଼ିଥିଲା। ତଦନ୍ତ କରୁଥିବା ଫେଡେରାଲ ଇନ୍‌ଭେଷ୍ଟିଗେଟିଂ ଏଜେନ୍ସି (ଏଫ୍‌ଆଇଏ)ର କେତେଜଣ ଅଧିକାରୀଙ୍କୁ ବଦଳି ମଧ୍ୟ କରାଯାଇଥିଲା। ଚାଇନା ଓ ପାକିସ୍ତାନୀ ଦଲାଲମାନେ ପୁଅଘରୁ ୪୦ ଲକ୍ଷରୁ ୧ କୋଟି ଟଙ୍କା ନେଉଥିବାବେଳେ ଝିଅ ଘରକୁ ମାତ୍ର ୨ ଲକ୍ଷ ଟଙ୍କା ଦେଇଥାନ୍ତି ବୋଲି ନାମ ଗୋପନ ସର୍ତ୍ତରେ ଜଣେ ଅଧିକାରୀ ପ୍ରଘଟ କରିଛନ୍ତି। ଅନ୍ୟପକ୍ଷରେ ଇସ୍‌ଲାମାବାଦ ଓ ବେଜିଂ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଦୁଇଦେଶର ନାଗରିକଙ୍କୁ ନେଇ ଖୁସି ପରିବାର ଗଢ଼ିବା ପାଇଁ ଏପରି କରାଯାଉଥିବା ପାକିସ୍ତାନ ଓ ଚାଇନା ସରକାରଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍‌ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ଦୁନିଆର ସବୁଠୁ ଧନୀ ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ? ଟ୍ରମ୍ପଙ୍କଠାରୁ ୭ ଗୁଣ ଅଧିକ ଦରମା

ନୂଆଦିଲ୍ଲୀ, ୯।୯: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଦରମା ଏବେ ପୁଣି ବଢ଼ିବାକୁ ଯାଉଛି। ଏହି ବୃଦ୍ଧି ପରେ ସେ ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri