ବିବାହ ଓ ସନ୍ତାନ

ଡା. କାନ୍ତୀ ନାୟକ

ପ୍ରଖ୍ୟାତ ବ୍ରିଟିଶ୍‌ ଦାର୍ଶନିକ ବଟ୍ରାଣ୍ଡ ରସେଲ୍‌ ବିବାହ ନାମକ ସାମାଜିକ ଅନୁଷ୍ଠାନର ତନ୍ନ ତନ୍ନ ଅନୁଶୀଳନ କରି କହିଥିଲେ ଯେ, ମୁଖ୍ୟତଃ ଦୁଇଟି କାରଣ ଯୋଗୁ ମନୁଷ୍ୟ ବିବାହ ବନ୍ଧନର ଉଦ୍ଭାବନ କରିଥିଲା। ପ୍ରଥମଟି ହେଲା- ମାନବ ଶିଶୁ ହେଉଛି ଦୁନିଆର ସବୁଠାରୁ ଅସହାୟ ଜୀବ। ବାଛୁରି ଜନ୍ମ ହେବା ମାତ୍ରେ ଡିଆଁମାରେ। ଚଢ଼େଇ ଛୁଆ ମାତ୍ର କେଇ ସପ୍ତାହ ମଧ୍ୟରେ ବସାଛାଡ଼ି ଉଡିଯାଏ। ମନୁଷ୍ୟ ପିଲା କିନ୍ତୁ ନିଶ୍ଚିତ ଭାବରେ ବଞ୍ଚତ୍ବା ପାଇଁ ବର୍ଷ ବର୍ଷ ଧରି ମାତାପିତାଙ୍କର ଯତ୍ନ ଲୋଡ଼ିଥାଏ । ପାରମ୍ପରିକ ଭାବରେ ପିତା ପରିବାରର ଭରଣପୋଷଣ ପାଇଁ ସମ୍ବଳ ସଂଗ୍ରହ କରୁଥିବା ବେଳେ ମାତା ସେ ସମ୍ବଳକୁ ବ୍ୟବହାର କରି ସନ୍ତାନର ଲାଳନ ପାଳନ କରୁଥିଲେ। ମା’ଛୁଆକୁ ଜନ୍ମ ଦେଲେ ହେଁ ଛୁଆ ବଞ୍ଚି ରହିବା ପାଇଁ ବାପାର ସହଯୋଗ ଅପରିହାର୍ଯ୍ୟ ଥିଲା। ତେଣୁ ବାପା, ମା’ ଏକାଠି ହୋଇ ସନ୍ତାନ ବଢ଼ାଇବା ପ୍ରକଳ୍ପ କାର୍ଯ୍ୟକାରୀ କରୁଥିଲେ। ଏହି ଏକାଠି ହେବାକୁ ଆନୁଷ୍ଠାନିକ କରୁଥିଲା ବିବାହ।
ଦ୍ୱିତୀୟ କାରଣ ହେଲା- ପୁରୁଷ ଉପରୋକ୍ତ ପ୍ରକଳ୍ପରେ ନିଜର ଉପାର୍ଜିତ ସମ୍ବଳ ବିନିଯୋଗ କରିବା ପାଇଁ ଏକ ସର୍ତ୍ତ ଆରୋପ କରିଥାଏ । ସର୍ତ୍ତଟି ହେଲା, ନିଶ୍ଚିତ ହେବା ଦରକାର ଯେ ସନ୍ତାନଟି ତାହାର ଔରସରୁ ହିଁ ଜନ୍ମ ହୋଇଛି। କୁହାଯାଏ ମା’ ହେଉଛି ନିଶ୍ଚିତ, ବାପା ହେଉଛି ଏକ ଅନୁମାନ ମାତ୍ର। ଯଦି ପୁରୁଷର ସନ୍ଦେହ ହୁଏ ଯେ ସନ୍ତାନଟି ତା’ର ନୁହେଁ ତେବେ ସେ ଆଉ ସନ୍ତାନର ସୁରକ୍ଷାର କୌଣସି ଦାୟିତ୍ୱ ନେବ ନାହିଁ । ତେଣୁ ଏ ସନ୍ଦେହ ଦୂର କରିବା ପାଇଁ ମନୁଷ୍ୟ ବିବାହର ଉଦ୍ଭାବନ କଲା। ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଏକ ଦମ୍ପତିର ସନ୍ତାନ ଜନ୍ମ ହେଲେ ସମ୍ପୃକ୍ତ ପୁରୁଷ ହିଁ ତାହାର ପିତା ରୂପେ ସନ୍ଦେହ ଶୂନ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥାଏ। ରସେଲ୍‌ ତାଙ୍କର ଏହି ଅନୁଶୀଳନ ପ୍ରକାଶ କରିବା ପରଠାରୁ ବିବାହ ଅନୁଷ୍ଠାନର ଭବିଷ୍ୟତକୁ ନେଇ ନାନା କଳ୍ପନାଜଳ୍ପନା କରାହୋଇ ଆସିଛି। ଯଥା- ଯଦି ନାରୀ ମଧ୍ୟ ନିଜେ ସମ୍ବଳ ସଂଗ୍ରହ କରିପାରେ କିମ୍ବା ସମାଜ ବା ରାଷ୍ଟ୍ର ଯଦି ସନ୍ତାନର ଲାଳନ ପାଳନ ଏବଂ ଭରଣ ପୋଷଣର ଦାୟିତ୍ୱ ନିଏ, ତେବେ ରସେଲ୍‌ଙ୍କ ତତ୍ତ୍ୱ ଅନୁସାରେ ବିବାହ ଅନାବଶ୍ୟକ ହୋଇପଡ଼ିବ। ଇତି ମଧ୍ୟରେ ରସେଲ୍‌ଙ୍କ ଲେଖା ପ୍ରକାଶ ପାଇବା ପରେ ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ଗତ ହୋଇଗଲାଣି। ଏହି ସମୟରେ ପାଶ୍ଚାତ୍ୟ ଜଗତରେ, ବିଶେଷ କରି ପଶ୍ଚିମ ଇଉରୋପରେ ଉପରୋକ୍ତ ଦୁଇପ୍ରକାର ଘଟଣା ଅଧିକରୁ ଅଧିକ ଘଟିଲାଣି। ନାରୀମାନେ ବହୁଳ ସଂଖ୍ୟାରେ ସ୍ବାବଲମ୍ବୀ ହେଲେଣି ଏବଂ ସେଠାକାର ଜନମଙ୍ଗଳ ଲାଳନପାଳନ କରିବା ପାଇଁ ଆବଶ୍ୟକ ସାହାଯ୍ୟ ରାଷ୍ଟ୍ର ତରଫରୁ ସେମାନଙ୍କୁ ମିଳିଯାଉଛି। ତେଣୁ ଏ ପରିପ୍ରେକ୍ଷୀରେ ବିବାହ ପ୍ରତି ସେଠାକାର ଲୋକମାନଙ୍କର ଆଭିମୁଖ୍ୟ କିଭଳି ହେଲାଣି ତାହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହୋଇଛି।
ଏ ପ୍ରଶ୍ନର ଉତ୍ତର ପାଇବା ପାଇଁ ଆମେ ବ୍ରିଟେନ୍‌ରେ ଗତ ସପ୍ତାହରେ ଅନୁଷ୍ଠିତ ଏକ ସାମାଜିକ ଆଭିମୁଖ୍ୟ ସର୍ବେକ୍ଷଣ ରିପୋର୍ଟ ଉପରେ ଦୃଷ୍ଟିପାତ କରିବା। ୧୯୮୩ଠାରୁ ପ୍ରତିବର୍ଷ ଉପରୋକ୍ତ ସର୍ବେକ୍ଷଣ ଅନୁଷ୍ଠିତ ହୋଇଆସୁଛି। ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଦୁଇ ତୃତୀୟାଂଶ ଲୋକ ବିବାହିତ ଦମ୍ପତି ଓ ଅବିବାହିତ ଦମ୍ପତିଙ୍କ ମଧ୍ୟରେ କୌଣସି ପ୍ରଭେଦ ଦେଖୁନାହାନ୍ତି। ବିବାହ ନ କରି ନାରୀ ସନ୍ତାନ ଜନ୍ମ କରିବା ଏମାନଙ୍କ ପାଇଁ ଗ୍ରହଣୀୟ। ଅର୍ଥାତ୍‌- ବିବାହକୁ ଏମାନେ ଆଉ ଏକ ଆବଶ୍ୟକ ଅନୁଷ୍ଠାନ ରୂପେ ବିଚାର କରୁନାହାନ୍ତି। ଏମାନେ ଏବେ ବିବାହକୁ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ରୂପେ ବିଚାର କରୁଛନ୍ତି ବୋଲି କହୁଛନ୍ତି। ଯେଉଁମାନେ ଏଥିପାଇଁ ଦରକାର ଅର୍ଥ (ହାରାହାରି ୧୭୦୦୦ ପାଉଣ୍ଡ ବା ୧୪ ଲକ୍ଷ ଟଙ୍କା) ଖର୍ଚ୍ଚ କରିବା ପାଇଁ ରାଜି, ସେମାନେ ବିବାହ ଉତ୍ସବ ଆୟୋଜନ କରୁଛନ୍ତି । ଏହାସତ୍ତ୍ୱେ ଯେତେବେଳେ ସନ୍ତାନର ଲାଳନପାଳନ ଓ ଅଭିବୃଦ୍ଧି ଉପରେ ବିବାହର ପ୍ରଭାବ ସମ୍ବନ୍ଧରେ ଏକ ପ୍ରଶ୍ନ ପଚରାଗଲା, ୪୧% ଲୋକ ସ୍ବୀକାର କଲେ ଯେ, ଏକାକିନୀ ମା’ ଅପେକ୍ଷା ଏକ ଦମ୍ପତି ସନ୍ତାନର ଅଧିକ ଭଲ ଯତ୍ନ ନେଇପାରିବ। ଏହା ମଧ୍ୟ ଦେଖାଯାଇଛି ଯେ, ସନ୍ତାନ ଜନ୍ମର ଅଳ୍ପ କାଳ ପରେ ବିବାହିତ ଦମ୍ପତିଙ୍କ ଅପେକ୍ଷା ଅବିବାହିତ ଦମ୍ପତିମାନଙ୍କ ମଧ୍ୟରେ ଅଧିକ ବିଚ୍ଛେଦ ଘଟିଥାଏ। ଅତଏବ ଏମାନଙ୍କ ମତରେ ବିବାହିତ ଦମ୍ପତିଙ୍କର ସନ୍ତାନମାନେ ଅଧିକ ଯତ୍ନର ସହିତ ପାଳିତ ହେବେ ଏବଂ ଉତ୍ତମ ନାଗରିକ ହେବେ । ଏହାକୁ ହୃଦୟଙ୍ଗମ କରି ବ୍ରିଟେନ୍‌ର ଜାଠ୍‌ ଦଳ ପାରମ୍ପରିକ ପରିବାରର ସୁରକ୍ଷାକୁ ସେମାନଙ୍କ ଦଳର ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଇଛି। ବିବାହକୁ ଯଦି ଏକ ଆବେଗିକ ବନ୍ଧନ ରୂପେ ବିଚାର କରାଯାଏ, ତେବେ ଏକ ଅନୁଷ୍ଠାନ ମାଧ୍ୟମରେ ଆବେଗର ମିଳନ ଘଟିବା ଉଦ୍ଭଟ ମନେ ହୋଇପାରେ । କିନ୍ତୁ ଅସହାୟ ମାନବ ଶିଶୁ ଉପଯୁକ୍ତ ଅଭିବୃଦ୍ଧି ଓ ସୁରକ୍ଷା ପାଇଁ ବିବାହ ଯେ ତଥାପି ଆବଶ୍ୟକ, ରସେଲ୍‌ଙ୍କ ଅନେକ ଉତ୍ତର ପୁରୁଷ ତଥାପି ବିଶ୍ୱାସ କରୁଛନ୍ତି ।
ଅଧୀକ୍ଷକ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଅର୍ବାନ ସିଏଚ୍‌ସି, ସିଡିଏ, କଟକ
E-mail : drkanti111nayak@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri