ବିବାହର ୭ ମାସ ନ ପୂରୁଣୁ ନବବିବାହିତାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା: ସ୍ବାମୀ, ଦିଅର କୋର୍ଟ ଚାଲାଣ, ନ୍ୟାୟ ଅପେକ୍ଷାରେ ମୃତକାଙ୍କ ମା’, ୨ ଭାଇ

ଜୁନାଗଡ,୧୨।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଚୈଗୁଡା ଗ୍ରାମରେ ଗତ ୬ତାରିଖ ମଙ୍ଗଳବାର ବିବାହର ୭ମାସ ନ ପୂରୁଣୁ ଜଣେ ନବବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା। ତାଙ୍କ ନାମ ଦୀପାଞ୍ଜଳି ମେହେର(୨୬)। ଉକ୍ତ ଦିନ ମୃତକାଙ୍କ ଭାଇ ଆଶିଷ ମେହେର ଭଉଣୀଙ୍କୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଥିବା ନେଇଁ ଜୁନାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଜୁନାଗଡ ପୋଲିସ ମୃତାକାଙ୍କ ସ୍ବାମୀ, ଦିଅର, ଶାଶୁଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରିଥିଲା। ଏହି ଘଟଣାରେ ଜୁନାଗଡ ପୋଲିସ ଦଫା ୩୦୨,୪୯୮ଏରେ ଏକ ମାମଳା (ନଂ. ୧୮୩/୧୯) ରୁଜୁ କରି ଘଟଣାର ୫ଦିନ ପରେ ରବିବାର ମୃତାକାଙ୍କ ସ୍ବାମୀ ଧନଞ୍ଜୟ ମେହେର ଓରଫ ମନ ଓ ଦିଅର ନାରାୟଣ ମେହେର ଓରଫ କାଳିଆଙ୍କୁ ଧର୍ମଗଡ଼ ଏସ୍‌ଡିଜେଏମ୍‌ କୋର୍ଟ ଚାଲାଣ କରିଛି। ସେହିପରି ଅଟକ ଥିବା ମୃତାକାଙ୍କ ଶାଶୁଙ୍କୁ ପୋଲିସ ଛାଡଦେଇଥିବା ଜଣାପଡିଛି। ଯାହାକୁ ନେଇଁ ପୋଲିସର କାର୍ଯ୍ୟକଳାପ ପ୍ରତି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଅନ୍ୟପକ୍ଷରେ, ମୃତକାଙ୍କ ମା ଶୁଭ୍ର ୨ ସାନ ଭାଇ ଆଶିଷ ଓ ରାହୁଲ ଏବେ ନ୍ୟାୟ ଅପେକ୍ଷାରେ ଚାହଁି ରହିଛନ୍ତି। ଏ ନେଇଁ ଜୁନାଗଡ ଆଇଆଇସି ପ୍ରଭାତ କୁମାର ସେଠିଙ୍କୁ ପଚାରିବାରୁ ମୃତାକାଙ୍କୁ ସ୍ବାମୀ ଦିଅରଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି। ସେହିପରି ମୃତାକାଙ୍କ ଶାଶୁଙ୍କୁ ବୃଦ୍ଧା ଜନିତ କାରଣରୁ ୁକୋର୍ଟ ଚାଲାଣ କରା ନ ଯାଇ ତାଙ୍କୁ ତଦନ୍ତରେ ରଖାଯାଇଛି ବୋଲି କହିଥିଲେ
ପ୍ରକାଶ ଯେ,ଜୁନାଗଡ ବ୍ଲକ ଛୋରିଆଗଡ ଗ୍ରାମର ଦୀପାଞ୍ଜଳୀ ମେହେର(୨୬)ଚିଚୈଗୁଡା ଗ୍ରାମର ଧନଞ୍ଜୟ ମେହେର(୪୦)ଙ୍କୁ ଗତ ଜାନୁୟାରୀ ୨୮ ତାରିଖରେ ବୈଦିକ ରିତୀରେ ବିବାହ କରିଥିଲେ। ଗତ ୬ତାରିଖ ମଙ୍ଗଳବାର ସକାଳରେ ଦୀପାଞ୍ଜଳୀଙ୍କ ମୃତ୍ୟୁ ହୋଇଥିବା ନେଇଁ ଚିଚୈଗୁଡା ଗ୍ରାମର ସଂପର୍କୀୟଙ୍କଠୁ ମୃତାକାଙ୍କ ମା ଘର ଲୋକେ ହଟାତ୍‌ ଖବର ପାଇଥିଲେ। ସ୍ବାମୀ ଧନଞ୍ଜୟ,ଦିଅର ନାରାୟଣ ଓ ଶାଶୁ ସମସ୍ତେ ମିଶି ସୁପରିକଳ୍ପିତ ଭାବେ ଦୀପାଞ୍ଜଳୀଙ୍କୁ ହତ୍ୟା କରିଥିବା ନେଇଁ ମୃତାକାଙ୍କ ଭାଇ ଆଶିଷ ଜୁନାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri