Posted inଜାତୀୟ

ବିବାହର ୧୫ ଦିନ ପରେ ସ୍ବାମୀକୁ ଲୁଟି ସ୍ତ୍ରୀ ଫେରାର

ରୋହତକ, ୨୩।୬: ବେଳେବେଳେ ଅଜବ ଖବର ଲୋକଲୋଚନକୁ ଆସିଥାଏ, ଯାହା ଶୁଣିଲେ ମଧ୍ୟ ବିଶ୍ୱାସ କରିହୁଏ ନାହିଁ। କିନ୍ତୁ ଘଟଣା ସତ୍ୟ। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ହରିୟାଣାର ଜିନ୍ଦ୍‌ ଜିଲାରେ। ନିଜ ସ୍ବାମୀଙ୍କୁ ଲୁଟି ଫେରାର ହୋଇ ଯାଇଛନ୍ତି ସ୍ତ୍ରୀ। ଯୁବକଙ୍କୁ ବିବାହ କରିବାର ମାତ୍ର ୧୫ ଦିନ ପରେ ଘଟିଛି ଏଭଳି ଘଟଣା। ସମ୍ପୃକ୍ତ ଯୁବକ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଚିଠି ଲେଖି ସାହାଯ୍ୟ ଭିକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ୩୬ ବର୍ଷୀୟ ସୁରେନ୍ଦ୍ର ଦୁଇଜଣ ମଧ୍ୟସ୍ଥିଙ୍କ ଜରିଆରେ ୭୦ ହଜାର ଟଙ୍କା ଖର୍ଚ୍ଚ କରି ବିବାହ କରିଥିଲେ। ସୁରେନ୍ଦ୍ରଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହୋଇ ଯାଇଥିବାରୁ ମାତାପିତାଙ୍କ ଦେଖାଶୁଣା କରିବା ପାଇଁ ସେ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲେ। ମେ୧୭ରେ ସୁରେନ୍ଦ୍ରଙ୍କ ସହ ଯୋଗୀନ୍ଦର ଏବଂ ବୀରେନ୍ଦ୍ର ନାମକ ଦୁଇ ବ୍ୟକ୍ତିଙ୍କର ପରିଚୟ ହୋଇଥିଲା। ସେମାନେ ତାଙ୍କୁ ଲୁଧିଆନାର ଜଣେ ଗରିବ ଅନାଥ ଝିଅ ସହ ବିବାହ କରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ସେମାନେ ୭୦ ହଜାର ଟଙ୍କା ନେଇଥିଲେ। ଏହାପରେ ୨୮ ବର୍ଷୀୟା ଜନୈକା ଯୁବତୀଙ୍କୁ ଜିନ୍ଦ୍‌ ଜିଲାକୁ ଆଣି ବିବାହ କରି ଦେଇଥିଲେ। ଲୁଧିଆନାସ୍ଥ କୋର୍ଟରେ ବିବାହ ପଞ୍ଜୀକରଣ ମଧ୍ୟ ହୋଇଥିଲା। ୧୫ ଦିନ ଦାମ୍ପତ୍ୟ ସମ୍ପର୍କ ବିତାଇବା ପରେ ଯୁବତୀ ଜଣଙ୍କ ଲୁଧିଆନାରେ ଥିବା ତାଙ୍କ ମାଉସୀଙ୍କ ପାଖକୁ ଯିବାକୁ ସ୍ବାମୀକୁ କହିଥିଲେ। ସୁରେନ୍ଦ୍ର ଷ୍ଟେଶନକୁ ଛାଡିବାକୁ ଯାଇଥିବାବେଳେ ସେଠାରୁ ଯୁବତୀ ଜଣଙ୍କ ଚମ୍ପଟ ମାରିଥିଲେ। ଯିବା ପୂର୍ବରୁ ସୁରେନ୍ଦ୍ରଙ୍କଠାରୁ ଯୁବତୀ ଜଣଙ୍କ ଫୋନ୍‌, ସୁନା ଗହଣା ମଧ୍ୟ ମାଗି ନେଇଥିଲେ। ସୁରେନ୍ଦ୍ରେ ଏନେଇ ପୋଲିସରେ ଏତଲା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri