ବିବାଦୀୟ ବଦଳି

ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଅନେକ ଲୋକଙ୍କୁ ପ୍ରଭାବିତ କରିଛି। କିନ୍ତୁ ଏହା ସମ୍ଭବତଃ କର୍ନାଟକ ସରକାରଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ । ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେଇ କର୍ନାଟକ ସରକାର ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ଶ୍ରମ ବିଭାଗର ପ୍ରମୁଖ ସଚିବ ପି. ମଣିଭନ୍ନମ୍‌ଙ୍କୁ କୌଣସି ନୂଆ ପଦରେ ନିଯୁକ୍ତି ନ ଦେଇ ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ଆଇଏଏସ୍‌ ଅଧିକାରୀ ମହେଶ୍ୱର ରାଓଙ୍କୁ ଅବସ୍ଥାପିତ କରାଯାଇଛିି। ଏହି ବଦଳି ସରକାରୀ କର୍ମଚାରୀ ଓ ଜନସାଧାରଣଙ୍କୁ ଚକିତ କରିଥିବା ଦେଖାଯାଇଛି। ଲକ୍‌ଡାଉନ୍‌ ମାନୁଫାକଚରିଂ ଏବଂ ନିର୍ମାଣ କ୍ଷେତ୍ରଗୁଡିକର ବହୁତ କ୍ଷତି କରିଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଶିଳ୍ପ ଶ୍ରମ ନିୟମକୁ କୋହଳ କରିବାକୁ ଚାହୁଁଥିବାବେଳେ ମଣିଭନ୍ନମ କିନ୍ତୁ ଶ୍ରମିକମାନଙ୍କ ଅଧିକାର ପାଇଁ ସ୍ବର ଉଠାଇଆସୁଥିଲେ, ଯେଉଁଥିପାଇଁ ଏହି ନିର୍ଦ୍ଦେଶ ଆସିଛି ବୋଲି ଜଣାପଡିଛି। ୟୁପି (ଉତ୍ତରପ୍ରଦେଶ) ଢାଞ୍ଚାର ଶ୍ରମ ନିୟମ ଆଣିବା ଲାଗି ଏକ ଲବି ବି କରାଯାଇଥିଲା। ସରକାର ନିଯୁକ୍ତିଦାତାମାନଙ୍କୁ ଏ ସଂକ୍ରାନ୍ତରେ ନୋଟିସ ଜାରି କରିବେ ବୋଲିି ନିକଟରେ ମଣିଭନ୍ନମ ଟୁଇଟ୍‌ କରି ଜଣାଇଥିଲେ। କିନ୍ତୁ କେତେ ଜଣ ମନ୍ତ୍ରୀ ମଣିଭନ୍ନମଙ୍କ ଉପରେ ସନ୍ତୁଷ୍ଟ ନ ଥିଲେ, ଯେଉଁଥିପାଇଁ ତାଙ୍କୁ ବଦଳି କରାଯାଇଥିବା ଅନୁମାନ କରାଯାଏ। ମଜ୍ଜାକଥା ହେଉଛି,ଏହି ଅଧିକାରୀଙ୍କ ବଦଳି ଏକ ପ୍ରତିକ୍ରିୟା ସୃଷ୍ଟି କରିଛି। ଅନେକେ ମଣିଭନ୍ନମଙ୍କୁ ପୁନଃ ଅବସ୍ଥାପିତ କରିବାକୁ ସରକାରଙ୍କ ଉପରେ ଚାପ ପକାଇବା ଲାଗି ଅନ୍‌ଲାଇନରେ ଅଭିଯାନ ଆରମ୍ଭ କରିଦେଇଛନ୍ତି।
କଠିନ ପରିସ୍ଥିତିରେ ଶିକ୍ଷା
ସାଧାରଣତଃ ଆଇଏଏସ୍‌ ଅଧିକାରୀମାନେ ସେମାନଙ୍କ କ୍ଷେତ୍ର ପ୍ରଶିକ୍ଷଣ ବା ଫିଲ୍ଡ ଟ୍ରେନିଂ ଆରମ୍ଭରେ ଷ୍ଟେଟ୍‌ ଏକାଡେମୀରେ ତିନିମାସ ରହିଥାନ୍ତି। କିନ୍ତୁ ଚଳିତବର୍ଷ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ସେମାନଙ୍କୁ ସିଧା ଜିଲାକୁ ପଠାଯାଇଛି। ସୂତ୍ରରୁ ପ୍ରକାଶ ଯେ,୧୮୨ ଜଣ ଆଇଏଏସ୍‌ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରୁ ୯୬ ଜଣ ଆସିଷ୍ଟାଣ୍ଟ କଲେକ୍ଟର ଭାବେ ସେମାନଙ୍କ ବର୍ଷ ବ୍ୟାପୀ ଫିଲ୍ଡ ଟ୍ରେନିଂ ଆରମ୍ଭ କରିବା ପାଇଁ ମଶୋରିସ୍ଥ ଲାଲବାହାଦୁର ଶାସ୍ତ୍ରୀ ନ୍ୟାଶ୍‌ନାଲ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେଶନ କ୍ୟାମ୍ପସ ଛାଡିଛନ୍ତି। ଏଭଳି କାର୍ଯ୍ୟରେ ନୂଆ କରି ଅଂଶଗ୍ରହଣ କରିବାକୁ ଯାଉଥିବା ବାବୁମାନେ ଯେଉଁ ରାଜ୍ୟରେ ନିଯୁକ୍ତି ପାଇଛନ୍ତି ସେହି ରାଜ୍ୟ ପଠାଇଥିବା କାର୍‌ରେ ସେମାନେ ଏକାଡେମୀ ଛାଡିଛନ୍ତି। ଆଉ ଯେଉଁ ବାବୁମାନେ ଏକାଡେମୀଠାରୁ ଦୂର ରାଜ୍ୟମାନଙ୍କରେ ନିଯୁକ୍ତି ପାଇଛନ୍ତି ସେମାନେ କାର୍ଯ୍ୟରେ ଯୋଗ ଦେବା ଲାଗି ବିମାନ ସେବା ଆରମ୍ଭ ହେବା ଯାଏ ଅପେକ୍ଷା କରିଛନ୍ତି। ସରକାର ଅନୁଭବ କରିଛନ୍ତି ଯେ, କରୋନା ମହାମାରୀ ସମୟରେ ଏହି ଯୁବ ଅଧିକାରୀମାନେ ପ୍ରଶାସନକୁ ସାହାଯ୍ୟ କରିବା ସହ ତଥ୍ୟ ସଂଗ୍ରହ କରିବା ଭଳି କାର୍ଯ୍ୟରେ ଯୋଗଦାନ ଦେଇପାରିବେ। ଏବେଯାଏ ଏହି ପ୍ରଶିକ୍ଷାର୍ଥୀଙ୍କ କୌଣସି ଆଇନଗତ କ୍ଷମତା ନାହିଁ, କିନ୍ତୁ ସେମାନେ ସହାୟକ ଭୂମିକାରେ କାର୍ଯ୍ୟ ସମ୍ପାଦନ କରିପାରିବେ। ପ୍ରଶିକ୍ଷାର୍ଥୀ ବାବୁମାନଙ୍କ ପାଇଁ ଏହା ଏକ ନୂଆ ବ୍ୟବସ୍ଥା , ଯେଉଁଥିରେ କଠିନ ପରିସ୍ଥିତି କିମ୍ବା ଆହ୍ବାନରୁ ସେମାନେ କିଛି ଶିକ୍ଷା କରିବାକୁ ଯାଉଛନ୍ତି। ଜିଲା ସ୍ତରରେ କରୋନା ମହାମାରୀ ବିରୋଧୀ ଲଢେଇରେ ସେମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଶୀଘ୍ର କାମ କରିବେ।
ଜରୁରିକାଳୀନ ଭଳି କ୍ଷମତା
ଦେଶର ୭୩୩ଟି ଜିଲାର ଦାୟିତ୍ୱରେ ଥିବା ଜିଲାପାଳମାନେ ସାଧାରଣ ପ୍ରଶାସନ କ୍ଷେତ୍ରରେ ସବୁଠୁ କ୍ଷମତାଶାଳୀ ଭାବେ ଉଭା ହୋଇଛନ୍ତି। ସେମାନେ କରୋନା ଭାଇରସ୍‌ ମହାମାରୀ ବିରୋଧୀ ଲଢେଇର ନେତୃତ୍ୱ ନେଉଛନ୍ତି। କରୋନା ବିରୁଦ୍ଧରେ ଲଢେଇ କରିବା ପାଇଁ କେନ୍ଦ୍ର ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଏବଂ ପୁରୁଣା କୁହାଯାଉଥିବା ମହାମାରୀ ରୋଗ ଆଇନ, ୧୮୯୭କୁ ଲାଗୁ କରିଛନ୍ତି। ଏହି ଦୁଇଟି ଆଇନ ଅତୀତରେ କ୍ୱଚିତ ଲାଗୁ କରାଯାଇଛି। କିନ୍ତୁ ଏବେ ଏହି ପରିସ୍ଥିତିରେ ଏହା ଡେପୁଟି କମିଶନର, କଲେକ୍ଟର କିମ୍ବା ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ (ରାଜ୍ୟରେ ନାମପଦ୍ଧତି ଅନୁସାରେ)ଙ୍କୁ ସେମାନଙ୍କ ଜିଲାରେ ଶାସନ କରିବା ଲାଗି ଅତ୍ୟଧିକ କ୍ଷମତା ପ୍ରଦାନ କରିଛି। ଏପରି କି କ୍ଷେତ୍ରବିଶେଷରେ ଜଣେ ଜିଲାପାଳଙ୍କ ନିର୍ଦ୍ଦେଶ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶଠାରୁ ଅଧିକ ପ୍ରଭାବଶାଳୀ ବୋଲି ସୂତ୍ରରୁ ଜଣାପଡିଛି! ସେମାନେ ଏବେ ଏକ ଯୋଜନାକୁ ବନ୍ଦ କରିପାରିବେ, ଯାନ କିମ୍ବା ହୋଟେଲ ଅଧିଗ୍ରହଣ କରିପାରିବେ, ବ୍ୟକ୍ତିଙ୍କ ଯାତାୟାତ ଉପରେ କଟକଣା ଲଗାଇପାରିବେ। ସେମାନେ ଯେକୌଣସି ଘରକୁ ଭାଙ୍ଗିପାରିବେ। ଏପରି କି କେନ୍ଦ୍ର ଏବେ ଲକ୍‌ଡାଉନ୍‌ କୋହଳ କରିବା ଆରମ୍ଭ କରିଥିବାବେଳେ ଏହି ନିୟମକୁ ବ୍ୟାଖ୍ୟା କରିବାରେ ପ୍ରଭେଦ ଥିବା ଯୋଗୁ ଗୋଟିଏ ଜିଲାରୁ ଆଉ ଏକ ଜିଲାରେ ସମାନଙ୍କ ନିର୍ଦ୍ଦେଶ ମଧ୍ୟ ଭିନ୍ନ ହେବାର ସମ୍ଭାବନା ରହିଛି। ତେବେ ଉକ୍ତ ସ୍ଥିତିରେ ଜିଲାପାଳମାନଙ୍କୁ ଏହି ଦୁଇ ନିୟମରେ ବ୍ୟାପକ କ୍ଷମତା ପ୍ରଦାନ କରାଯାଇଥିବାରୁ ସ୍ଥାନୀୟ ଏମ୍‌ପି ଓ ଏମ୍‌ଏଲଏ୍‌ମାନେ ସେମାନଙ୍କ ଉପରେ ଚାପ ପକାଇବାର କମ୍‌ ସୁଯୋଗ ରହିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

ରାମରାଜ୍ୟର ବାସ୍ତବ ଲକ୍ଷ୍ୟ

ଏବେ ‘ସନାତନ ଧର୍ମ’ ବାକ୍ୟାଂଶ ବା ସ୍ଲୋଗାନ ଅତି ସାଧାରଣ ଭାବରେ ବ୍ୟବହାର ହେଉଛି। ଏହାକୁ ଏକ ପ୍ରାଚୀନ ହିନ୍ଦୁ ଜୀବନଶୈଳୀ ରୂପେ ଉପସ୍ଥାପନ କରାଯାଉଛି, ଯାହା…

ଗୋଇନ୍ଦା ବିଫଳତା-ଉତ୍ତରଦାୟୀ କିଏ

ସାରା ରାଜ୍ୟରେ ବଡ଼ ଜୋରସୋରରେ କୁଖ୍ୟାତ ଅପରାଧୀମାନଙ୍କ ଧରପଗଡ଼ ଚାଲିଛି। କେତେଜଣ ଧରାହୋଇ ଜେଲ କୋଠରିକୁ ଫେରୁଛନ୍ତି ତ ପୁଣି କେତେକେ ପୋଲିସ ଆଖିରେ ଧୂଳିଦେଇ ଫେରାର…

୯ କିଲୋମିଟରର ଅକୁହା କାହାଣୀ

ପ୍ରଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri