Posted inଜାତୀୟ

ବିବାଦରେ ବନ୍ଧ୍ୟାକରଣ ଏଜେଣ୍ଡା

ଭୋପାଳ,୨୨ା୨: ଅନୂ୍ୟନ ଜଣେ ପୁରୁଷଙ୍କ ବନ୍ଧ୍ୟାକରଣ କରାଅ। ନଚେତ୍‌ ଚାକିରି ଛାଡ଼। ପୁରୁଷ ବହୁ-ଉଦ୍ଦେଶୀୟ ସ୍ବାସ୍ଥ୍ୟକର୍ମୀ (ଏମ୍‌ପିଏଚ୍‌ଡବ୍ଲ୍ୟୁ)ମାନଙ୍କୁ ଏଭଳି ବିଚିତ୍ର ନିର୍ଦ୍ଦେଶନାମା ଜାରି କରି ବିବାଦରେ ଫସିଛନ୍ତି ମଧ୍ୟପ୍ରଦେଶର କମଲନାଥ ସରକାର।
ମଧ୍ୟପ୍ରଦେଶରେ ମାତ୍ର ୦.୫% ପୁରୁଷ ନିଜର ବନ୍ଧ୍ୟାକରଣ କରାଇଛନ୍ତି ବୋଲି ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୪ରେ ଦର୍ଶାଯାଇଛି। ଉକ୍ତ ରିପୋର୍ଟ ଆଧାରରେ ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) ପକ୍ଷରୁ ରାଜ୍ୟର ବରିଷ୍ଠ ଜିଲା ଅଧିକାରୀ ଓ ଚିଫ୍‌ ମେଡିକାଲ ଆଣ୍ଡ ହେଲ୍‌ଥ ଅଫିସର(ସିଏଚ୍‌ଏମ୍‌ଓ)ମାନଙ୍କୁ ଏକ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅଧିକାରୀମାନେ ଏପରି ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କୁ ଚିହ୍ନଟ କରିବେ, ଯେଉଁମାନେ କି ୨୦୧୯-୨୦ ଆର୍ଥିକ ବର୍ଷରେ ଜଣେ ହେଲେ ପୁରୁଷଙ୍କ ବନ୍ଧ୍ୟାକରଣ କରିନାହାନ୍ତି। ବନ୍ଧ୍ୟାକରଣ କରାଇବାରେ ବିଫଳ ହେଲେ ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀଙ୍କ ଦରମା ବନ୍ଦ କରିଦିଆଯିବା ସହ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ ବୋଲି ଏଥିରେ ନିର୍ଦ୍ଦେଶ ରହିଛି। ମାର୍ଚ୍ଚ ୩୧ରେ ଏହି ଅବଧି ଶେଷ ହେଉଥିବାବେଳେ ‘କାମ ନାହିଁ ତ ଦରମା ନାହିଁ’ ନିୟମକୁ ଏଥିରେ କଡ଼ାକଡ଼ି କରାଯାଇଛି। ଫେବୃୟାରୀ ୧୧ରେ ଏନ୍‌ଏଚ୍‌ଏମ୍‌ ପକ୍ଷରୁ ଜାରି ସର୍କୁଲାରରେ ଏହାକୁ ‘ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’ କାର୍ଯ୍ୟ ବୋଲି ଅଭିହିତ କରାଯାଇଛି। ଚଳିତ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ଅନୂ୍ୟନ ଜଣେ ପୁରୁଷଙ୍କୁ ବୁଝାଇସୁଝାଇ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଇବାକୁ ନିର୍ଦ୍ଦେଶ ରହିଥିଲା। ଏହାସହ ଜିଲାଗୁଡ଼ିକରେ ଶିବିର ଆୟୋଜନ ବେଳେ ଏମ୍‌ପିଏଚ୍‌ଡବ୍ଲ୍ୟୁମାନେ ଅନୂ୍ୟନ ୫ରୁ ୧୦ ଜଣ ଆଗ୍ରହୀ ହିତାଧିକାରୀଙ୍କୁ ଅସ୍ତ୍ରୋପଚାର କରାଇବେ ବୋଲି କୁହାଯାଇଥିଲା। ନିର୍ଦ୍ଦେଶନାମାକୁ ନେଇ ବିବାଦ ସୃଷ୍ଟିହେବା ପରେ ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଏହାକୁ ପ୍ରତ୍ୟାହାର କରିନେଇଛନ୍ତି। ମଧ୍ୟପ୍ରଦେଶ ଏନ୍‌ଏଚ୍‌ଏମ୍‌ ଉପନିର୍ଦ୍ଦେଶିକା ପ୍ରଜ୍ଞା ତିଓ୍ବାରୀ କହିଛନ୍ତି, ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶନାମାକୁ ତତ୍କାଳ ରଦ୍ଦ କରାଯାଉଛି। ଏଥିରେ ବ୍ୟବହାର କରାଯାଇଥିତ୍ବା ଭାଷା ଠିକ୍‌ ନ ଥିଲା। ଉପଯୁକ୍ତ ବିଚାର ପରେ କାମ କରାଯିବା ଉଚିତ। ତେବେ ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ତୁଲସୀ ସିଲାଓ୍ବତ୍‌ଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଇନ୍ଦିରା, ଜରୁରୀ ପରିସ୍ଥିତି ଓ ଗଣବନ୍ଧ୍ୟାକରଣ
୧୯୭୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରିକାଳୀନ ପରିସ୍ଥିତି ଜାରି କରିଥିବାବେଳେ ତାଙ୍କ ପୁଅ ସଞ୍ଜୟ ଗାନ୍ଧୀ ଏକ ବିଚିତ୍ର ଅଭିଯାନ ଆରମ୍ଭ କରିଥିଲେ। ତାହା ହେଉଛି ପୁରୁଷ ବନ୍ଧ୍ୟାକରଣ। ଗରିବ ପୁରୁଷମାନଙ୍କୁ ବର୍ଷକ ମଧ୍ୟରେ ବନ୍ଧ୍ୟାକରଣ କରିବା ଥିଲା ଏହି ଅଭିଯାନର ଉଦ୍ଦେଶ୍ୟ। ପୋଲିସ କର୍ମଚାରୀମାନେ ଗାଁଗୁଡ଼ିକୁ ଘେରି ପୁରୁଷମାନଙ୍କୁ ଘୋଷାଡ଼ି ଘୋଷାଡ଼ି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଉଥିବା ସେତେବେଳେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଯୋଜନା ଅନୁସାରେ କେନ୍ଦ୍ର ସରକାର ୬.୨ ନିୟୁତ ପୁରୁଷଙ୍କ ଅସ୍ତ୍ରେପଚାର କରାଇଥିଲେ। ଭୁଲ ଅପରେଶନ ଯୋଗୁ ୨ ହଜାରରୁ ଊର୍ଦ୍ଧ୍ୱ ପୁରୁଷଙ୍କ ମୃତ୍ୟୁ ଘଟିଥିଲା। ନାଜିମାନଙ୍କ ପୁରୁଷ ବନ୍ଧ୍ୟାକରଣ ବେଳର ମୃତ୍ୟୁସଂଖ୍ୟାର ଏହା ୧୫ ଗୁଣ ଅଧିକ ବୋଲି ସାଇନ୍ସ ଜର୍ନାଲିଷ୍ଟ ମାରା ହବିସ୍ତୋନଦହଲ ଏକ ରିପୋର୍ଟରେ ଉଲ୍ଲେଖ କରିଥିଲେ। ଏହି ଗଣଅସ୍ତ୍ରୋପଚାରର ନେତୃତ୍ୱ ନେଇଥିବାରୁ ସଞ୍ଜୟ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ରୁକ୍‌ଶାନା ସୁଲତାନା ଅନେକ ଦୁର୍ନାମ ମୁଣ୍ଡାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri