ବିବାଦରେ ଅମିତାଭ ବଚ୍ଚନ:ଘର ଆଗରେ ବିରୋଧ ପ୍ରଦର୍ଶନ ଜାରି

ବିଦାଦ ଘେରକୁ ଆସିଛନ୍ତି ବଲିଉଡ୍‌ ସୁପରଷ୍ଟାର୍‌ ଅମିତାଭ ବଚ୍ଚନ। ମେଟ୍ରୋ କାର୍‌ ଶେଡ ପାଇଁ ମୁମ୍ବାଇର ଆରେ ଜଙ୍ଗଲର ୨୭୦୦ ଗଛ କଟାଯିବା ନିଷ୍ପତ୍ତିକୁ ବଲିଉଡ୍‌ ବହୁ ସେଲେବ୍ରିଟି ବିରୋଧ କରିଥିବାବେଳେ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଏହା ସପକ୍ଷରେ ଯୁକ୍ତି ବାଢି ଲୋକଙ୍କ ସମାଲୋଚନାର ଶିକାର ହୋଇଛନ୍ତି। ଏପରିକି ଲୋକେ ତାଙ୍କ ଘର ‘ପ୍ରତୀକ୍ଷା’ ଏବଂ ‘ଜଲସା’ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜଣେ ବିକ୍ଷୋଭକାରୀ କହିଥିଲେ, ବଗିଚା କେବେ ହେଲେ ଏକ ଜଙ୍ଗଲର ସ୍ଥାନ ନେଇ ପାରିବ ନାହିଁ। ବଚ୍ଚନ ସାର୍‌ ମେଟ୍ରୋକୁ ପ୍ରୋତ୍ସାହନ କରନ୍ତୁ। ଆମେ ବି ଏହାର ସମର୍ଥନ କରୁଛୁ। କିନ୍ତୁ ସେ ଗଛ ଓ ବଗିଚା କଥା କହି ‘ଆରେ’ ପ୍ରସଙ୍ଗକୁ ନୂ୍ୟନ କରି ଦେଇଛନ୍ତି। ଅମିତାଭ ମଙ୍ଗଳବାର ଦିନ ଏକ ଟୁଇଟ କରିଥିଲେ। ସେ ଲେଖିଥିଲେ, ‘ମୋର ଜଣେ ସାଙ୍ଗଙ୍କୁ ଜରୁରୀକାଳୀନ ମେଡିକାଲ ସୁବିଧାର ଆବଶ୍ୟକତା ଥିଲା। ତେବେ ସେ କାର୍‌ ପରିବର୍ତ୍ତେ ମେଟ୍ରୋରେ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଏଥିରେ ବହୁତ ପ୍ରଭାବିତ ହୋଇ ଫେରିଥିଲେ। ସେ କହିଲେ ଏହା ସବୁଠୁ ଦ୍ରୁତ, ସୁବିଧାଜନକ ଓ ଦକ୍ଷ।’ ସେ ପ୍ରଦୂଷଣରୁ ରକ୍ଷା ପାଇବା ଉପାୟ ସମ୍ପର୍କରେ ମଧ୍ୟ ଏଥିରେ ଲେଖିଥିଲେ। ସେ ଲେଖିଥିଲେ,‘ପ୍ରଦୂଷଣର ସମାଧାନ- ଗଛ ଲଗାନ୍ତୁ। ମୁଁ ମୋ ବଗିଚାରେ ଗଛ ଲଗାଇଛି। ଆପଣ ଲଗାଇଛନ୍ତି କି? ବୋଲି ଅମିତାଭ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଆଖିବୁଜିଲେ ଯୁବକ, ମିଳିନି ପରିଚୟ

ବରଗଡ଼, ୧।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବରଗଡ଼–ସୋହେଲା ମୁଖ୍ୟ ରାସ୍ତାର ପଥର୍ଲା ଛକ ନିକଟରେ ସୋମବାର ଏକ ଭୟଙ୍କର  ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ…

ପାରିବାରିକ କଳହ ହେଲା କାଳ, ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ସ୍ବାମୀ

ଢେଙ୍କାନାଳ,୧।୬(ରତନ ନାୟାର): ଢ଼େଙ୍କାନାଳ ଜିଲା ସଦରଥାନା ଝାରଗାଡ଼ିଆ ଫାଣ୍ଡି ବଳରାମପୁର ଗ୍ରାମ ଜୁଆଙ୍ଗ ସାହିରୁ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ।ସୋମବାର ଦିନ ସ୍ତ୍ରୀଙ୍କୁ ପିଟିପିଟି…

ନିମ୍ବ ଗଛରୁ ୫୦୦ଟଙ୍କିଆ ନୋଟ୍ ବର୍ଷା! ୨ଲକ୍ଷ ବୋହିନେଲେ ଲୋକେ, ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୧।୬: ଉତ୍ତର ପ୍ରଦେଶର ବୁଲନ୍ଦସହରରୁ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକି ଦେଖିବା ପରେ ଲୋକଙ୍କୁ କିଛି ସମୟ ପାଇଁ ସ୍ତବ୍ଧ କରିଦେଇଛି । ପଞ୍ଜୀକରଣ…

GT ବସରେ କେମିତି ଲାଗିଲା ନିଆଁ, ସାମ୍ନାକୁ ଆସିଲା ଭିଡ଼ିଓ, ଘଣ୍ଟାଏ ରାସ୍ତା କଡ଼ରେ ବସି ରହିଲେ ଖେଳାଳି

ନୂଆଦିଲ୍ଲୀ,୧।୬: IPL 2026 ଫାଇନାଲ ପରେ ଦଳ ହୋଟେଲକୁ ଫେରୁଥିବା ବେଳେ ଗୁଜୁରାଟ ଟାଇଟାନ୍ସ ଦଳର ବସରେ ନିଆଁ ଲାଗିଯାଇଥିଲା; ଘଟଣାର ଏକ ଭିଡ଼ିଓ ଏବେ ସାମ୍ନାକୁ…

ପାଟିରେ ଘା’ ହେଲେ ହାଲୁକା ଭାବରେ ନିଅନ୍ତୁ ନାହିଁ, ହୋଇପାରେ ଏହି ମାରାତ୍ମକ ରୋଗ…

ପାଟିରେ ଘା’ ହେବାର ଅନେକ କାରଣ ରହିଛି। ଏହାର ପ୍ରାରମ୍ଭରୁ ଚିକିତ୍ସା କରା ନ ଗଲେ ତାହା ଭବିଷ୍ୟତରେ କ୍ୟାନ୍‌ସରର ରୂପ ନେବାର ଯଥେଷ୍ଟ ଆଶଙ୍କା ରହିଛି।…

ଆଉ ଏକ ଦେଶରେ ଛୋଟ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ, କେଉଁକେଉଁ ଦେଶରେ ନିଷେଧ ହୋଇଛି ଜାଣନ୍ତୁ

ନୂଆଦିଲ୍ଲୀ,୧।୬: ମାଲେସିଆ ସୋମବାରଠାରୁ ଏକ ନୂତନ ନିୟମ ଲାଗୁ କରିଛି । ଏହି ନିୟମ ଅନୁଯାୟୀ, ୧୬ ବର୍ଷରୁ କମ୍ ବୟସର ପିଲାମାନେ ଆଉ ସୋସିଆଲ ମିଡିଆ…

କାଳବୈଶାଖୀର କରାଳ ରୂପ: ଭାଙ୍ଗିଲା ୬ ପରିବାରର ଘର

ଟିକିରି,୧।୬ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମୁନୁଷ ଗାଁ ପଞ୍ଚାୟତରେ ଶନିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ…

ପଶ୍ଚିମବଙ୍ଗ ସରକାରଙ୍କ ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ

କୋଲକାତା,୧।୬: ସୋମବାର ପଶ୍ଚିମବଙ୍ଗରେ ରାଜ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ଶୁଭେନ୍ଦୁଙ୍କ ଦଳରେ ୩୫ ଜଣ ନୂତନ ମନ୍ତ୍ରୀ ଶପଥ ନେଇଥିଲେ। ଏଠାରେ ଉଲ୍ଲେଖନୀୟ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri