ବିଫଳ ଯୋଜନା

ଆକାର ପଟେଲ
ସେପ୍ଟେମ୍ବର ୨୦୧୪ରେ ‘ମେକ୍‌ ଇନ୍‌ ଇଣ୍ଡିଆ’ର ଶୁଭାରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଓ୍ବେବ୍‌ସାଇଟ୍‌ (pmindia.gov.in)ରେ ଲେଖାଯାଇଛି ଯେ, ଭାରତକୁ ଏକ ଗ୍ଲୋବାଲ ମାନୁଫାକ୍ଚରିଂ ହବ୍‌ରେ ପରିଣତ କରିବା ପାଇଁ ଆମ ନିର୍ମାଣ ଶିଳ୍ପକୁ କିପରି ଆଗେଇ ନିଆଯାଇପାରିବ ତାହା ଉପରେ ଭାରତର ନୀତି-ନିର୍ମାତାମାନେ ଢେର୍‌ ବର୍ଷ ଧରି ବିତର୍କ କରିଆସୁଥିଲେ। କିନ୍ତୁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେଲା ପରେ କେଇ ମାସ ଭିତରେ ପୁଞ୍ଜିନିବେଶକୁ ତ୍ୱରାନ୍ବିତ କରିବା, ନବୋଦ୍ଭାବନକୁ ପ୍ରୋତ୍ସାହିତ କରିବା, ଦକ୍ଷତାର ବିକାଶ ସାଧନ କରିବା, ବୌଦ୍ଧିକ ସମ୍ପତ୍ତିର ସୁରକ୍ଷା କରିବା ଏବଂ ସର୍ବୋତ୍ତମ ମାନର ନିର୍ମାଣ ଭିତ୍ତିଭୂମି ତିଆରି କରିବା ଲାଗି ‘ମେକ୍‌ ଇନ୍‌ ଇଣ୍ଡିଆ’ ଅଭିଯାନ ଆରମ୍ଭ କରିଛନ୍ତି। ନିର୍ମାଣ ଶିଳ୍ପ ହେଉଛି ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଭିତରଦେଇ ନିମ୍ନ ଆୟକାରୀ ଗୋଷ୍ଠୀ ମଧ୍ୟବିତ୍ତ ଏବଂ ମଧ୍ୟମ ଆୟକାରୀ ଗୋଷ୍ଠୀ ଧନୀ ହୋଇପାରିବେ। ଏକ ଗ୍ରାମୀଣ ଓ କୃଷିଭିତ୍ତିକ ଅର୍ଥନୀତିର ଦେଶକୁ ଉନ୍ନତ ଅର୍ଥନୀତିରେ ପରିଣତ କରିବା ଲାଗି ପ୍ରଥମେ ହାଲୁକା ଶିଳ୍ପ (ମୁଖ୍ୟତଃ ପୋଷାକ ଶିଳ୍ପ)ରୁ ଆରମ୍ଭ କରି ପରେ ଅଧିକ ଜଟିଳ ପ୍ରଯୁକ୍ତିବିଦ୍ୟାଭିତ୍ତିକ ଭାରି ଶିଳ୍ପରେ ପ୍ରବେଶ କରିବା ଛଡ଼ା ଅନ୍ୟ ରାସ୍ତା ନାହିଁ। ୨୦୧୪ରେ ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ଭାରତୀୟ ନିର୍ମାଣ ଶିଳ୍ପର ଅବଦାନ ଥିଲା ୧୫ ପ୍ରତିଶତ। ଗତବର୍ଷ ଏହା ୧୪ ପ୍ରତିଶତକୁ ହ୍ରାସ ପାଇଛି। ସୁତରାଂ ପ୍ରଧାନମନ୍ତ୍ରୀଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ଫେଲ୍‌ ମାରିଛି ଏବଂ ଏହା ଲାଗୁ ହେବାର ଇତି ମଧ୍ୟରେ ପାଞ୍ଚବର୍ଷ ଅତିକ୍ରାନ୍ତ ହୋଇସାରିଲାଣି।
ସରକାରଙ୍କ ବିଫଳତାକୁ ବୁଝାଇବା ପାଇଁ ଅନ୍ୟ ଦେଶଗୁଡ଼ିକ ସହ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରୁଛି। ଆମେ ଯେଉଁ ପଡ଼ୋଶୀ ଦେଶ ଚାଇନା ସହ ଅନେକ ସମୟରେ ନିଜର ତୁଳନା କରୁ ତାହାର ଅର୍ଥନୀତିର ଆକାର ଭାରତର ପାଞ୍ଚଗୁଣରୁ ଅଧିକ। ଏହାର ଜିଡିପିକୁ ନିର୍ମାଣ ଶିଳ୍ପର ଅଂଶ ୨୯ ପ୍ରତିଶତ ଯାହା ଭାରତର ପ୍ରାୟ ଦୁଇଗୁଣ ଏବଂ ଏହା ୨୦୧୪ରୁ ୨୦୨୦ ଭିତରେ ସ୍ଥିର ଅଛି। ଭିଏଟ୍‌ନାମର ଜିଡିପିକୁ ନିର୍ମାଣ ଶିଳ୍ପର ଅବଦାନ ଏବେ ୧୬ ପ୍ରତିଶତ ଅଛି ଏବଂ ଆମେ ଯେତେବେଳେ ମେକ୍‌ ଇନ୍‌ ଇଣ୍ଡିଆ ଆରମ୍ଭ କଲୁ ସେତେବେଳେ ଏହା ଥିଲା ୧୩ ପ୍ରତିଶତ। ଶ୍ରୀଲଙ୍କାରେ ଏହା ବର୍ତ୍ତମାନ ୧୬ ପ୍ରତିଶତ ଅଛି। ସେହିପରି ଏହା ଥାଇଲାଣ୍ଡରେ ୨୭ ପ୍ରତିଶତ, ଇଣ୍ଡୋନେସିଆରେ ୧୯ ପ୍ରତିଶତ, ଫିଲିପାଇନ୍ସରେ ୧୯ ପ୍ରତିଶତ, ମାଲେସିଆରେ ୨୧ ପ୍ରତିଶତ ଏବଂ ସିଙ୍ଗାପୁରରେ ୨୦ ପ୍ରତିଶତ ଅଛି। ଜର୍ମାନୀରେ ଏହା ୨୦ ପ୍ରତିଶତ ଅଛି, ଯାହା ଆଶ୍ଚର୍ଯ୍ୟଜନକ ନୁହେଁ କାରଣ ଏହା ବିଶ୍ୱର ବୃହତ୍ତମ ଅଟୋମୋବାଇଲ ଶିଳ୍ପର ଦେଶ ଭାବେ ଜଣାଶୁଣା। ପୋଷାକ ପରେ ଅଟୋମୋବାଇଲ ହେଉଛି ଶିଳ୍ପ ବିକାଶର ଦ୍ୱିତୀୟ ପାହାଚ। ଯେତିକି ବର୍ଷ ହେଲା ଭାରତରେ ମେକ୍‌ ଇନ୍‌ ଇଣ୍ଡିଆ ଲାଗୁ ହେଲାଣି, ସେହି ଅବଧି ଭିତରେ ବାଂଲାଦେଶର ନିର୍ମାଣ ଶିଳ୍ପ ୧୬ରୁ ୧୮ ପ୍ରତିଶତକୁ ବୃଦ୍ଧି ପାଇଛି। ବାଂଲାଦେଶର ଜିଡିପି ମୋଟାମୋଟି ଭାବେ ବାର୍ଷିକ ୮ ପ୍ରତିଶତ ହାରରେ ବୃଦ୍ଧି ପାଉଛି, ଯାହା ଭାରତଠାରୁ ଢେର୍‌ ଅଧିକ। ଆଉ ଏକ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ସମୟ ଭିତରେ ବାଂଲାଦେଶର ପୋଷାକ ରପ୍ତାନି ୩୮ ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଛି। ଅଥଚ ଭାରତର ରପ୍ତାନି ୧୮ ବିଲିୟନରୁ ୧୬ ବିଲିୟନ ଡଲାରକୁ ହ୍ରାସ ପାଇଛି। ପୋଷାକ ଶିଳ୍ପ ଅତି ଗୁରୁତ୍ୱପୂର୍ଣ୍ଣ କାରଣ ଏଥିରେ ବହୁ ସଂଖ୍ୟାରେ ଅର୍ଦ୍ଧକୁଶଳୀ ଶ୍ରମିକ ଏବଂ ବିଶେଷତଃ ମହିଳା ନିଯୁକ୍ତି ପାଇଥାନ୍ତି। ବାଂଲାଦେଶରେ ପ୍ରାୟ ୫୦୦୦ ପୋଷାକ ତିଆରି କାରଖାନା ଥିବାବେଳେ ସେଗୁଡ଼ିକରେ ନିଯୁକ୍ତ ୮୫ ପ୍ରତିଶତ କର୍ମଚାରୀ ହେଉଛନ୍ତି ମହିଳା। ଏପରି କି ଭିଏଟ୍‌ନାମ ବି ଭାରତଠାରୁ ଅଧିକ ପୋଷାକ ରପ୍ତାନି କରୁଛି। ନିର୍ମାଣ ଶିଳ୍ପରେ କର୍ମଚାରୀମାନଙ୍କୁ ନିର୍ଦ୍ଦିଷ୍ଟ ବେତନରେ ପୂର୍ଣ୍ଣକାଳୀନ ନିଯୁକ୍ତି ମିଳିଥାଏ। ତେଣୁ ଅନ୍ୟତ୍ର ଅସ୍ଥାୟୀ ନିଯୁକ୍ତି ଅପେକ୍ଷା ଏହି ଶିଳ୍ପରେ ନିଯୁକ୍ତି ପାଇବାକୁ ଲୋକେ ବେଶି ପସନ୍ଦ କରିଥାନ୍ତି। ତେବେ ଭାରତ ଏ କ୍ଷେତ୍ରରେ ବିଫଳ ହେବାର କାରଣ କ’ଣ? ମୋ ମତରେ ମେକ୍‌ ଇନ୍‌ ଇଣ୍ଡିଆ ବାସ୍ତବରେ ଏକ ରଣନୀତି ନୁହେଁ, ଏକ ଲୋଗୋ ଓ କିଛି ଶବ୍ଦ ମାତ୍ର। ତେଣୁ ତାହା ନିରର୍ଥକ।
ଚାଇନାରେ ନିର୍ମାଣ ଶିଳ୍ପ ପ୍ରତିଷ୍ଠା କରିବା ଅଧିକ ବ୍ୟୟସାପେକ୍ଷ କାରଣ ସେଠାରେ ଶ୍ରମିକ ଓ କର୍ମଚାରୀମାନଙ୍କ ବେତନ ଅଧିକ। ତା’ ସତ୍ତ୍ୱେ ଗତ ପାଞ୍ଚବର୍ଷ ଭିତରେ ସେଠାରେ ଜିଡିପିକୁ ନିର୍ମାଣ ଶିଳ୍ପର ଅବଦାନ ହ୍ରାସ ପାଇ ନାହିଁ, ଯାହା ମେକ୍‌ ଇନ୍‌ ଇଣ୍ଡିଆ ଆରମ୍ଭ ପରେ ଭାରତରେ ଘଟିଛି। ଏଣେ ପ୍ରଧାନମନ୍ତ୍ରୀ କହୁଛନ୍ତି, ଭାରତକୁ ୫ ଟ୍ରିଲିୟନ ଡଲାରର ଅର୍ଥନୀତି କରିବେ। ଏହା ଏକ ବାସ୍ତବ ଲକ୍ଷ୍ୟ ନୁହେଁ। ଭାରତର ଜିଡିପି ଦିନେ ନା ଦିନେ ସେହି ସ୍ତରରେ ପହଞ୍ଚିବ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଧାର୍ଯ୍ୟ ଅବଧି ଭିତରେ ନୁହେଁ। ପ୍ରଶ୍ନ ହେଉଛି କେତେ ଶୀଘ୍ର ଆମେ ସେହି ଜାଗାରେ ପହଞ୍ଚିପାରିବା ଏବଂ ଏହାକୁ ତ୍ୱରାନ୍ବିତ କରିବା ପାଇଁ ସରକାର କ’ଣ କରିପାରିବେ?
ଭାରତର ଅର୍ଥନୀତିକୁ ବିକଶିତ କରିବା ପାଇଁ ମୋଦି ଯେଉଁ ମେକ୍‌ ଇନ୍‌ ଇଣ୍ଡିଆ ଆରମ୍ଭ କଲେ ତାହା ଫେଲ୍‌ ମାରିଲା। ବାସ୍ତବରେ ସେ ତା’ ଉପରେ ବିଶେଷ ଗୁରୁତ୍ୱ ଦେଇ ନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ଓ୍ବେବ୍‌ସାଇଟରେ ୨୦୧୪ ପରଠାରୁ କୌଣସି ତଥ୍ୟ ଅପ୍‌ଡେଟ୍‌ କରାଯାଇ ନାହିଁ। ଏହାକୁ ଅପ୍‌ଡେଟ୍‌ କରାଯିବା ଦରକାର ଏବଂ ଲୋକଙ୍କୁ ଜଣାଇବା ଦରକାର ଯେ ମେକ୍‌ ଇନ୍‌ ଇଣ୍ଡିଆ ବିଫଳ ହୋଇଛି। ତା’ହେଲେ କିଛି ନୂଆ ଯୋଜନା ଆରମ୍ଭ କରାଯାଇପାରିବ, ନ ହେଲେ ଆମର ନିର୍ମାଣ ଶିଳ୍ପ ଅଧୋଗତି କରିଚାଲିଥିବ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?