ବିନୋଦିନୀ ଚିଟ୍‌ଫଣ୍ଡ ସଂସ୍ଥାର ୧୦କୋଟି ଠକେଇ: ଏସ୍‌ଡିପିଓଙ୍କ ଦ୍ୱାରସ୍ତ ହେଲେ ଜମାକାରୀ

ବ୍ରହ୍ମପୁର ଅଫିସ,୬ା୧୧-ଚିଟଫଣ୍ଡ ସଂସ୍ଥାଗୁଡିକ ଗଞ୍ଜାମ ଜିଲାର ହଜାର ହାଜର ଜମାକାରୀଙ୍କ କୋଟି କୋଟି ଟଙ୍କା ଠକି ନେଇଯାଇଛନ୍ତି। ବୈଦ୍ୟନାଥପୁର ଥାନା ଅଯୋଧ୍ୟାନଗର ପ୍ରଥମ ଲେନ୍‌ରେ ଖୋଲିଥିବା ବିନୋଦିନୀ ପ୍ରାଇଭେଟ ଲିମିଟେଡ଼ ନାମକ ଅର୍ଥ ଲଗାଣକାରୀ ସଂସ୍ଥା ଚିକିଟି ନିର୍ବାଚନ ମଣ୍ଡଳୀ, ପାତ୍ରପୁର ବ୍ଲକ ଅଞ୍ଚଳର ଶତାଧିକ ଆଦିବାସୀ ଜମାକାରୀଙ୍କଠାରୁ ୧୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଜମାକାରୀଙ୍କ ମଧ୍ୟରୁ ଏକ ୧୦ ଜଣିଆ ପ୍ରତିନିଧି ଦଳ ବୈଦ୍ୟନାଥପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ। ସେଠାରେ ସେମାନେ ବ୍ରହ୍ମପୁର ଏସ୍‌ଡ଼ିପିଓ ବିଷ୍ଣୁପ୍ରସାଦ ପତିଙ୍କୁ ଭେଟିଥିଲେ। ଉକ୍ତ ସଂସ୍ଥାର ଏଜେଣ୍ଟ ଦେବରାଜ ମହାରଣା କିଛିବର୍ଷ ତଳେ ଜରଡ଼ା ଥାନା ଅନ୍ତର୍ଗତ ସୁରଡା, ଗୋଲାଣି ବିଲେଇଛାଇ ଆଦି ଗ୍ରାମକୁ ଯାଇ ଆଦିବାସୀ ଲୋକଙ୍କୁ ବିନୋଦିନୀ ପ୍ରୋଜେକ୍ଟସ୍‌ ଲିମିଟେଡ଼ରେ ଟଙ୍କା ବାନ୍ଧିବାକୁ କହିଥିଲେ। ଟଙ୍କା ଜମାର ୨ ବର୍ଷରେ ଏହା ୩ ଗୁଣ ଓ ୩ ବର୍ଷରେ ୫ ଗୁଣ ଟଙ୍କା ମିଳିବ ବୋଲି ଲୋଭ ଦେଖାଇଥିଲେ। ବିନୋଦିନୀ ଚିଟଫଣ୍ଡ ସଂସ୍ଥାରେ ଲୋକମାନେ ଟଙ୍କା ଜମା କରିଥିଲେ। ଟଙ୍କା ଫେରସ୍ତ ସମୟ ୨୦୧୭ରେ ସଂସ୍ଥା ରାତାରାତି ଉଭାନ ହୋଇଯାଇଥିଲା। କ୍ଷତିଗ୍ରସ୍ତ ଜମାକାରୀ ଅଭି ଶବର, ଚନ୍ଦ୍ରମଣି ଶବର, ସତ୍ୟ ଶବର, କାଞ୍ଚନ ଶବର, ଜୟଦୀପ ଶବର, ଭାସ୍କର ଶବର, ବୃନ୍ଦାବନ ଶବର, ଗୁଡିଆ ଶବର, ସହଦେବ ଶବର ଓ ପର୍ଶୁରାମ ଶବର ମଙ୍ଗଳବାର ଆଇନଜୀବୀ ଦୟାନିଧି ପାଣିଗ୍ରାହୀଙ୍କ ସହାୟତାରେ ଏସ୍‌ଡ଼ିପିଓ ପତିଙ୍କୁ ଭେଟି ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏନେଇ ଏସ୍‌ଡ଼ିପିଓ ପତି କୁହନ୍ତି, ବିନୋଦିନୀ ଚିଟଫଣ୍ଡ ସଂସ୍ଥା ବିଭିନ୍ନ ରାଜ୍ୟରେ ଜମାକାରୀଙ୍କୁ ଠକେଇ କରିଛି। ଉକ୍ତ ସଂସ୍ଥାର ନିର୍ଦ୍ଦେଶକ ଧରାକୋଟ ଥାନା ଅନ୍ତର୍ଗତ ରୁଗୁମାର ଧୀରେନ ସ୍ବାଇଁ, ତାଙ୍କ ସ୍ତ୍ରୀ ସଙ୍ଗୀତା ସ୍ବାଇଁ, ଭାଇ ହିତେନ ସ୍ବାଇଁ ଓ ଶଳା ବିନୋଦ ସ୍ବାଇଁ ଅଟନ୍ତି। ସେମାନଙ୍କ ନାମରେ ସୁରଟର କିଛି କ୍ଷତିଗ୍ରସ୍ଥ ଜମାକାରୀ ୨୦୧୮ ମାର୍ଚ୍ଚ ୧୪ରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପୃଥକ ଭାବେ ନଂ. ୬୩/୧୮ ଓ ୬୪/୧୮ରେ ଦୁଇଟି ମାମଲା ରୁଜୁୁ କରିଛି। ମଙ୍ଗଳବାର ଜରଡ଼ା ଅଞ୍ଚଳର ଜମାକାରୀଙ୍କ ଏହି ଅଭିଯୋଗଟି ଉକ୍ତ ମାମଲାରେ ଯୋଡି ଦିଆଯାଇଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଛତିଶଗଡ଼ ପୋଲିସ ମଣିକପୁର ଥାନା କେସ୍‌ ନଂ. ୪୧୯/୧୮ ଅନୁସାରେ ବିନୋଦିନୀ ଚିଟଫଣ୍ଡ ସଂସ୍ଥା ମୁଖ୍ୟ ଧୀରେନ ସ୍ବାଇଁଙ୍କୁ ନିଆଦିଲ୍ଲୀର ନୋଇଡା ଅଞ୍ଚଳରୁ ମେ ୩୧ ତାରିଖରେ ଗିରଫ କରିଥିଲା। ସେହିପରି ତାଙ୍କ ଭାଇ ହିତେନଙ୍କୁ ଜୁଲାଇ ୧୦ରେ ରାୟପୁରରୁ ଗିରଫ କରିଥିଲା। ଉଭୟ ଅଭିଯୁକ୍ତ ଏବେ କୋରବା ଜେଲରେ ଅଛନ୍ତି। ସେହିପରି ବ୍ରହ୍ମପୁର ଓପିଆଇଡ଼ି କୋର୍ଟ ପକ୍ଷରୁ କୋରବା ଜେଲରେ ଥିବା ଧୀରେନ ଓ ତାଙ୍କ ଭାଇ ହିତେନକୁ ବ୍ରହ୍ମପୁର ଆଣି କୋର୍ଟରେ ହାଜର ପାଇଁ ନିର୍ଦେଶ ଦେଇଥିଲା। ହେଲେ ସେମାନଙ୍କ ବିରୋଧରେ ସେଠାକାର କୋର୍ଟରେ ଚାର୍ଜଫ୍ରେମ ହୋଇ ନ ଥିବାରୁ ବ୍ରହ୍ମପୁର ପୋଲିସର ଏକ ଟିମ୍‌ ସେଠାକୁ ଯାଇ ନିରାଶ ହୋଇ ଫେରିଛି। ଏଣୁ ପୁଣି ଥରେ ଓପିଆଇଡ଼ି କୋର୍ଟ ବିନୋଦିନୀ ଚିଟଫଣ୍ଡ ୨ ନିର୍ଦ୍ଦେଶକ ଭାଇଙ୍କୁ ବ୍ରହ୍ମପୁର ଆଣିବା ପାଇଁ ଗତ ୨ ତାରିଖରେ ନିର୍ଦ୍ଦେଶ ଦେଇଥିବା ଏସଡ଼ିପିଓ ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

ସୀମାରେ ଯାଞ୍ଚ: ପିକ୍‌ଅପ୍‌ ଭ୍ୟାନରୁ ୩.୬୯ଲକ୍ଷ ଜବତ

ନୂଆପଡ଼ା,୨୭ା୪ (ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟ ନେଇ ପୋଲିସ ପ୍ରଶାସନ, ଅବକାରୀ ଓ ବନ ବିଭାଗ ପକ୍ଷରୁ ଆନ୍ତଃ...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri