ବିନିବେଶରେ ଭୁଲ୍‌ ଠିକ୍‌

ଡ. ଭରତ ଝୁନ୍‌ଝନ୍‌ଓ୍ବାଲା

ଭାରତ ପେଟ୍ରୋଲିୟମ, ଶିପିଂ କର୍ପୋରେଶନ ଓ କନ୍‌କୋର ଭଳି ତିନୋଟି ବୃହତ୍‌ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ଇ)ର ଘରୋଇକରଣ ଲାଗି କେନ୍ଦ୍ର ସରକାର ସ୍ଥିର କରିଛନ୍ତି। ଏହି ସଂସ୍ଥାଗୁଡ଼ିକରେ ସରକାରଙ୍କର ଥିବା ବୃହତ୍‌ ଅଂଶଧନକୁ ଜଣେ ‘ଷ୍ଟ୍ରାଟେଜିକ୍‌’ କ୍ରେତା (ଏହି ପ୍ରକାର ଶିଳ୍ପରେ ସକ୍ରିୟ ଥିବା କମ୍ପାନୀ)କୁ ବିକ୍ରି କରିବା ଲାଗି ସରକାର ପ୍ରସ୍ତାବ ରଖିଛନ୍ତି।
ସରକାର ପୁନଶ୍ଚ ନର୍ଥ ଇଷ୍ଟର୍ନ ଇଲେକ୍‌ଟ୍ରିକ୍‌ ପାଓ୍ବାର କର୍ପୋରେଶନ ଲିମିଟେଡ୍‌ (ଏନ୍‌ଇଇପିସିଓ) ଏବଂ ଟିହରି ହାଇଡ୍ରୋ ପାଓ୍ବାର ଡେଭେଲପ୍‌ମେଣ୍ଟ କର୍ପୋରେଶନ ଇଣ୍ଡିଆ ଲିମିଟେଡ୍‌ (ଟିଏଚ୍‌ଡିସିଆଇଏଲ୍‌)ରୁ ବିନିବେଶ ପ୍ରସ୍ତାବ ରଖିଛନ୍ତି। ଏନ୍‌ଇଇପିସିଓ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡିକରେ ଓ ଟିଏଚ୍‌ଡିସିଆଇଏଲ୍‌ ଉତ୍ତରାଖଣ୍ଡରେ ଜଳବିଦ୍ୟୁତ୍‌ ଉତ୍ପାଦନ କରୁଛି। ସରକାର ଏହି ଦୁଇଟି ଉଦ୍ୟୋଗରେ ଥିବା ମୁଖ୍ୟ ଅଂଶଧନକୁ ନ୍ୟାଶ୍‌ନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି)କୁ ବକ୍ରି କରିବା ପାଇଁ ସ୍ଥିର କରିଛନ୍ତି। ଅପରପକ୍ଷେ ଏନ୍‌ଟିପିସିର ମାଲିକ ମଧ୍ୟ ସରକାର। ଦେଖିବାକୁ ଗଲେ ଏନ୍‌ଇଇପିସିଓ ଓ ଟିଏଚ୍‌ଡିସିଆଇଏଲ୍‌ରେ ଥିବା ସରକାରଙ୍କ ଅଂଶଧନ ପରୋକ୍ଷରେ ସେହି ସରକାରଙ୍କ ଅଧୀନରେ ରହିବ। କେବଳ ଟୋପି ପରିବର୍ତ୍ତନ ହେବ। ତେବେ ଏହି ପ୍ରକ୍ରିୟାରେ ସରକାର ଏନ୍‌ଟିପିସିଠାରୁ ଦୁଇଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପାଇଁ ପ୍ରାୟ ୧୬,୦୦୦ କୋଟି ଟଙ୍କା ପାଇବେ।

ନିକଟରେ ଏନ୍‌ଇଇପିସିଓ ୩୦୦ କୋଟିର ବଣ୍ଡ୍‌ ବିକ୍ରି କରିବା ପାଇଁ ଚେଷ୍ଟା କରିଥିଲା ଓ ସେଥିରୁ ମାତ୍ର ୧୫ କୋଟି ବିକ୍ରି ହୋଇଥିଲା। ଏଥିରୁ ଯାହା ଜଣାପଡୁଛି, ଏହି କମ୍ପାନୀ ଉପରେ ମାର୍କେଟର ଭରସା ନାହିଁ। ଟିଏଚ୍‌ଡିସିଆଇଏଲ୍‌ର ବି ସମାନ ପରିସ୍ଥିତି। ଟିଏଚ୍‌ଡିସିଆଇଏଲ୍‌ ବିଦ୍ୟୁତ୍‌ ବୋର୍ଡକୁ ୟୁନିଟ୍‌ ପିଛା ୧୧ ଟଙ୍କାରେ ବିକ୍ରି କରୁଥିବାବେଳେ ସେହି ଏକା ବିଦ୍ୟୁତ୍‌ ୟୁନିଟ୍‌ ପିଛା ୪ ଟଙ୍କା କମ୍‌ରେ ଇଣ୍ଡିଆନ୍‌ ଏନର୍ଜି ଏକ୍ସଚେଞ୍ଜରେ ମଳୁଛିି। ଫଳତଃ ଏହି ବିଦ୍ୟୁତ୍‌ କ୍ରୟ କରୁଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଦିଲ୍ଲୀର ଲୋକେ କ୍ଷତି ସହୁଛନ୍ତି ଏବଂ ଟିଏଚ୍‌ଡିସିଆଇଏଲ୍‌ ଲାଭ କରୁଛି। ଟିଏଚ୍‌ଡିସିଆଇଏଲ୍‌ ଏହି ଲାଭାର୍ଥକୁ ଉତ୍ତରାଖଣ୍ଡରେ ବିଷ୍ଣୁଗଡ଼-ପିପଲ୍‌କୋଟି ଜଳବିଦ୍ୟୁତ୍‌ ପରିଯୋଜନାରେ ହୋଇଥିବା କ୍ଷତି ଭରଣା କରିବା ପାଇଁ ନିବେଶ କରୁଛି। ୨,୪୦୦ କୋଟି ଟଙ୍କାର ଏହି ପ୍ରୋଜେକ୍ଟ ୨୦୦୮ରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ ଲାଭ କରିିଥିଲା। ଏହା ୨୦୧୩ ସୁଦ୍ଧା ଶେଷ ହେବାର ଥିଲା ଓ ଏହିି ସମୟରେ ଏଥିରୁ ଉତ୍ପାଦିତ ବିଦ୍ୟୁତ୍‌ର ୟୁନିଟ୍‌ ପିଛା ମୂଲ୍ୟ ଟ୨.୨୬ ହେବ ବୋଲି ଆକଳନ କରାଯାଇଥିଲା। ଏବେ ସେହି ପ୍ରୋଜେକ୍ଟର ଅଟକଳ ୪,୪୦୦ କୋଟିକୁ ଟପିଗଲାଣି ଓ ୨୦୨୧ ସୁଦ୍ଧା ଏହା ଶେଷ ହେବ ବୋଲି ଆକଳନ କରାଯାଉଛି। ଫଳସ୍ବରୂପ ଏହି ପ୍ରୋଜେକ୍ଟରୁ ଉତ୍ପାଦିତ ବିଦ୍ୟୁତ୍‌ର ୟୁନିଟ୍‌ ପିଛା ମୂଲ୍ୟ ବୃଦ୍ଧି ପାଇ ଟ୬.୪୨ ହେବ ବୋଲି ଆକଳନ କରାଯାଇଛି। ଉତ୍ପାଦିତ ବିଦ୍ୟୁତ୍‌ର ବାସ୍ତବ ମୂଲ୍ୟ ଆହୁରି ଅଧିକ ହୋଇପାରେ। ତା’ପରେ ଏହି ପ୍ରୋଜେକ୍ଟ ବି ବିଳମ୍ବ ହୋଇଗଲାଣି। ଏବେ ସୁଦ୍ଧା ଏହାର କାମ ଅଧାରୁ କମ୍‌ ହୋଇଛି। ଅତୀତରେ ଯେମିତି ବିଳମ୍ବ ହୋଇଛି ଯଦି ସେମିତି ଧାରା ଚାଲୁ ରହେ ତେବେ ଏହା ୨୦୩୦ ସୁଦ୍ଧା ଶେଷ ହେବ ବୋଲି ଅନୁମାନ କରାଯାଉଛି ଏବଂ ଏହି ସମୟରେ ବିଦ୍ୟୁତ୍‌ ଦର ହୁଏତ ୟୁନିଟ୍‌ ପିଛା ୧୨ ଟଙ୍କା ହୋଇପାରେ। କିନ୍ତୁ ସୌରଶକ୍ତିର ବିକାଶ ହେଉଛି ଓ ଏହା ଶସ୍ତା ହେଉଥିବାରୁ ସେହି ସମୟରେ ମାର୍କେଟ୍‌ରେ ୟୁନିଟ୍‌ ପିଛା ବିଦ୍ୟୁତ୍‌ ଦର ହ୍ରାସ ପାଇ ୩ ଟଙ୍କାକୁ ଖସି ଆସିବ ବୋଲି ଆଶା କରାଯାଉଛି। ତଥାପି ଟିଏଚ୍‌ଡିସିଆଇଏଲ୍‌ ଲାଭ କରିବା ପାଇଁ ବିଦ୍ୟୁତ୍‌ ଉତ୍ପାଦନ କରିବ। ଏହା ଉତ୍ତରପ୍ରଦେଶ ବିଦ୍ୟୁତ୍‌ ବୋର୍ଡ ସହ ବିଦ୍ୟୁତ୍‌ କିଣିବା ପାଇଁ ଚୁକ୍ତି କରିଥିବାରୁ ଉତ୍ତରପ୍ରଦେଶ ପିପଲ୍‌କୋଟି ପରିଯୋଜନାରୁ ପ୍ରତି ୟୁନିଟ୍‌କୁ ୧୨ ଟଙ୍କା ଦରରେ କିଣିବା ଲାଗି ବାଧ୍ୟ ହେବ, ଯେଭଳି ଟିହରି ପ୍ରୋଜେକ୍ଟରୁ ଅନେକ ରାଜ୍ୟ ୟୁନିଟ୍‌ ପିଛା ୧୧ ଟଙ୍କା ଦରରେ ବିଦ୍ୟୁତ୍‌ କିଣୁଛନ୍ତି। ଉଚ୍ଚ ଦରରେ ବିଦ୍ୟୁତ୍‌ କିଣିବା ଯୋଗୁ ଏହାର ଚାପ ଉତ୍ତରପ୍ରଦେଶର ବିଦ୍ୟୁତ୍‌ ଗ୍ରାହକମାନଙ୍କ ଉପରେ ପଡିବା ସ୍ବାଭାବିକ। ଅପରପକ୍ଷରେ ଟିଏଚ୍‌ଡିସିଆଇଏଲ୍‌ ବଜାର ଦରରେ ଯଦି ବିଦ୍ୟୁତ୍‌ ବିକ୍ରି କରେ ତେବେ ବିରାଟ କ୍ଷତି ସହିବ। ଏହା ଅତ୍ୟଧିକ ଦରରେ ରାଜ୍ୟଗୁଡିକୁ ବିଦ୍ୟୁତ୍‌ ବିକ୍ରି କରି ଖାତାରେ ଲାଭ ଦେଖାଉଛି।

ଏନ୍‌ଇଇପିସିଓ ଏବଂ ଟିଏଚ୍‌ଡିସିଆଇଏଲ୍‌ ବହୁତ କ୍ଷତି ସହୁଛନ୍ତି, ଯଦିଓ ଏହି କ୍ଷତି ଗ୍ରାହକମାନଙ୍କୁ ଅତ୍ୟଧିକ ଦରରେ ବିକ୍ରି କରାଯାଉଥିବା ବିଦ୍ୟୁତ୍‌ ପଛରେ ଛପି ରହିଛି। ଜଣେ ପରିବା ବିକାଳି ନ ବୁଝି ନ ଶୁଝି କିଣୁଥିବା ଜଣେ କ୍ରେତାଙ୍କୁ ପଚା ଆଳୁ ବିକି ଖୁସି ହେବା ଭଳି ଏନ୍‌ଟିପିସିକୁ ଏହି ଦୁଇଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ବିକ୍ରି କରି ସରକାର ଲାଭ କରିବାକୁ ବସିଛନ୍ତି। ଭାରତ ପେଟ୍ରୋଲିୟମ୍‌, ଶିପିଂ କର୍ପୋରେଶନ ଏବଂ କନ୍‌କୋରର ପରିଚାଳନାକୁ ସରକାର ‘ଷ୍ଟ୍ରାଟେଜିକ୍‌’ କ୍ରେତାଙ୍କୁ ହସ୍ତାନ୍ତର କରିବା ଉଦ୍ୟମ ସମ୍ପୂର୍ଣ୍ଣ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ ପୁଞ୍ଜି ବିନିବେଶ ବାହାନାରେ କ୍ଷତି କରୁଥିବା ଏନ୍‌ଇଇପିସିଓ ଏବଂ ଟିଏଚ୍‌ଡିସିଆଇଏଲ୍‌କୁ ବିକ୍ରି କରିବା ପୂରା ଭୁଲ୍‌।

Email: bharatjj@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri