ବିନିବେଶରେ ଭୁଲ୍‌ ଠିକ୍‌

ଡ. ଭରତ ଝୁନ୍‌ଝନ୍‌ଓ୍ବାଲା

ଭାରତ ପେଟ୍ରୋଲିୟମ, ଶିପିଂ କର୍ପୋରେଶନ ଓ କନ୍‌କୋର ଭଳି ତିନୋଟି ବୃହତ୍‌ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ଇ)ର ଘରୋଇକରଣ ଲାଗି କେନ୍ଦ୍ର ସରକାର ସ୍ଥିର କରିଛନ୍ତି। ଏହି ସଂସ୍ଥାଗୁଡ଼ିକରେ ସରକାରଙ୍କର ଥିବା ବୃହତ୍‌ ଅଂଶଧନକୁ ଜଣେ ‘ଷ୍ଟ୍ରାଟେଜିକ୍‌’ କ୍ରେତା (ଏହି ପ୍ରକାର ଶିଳ୍ପରେ ସକ୍ରିୟ ଥିବା କମ୍ପାନୀ)କୁ ବିକ୍ରି କରିବା ଲାଗି ସରକାର ପ୍ରସ୍ତାବ ରଖିଛନ୍ତି।
ସରକାର ପୁନଶ୍ଚ ନର୍ଥ ଇଷ୍ଟର୍ନ ଇଲେକ୍‌ଟ୍ରିକ୍‌ ପାଓ୍ବାର କର୍ପୋରେଶନ ଲିମିଟେଡ୍‌ (ଏନ୍‌ଇଇପିସିଓ) ଏବଂ ଟିହରି ହାଇଡ୍ରୋ ପାଓ୍ବାର ଡେଭେଲପ୍‌ମେଣ୍ଟ କର୍ପୋରେଶନ ଇଣ୍ଡିଆ ଲିମିଟେଡ୍‌ (ଟିଏଚ୍‌ଡିସିଆଇଏଲ୍‌)ରୁ ବିନିବେଶ ପ୍ରସ୍ତାବ ରଖିଛନ୍ତି। ଏନ୍‌ଇଇପିସିଓ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡିକରେ ଓ ଟିଏଚ୍‌ଡିସିଆଇଏଲ୍‌ ଉତ୍ତରାଖଣ୍ଡରେ ଜଳବିଦ୍ୟୁତ୍‌ ଉତ୍ପାଦନ କରୁଛି। ସରକାର ଏହି ଦୁଇଟି ଉଦ୍ୟୋଗରେ ଥିବା ମୁଖ୍ୟ ଅଂଶଧନକୁ ନ୍ୟାଶ୍‌ନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି)କୁ ବକ୍ରି କରିବା ପାଇଁ ସ୍ଥିର କରିଛନ୍ତି। ଅପରପକ୍ଷେ ଏନ୍‌ଟିପିସିର ମାଲିକ ମଧ୍ୟ ସରକାର। ଦେଖିବାକୁ ଗଲେ ଏନ୍‌ଇଇପିସିଓ ଓ ଟିଏଚ୍‌ଡିସିଆଇଏଲ୍‌ରେ ଥିବା ସରକାରଙ୍କ ଅଂଶଧନ ପରୋକ୍ଷରେ ସେହି ସରକାରଙ୍କ ଅଧୀନରେ ରହିବ। କେବଳ ଟୋପି ପରିବର୍ତ୍ତନ ହେବ। ତେବେ ଏହି ପ୍ରକ୍ରିୟାରେ ସରକାର ଏନ୍‌ଟିପିସିଠାରୁ ଦୁଇଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପାଇଁ ପ୍ରାୟ ୧୬,୦୦୦ କୋଟି ଟଙ୍କା ପାଇବେ।

ନିକଟରେ ଏନ୍‌ଇଇପିସିଓ ୩୦୦ କୋଟିର ବଣ୍ଡ୍‌ ବିକ୍ରି କରିବା ପାଇଁ ଚେଷ୍ଟା କରିଥିଲା ଓ ସେଥିରୁ ମାତ୍ର ୧୫ କୋଟି ବିକ୍ରି ହୋଇଥିଲା। ଏଥିରୁ ଯାହା ଜଣାପଡୁଛି, ଏହି କମ୍ପାନୀ ଉପରେ ମାର୍କେଟର ଭରସା ନାହିଁ। ଟିଏଚ୍‌ଡିସିଆଇଏଲ୍‌ର ବି ସମାନ ପରିସ୍ଥିତି। ଟିଏଚ୍‌ଡିସିଆଇଏଲ୍‌ ବିଦ୍ୟୁତ୍‌ ବୋର୍ଡକୁ ୟୁନିଟ୍‌ ପିଛା ୧୧ ଟଙ୍କାରେ ବିକ୍ରି କରୁଥିବାବେଳେ ସେହି ଏକା ବିଦ୍ୟୁତ୍‌ ୟୁନିଟ୍‌ ପିଛା ୪ ଟଙ୍କା କମ୍‌ରେ ଇଣ୍ଡିଆନ୍‌ ଏନର୍ଜି ଏକ୍ସଚେଞ୍ଜରେ ମଳୁଛିି। ଫଳତଃ ଏହି ବିଦ୍ୟୁତ୍‌ କ୍ରୟ କରୁଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଦିଲ୍ଲୀର ଲୋକେ କ୍ଷତି ସହୁଛନ୍ତି ଏବଂ ଟିଏଚ୍‌ଡିସିଆଇଏଲ୍‌ ଲାଭ କରୁଛି। ଟିଏଚ୍‌ଡିସିଆଇଏଲ୍‌ ଏହି ଲାଭାର୍ଥକୁ ଉତ୍ତରାଖଣ୍ଡରେ ବିଷ୍ଣୁଗଡ଼-ପିପଲ୍‌କୋଟି ଜଳବିଦ୍ୟୁତ୍‌ ପରିଯୋଜନାରେ ହୋଇଥିବା କ୍ଷତି ଭରଣା କରିବା ପାଇଁ ନିବେଶ କରୁଛି। ୨,୪୦୦ କୋଟି ଟଙ୍କାର ଏହି ପ୍ରୋଜେକ୍ଟ ୨୦୦୮ରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ ଲାଭ କରିିଥିଲା। ଏହା ୨୦୧୩ ସୁଦ୍ଧା ଶେଷ ହେବାର ଥିଲା ଓ ଏହିି ସମୟରେ ଏଥିରୁ ଉତ୍ପାଦିତ ବିଦ୍ୟୁତ୍‌ର ୟୁନିଟ୍‌ ପିଛା ମୂଲ୍ୟ ଟ୨.୨୬ ହେବ ବୋଲି ଆକଳନ କରାଯାଇଥିଲା। ଏବେ ସେହି ପ୍ରୋଜେକ୍ଟର ଅଟକଳ ୪,୪୦୦ କୋଟିକୁ ଟପିଗଲାଣି ଓ ୨୦୨୧ ସୁଦ୍ଧା ଏହା ଶେଷ ହେବ ବୋଲି ଆକଳନ କରାଯାଉଛି। ଫଳସ୍ବରୂପ ଏହି ପ୍ରୋଜେକ୍ଟରୁ ଉତ୍ପାଦିତ ବିଦ୍ୟୁତ୍‌ର ୟୁନିଟ୍‌ ପିଛା ମୂଲ୍ୟ ବୃଦ୍ଧି ପାଇ ଟ୬.୪୨ ହେବ ବୋଲି ଆକଳନ କରାଯାଇଛି। ଉତ୍ପାଦିତ ବିଦ୍ୟୁତ୍‌ର ବାସ୍ତବ ମୂଲ୍ୟ ଆହୁରି ଅଧିକ ହୋଇପାରେ। ତା’ପରେ ଏହି ପ୍ରୋଜେକ୍ଟ ବି ବିଳମ୍ବ ହୋଇଗଲାଣି। ଏବେ ସୁଦ୍ଧା ଏହାର କାମ ଅଧାରୁ କମ୍‌ ହୋଇଛି। ଅତୀତରେ ଯେମିତି ବିଳମ୍ବ ହୋଇଛି ଯଦି ସେମିତି ଧାରା ଚାଲୁ ରହେ ତେବେ ଏହା ୨୦୩୦ ସୁଦ୍ଧା ଶେଷ ହେବ ବୋଲି ଅନୁମାନ କରାଯାଉଛି ଏବଂ ଏହି ସମୟରେ ବିଦ୍ୟୁତ୍‌ ଦର ହୁଏତ ୟୁନିଟ୍‌ ପିଛା ୧୨ ଟଙ୍କା ହୋଇପାରେ। କିନ୍ତୁ ସୌରଶକ୍ତିର ବିକାଶ ହେଉଛି ଓ ଏହା ଶସ୍ତା ହେଉଥିବାରୁ ସେହି ସମୟରେ ମାର୍କେଟ୍‌ରେ ୟୁନିଟ୍‌ ପିଛା ବିଦ୍ୟୁତ୍‌ ଦର ହ୍ରାସ ପାଇ ୩ ଟଙ୍କାକୁ ଖସି ଆସିବ ବୋଲି ଆଶା କରାଯାଉଛି। ତଥାପି ଟିଏଚ୍‌ଡିସିଆଇଏଲ୍‌ ଲାଭ କରିବା ପାଇଁ ବିଦ୍ୟୁତ୍‌ ଉତ୍ପାଦନ କରିବ। ଏହା ଉତ୍ତରପ୍ରଦେଶ ବିଦ୍ୟୁତ୍‌ ବୋର୍ଡ ସହ ବିଦ୍ୟୁତ୍‌ କିଣିବା ପାଇଁ ଚୁକ୍ତି କରିଥିବାରୁ ଉତ୍ତରପ୍ରଦେଶ ପିପଲ୍‌କୋଟି ପରିଯୋଜନାରୁ ପ୍ରତି ୟୁନିଟ୍‌କୁ ୧୨ ଟଙ୍କା ଦରରେ କିଣିବା ଲାଗି ବାଧ୍ୟ ହେବ, ଯେଭଳି ଟିହରି ପ୍ରୋଜେକ୍ଟରୁ ଅନେକ ରାଜ୍ୟ ୟୁନିଟ୍‌ ପିଛା ୧୧ ଟଙ୍କା ଦରରେ ବିଦ୍ୟୁତ୍‌ କିଣୁଛନ୍ତି। ଉଚ୍ଚ ଦରରେ ବିଦ୍ୟୁତ୍‌ କିଣିବା ଯୋଗୁ ଏହାର ଚାପ ଉତ୍ତରପ୍ରଦେଶର ବିଦ୍ୟୁତ୍‌ ଗ୍ରାହକମାନଙ୍କ ଉପରେ ପଡିବା ସ୍ବାଭାବିକ। ଅପରପକ୍ଷରେ ଟିଏଚ୍‌ଡିସିଆଇଏଲ୍‌ ବଜାର ଦରରେ ଯଦି ବିଦ୍ୟୁତ୍‌ ବିକ୍ରି କରେ ତେବେ ବିରାଟ କ୍ଷତି ସହିବ। ଏହା ଅତ୍ୟଧିକ ଦରରେ ରାଜ୍ୟଗୁଡିକୁ ବିଦ୍ୟୁତ୍‌ ବିକ୍ରି କରି ଖାତାରେ ଲାଭ ଦେଖାଉଛି।

ଏନ୍‌ଇଇପିସିଓ ଏବଂ ଟିଏଚ୍‌ଡିସିଆଇଏଲ୍‌ ବହୁତ କ୍ଷତି ସହୁଛନ୍ତି, ଯଦିଓ ଏହି କ୍ଷତି ଗ୍ରାହକମାନଙ୍କୁ ଅତ୍ୟଧିକ ଦରରେ ବିକ୍ରି କରାଯାଉଥିବା ବିଦ୍ୟୁତ୍‌ ପଛରେ ଛପି ରହିଛି। ଜଣେ ପରିବା ବିକାଳି ନ ବୁଝି ନ ଶୁଝି କିଣୁଥିବା ଜଣେ କ୍ରେତାଙ୍କୁ ପଚା ଆଳୁ ବିକି ଖୁସି ହେବା ଭଳି ଏନ୍‌ଟିପିସିକୁ ଏହି ଦୁଇଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ବିକ୍ରି କରି ସରକାର ଲାଭ କରିବାକୁ ବସିଛନ୍ତି। ଭାରତ ପେଟ୍ରୋଲିୟମ୍‌, ଶିପିଂ କର୍ପୋରେଶନ ଏବଂ କନ୍‌କୋରର ପରିଚାଳନାକୁ ସରକାର ‘ଷ୍ଟ୍ରାଟେଜିକ୍‌’ କ୍ରେତାଙ୍କୁ ହସ୍ତାନ୍ତର କରିବା ଉଦ୍ୟମ ସମ୍ପୂର୍ଣ୍ଣ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ ପୁଞ୍ଜି ବିନିବେଶ ବାହାନାରେ କ୍ଷତି କରୁଥିବା ଏନ୍‌ଇଇପିସିଓ ଏବଂ ଟିଏଚ୍‌ଡିସିଆଇଏଲ୍‌କୁ ବିକ୍ରି କରିବା ପୂରା ଭୁଲ୍‌।

Email: bharatjj@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri