ବିନା ଲିଜ୍‌ରେ ପଥର ଖାଦାନ, ବେଧଡ଼କ ପଥରଫଟା

ଦିଗପହଣ୍ଡି,୧୩ା୮(ଡି.ଏନ.ଏ.)- ଦିଗପହଣ୍ଡି ଓ କୁକୁଡ଼ାଖଣ୍ଡି ତହସିଲ ଇଲାକାରେ ଥିବା କେରାଣ୍ଡିମାଳ ପର୍ବତକୁ ଗତ ପ୍ରାୟ ୧୫ ବର୍ଷ ନିର୍ଦ୍ଦିଷ୍ଟ କେତେଜଣ ପଥର ମାଫିଆ ଲୁଟି ଚାଲିଛନ୍ତି। ଏଠାରୁ ଦୁର୍ମୂଲ୍ୟ ଗ୍ରାନାଇଟ ପଥର ଚୋରାଚାଲାଣ କରାଯାଉଛି।ତେବେ ବିଳମ୍ବରେ ହେଉ ପଛେ ପୋଲିସ ପ୍ରଶାସନ କେତେଜଣ ଲୁଟେରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବ୍ରହ୍ମପୁର ସହରର ଜଣେ ଜଣାଶୁଣା କ୍ରଶର ମାଲିକ, ତାଙ୍କ ଦୁଇ ସୁପରଭାଇଜର, ୫ ଗାଡ଼ି ଚାଳକ ଓ ୨ ସହଯୋଗୀଙ୍କୁ ବିଭିନ୍ନ ଦଫା ଏବଂ ବିସ୍ଫୋରକ ସାମଗ୍ରୀ ନିୟନ୍ତ୍ରଣ ଆଇନର କେତେକ ଧାରା ଅନୁଯାୟୀ କୋର୍ଟଚାଲାଣ କରିବା ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଅନେକଥର ପୋଲିସ ମହୁଡ଼ା ନିକଟ ପଥରଖାଦାନ ଓ କ୍ରଶର ୟୁନିଟ ଉପରେ ଚଢ଼ାଉ କରି କେତେଜଣ ଶ୍ରମିକ ଓ ଟ୍ରାକ୍ଟର ଚାଳକମାନଙ୍କୁ ଗିରଫ କରିଛି । କିନ୍ତୁ କ୍ରଶର ମାଲିକ କିମ୍ବା ତାଙ୍କ କର୍ମଚାରୀଙ୍କୁ ଧରିବାକୁ ପୋଲିସ କି ପ୍ରଶାସନ କେହି ସାହସ କରିପାରୁ ନ ଥିଲା ।
ଗତ କିଛିବର୍ଷ ହେଲା ଦିଗପହଣ୍ଡି ବ୍ଲକ ଅଧୀନ ବିଭିନ୍ନ ଅଞ୍ଚଳରେ ଥିବା ପାହାଡ଼ ପର୍ବତରୁ ରାତାରାତି ଟନ୍‌ ଟନ୍‌ ପଥର ଚାଲାଣ ହେଉଛି। ମୂଲ୍ୟବାନ ପଥର ମଧ୍ୟରେ ରହିଛି କଳା ଗ୍ରାନାଇଟ। ଏସବୁ ଗ୍ରାନାଇଟ ପଥର ବିଶାଖାପାଟଣା, ହାଇଦ୍ରାବାଦ, ଭୁବନେଶ୍ୱର, ପାରାଦୀପ, ବ୍ରହ୍ମପୁର, କଟକ ଆଦିକୁ ଚାଲାଣ ହେଉଛି। ଏପରିକି ଗଞ୍ଜାମ ଜିଲାର ବହୁ କ୍ରଶରକୁ ମଧ୍ୟ ପଥର ଚୋରାଚାଲାଣ ହେଉଥିବା ଅନୁସନ୍ଧାନରୁ ଜଣାପଡ଼ିଛି । ଅଳ୍ପ କେତେକ ପଥର ଖାଦାନ (କ୍ବାରି)କୁ ଛାଡ଼ିଦେଲେ ବହୁ ସଂଖ୍ୟକ ପଥରକ୍ବାରୀ ବିନା ଲିଜ୍‌ରେ ଚାଲିଛି। ଏଥିରେ ପଥରମାଫିଆ ମାଲାମାଲ ହେଉଥିବା ବେଳେ ସରକାର ରାଜସ୍ବ ହରାଉଛନ୍ତି। ଅନ୍ୟପକ୍ଷରେ ପଥର ଖାଦାନଗୁଡ଼ିକରେ ଜିଲୋଟିନ, ଡିନାମାଇଟ ଭଳି ବିସ୍ଫୋରକ ଖଞ୍ଜି କମ୍ପ୍ରେଶର ମେଶିନ ଜରିଆରେ ପଥର ଫଟାଯାଉଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଯେ, ରାସ୍ତା ଓ ଚାଷଜମିକୁ ପଥରଖଣ୍ଡ ସବୁ ଛିଟିକି ଆସୁଛି । ଲିଜ୍‌ ଦିଆଯାଇଥିବା ଖାଦାନରୁ ପଥର ଉତ୍ତୋଳନ ବେଳେ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ସର୍ତ୍ତ ପାଳନ କରାଯାଉନାହିଁ । ଲିଜ୍‌ଧାରୀ ସଂସ୍ଥା କିମ୍ବା ବ୍ୟକ୍ତିବିଶେଷ କେତେ ପରିମାଣର ପଥର ଉତ୍ତୋଳନ କଲେ ତାହା ତଦାରଖ ପାଇଁ ପଦକ୍ଷେପ ନିଆଯାଉନାହିଁ । ପ୍ରତ୍ୟେକ ଦିନ ଟ୍ରକ, ଟ୍ରାକ୍ଟର ଓ ଟିପ୍ପରରେ ମେଟାଲ, ପଥର, ଚିପ୍ସ, ସ୍ପଲ ଚୋରାଚାଲାଣ କରାଯାଉଥିଲେ ମଧ୍ୟ ପୋଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ରାଜ୍ୟ କ୍ରାଇମବ୍ରାଞ୍ଚ ସିଆଇଡ଼ି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଏବେ ଚଢ଼ାଉ ପାଇଁ ତପତ୍ର ହୋଇଛି। ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ବାଇଁ କହିଛନ୍ତି, ପଥର ଖାଦାନରେ ବ୍ଲାଷ୍ଟିଂ ପାଇଁ କୌଣସି ଲିଜ୍‌ଧାରୀଙ୍କୁ ଅନୁମତି ଦିଆଯାଇନାହିଁ। ଥାନା ଆଇଆଇସି ଗୌରାଙ୍ଗ ଚରଣ ସାହୁ ପଥର ଚୋରାଚାଲାଣ ଓ ବିସ୍ଫୋରକ ସାମଗ୍ରୀ କାରବାର ସମ୍ପର୍କରେ ତଦନ୍ତ ଚାଲୁ ରହିଥିବା କହିଛନ୍ତି। ଅଭିଯୁକ୍ତଙ୍କ ଆର୍ଥିକ କାରବାର ସଂକ୍ରାନ୍ତରେ ନଜର ରଖାଯାଇଛି । ଆବଶ୍ୟକ ହେଲେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri