ବିନା ପାସ୍‌ରେ ଗଡ଼ିବନି ଗାଡ଼ି: ପାସ୍‌ ପାଇଁ ଥାନାରେ ଅସମ୍ଭାଳ ଭିଡ଼

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଜନତା କର୍ଫ୍ୟୁର ଗୋଟିଏ ଦିନ ପରେ ରାଜଧାନୀର ରାଜପଥରେ ଅନେକ ଯାନବାହନର ଭିଡ଼ ଦେଖିବାକୁ ମିଳିଥିଲା। ଯାଞ୍ଚ ସମୟରେ ପୋଲିସ ପାଇଁ ଏହା ସମସ୍ୟା ସୃଷ୍ଟି ହୋଇଥିଲା। ଏପରିକି ଭୁବନେଶ୍ୱରରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ଅନେକ ଦପ୍ତର ରହିଛି। ଏହା ବ୍ୟତୀତ ୬ଶହ ବ୍ୟାଙ୍କ୍‌ର ବ୍ରାଞ୍ଚ ମଧ୍ୟ ରହିଛି। ଲକ୍‌ଡାଉନର ଦ୍ୱିତୀୟ ଦିନରେ ସମସ୍ତ କର୍ମଚାରୀଙ୍କୁ ଯାଞ୍ଚ କରି ଛାଡିବାରେ ବିଭିନ୍ନ ସମସ୍ୟା ଉପୁଜିଥିଲା। ଏହାକୁ ଦୁଷ୍ଟିରେ ରଖି ଘରୋଇ ଗାଡ଼ିି ଚଳାଚଳ ଉପରେ ପୋଲିସ କଟକଣା ଲଗାଇଛି। ଏଣିକି ଗାଡ଼ି ଯାତାୟାତ ପାଇଁ ଥାନାରୁ ଆଣିବାକୁ ପଡିବ ପାସ୍‌। ଯେଉଁମାନଙ୍କୁ ଯିବାର ନିହାତି ଆବଶ୍ୟକ ସେମାନଙ୍କୁ ପାସ୍‌ ଦିଆଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ପାସ୍‌ ଆବେଦନ କରୁଥିବା ବ୍ୟକ୍ତି ନିଜର ପରିଚୟ ପତ୍ର ସହ କେଉଁଠୁ କେଉଁଯାଏ ଏବଂ କେଉଁ ଗାଡ଼ିରେ ଯିବେ ତାହା ଉଲ୍ଲେଖ କରିବେ। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପାସ୍‌ ଥାନାରୁୁ ଆଣିବା ପାଇଁ ନିୟମ ଜାରି କରାଯାଇଛି। ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ନିଜର ସୁରକ୍ଷା ଓ ସମାଜର ସୁରକ୍ଷା ପାଇଁ ଦାୟିତ୍ୱବାନ ହେବାକୁ କହିଛନ୍ତି ପୋଲିସ କମିଶନର।

ପାସ୍‌ ପାଇଁ ଥାନାରେ ଅସମ୍ଭାଳ ଭିଡ଼

ପୋଲିସ କମିଶନର ପାସ୍‌ ପାଇଁ ନିର୍ଦ୍ଦେଶ ଦେବା ପରେ ଥାନାରେ ପାସ୍‌ ନେବା ପାଇଁ ଲୋକଙ୍କ ମଧ୍ୟରେ ଭିଡ଼ ଦେଖିବାକୁ ମିଳିଛି। ଏକାଧିକ ଲୋକ ପାସ୍‌ ପାଇବା ପାଇଁ ଥାନା ଆଗରେ ଧାଡ଼ିରେ ରହୁଥିବା ଦେଖିବାକୁ ମିଳୁଛି। କେଉଁ କାରଣ ପାଇଁ ପାସ୍‌ ନେବେ, କେଉଁଠାରୁ କେଉଁଠିକୁ ଯିବେ ତାହା ପଚାରି ପଚାରି ଥାନା ଅଧିକାରୀ ନୟାନ୍ତ ହୋଇପଡ଼ୁଛନ୍ତି। ବିଭିନ୍ନ ଥାନରେ କାର୍ଯ୍ୟରତ ଡିସିଓଙ୍କ ଚାରିପଟେ ଲୋକେ ଘେରିଯାଉଥିବାର ଦୃଶ୍ୟ ଦେଖବାକୁ ମିଳିଥିଲା। ଯାହାକି ଲୋକଙ୍କ ସଚେତନତାକୁ ନେଇ ପ୍ରଶ୍ନ ଉଠିଥିଲା। ତୁରନ୍ତ ପାସ୍‌ ପ୍ରଦାନ କରିବାକୁ ଅନେକ ପୋଲିସ ସହ ଯୁକ୍ତି ତର୍କ କରିବାକୁ ପଛାଉନଥିଲେ। ସନ୍ଧ୍ୟାସୁଦ୍ଧା ମଞ୍ଚେଶ୍ୱର, ଖଣ୍ଡଗିରି, ନୟାପଲ୍ଲୀ ପରି ଅନେକ ଥାନାରେ ପାସ୍‌ ସରିଯାଇଥିବା ସହ ଯାଞ୍ଚ ପରେ ଲୋକଙ୍କୁ ପାସ୍‌ ମଙ୍ଗଳବାର ଦିଆଯିବ ବୋଲି ପରାମର୍ଶ ଦିଆଯାଇଥିଲା। ଆବଶ୍ୟକତା ନ ଥାଇ ଥାନାରେ ଗହଳି କରୁଥିବା ଲୋକଙ୍କୁ ପୋଲିସ ବୁଝାସୁଝା କରି ପଠାଇଥିଲା। ମାତ୍ର ଏବେ ଗଣମାଧ୍ୟମକୁ ପାସ୍‌ ଦେବାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟକରୁଥିବା ଏକାଧିକ କର୍ମଚାରୀଙ୍କୁ କିଭଳି ପାସ୍‌ ଦେବ ତାହାକୁ ନେଇ ପୋଲିସ ଚିନ୍ତାରେ ପଡ଼ିଛି। କାରଣ ଏତେ ଗୁଡିକ ପାସ୍‌ ଦେବାରେ ସମସ୍ୟା ସୃଷ୍ଟିହେବ। ତେଣୁ ଯେଉଁମାନେ ଅଫିସ ଯାଉଛନ୍ତି ସେମାନେ ଆଇକାର୍ଡ ଦେଖାଇ ଯାତାୟାତ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

ଖୁବ୍‌ଶୀଘ୍ର ନୋ ପାର୍କିଂ ଜୋନ୍‌ ଚିହ୍ନଟ କରିବ ବିଏମ୍‌ସି

ଭୁବନେଶ୍ୱର, ୨୭।୪ (ବନ୍ଦନା ସେଠୀ): ସହରସାରା ଏବେ ବେଆଇନ ପାର୍କିଂ। ଗଳିକନ୍ଦିଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯିଏ ଯେଉଁଠି ପାରୁଛି ଗାଡ଼ି ରଖି ଦେଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri