ବିନା ପାସ୍‌ରେ ଗଡ଼ିବନି ଗାଡ଼ି: ପାସ୍‌ ପାଇଁ ଥାନାରେ ଅସମ୍ଭାଳ ଭିଡ଼

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଜନତା କର୍ଫ୍ୟୁର ଗୋଟିଏ ଦିନ ପରେ ରାଜଧାନୀର ରାଜପଥରେ ଅନେକ ଯାନବାହନର ଭିଡ଼ ଦେଖିବାକୁ ମିଳିଥିଲା। ଯାଞ୍ଚ ସମୟରେ ପୋଲିସ ପାଇଁ ଏହା ସମସ୍ୟା ସୃଷ୍ଟି ହୋଇଥିଲା। ଏପରିକି ଭୁବନେଶ୍ୱରରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ଅନେକ ଦପ୍ତର ରହିଛି। ଏହା ବ୍ୟତୀତ ୬ଶହ ବ୍ୟାଙ୍କ୍‌ର ବ୍ରାଞ୍ଚ ମଧ୍ୟ ରହିଛି। ଲକ୍‌ଡାଉନର ଦ୍ୱିତୀୟ ଦିନରେ ସମସ୍ତ କର୍ମଚାରୀଙ୍କୁ ଯାଞ୍ଚ କରି ଛାଡିବାରେ ବିଭିନ୍ନ ସମସ୍ୟା ଉପୁଜିଥିଲା। ଏହାକୁ ଦୁଷ୍ଟିରେ ରଖି ଘରୋଇ ଗାଡ଼ିି ଚଳାଚଳ ଉପରେ ପୋଲିସ କଟକଣା ଲଗାଇଛି। ଏଣିକି ଗାଡ଼ି ଯାତାୟାତ ପାଇଁ ଥାନାରୁ ଆଣିବାକୁ ପଡିବ ପାସ୍‌। ଯେଉଁମାନଙ୍କୁ ଯିବାର ନିହାତି ଆବଶ୍ୟକ ସେମାନଙ୍କୁ ପାସ୍‌ ଦିଆଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ପାସ୍‌ ଆବେଦନ କରୁଥିବା ବ୍ୟକ୍ତି ନିଜର ପରିଚୟ ପତ୍ର ସହ କେଉଁଠୁ କେଉଁଯାଏ ଏବଂ କେଉଁ ଗାଡ଼ିରେ ଯିବେ ତାହା ଉଲ୍ଲେଖ କରିବେ। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପାସ୍‌ ଥାନାରୁୁ ଆଣିବା ପାଇଁ ନିୟମ ଜାରି କରାଯାଇଛି। ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ନିଜର ସୁରକ୍ଷା ଓ ସମାଜର ସୁରକ୍ଷା ପାଇଁ ଦାୟିତ୍ୱବାନ ହେବାକୁ କହିଛନ୍ତି ପୋଲିସ କମିଶନର।

ପାସ୍‌ ପାଇଁ ଥାନାରେ ଅସମ୍ଭାଳ ଭିଡ଼

ପୋଲିସ କମିଶନର ପାସ୍‌ ପାଇଁ ନିର୍ଦ୍ଦେଶ ଦେବା ପରେ ଥାନାରେ ପାସ୍‌ ନେବା ପାଇଁ ଲୋକଙ୍କ ମଧ୍ୟରେ ଭିଡ଼ ଦେଖିବାକୁ ମିଳିଛି। ଏକାଧିକ ଲୋକ ପାସ୍‌ ପାଇବା ପାଇଁ ଥାନା ଆଗରେ ଧାଡ଼ିରେ ରହୁଥିବା ଦେଖିବାକୁ ମିଳୁଛି। କେଉଁ କାରଣ ପାଇଁ ପାସ୍‌ ନେବେ, କେଉଁଠାରୁ କେଉଁଠିକୁ ଯିବେ ତାହା ପଚାରି ପଚାରି ଥାନା ଅଧିକାରୀ ନୟାନ୍ତ ହୋଇପଡ଼ୁଛନ୍ତି। ବିଭିନ୍ନ ଥାନରେ କାର୍ଯ୍ୟରତ ଡିସିଓଙ୍କ ଚାରିପଟେ ଲୋକେ ଘେରିଯାଉଥିବାର ଦୃଶ୍ୟ ଦେଖବାକୁ ମିଳିଥିଲା। ଯାହାକି ଲୋକଙ୍କ ସଚେତନତାକୁ ନେଇ ପ୍ରଶ୍ନ ଉଠିଥିଲା। ତୁରନ୍ତ ପାସ୍‌ ପ୍ରଦାନ କରିବାକୁ ଅନେକ ପୋଲିସ ସହ ଯୁକ୍ତି ତର୍କ କରିବାକୁ ପଛାଉନଥିଲେ। ସନ୍ଧ୍ୟାସୁଦ୍ଧା ମଞ୍ଚେଶ୍ୱର, ଖଣ୍ଡଗିରି, ନୟାପଲ୍ଲୀ ପରି ଅନେକ ଥାନାରେ ପାସ୍‌ ସରିଯାଇଥିବା ସହ ଯାଞ୍ଚ ପରେ ଲୋକଙ୍କୁ ପାସ୍‌ ମଙ୍ଗଳବାର ଦିଆଯିବ ବୋଲି ପରାମର୍ଶ ଦିଆଯାଇଥିଲା। ଆବଶ୍ୟକତା ନ ଥାଇ ଥାନାରେ ଗହଳି କରୁଥିବା ଲୋକଙ୍କୁ ପୋଲିସ ବୁଝାସୁଝା କରି ପଠାଇଥିଲା। ମାତ୍ର ଏବେ ଗଣମାଧ୍ୟମକୁ ପାସ୍‌ ଦେବାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟକରୁଥିବା ଏକାଧିକ କର୍ମଚାରୀଙ୍କୁ କିଭଳି ପାସ୍‌ ଦେବ ତାହାକୁ ନେଇ ପୋଲିସ ଚିନ୍ତାରେ ପଡ଼ିଛି। କାରଣ ଏତେ ଗୁଡିକ ପାସ୍‌ ଦେବାରେ ସମସ୍ୟା ସୃଷ୍ଟିହେବ। ତେଣୁ ଯେଉଁମାନେ ଅଫିସ ଯାଉଛନ୍ତି ସେମାନେ ଆଇକାର୍ଡ ଦେଖାଇ ଯାତାୟାତ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?