ବିଧାନସଭା ଶୀତ ଅଧିବେଶନ: ବିରୋଧୀଙ୍କ ରହୁନି ତାଳମେଳ

ଭୁବନେଶ୍ୱର,୨୪।୧୧: ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଶୀତ ଅଧିବେଶନ। ଦୀର୍ଘ ଏକ ମାସ ଧରି ଚାଲିବାକୁ ଥିବା ଏହି ଅଧିବେଶନ ଆରମ୍ଭରୁ ହୋଇଛି ବେଶ୍‌ ସରଗରମ। ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ(ପିଇଓ)ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁ ଏବଂ ଧାନ ବିକ୍ରି ପାଇଁ ସରକାର ଆରମ୍ଭ କରିଥିବା ଟୋକନ ବ୍ୟବସ୍ଥାକୁ ନେଇ ବିଧାନସଭା ହୁଲୁସ୍ଥୂଲ ହୋଇଛି। ପ୍ରସଙ୍ଗ ଗୋଟିଏ ଥିଲେ ମଧ୍ୟ ବିରୋଧୀ ଦୁଇଫାଳ ହୋଇଯାଇଛନ୍ତି। ଭାଜପା ଓ କଂଗ୍ରେସ ପୃଥକ୍‌ ପୃଥକ୍‌ ଢଙ୍ଗରେ ସରକାରଙ୍କୁ ଅଡୁଆରେ ପକାଇଛନ୍ତି। ଏମିତିକି ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ସରକାର ମୁଲତବୀ ଆକାରରେ ଆଲୋଚନା କରିବାକୁ ବାଧ୍ୟ ହୋଇଛନ୍ତି। ଖାଲି ସେତିକି ନୁହେଁ, ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିବୃତି ଦେବାକୁ ବାଧ୍ୟ ହୋଇଛନ୍ତି। ହେଲେ ସ୍ମିତାରାଣୀଙ୍କ ମୃତ୍ୟୁକୁ ଆତ୍ମହତ୍ୟା ଦର୍ଶାଇ ବିରୋଧୀଙ୍କ ଦାବିକୁ ସରକାର ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି। ଅପରପକ୍ଷରେ ମନ୍ତ୍ରୀ ଓ ଶାସକ ଦଳର ଅଧିକାଂଶ ସଦସ୍ୟଙ୍କ ଅନୁପସ୍ଥିତିକୁ ନେଇ ମଧ୍ୟ ବିରୋଧୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ସରକାର। କେବଳ ବିରୋଧୀ ନୁହଁନ୍ତି ବାଚସ୍ପତି ମଧ୍ୟ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି କି ଗୃହରେ ଉପସ୍ଥିତ ରହିବାକୁ ମଧ୍ୟ କଡ଼ା ତାଗିଦ କରିଛନ୍ତି। ମୁଖ୍ୟ ବିରୋଧୀ ଦଳ ଭାଜପା ନିଜ ଢଙ୍ଗରେ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରୁଥିବାବେଳେ କଂଗ୍ରେସ ଭିନ୍ନ ରଣ କୌଶଳକୁ ଆପଣାଇଥିଲା। କେତେବେଳେ ସ୍ମିତାରାଣୀ ପ୍ରସଙ୍ଗ ତ ଆଉ କେତେବେଳେ ଧାନ ବିକ୍ରିକୁ ନେଇ ବିରୋଧୀଙ୍କ ଟାର୍ଗେଟ ପାଲଟିଛନ୍ତି ସରକାର।

ସ୍ମିତାରାଣୀ ଓ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ପ୍ରଥମ ଦିବସରେ ବିରୋଧୀ ଦଳ ବିଧାନସଭାରେ ହଙ୍ଗାମା କରିଥିଲେ। ଦୁଇଦିନ ଗୃହ ଅଚଳ କରିବା ପରେ କଂଗ୍ରେସ ଚୁପ୍‌ହୋଇ ଗୃହ କାର୍ଯ୍ୟରେ ସହଯୋଗ କରିଥିଲା। କିନ୍ତୁ ଭାଜପା ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଗୃହରେ ମୋଶନ ଆଣିବାକୁ ଅଡ଼ି ବସିଥିଲା। ସିବିଆଇ ତଦନ୍ତ ଦାବିରେ ପ୍ରତିବାଦକୁ ଆହୁରି ଶାଣିତ କରିଥିଲା। ଦୁଇଦିନ ହଙ୍ଗାମା ପରେ ଭାଜପା ସଦସ୍ୟମାନେ ମୁହଁରେ କଳାପଟି ବାନ୍ଧି ଗୃହରେ ନୀରବ ପ୍ରତିବାଦ କରିଥିଲେ। ଏପରିକି ଗୃହକୁ ନ ଆସି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ବସି ସରକାରଙ୍କ ଉପରେ ଚାପ ପକାଇଥିଲେ। ସିବିଆଇ ତଦନ୍ତ ଦାବି ନେଇ ରାଜ୍ୟପାଳ ନିକଟରେ ଫେରାର ହୋଇଥିଲେ। ବୁଝା ଶୁଝା ପରେ ଭାଜପା ସଦସ୍ୟମାନେ ଗୃହକୁ ଫେରିଥିଲେ। ହେଲେ ବାଚସ୍ପତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ କହିବାକୁ ସୁଯୋଗ ନ ଦେବାରୁ ପୁଣି ଭାଜପା ଖପ୍ପା ହୋଇଥିଲା। ଗୃହ ନ ଚଳାଇ ଦେବାକୁ ଧମକ ମଧ୍ୟ ଦେଇଥିଲା। ମାତ୍ର ପାର୍ଲାମେଣ୍ଟରେ ବିଜେଡିର ଭୂମିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂୟସୀ ପ୍ରଶଂସା କରିବା ପରେ ରାଜ୍ୟ ଭାଜପାର ରଣନୀତି ଗୋଳମାଳ ହୋଇଯାଇଥିଲା। ରଣହୁଙ୍କାର ଛାଡୁଥିବା ଭାଜପା ସଦସ୍ୟମାନେ ସୁନା ପିଲାଭଳି ଗୃହ କାର୍ଯ୍ୟରେ ସହଯୋଗ କରିଥିଲେ। ଏନେଇ କଂଗ୍ରେସ ମଧ୍ୟ ଭାଜପାକୁ କଟୁ ସମାଲୋଚନା କରିଥିଲା। ବିଧାନସଭାରେ ହୋ ହଲ୍ଲା ନ କରି ମୌନବ୍ରତ ସମ୍ପର୍କରେ ସଫେଇ ଦେଇ ବିରୋଧୀ ଦଳ ନେତା କହିଥିଲେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବିଧାନସଭାକୁ ଅଚଳ ନ କରିବାକୁ ଦଳ ନିଷ୍ପତ୍ତି ନେଇଥିଲା। ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ଉଭୟ କଂଗ୍ରେସ ଓ ଭାଜପା ଶୂନ୍ୟକାଳ ଠାରୁ ଆରମ୍ଭ କରି ମୁଲତବୀ ଆଲୋଚନାବେଳେ ତେରେଛା ବାଣ ମାରିଥିଲେ ମଧ୍ୟ ସରକାରଙ୍କୁ ଏହାର କିଛି ଫରକ ପଡି ନ ଥିଲା। କହିବାକୁ ଗଲେ ଏହି ବିଷୟ ଏକ ପ୍ରକାର ଶୀତଳଭଣ୍ଡାରକୁ ଚାଲି ଯାଇଛି। ସରକାରଙ୍କ ପ୍ରଚାର ପତ୍ରରେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକୁ ଏକ ଆକସ୍ମିକ ଘଟଣା ବର୍ଣ୍ଣନା କରିବାକୁ ନେଇ କଂଗ୍ରେସ ସରକାରଙ୍କୁ ସଣ୍ଢୁଆଶି ଆକ୍ରମଣ କରିଥିଲା। ଏପରିକି ବିଜେଡି -ଭାଜପା ମଧ୍ୟରେ ଗୁପ୍ତ ବୁଝାମଣା ଥିବାନେଇ ପ୍ରଶ୍ନ ଉଠାଇଛି। ଭାଜପା ସଦସ୍ୟମାନେ ଏନେଇ ମୁହଁ ଖୋଲି ନ ଥିଲେ ମଧ୍ୟ ଶାସକ ଦଳର ସଦସ୍ୟ ମଧ୍ୟ ସରକାରୀ ପ୍ରଚାରପତ୍ରରେ ମହାତ୍ମା ଗାନ୍ଧୀଙ୍କ ଏଭଳି ଚିତ୍ରଣକୁ ନାପସନ୍ଦ କରିଥିଲେ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଚନ ଦାଶଙ୍କୁ ମଧ୍ୟ ବାଚସ୍ପତିଙ୍କ ନିର୍ଦ୍ଦେଶରେ ଗୃହରେ କୈଫିୟତ ଦେବାକୁ ପଡ଼ିଥିଲା। ଏଥିପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ବିଭାଗର ଦୁଇଜଣ କର୍ମଚାରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଧାନ କିଣା ପାଇଁ ଟୋକନ ବ୍ୟବସ୍ଥା ଗୃହକୁ ଆହୁରି ଉଷ୍ମ କରିଥିଲା। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଥିଲେ। ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଫେଇ ଦେଇଥିଲେ ମଧ୍ୟ ବିରୋଧୀ ଶାନ୍ତ ହୋଇ ନ ଥିଲେ। ପଶ୍ଚିମ ଓଡ଼ିଶାରେ ମୁଣ୍ଡ ଟେକିଥିବା ଚାଷୀ ଆନ୍ଦୋଳନର ତାତିକୁ ଶୀତଳ କରିବାକୁ ସରକାର ବାଧ୍ୟହୋଇ ପଶ୍ଚିମ ଓଡ଼ିଶାର ଦୁଇଜଣ ନେତା ମନ୍ତ୍ରୀ ସୁଶାନ୍ତ ସିଂ ଓ ସରକାରୀ ଉପମୁଖ୍ୟ ସଚେତକ ରୋହିତ ପୂଜାରୀଙ୍କୁ ପଠାଇଥିଲେ। ଉଭୟ ଏହି ଆନ୍ଦୋଳନ ପ୍ରଶମିତ କରିବାରେ ମଧ୍ୟ ସଫଳ ହୋଇଥିଲେ। ପ୍ରତିଶ୍ରୁତିକୁ ବିଶ୍ୱାସ କରି ଚାଷୀମାନେ ଆନ୍ଦୋଳନରୁ ହଟି ଯାଇଥିଲେ। ବୁକ ସର୍କୁଲାର-୪୭କୁ ସରକାରୀ ଅଧିକାରୀ ମାନୁ ନ ଥିବା ନେଇ କଂଗ୍ରେସ କ୍ଷୋଭ ପ୍ରକାଶ କରିଥିଲା। ଅଧିକାରୀମାନେ ଜନ ପ୍ରତିନିଧିଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଉଠିଲା। ଏଥିରେ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡ଼ିଲା କଂଗ୍ରେସ। ଅଭିଯୋଗ କଲେ ସମ୍ପୃକ୍ତ ଅଧିକାରୀଙ୍କୁ ସଦାଚାର କମିଟିକୁ ଡାକିବାକୁ ବାଚସ୍ପତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଲଘୁ ଖଣିଜ ସମ୍ପଦ ଲୁଟ୍‌କୁ ନେଇ ବିଧାନସଭାରେ ବିରୋଧୀ ସରକାରଙ୍କ ଉପରେ ଗର୍ଜିଥିଲେ। ଯାଜପୁର ଜିଲା ଡଙ୍କାରୀ ପାହାଡ଼ କେଳେଙ୍କାରୀକୁ ନେଇ ବିରୋଧୀ ସରକାରଙ୍କୁ ଜୋରଦାର ଆକ୍ରମଣ କରିବା ସହ କୈଫିୟତ ତଲବ କରିଥିଲେ। ହଟ୍ଟଗୋଳ ମଧ୍ୟରେ ୨୦୧୯-୨୦ ଆର୍ଥତ୍କ ବର୍ଷ ପାଇଁ ୮ ହଜାର କୋଟିର ଅତିରିକ୍ତ ବଜେଟକୁ ଗୃହରେ ଉପସ୍ଥାପନ କରିବାରେ ସଫଳ ହୋଇଥିଲେ। ତେବେ ଆଗକୁ ବିରୋଧୀମାନେ କେଉଁ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ଓ ଏହାକୁ ସରକାର କିଭଳି ଢଙ୍ଗରେ ମୁକାବିଲା କରିବେ ତାହା ଉପରେ ସମସ୍ତ ନଜର ରହିଛି।

ଅନୀଲ ଦାସ


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri