ବିଧାନସଭାରେ ଧାନ ଝଡ଼

ଭୁବନେଶ୍ୱର, ୨୫ା୨(ବ୍ୟୁରୋ): ଆକାଶରେ ମେଘ ବାଦଲ। ଆଗାମୀ ତିନିଦିନ ଧରି ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ଛେଚିବ। କେବଳ ମେଘ ନୁହେଁ, ୩୦ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିବ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଏନେଇ ଜିଲାପାଳଙ୍କୁ ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳିସ୍ଥିତିରେ ମଣ୍ଡିରେ ଧାନ ଗଦା ହୋଇଛି। ଧାନ କିଣା ନ ଯିବା ଯୋଗୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି। ମଣ୍ଡିରୁ ଧାନ ନ ଉଠିବା ଏବଂ ଟୋକନ ଅବ୍ୟବସ୍ଥାକୁ ନେଇ ବିରୋଧୀ ସରକାରଙ୍କୁ ସଣ୍ଡୁଆଶି ଆକ୍ରମଣ କରିଥିଲେ। ତିନିଦିନ ଗୃହ ବନ୍ଦ ରହିବା ପରେ ସୋମବାର ବିଧାନସଭାରେ ବିରୋଧୀ ଭାଜପା ଓ କଂଗ୍ରେସ ସରକାରଙ୍କୁ ହରଡ଼ଘଣାରେ ପକାଇଥିଲେ। ସରକାର ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ନୁହନ୍ତି। ଚାଷୀମାନେ ଧାନ ଧରି ଦିନରାତି ମଣ୍ଡିରେ ବସିଛନ୍ତି। ଟୋକନ ମିଳୁନାହିଁ, ଯାହାଙ୍କୁ ମିଳିଛି ସେମାନେ ଧାନ ବିକ୍ରି କରିପାରୁ ନାହାନ୍ତି। ଟୋକନ ଆଳରେ ଧାନ କିଣାଯାଉନାହିଁ। ଏଭଳି ଅଭିଯୋଗ ଆଣି ବିରୋଧୀ ବିଧାନସଭାରେ ହଙ୍ଗାମା କରିଥିଲେ। ଥରେ କି ଦି’ଥର ନୁହେଁ, ଦିନତମାମ ୧୬ଥର ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ଅଚଳାବସ୍ଥାକୁ ଏଡ଼ାଇବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ସ୍ବାଭାବିକ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ସବୁକିଛି ଫସର ଫାଟିଛି। ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଦିନତମାମ ଗୃହକାର୍ଯ୍ୟ ବାଏଁ ବାଏଁ ଉଡ଼ିଯାଇଛି। ପୂର୍ବରୁ ଗତ ୨୦ ତାରିଖରେ ଧାନକିଣାକୁ ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏ ସମସ୍ୟାର ସମାଧାନ ପାଇଁ ବିଧାୟକମାନଙ୍କୁ ଡାକି ଆଲୋଚନା କରିବା ସହ ଗୃହକୁ ରିପୋର୍ଟ ଦେବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସମବାୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ବାଚସ୍ପତି ସଭାକାର୍ଯ୍ୟ ଚଳାଇବାକୁ ଗୃହକୁ ପ୍ରବେଶ କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା ମାତ୍ରେ କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଗୃହର ମଧ୍ୟଭାଗକୁ ଆସି ସରକାରଙ୍କ ଚାଷୀ ବିରୋଧୀ ନୀତିକୁ ସମାଲୋଚନା କରିଥିଲେ। ତାଙ୍କ ସହ କଂଗ୍ରେସ ସଦସ୍ୟ ମହମ୍ମଦ ମୋକିମ, ରମେଶ ଜେନା, ସୁରେଶ କୁମାର ରାଉତରାୟ, ଦଳର ଅନ୍ୟ ସଦସ୍ୟମାନେ ଏବଂ ଭାଜପା ସଦସ୍ୟ ମୁକେଶ ମହାଲିଙ୍ଗ, କୁସୁମ ଟେଟେ ଏବଂ ଦଳର ଅନ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା ପରିବର୍ତ୍ତେ ମାତ୍ର ଅଧମିନିଟ୍‌ରେ ଗୃହକୁ ପୂର୍ବାହ୍ନ ୧୧ଟା ୩୦ ଯାଏ ମୁଲତବୀ ଘୋଷଣା କରିଦେଇଥିଲେ। ୧୧ଟା ୩୦ ମିନିଟ୍‌ରେ ମଧ୍ୟ ବିରୋଧୀ ଦଳ ଧାନ ପ୍ରସଙ୍ଗକୁ ନେଇ ପୁଣି ଗୃହରେ ହୋହଲ୍ଲା କଲେ। ସରକାରଙ୍କ ଚାଷୀମାରଣ ନୀତି ଚଳିବ ନାହିଁ, ଚଳିବ ନାହିଁ…, ଯଦି ଚଳିବ ନିଆଁ ଜଳିବ ସ୍ଲୋଗାନ ଦେଇ ସରକାରଙ୍କୁ ଜୋର୍‌ଦାର ଆକ୍ରମଣ କରିଥିଲେ। ବାଚସ୍ପତି ଗୃହକାର୍ଯ୍ୟରେ ସହଯୋଗ କରିବାକୁ ଯେତେ ଅନୁରୋଧ କରିଥିଲେ ମଧ୍ୟ ବିରୋଧୀଙ୍କ ଉପରେ କୌଣସି ପ୍ରଭାବ ପଡ଼ି ନ ଥିଲା। ଶେଷରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ସ୍ବାଭାବିକ କରିବାକୁ ଉଦ୍ୟମ କରିଥିଲେ। ସର୍ବଦଳୀୟ ବୈଠକରେ ଯୋଗଦେବାକୁ ସେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାଶ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଏବଂ ସିପିଆଇ(ଏମ୍‌) ନେତା ଲକ୍ଷ୍ମଣ ମୁଣ୍ଡାଙ୍କୁ ଅନୁରୋଧ କରିଥିଲେ। ଗୃହକୁ ୧୧ଟା ୩୨ରେ ୧୫ ମିନିଟ୍‌ ପାଇଁ ମୁଲତବୀ ଘୋଷଣା କରିଥିଲେ। ମାତ୍ର ବୈଠକରେ କୌଣସି ନିର୍ଯାସ ନ ବାହାରିବାରୁ ପର୍ଯ୍ୟାୟକ୍ରମେ ୭ଥର ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନ ୩ଟାରେ ମଧ୍ୟ ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରି ନ ଥିଲା। ବାଚସ୍ପତି ବିଭିନ୍ନ ପର୍ଯ୍ୟାୟରେ ଗୃହକୁ ଅପରାହ୍ନ ୫ଟା ୩୦ ମିନିଟ୍‌ ଯାଏ ମୁଲତବୀ ଘୋଷଣା କରିଥିଲେ। ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ବାଚସ୍ପତି ଗୃହକୁ ସନ୍ଧ୍ୟା ୬ଟା ୩୦ରେ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ ଯାଏ ମୁଲତବୀ ଘୋଷଣା କରିଥିଲେ।
ଗୃହ ଅଚଳ ହେବା ପରେ ସୋମବାର ଅପରାହ୍ନରେ ଧାନ ସଂଗ୍ରହ ହେଉଥିବା ୫ଟି ଜିଲା କଳାହାଣ୍ଡି, ବାଲେଶ୍ୱର, ନୂଆପଡ଼ା, ସୋନପୁର ଏବଂ ବଲାଙ୍ଗୀରର ବିଧାୟକମାନଙ୍କୁ ଡାକି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଆଲୋଚନା କରିଛନ୍ତି। ଯେଉଁ ଜିଲାରେ ଧାନ ବିକ୍ରି ସମସ୍ୟା ରହିଛି ସେଠାକାର ଜିଲାପାଳମାନଙ୍କୁ ତାଲିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହାକୁ ନେଇ ବିଧାୟକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସମସ୍ୟା ସମାଧାନ ହୋଇ ନ ଥିବାରୁ ମଙ୍ଗଳବାର ପୁଣି ବିଧାନସଭାରେ ବିରୋଧୀ ସରକାରଙ୍କୁ ଘେରିବା ନେଇ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

ଲଭ-ସେକ୍ସ-ଧୋକା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିବା ପରେ ପ୍ରତାରଣା କରାଯାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri