ନରହନ୍ତା ଦନ୍ତା ଚନ୍ଦକାମୁହାହାଁ

ଭୁବନେଶ୍ୱର,୨୫ା୨(ବ୍ୟୁରୋ):ପିପିଲି, ନିମାପଡ଼ା, କଣାସ ଓ ଡେଲାଙ୍ଗ ବ୍ଲକ ଅଞ୍ଚଳରେ ତିନି ଦିନ ଧରି ଉପଦ୍ରବ କରିଥିବା ଦନ୍ତାହାତୀ ସୋମବାର ସନ୍ଧ୍ୟାରେ ଚନ୍ଦକା ଜଙ୍ଗଲମୁହାଁ ହୋଇଛି। ତା’ର ଆକ୍ରମଣରେ ରବିବାର ପିପିଲି ଓ ବଳଙ୍ଗା ଥାନା ଅଞ୍ଚଳର ୪ଜଣଙ୍କ ଜୀବନ ଯାଇଥିବାବେଳେ ୫ଜଣ ଗୁରୁତର ଆହତ ହୋଇଥିଲେ। ସୋମବାର ସକାଳେ ଉକ୍ତ ହାତୀ ଭୁବନେଶ୍ୱର ଉପକଣ୍ଠରେ ଜଣେ ମହିଳାଙ୍କୁ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ମହିଳା ଜଣକ ହେଲେ ମୁଣ୍ଡା ସାହିର ଫୁଲେଶ୍ୱରୀ ବସ୍ତିରେ ରହୁଥିବା ଗାଙ୍ଗି ମୁଣ୍ଡା(୫୫)। ସକାଳ ପ୍ରାୟ ସାଢ଼େ ୫ଟାରେ ସେ ଫୁଲ ତୋଳୁଥିବାବେଳେ ଉଗ୍ର ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ତାଙ୍କ କାନ୍ଧ ହାଡ଼ ଭାଙ୍ଗିଯିବା ସହିତ କାଖରେ କ୍ଷତ ଚିହ୍ନ ରହିଛି। ତାଙ୍କୁ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି କରାଯାଇଛି। ମୋଟ ୬ ଗୁରୁତରଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଦନ୍ତା ରବିବାରଠାରୁ ଅଣାୟତ୍ତ ହୋଇ ଆକ୍ରମଣ କରି ଚାଲିଥିବାବେଳେ ବନବିଭାଗ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମରେ ସୋମବାର ସନ୍ଧ୍ୟା ୬ଟା ବେଳକୁ ଚନ୍ଦକା ଜଙ୍ଗଲମୁହାଁ ହୋଇଛି। ତେବେ ଦନ୍ତା ପୁଣି ଫେରି ଆକ୍ରମଣ କରିପାରେ ବୋଲି ଲୋକେ ଆଶଙ୍କା କରି ଆତଙ୍କିତ ହୋଇପଡ଼ିଛନ୍ତି। ଫଳରେ ସୋମବାର ଦିନତମାମ ପୁରୀ ଜିଲାର ଉପରୋକ୍ତ ବ୍ଲକ ସମେତ ଜଟଣୀ, ଖୋର୍ଦ୍ଧା ବ୍ଲକ ଏବଂ ରାଜଧାନୀ ଉପକଣ୍ଠର ବହୁ ଗ୍ରାମ ଏକପ୍ରକାର ଜନଶୂନ୍ୟ ହୋଇପଡ଼ିଥିଲା। ଲୋକେ ତାଟିକବାଟ କିଳି ଘରେ ରହିବାକୁ ସୁରକ୍ଷିତ ମଣିଥିଲେ। ବନବିଭାଗ ପକ୍ଷରୁ ମଧ୍ୟ ସତର୍କ ରହିବାକୁ ଡାକବାଜି ଯନ୍ତ୍ର ଜରିଆରେ କୁହାଯାଇଥିଲା।
ସୂଚନାଥାଉ କି, ରବିବାର ସକାଳ ପ୍ରାୟ ୬ଟାରୁ ପୂର୍ବାହ୍ନ ୧୧ଟା ମଧ୍ୟରେ ଦନ୍ତାହାତୀଟି ଗୋଟିଏ ପରେ ଗୋଟିଏ ଗଁାରେ ପଶି ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। କାହାକୁ ଗୋଡ଼ରେ ଦଳିଥିଲା ତ କାହାକୁ ଶୁଣ୍ଢରେ ଟେକି ଛେଚିଥିଲା। ଆଉ କେତେଜଣ ଜୀବନ ବିକଳରେ ଦୌଡ଼ିବାବେଳେ ତଳେ ପଡ଼ି ଆହତ ହୋଇଥିଲେ। ପୁରୀ ଜିଲାର ବଳଙ୍ଗା ଥାନା ଅଧୀନ ଗୋପୀନାଥପୁର ଗ୍ରାମର ଯୁଗଳ କିଶୋର ଭଟ୍ଟ(୬୨)ଙ୍କ ମୃତ୍ୟୁ ଘଟିଥିବାବେଳେ ବାବନ ପୃଷ୍ଟି (୬୦), ହାଡ଼ିବନ୍ଧୁ ସାହୁ (୪୦) ଗୁରୁତର ଆହତ ହୋଇଛନ୍ତି। ସେହିପରି ବଳଙ୍ଗା ଥାନା ଅଧୀନ ତେରହଳ ଗ୍ରାମର ଛବି ଦେଈ(୪୭) ଗୁରୁତର ଆହତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବାବେଳେ ଚନ୍ଦ୍ରାଦେଈପୁର ଗ୍ରାମର ମକର ପଲେଇ (୭୨)ଙ୍କ ମୃତ୍ୟୁ ଘଟିଛି ଏବଂ ବଳିଆ ବେହେରା (୪୫) ଗୁରୁତର ଆହତ ହୋଇଛନ୍ତି। ପିପିଲି ଥାନା ଅନ୍ତର୍ଗତ ରାଜତେଇ ଗ୍ରାମରେ ଚୈତନ୍ୟ ସାହୁ(୫୦) ଓ ଅଜୟ କୁମାର ନାୟକ(୪୫)ଙ୍କ ମୃତ୍ୟୁ ଘଟିଥିବାବେଳେ ସେକ୍‌ ସମୀର(୨୫) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ରବିବାର ରାତିରେ ପିପିଲି ବଜାରର ଦେବୀଗଳି ନିକଟରେ ଦନ୍ତାହାତୀ ଦଳି ଦେଇଥିଲା। ଏହାପରେ ହାତୀଟି ଭାରତୀପୁର, ଓରକଳ ଅଞ୍ଚଳ ଦେଇ ସୋମବାର ଭୋର ସମୟରେ ଭୁବନେଶ୍ୱର କଳିଙ୍ଗବିହାରରେ ଥିବା ଏମ୍‌ସିଏଲ୍‌ ଗାର୍ଡେନ୍‌ ଭିତରେ ପଶିଥିଲା। ସେହି ସମୟରେ ଫୁଲ ତୋଳିବାକୁ ଗାର୍ଡେନକୁ ଆସିଥିବା ଗାଙ୍ଗିଙ୍କୁ ହାତୀ ଆକ୍ରମଣ କରିଥିଲା। ହାତୀର ଗତିବିଧି ନିରୀକ୍ଷଣ କରି ଆସୁଥିବା ବନବିଭାଗ ଅଧିକାରୀ ଓ କର୍ମଚାରୀମାନେ ଗାର୍ଡେନକୁ ଘେରିଯାଇ ତାକୁ ଚନ୍ଦକା ଜଙ୍ଗଲ ଅଭିମୁଖେ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ନଗର ବନଖଣ୍ଡ ଅଧିକାରୀ ଅଶୋକ ମିଶ୍ର, ଚନ୍ଦକା ବନଖଣ୍ଡ ଅଧିକାରୀ କେଦାର ସ୍ବାଇଁ, ଭୁବନେଶ୍ୱର ବନାଞ୍ଚଳ ଅଧିକାରୀ ଆଦିତ୍ୟ ମିଶ୍ର, ଭୁବନେଶ୍ୱର ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଅସିତ୍‌ ମିଶ୍ର, ଚନ୍ଦକା ବନାଞ୍ଚଳ ଅଧିକାରୀ ମାନସ ମହାନ୍ତି, କଟକ ବନାଞ୍ଚଳ ଅଧିକାରୀ ଦୁର୍ଗାଚରଣ ପଣ୍ଡାଙ୍କ ସମେତ ପ୍ରାୟ ୭୦ଜଣ ବନ ବିଭାଗ କର୍ମଚାରୀ ଓ ଖଣ୍ଡଗିରି ପୋଲିସ ଏଥିରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

ଭିଡିଓ କଲ୍‌ରେ ଲୋକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ନେଲେ ଏସବୁର ଅପ୍‌ଡେଟ୍‌…

ଭୁବନେଶ୍ବର,୧୬।୪ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଏସ୍‌ କଲ୍‌ ପରେ ଏବେ ଭିଡିଓ କଲ୍‌ ଯୋଗେ ଲୋକଙ୍କ ସହ କଥା ହୋଇଛନ୍ତି। ମଙ୍ଗଳବାର ସେ ଭିଡିଓ...

ଦଳରେ ଅଣଦେଖା! ବିଶେଶ୍ୱର ଟୁଡୁଙ୍କୁ ଟିକେଟ ଦେଇନି ଭାଜପା

ଭୁବନେଶ୍ବର,୧୬।୪: ରାଜ୍ୟରେ ଆଉ ୨୧ ବିଧାନସଭା ଆସନ ଲାଗି ଭାଜପା ପକ୍ଷରୁ ମଙ୍ଗଳବାର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ଦଳ ରାଉରକେଲାରୁ ବରିଷ୍ଠ ନେତା...

ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ଏଥର ବି ଝୁଲି ରହିଲା କଟକର ୨ ଆସନ

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏଥର...

ଭାଜପା ପ୍ରାର୍ଥୀ ତାଲିକାରେ ଆଉ ୨୧ ଜଣଙ୍କ ନାଁ: ୨ଟି ସ୍ଥାନରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୨ ବିଧାନସଭା ପ୍ରାର୍ଥୀଙ୍କୁ ଭାଜପା ବଦଳାଇଛି। ରଣପୁର ଏବଂ ପଟାଙ୍ଗୀ...

ଭାଜପା ପ୍ରାର୍ଥୀ ତାଲିକା: ରାଉଲକେଲାରୁ ଲଢିବେ ଦିଲ୍ଲୀପ ରାୟ

କରିଛି। ରାଉଲକେଲାରୁ ଭାଜପା ଦିଲ୍ଲୀପ ରାୟଙ୍କୁ ଟିକେଟ୍‌ ଦେଇଛି। ଦିଲ୍ଲୀପ ରାୟ ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସାରଦା ପ୍ରସାଦ ନାୟକଙ୍କୁ ଟିକେଟ୍‌ ଦେଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri