ବିଦ୍ୟୁତ ସଂଯୋଗ ନ ହେବାରୁ ଗ୍ରାମବାସୀ ଉପଜିଲାପାଳଙ୍କ ଦ୍ୱାରସ୍ଥ

ଚମ୍ପୁଆ,୩ା୧(ଡି.ଏନ.ଏ)- ଚମ୍ପୁଆ ବ୍ଲକ ଜାମୁଦଲକ ପଞ୍ଚାୟତ ହୁଡି ସାହି ଓ ସମା ସାହି ଖୁଣ୍ଟ, ତାର ଓ ଟ୍ରାନ୍ସଫର୍ମର ଲାଗିଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ଦିଆଯାଉ ନଥିବାରୁ ସରପଞ୍ଚ ସମେତ ଗ୍ରାମବାସୀ ଚମ୍ପୁଆ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁସାରେ ହୁଡି ସାହି ଓ ସମା ସାହିଠାରେ ଆଦିବାସୀ ଓ ବିପିଏଲ ପରିବାରର ଲୋକମାନଙ୍କୁ ବିପିଏଲ ଇଲେକ୍ଟ୍ରି ସଂଯୋଗ ଯୋଗାଇ ଦେବା ପାଇଁ ପ୍ରାୟ ୩ ରୁ ୪ ମାସ ତଳେ ଉକ୍ତ ସାହିରେ ବିଦ୍ୟୁତ ଖୁଣ୍ଟ ପୋତା ହେବା ସହିତ ତାର ଟଣାଯାଇ ଟ୍ରାନ୍ସଫର୍ମର ବସି ସାରିଛି। ମାତ୍ର ସଂଯୋଗ ଦେବାରେ ବିଳମ୍ବ ହେବାରେ ଲାଗିଛି। ଅନ୍ୟପକ୍ଷରେ ଜାମୁଦଲକ ପଞ୍ଚାୟତର ଏହି ୨ ସାହି ହାତୀ ଉପଦ୍ରବର ପ୍ରମୁଖ ସ୍ଥାନ ପାଲଟିଥିବା ବେଳେ ଏଠାରେ ବିଦ୍ୟୁତ ସଂଯୋଗ ଅତି ଆବଶ୍ୟକ ହୋଇପଡିଛି। ସଂଯୋଗରେ ବିଳମ୍ବ ହେତୁ ଗ୍ରାମବାସୀ ଜିଲାପାଳଙ୍କୁ ୨୦୧୯ ମସିହା ନଭେମ୍ବର ୧୧ ତାରିଖରେ ଅଭିଯୋଗ କରିବା ପରେ ନେସ୍କୋ କର୍ତ୍ତୃପକ୍ଷ ୭ ରୁ ୧୦ ଦିନ ମଧ୍ୟରେ ସଂଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପ୍ରତିଶ୍ରୁତିଟି ପାଣିର ଗାର ଭଳି ମିଳେଇ ଯିବା ସହ ୪ ମସ ବିତି ଯାଇଥିଲେ ମଧ୍ୟ ବିଜୁଳି ଆଲୁଅ ଏମାନଙ୍କ ପାଇଁ ସ୍ବପ୍ନ ପାଲିଟିଛି। ଏ ନେଇ ସରପଞ୍ଚ ରମେଶ ମୁଣ୍ଡାଙ୍କ ସମେତ ବହୁ ଗ୍ରାମବାସୀ ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରିତିମୟଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତୁରନ୍ତ ଏହି ସମସ୍ୟାକୁ ଅନୁଧ୍ୟାନ କରି କେଉଁ କାରଣରୁ ବିଦ୍ୟୁତ ସଂଯୋଗ ଦିଆଯାଇ ପାରୁନାହିଁ ସେ ବିଷୟରେ ଉପଜିଲାପାଳଙ୍କୁ ଅବଗତ କରିବା ପାଇଁ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରେ ନାବାଳକ ପୁଅକୁ ନେଇ ଗାଁକୁ ଆସୁଥିଲେ, ବାଟରେ ଘଟିଲା ବଡ଼ ଅଘଟଣ; ଚାଲିଗଲା ମା’ଙ୍କ ଜୀବନ

ସୋହେଲା ୩।୬( ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲେଖାପଥର ଛକଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପିଙ୍କି ମହାପାତ୍ର (୪୫) ଙ୍କ ମୃତ୍ୟ…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭାଇଙ୍କ ଆକସ୍ମିକ ମୃତ୍ୟୁ, ସରକାରୀ ବାସଭନରେ ଥିବାବେଳେ ହଠାତ୍‌ ବିଳମ୍ବିତ ରାତିରେ…

କେନ୍ଦୁଝର,୩।୬(ନରେଶ ପଟ୍ଟନାୟକ): ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ (ବଡ଼ବାପାଙ୍କ ପୁଅ) ଭାଇ ଦୀନବନ୍ଧୁ ମାଝୀ ଦୀନବନ୍ଧୁ ଲୋୟର ପିଏମଜିରେ ଥିବା…

ଘର ବାରଣ୍ଡାରେ ଶୋଇଥିବାବେଳେ ମୋହନଙ୍କୁ କାମୁଡିଲା ସାପ, ଅବସ୍ଥା ସଙ୍କଟାପନ୍ନ ପରେ…

ପାଟଣା,୩।୬(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଏରେଇଣ୍ଡେଇ ପଞ୍ଚାୟତ ଅନ୍ତର୍ଗତ ଗିଲିରିଦୁମା ଗ୍ରାମର ଜଣେ ୨୫ବର୍ଷୀୟ ଯୁବକଙ୍କ ମଙ୍ଗଳବାର ସାପ କାମୁଡାରେ ଚିକିତ୍ସାଧୀନ…

ଘୋଷଣା ହେଲା କେନ୍ଦୁଝର ଜିଲା ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ଟିମ୍‌: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ?

କେନ୍ଦୁଝର, ୨।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଭାରତୀୟ ଜନତା ପାର୍ଟି (ଭାଜପା) ସଂଖ୍ୟାଲଘୁ ମୋର୍ଚ୍ଚାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ନୂତନ ଜିଲା କମିଟି…

ସ୍ବାସ୍ଥ୍ୟସେବାର ବିକଳ ଚିତ୍ର: ସାଇଁକୁଳ ମେଡିକାଲ ବେଡ୍‌ରେ ଏକାକାର ରୋଗୀ-ବୁଲା କୁକୁର…

ଆନନ୍ଦପୁର, ୧।୬(ସୁଶାନ୍ତ କୁମାର ସାହୁ): ରାଜ୍ୟ ସ୍ବାସ୍ଥ୍ୟସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି, ତାହା ପୁଣି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରୁ। ଆନନ୍ଦପୁର ଉପଖଣ୍ଡ…

ଆନନ୍ଦପୁର ବସଷ୍ଟାଣ୍ଡରେ ଚାଲିଥିଲା ଅବୈଧ ମଦ ବେପାର, ଖବରପାଇ ଅଚାନକ ଚଢାଉ କଲା ପୋଲିସ, ତା’ପରେ…

ହାଟଡିହୀ/ଆନନ୍ଦପୁର,୧l୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଆନନ୍ଦପୁର ବସଷ୍ଟାଣ୍ଡରେ ଅବୈଧ ଭାବେ ମଦ ବେପାର କରୁଥିବା ଜଣେ ଦୋକାନୀକୁ ପୋଲିସ ଗିରଫ କରିଛି…

ପ୍ରହରୀ ଦେଖି ଫେରୁଥିବା ବେଳେ ଭାଲୁ ହାବୁଡରେ ପଡ଼ିଗଲେ ୨ ସାଙ୍ଗ, ତାପରେ ଯାହା ଘଟିଲା…

ପାଟଣା,୧।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡବିଟ ବଡ ନୂଆଗାଁ ହୁଡ଼ି ନିକଟରେ ଅଭାବନୀୟ ଘଟଣା ଘଟିଯାଇଛି । ସୋମବାର ସକାଳୁ ଭାଲୁ ଆକ୍ରମଣରେ…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri