ବିଦ୍ୟୁତ୍‌ ମରାମତିବେଳେ ଠିକା ମିସ୍ତ୍ରି ଜଳିଯିବା ଘଟଣା : -ମାରିଦେବା ପରେ ପୋଲିସ ଲଗାଇ ଚାପି ଦେବାକୁ ଉଦ୍ୟମ

ଭୁବନେଶ୍ୱର, ୧୭ା୫(ବ୍ୟୁରୋ)- ରାଜଧାନୀକୁ ଶୀଘ୍ର ବିଦ୍ୟୁତ୍‌ ଯୋଗାଇବା ପାଇଁ ଭୋକଶୋଷ ଭୁଲି ମରାମତିରେ ଲାଗି ପଡିଥିଲେ ବହୁ ଠିକା ମିସ୍ତ୍ରି ଓ ଶ୍ରମିକ। ବାତ୍ୟାବିପନ୍ନଙ୍କ ପାଇଁ ସାଜିଥିଲେ ରିୟଲ ହିରୋ। ହେଲେ ବୁଧବାର କାର୍ଯ୍ୟସ୍ଥଳରେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଯାଇଥିଲେ ଠିକା ମିସ୍ତ୍ରି ବାଗଇ ମୁର୍ମୁ ଓରଫ ମଟକା (୨୨)। ଖବର ପାଇ ଗୁରୁବାର ତାଙ୍କ ବାପା ମୟୂରଭଞ୍ଜ ଜିଲା ଭିଜିଡିହି ଗ୍ରାମର ବାଗାତ ମୁର୍ମୁ ଓ ପରିବାର ଲୋକେ ପହଞ୍ଚତ୍ବା ପରେ କାନ୍ଦ ବୋବାଳିରେ କ୍ୟାପିଟାଲ ହସ୍ପିଟାଲ ପରିସର ଫାଟି ପଡିଥିଲା। ସେସୁ ଲାଇନ୍‌ମ୍ୟାନଙ୍କ ଭୁଲ୍‌ ପାଇଁ ତାଙ୍କ ପୁଅର ଜୀବନ ଯାଇଥିବା ଶୁଣିବା ପରେ ବାପା ବାଗାତ ପୂରା ଭାଙ୍ଗି ପଡିଥିଲେ। ଅପରାହ୍ନରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପୋଲିସ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲା। ହେଲେ ନ୍ୟାୟ ଓ କ୍ଷତିପୂରଣ ଆଶା ନେଇ ୮୦ବର୍ଷୀୟ ବାପା ଓ ସମ୍ପର୍କୀୟମାନେ ଗାଡ଼ିରେ ମୃତଦେହକୁ ନେଇ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଦେଖା କରିବାକୁ ଯାଇଥିଲେ। ହେଲେ ସେମାନେ ସେଠାରେ ପହଞ୍ଚତ୍ବାକ୍ଷଣି ସେସୁ ଭୁବନେଶ୍ୱର ସିଟି ଡିଭିଜନ-୧ ସମ୍ମୁଖରୁ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲା। ମଟକାଙ୍କ ମୃତ୍ୟୁ ବିଦ୍ୟୁତ୍‌ ବିଭାଗର ସମ୍ପୂର୍ଣ୍ଣ ଅବହେଳାରୁ ହୋଇଥିବା ଅଭିଯୋଗ ହେଉଛି। ଜାଣିଶୁଣି ମାରିଦେବା ପରେ ପୋଲିସ ଲଗାଇ ମୃତ୍ୟୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେବା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସୂଚନା ମୁତାବକ, ମଟକା ଠିକା ସଂସ୍ଥା ଆଖଣ୍ଡଳମଣୀ ଇଲେକ୍ଟ୍ରିକାଲ କନଷ୍ଟ୍ରକ୍ସନ ଅଧୀନରେ ଅନୁଗୋଳରେ କାର୍ଯ୍ୟ କରୁଥିଲେ। ବାତ୍ୟା ପରେ ସରକାରଙ୍କ କଡା ନିର୍ଦ୍ଦେଶ ପାଇଁ ଠିକାଦାର ମିସ୍ତ୍ରି ଥିବା ମଟକାଙ୍କ ସହ ୩୦ଜଣ ଶ୍ରମିକଙ୍କୁ ଭୁବନେଶ୍ୱରରେ ବିଦ୍ୟୁତ୍‌ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟରେ ଲଗାଇଥିଲେ। ବୁଧବାର ୧୫ଜଣ ଧଉଳି ନିକଟରେ କାମ କରୁଥିବା ବେଳେ ମଟକା ଓ ଅନ୍ୟ ୧୪ଜଣ ସତ୍ୟନଗର ବିଦ୍ୟୁତ୍‌ କାର୍ଯ୍ୟାଳୟ ଅଧୀନ କେନ୍ଦ୍ରୀୟ ବିଦ୍ୟାଳୟ ସ୍କୁଲ କଲୋନୀ ନିକଟରେ କାମ କରୁଥିବାବେଳେ ଦୁର୍ଘଟଣା ଘଟିଥିଲା। ମୃତ ମଟକାଙ୍କ ସହ କାର୍ଯ୍ୟ କରୁଥିବା ମୁଖ୍ୟ ସହଯୋଗୀ ଡମ୍ବୁରୁଙ୍କ କହିବାନୁସାରେ, ବୁଧବାର ସାଢେ ୫ଟାରେ ସେମାନେ ସତ୍ୟନଗର ବିଦ୍ୟୁତ୍‌ କାର୍ଯ୍ୟାଳୟର ଲାଇନମ୍ୟାନ୍‌ ଅକୁର ବେହେରାଙ୍କ ତତ୍ତ୍ୱାବଧାନରେ ୧୧କେଭିରୁ ଟ୍ରାନ୍ସଫର୍ମରକୁ ବିଦ୍ୟୁତ୍‌ ସଂଯୋଗ କାର୍ଯ୍ୟରେ ଲାଗିଥିଲେ। ୧୧ କେଭିରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଥିବା ଲାଇନମ୍ୟାନ ଅକୁର କହିବା ସହ ମଟକାଙ୍କୁ ତାର ଯୋଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ମଟକା ଖୁଣ୍ଟକୁ ଚଢ଼ି ତାରକୁ ଧରିବାକ୍ଷଣ ଜଳିଯାଇ ତଳକୁ ଖସି ପଡିଥିଲେ। କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ।
ଘଟଣାସ୍ଥଳରେ କାର୍ଯ୍ୟ କରୁଥିବା ମଟକାଙ୍କ ସହଯୋଗୀ ଚନ୍ଦନ କୁମାର କହିଛନ୍ତି, ମେଡିକାଲରୁ ବାହାରି ଶାନ୍ତି ଶୃଙ୍ଖଳା ଭାବେ ସେସୁ କାର୍ଯ୍ୟାଳୟ ବାହାରେ ଅଧିକାରୀଙ୍କୁ ଭେଟି ଦୁଃଖ ଜଣାଇବାକୁ ଅପେକ୍ଷା କରିଥିଲୁ। ଅଧଘଣ୍ଟା ଅପେକ୍ଷା କରିବା ପରେ ଭିତରକୁ ଯାଇଥିବା ପରିବାର ଲୋକ ନିରାଶ ହୋଇ ଫେରିଥିଲେ। ହଠାତ ପୋଲିସ ଆସି ମଟକା ରହିଥିବା ଆମ୍ବୁଲାନ୍ସ ଏବଂ ପରିବାର ଲୋକଙ୍କୁ ଉଠାଇ ନେଇଗଲା। ଏଥିସହ ଆମକୁ ପୋଲିସ ଖରାପ ଭାଷାରେ ଗାଳିଗୁଲଜ କରି ଏକ ଭ୍ୟାନରେ ଉଠାଇନେଇ ଛାଡ଼ିଦେଇଥିଲା।
ପୋଲିସ ମୃତକ ଓ ତାଙ୍କ ବାପାଙ୍କୁ ଉଠାଇ ନେବା ଘଟଣାକୁ ମାମଲାର ତଦନ୍ତକାରୀ ଅଧିକାରୀ ବିଶ୍ୱରଞ୍ଜନ ଶତପଥୀ ଅସ୍ବୀକାର କରିଛନ୍ତି। ସେ କୁହନ୍ତି, ପୋଲିସର ତଦନ୍ତ କାର୍ଯ୍ୟ ସରିବା ପରେ ପରିବାର ଲୋକେ ମୃତଦେହ ଧରି ମେଡିକଲାରୁ ଏକ ଆମ୍ବୁଲାନ୍ସରେ ବାହାରିଥିଲେ। ମାତ୍ର ତା’ପରେ କ’ଣ ହେଲା ତାହା କହିପାରିବୁ ନାର୍ହି। ପୋଲିସ କମିଶନର ସତ୍ୟଜିତ ମହାନ୍ତି କୁହନ୍ତି, ମୃତ ମଟକାଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରିବା ପରେ ବିଭାଗ ତରଫରୁ ୫୦ ହଜାର ଟଙ୍କା ଦେବାକୁ କୁହାଯାଇଥିଲା। ଏହାକୁ କେତେଜଣ ଠିକାଦାରଙ୍କ କର୍ମଚାରୀ ବିରୋଧ କରିଥିଲେ। ଫଳରେ ସେଠାରେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଦେଖି ପୋଲିସ ସେମାନଙ୍କୁ କଡା ସୁରକ୍ଷା ଭିତରେ ଆଣି ଗ୍ରାମକୁ ଛାଡ଼ିବାକୁ ନେଇଛି। ତେବେ ମୃତକଙ୍କ ପିରବାରକୁ ଶୀଘ୍ର ଉଚିତ ଆର୍ଥିକ ସହାୟତା ମିଳିବ ବୋଲି ମହାନ୍ତି କହିଛନ୍ତି।
ଆନ୍ଦୋଳନକୁ ଓହ୍ଲାଇବ ବିଦ୍ୟୁତ୍‌ ଠିକାଦାର ସଂଘ:
ମଟକାଙ୍କ ମୃତ୍ୟୁ ପରଠାରୁ ବିଦ୍ୟୁତ୍‌ ବିଭାଗୀୟ ଅଧିକାରୀଙ୍କର ଦେଖାନାହିଁ। ଶ୍ରମିକମାନେ ଫୋନ୍‌ କରିଥିଲେ ମଧ୍ୟ କେହି ଫୋନ୍‌ ଉଠାଉ ନାହାନ୍ତି। ଗୁରୁବାର ପରିବାର ଲୋକେ ପହଞ୍ଚତ୍ ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ କାହାର ଦେଖା ମିଳି ନ ଥିଲା। ଶେଷରେ ନ୍ୟାୟ ବଦଳରେ ପୋଲିସକୁ ଲଗାଇ ମୁହଁ ବନ୍ଦ କରିବାକୁ ଉଦ୍ୟମ କରାଗଲା। ଏହାକୁ ନେଇ ଓଡିଶା ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ଆସୋସିଏନର ଯୁଗ୍ମ ସମ୍ପାଦକ ଚନ୍ଦନ କୁମାର ଶତପଥୀ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ସରକାର ଆମକୁ ପ୍ରତିଶ୍ରୁତି ଦେଇ ଡାକି କାମ କଲେ। ଜୀବନ ଚାଲିଯିବା ପରେ ବି ସରକାର କିମ୍ବା ବିଦ୍ୟୁତ୍‌ ବିଭାଗ ଭୁଲିଗଲେ। ଗରିବ ପିଲା ମଟକାର ଆଗକୁ ପଛକୁ କେହି ନାହାନ୍ତି। ଯଦି ଠିକ କ୍ଷତିପୂରଣ ନ ମିଳେ ତେବେ ଠିକାଦାର ସଂଘ ବାଧ୍ୟହୋଇ ରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି।
କ୍ଷତିପୂରଣ ଦାବିରେ ରାସ୍ତାରୋକୋ:
ଘଟଣାକୁ ନେଇ ରାଜଭବନ ଛକ ନିକଟରେ ଗୁରୁବାର ରାତିରେ ପରିବାର ଲୋକ ଓ କାର୍ଯ୍ୟରତ ଠିକା କର୍ମଚାରୀ ରାସ୍ତାରୋକୋ କରିଥିଲେ। ଫଳରେ ରାସ୍ତାରେ ଗାଡ଼ିମୋଟର ଅଟକି ରହିଥିଲା। ରାଜଭବନ ଛକ ଏକ ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ ପୋଲିସର ଚିନ୍ତା ବଢ଼ିଯାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା।
ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ:
ମଟକାଙ୍କ ମୃତ୍ୟୁ ଓ ବିଭାଗୀୟ ଅବହେଳାକୁ ନେଇ ମାନବାଧିକାର କର୍ମୀ ପ୍ରଦୀପ ନାୟକ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେହିଭଳି ପୁରୀ ଓ କଟକରେ ମଧ୍ୟ ଏଭଳି ଦୁର୍ଘଟଣା ଘଟିଛି। ଏଥିରେ ବହୁ କର୍ମଚାରୀ ଓ ଶ୍ରମିକ ଆହତ ହୋଇଛନ୍ତି। ବିଦ୍ୟୁତ୍‌ ବିଭାଗ ଆବଶ୍ୟକ ସୁରକ୍ଷା ସରଞ୍ଜାମ ଯୋଗାଇ ନ ଦେଇ ସେମାନଙ୍କୁ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରୁଛି। ତେଣୁ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ମୁଖ୍ୟ ଶାସନ ସଚିବ, ଶକ୍ତି ସଚିବ ଓ ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ଏକ ସପ୍ତାହ ଭିତରେ ମୃତକଙ୍କ ପରିବାର ଲୋକଙ୍କୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିବେଦନ କରିଛନ୍ତି।
ବାପାଙ୍କୁ ଝୁରି ହେଉଛନ୍ତି ଦୁଇ ପିଲା:
ମଟକାଙ୍କ ପରିବାର ଅତି ଗରିବ। ବାପା ବୁଢ଼ା ହୋଇଯାଇଥିବାରୁ କାମଧନ୍ଦା କରିପାରୁନାହାନ୍ତି। ଦୁଇ ଭାଇ ବିଲବାଡି କାମ କରନ୍ତି। ଏପରିସ୍ଥିତିରେ ପୁଅକୁ ହରାଇ ବାପା ପୂରା ଭାଙ୍ଗି ପଡ଼ିଥିବାବେଳେ ଏକଥା ଶୁଣି ସ୍ତ୍ରୀ ମାନସିକ ଭାରସାମ୍ୟ ହରାଇଛି। ୪ ଓ ୨ବର୍ଷର ଦୁଇପିଲା ମଧ୍ୟ ବାପାକୁ ନ ପାଇ ଝୁରି ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri