ବିଦ୍ୟୁତ୍‌ ତାରରେ ଝୁଲୁଛି ଜୀବନ ଡୋରୀ

ଚନ୍ଦ୍ରଗିରି,୧୧।୯(ଡି.ଏନ୍‌.ଏ.): ଗଜପତି ଜିଲାରେ ଏପରି ଏକ ଗ୍ରାମ ରହିଛି ଯେଉଁଠିକୁ ପହଞ୍ଚିବା ଲାଗି ଜୀବନକୁ ବାଜି ଲଗାନ୍ତି ଲୋକେ। ଏହା ହେଉଛି ଜିଲାର ମୋହନା ବ୍ଳକ ଅନ୍ତର୍ଗତ ପାହାଡ ପର୍ବତ ଘେରା ଗରଡ଼ମା ପଞ୍ଚାୟତର ରାଜଖମା ଗାଁ। ମୋହନାଠାରୁ ପ୍ରାୟ ୭୦ କିମି ଦୂର ଏହି ଗ୍ରାମକୁ ଯିବାକୁ ହେଲେ ପାଣିଗଣ୍ଡା,କଟାମା ଅତିକ୍ରମ କରିବାକୁ ହୋଇଥାଏ। ଏହାପରେ ପାପଏଜୁ ନଦୀ ପୋଲ ଏବଂ ଢେପାଗୁଡା ଗ୍ରାମ ନିକଟ ପ୍ରଖରସ୍ରୋତା ନାଳ ପାର ହେବା ପରେ ପଡ଼େ ଗଦାପୁର ନଦୀ। ଏହି ପ୍ରଖରସ୍ରୋତା ନଦୀ ପାର ହେବାକୁ ଏକମାତ୍ର ଭରସା ହେଉଛି ଗୋଟିଏ ବିଦ୍ୟୁତ୍‌ ତାର। ପୋଲଟିଏ ନ ଥିବାରୁ ବାଧ୍ୟତାମୂଳକ ଭାବେ ତାର ଧରି ଲୋକେ ନଦୀପାର ହେଉଛନ୍ତି। ଅସାବଧାନତା ବଶତଃ ତାରରୁ ହାତ ଖସିଗଲେ କିମ୍ବା ତାର ଛିଡିଗଲେ ଜୀବନ ଯିବାର ଆଶଙ୍କା ରହିଛି। ତଥାପି ଜୀବନକୁ ବାଜି ଲଗାଇ ଦୈନନ୍ଦିନ କାର୍ଯ୍ୟ ପାଇଁ ବାଧ୍ୟ ହୋଇ ଏହି ତାରର ସାହାରା ନେଇ ନଦୀପାରି ହୋଇଥାନ୍ତି।

ଢେପାଗୁଡା ନାଳ ସମେତ ଗଦାପୁର ନଦୀରେ ପୋଲଟିଏ ନ ଥିବାରୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ ବିକାଶଠାରୁ ବହୁ ଦୂରରେ ଗରଡମା ପଞ୍ଚାୟତ ସହ ଆଖପାଖ ଅଞ୍ଚଳବାସୀ। ଏହି ସମସ୍ୟାର ସମାଧାନ ନେଇ ଗରଡ଼ମା ପଞ୍ଚାୟତ ସରପଞ୍ଚ ନରେଶ ମୁଠାମାଝି ସ୍ଥାନୀୟ ବାସିନ୍ଦା ଗଙ୍ଗା ଗମାଙ୍ଗ, ରାଜେନ୍ଦ୍ର ଦଳାଇ, ଶାରଳା ପ୍ରଧାନୀ, ଝରା ବିଷୋୟୀ, ମନୋଜ ମହାପାତ୍ର, ମେଦାର୍ଧ ଦଳାଇ ପ୍ରମୁଖ ଜିଲା ପ୍ରଶାସନକୁ ବିଭିନ୍ନ ଅଭିଯୋଗ ଶୁଣାଣିରେ ଲିଖିତ ଭାବେ ଜଣାଇଛନ୍ତି। ମାତ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ତେବେ ଅଞ୍ଚଳବାସୀଙ୍କ ଏଭଳି ଅଭିଯୋଗ ପରେ ସମସ୍ୟାର ସମାଧାନ କିଭଳି ହୋଇ ପାରିବ ସେନେଇ ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କୁ ପଚାରିବାରୁ, କେତୋଟି ଗାଁରେ ପୋଲ ନିର୍ମାଣ ପାଇଁ ତାଲିକା କରାଯାଇଛି। ସେଥିରେ ଉକ୍ତ ଗ୍ରାମର ତାଲିକା ଥାଇପାରେ। ଯଦି ନ ଥାଏ ଯଥାଶୀଘ୍ର ଉକ୍ତ ଗରଡ଼ମା ଅଞ୍ଚଳକୁ ପରିଦର୍ଶନ କରି ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଜିଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ବଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…

ସିସିଟିଭିକୁ ବି ଖାତିର ନାହିଁ! ହୁମାରେ ଖୁଲମ୍‌ଖୁଲା ବାଇକ୍ ଚୋରି, ଗୋଟିଏ ରାତିରେ ୩ ବାଇକ୍ ଗାଏବ, ଆତଙ୍କିତ ବ୍ୟବସାୟୀ

ହୁମା, ୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଅଞ୍ଚଳରେ ବାଇକ୍ ଚୋରିର ଆତଙ୍କ ଖେଳିଯାଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri