ବିଦ୍ୟାଳୟ ସାମ୍ନାରୁ ୩ୟ ଶ୍ରେଣୀ ଛାତ୍ରଙ୍କୁ ଅପହରଣ

ବାହାନଗା, ୨୩।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଶଙ୍କରପଦା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରୁ ସୋମବାର ଅପରାହ୍ନ ୪ଟା ବେଳେ ଜଣେ ୩ୟ ଶ୍ରେଣୀ ଛାତ୍ରଙ୍କୁ ଅପହରଣ କରାଯାଇଛି। ଦୁର୍ବୃତ୍ତମାନେ ଏକ ବୋଲେରୋରେ ତାଙ୍କୁ ଅପହରଣ କରିନେଇଥିବା ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଓ ଛାତ୍ରଙ୍କ ଜେଜେବାପା ଅନନ୍ତପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଛାତ୍ରଙ୍କ ନାମ ଶୁଭଙ୍କର ମହାଳିକ(୮)।
ବିଦ୍ୟାଳୟ ଛୁଟି ହେବା ବେଳେ ଶୁଭଙ୍କର ବସ୍ତାନୀ ଧରି ବିଦ୍ୟାଳୟ ବାହାରକୁ ଆସିଥିଲେ। ଏହି ସମୟରେ ବାହାରେ ଏକ ବୋଲେରୋ ଧରି ଜଗି ରହିଥିବା କେତେକ ଦୃର୍ବୃତ୍ତ ତାଙ୍କୁ ଜବରଦସ୍ତ ଗାଡି ଭିତରକୁ ଟେକି ନେଇଥିଲେ। ଛାତ୍ର ଜଣକ ଚିକତ୍ାର କରୁଥିଲେ ମଧ୍ୟ କେହି ସେମାନଙ୍କୁ ଅଟକାଇବାକୁ ସକ୍ଷମ ହୋଇପାରି ନ ଥିଲେ। ଏହି ଘଟଣା ପରେ ଛାତ୍ରଙ୍କ ସାଙ୍ଗମାନେ ଏ ସମ୍ପର୍କରେ ବିଦ୍ୟାଳୟର ଶିକ୍ଷକମାନଙ୍କୁ କହିଥିଲେ। ଶିକ୍ଷକମାନେ ଛାତ୍ରଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଶୁଭଙ୍କରଙ୍କ ଜେଜେବାପା ନଟବର ମହାଳିକ ଅନନ୍ତପୁର ଫାଣ୍ଡିରେ ନାତି ଅପହରଣ ନେଇ ଅଭିଯୋଗ କରଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅହଲ୍ୟା ଯେନା ମଧ୍ୟ ଅନୁରୂପ ଭାବେ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଛାତ୍ରଙ୍କ ବାପା ସୂର୍ଯ୍ୟକାନ୍ତ ମହାଳିକ ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି। ତେବେ ଦେଢ଼ବର୍ଷ ପୂର୍ବେ ଛାତ୍ରଙ୍କ ମା’ ଅନ୍ୟ ଜଣେ ଯୁବକକୁ ଦ୍ୱିତୀୟ ବିବାହ କରିଛନ୍ତି ା ଅନନ୍ତପୁର ଫାଣ୍ଡିରେ ପୃଥକ୍‌ ଭାବେ ଦୁଇଟି ଅଭିଯୋଗ କରାଯାଇଛି। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?