ବିଦ୍ୟାଳୟ ଶିକ୍ଷା ଗୁଣବତ୍ତା ସୂଚକାଙ୍କ: ସପ୍ତମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ଦେଶରେ ପ୍ରାଥମିକ ଶିକ୍ଷାର ସ୍ଥିତି ଏବଂ ମାନକୁ ନେଇ ସୋମବାର ନୀତି ଆୟୋଗ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ବିଦ୍ୟାଳୟ ଶିକ୍ଷା ଗୁଣବତ୍ତା ସୂଚକାଙ୍କ ବା ସ୍କୁଲ ଏଜୁକେଶନ କ୍ୱାଲିଟି ଇଣ୍ଡେକ୍ସ ୨୦୧୬-୧୭ର ବୃହତ୍‌ ରାଜ୍ୟ ବର୍ଗରେ ଥିବା ଓଡ଼ିଶାକୁ ସାମଗ୍ରିକ କ୍ଷେତ୍ରରେ ସପ୍ତମ ସ୍ଥାନ ମିଳିଛି। ତେବେ ଭିତ୍ତିଭୂମି, କମ୍ପ୍ୟୁଟର ସହାୟତାରେ ପାଠପଢ଼ା ଓ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ପଛରେ ରହିଛି।
୨୦୧୫-୧୬କୁ ଆଧାର ବର୍ଷ ଓ ୧୬-୧୭ ବର୍ଷ ତୁଳନାତ୍ମକ ବର୍ଷ ଭାବେ ନେଇ ନୀତି ଆୟୋଗ ପ୍ରାୟ ୩୦ଟି କ୍ଷେତ୍ରରେ ପ୍ରାଥମିକ ଶିକ୍ଷାର ଚିତ୍ରକୁ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଦେଶର ପ୍ରାଥମିକ ଶିକ୍ଷାର ସ୍ଥିତି କିପରି ରହିଛି, କେଉଁ ରାଜ୍ୟରେ କେଉଁ ଧରଣର ବିଦ୍ୟାଳୟ ଶିକ୍ଷା ମିଳୁଛି, ସମଗ୍ର ଦେଶରେ ପ୍ରାଥମିକ ଶିକ୍ଷାର ମାନ ଓ ଗୁଣବତ୍ତା ଜାଣିବାକୁ ପ୍ରଥମ ଥର ଲାଗି ନୀତି ଆୟୋଗଙ୍କ ପକ୍ଷରୁ ଏଭଳି ସୂଚକାଙ୍କ ପ୍ରକାଶ ପାଇଛି। ୨୦ଟି ବଡ଼ ରାଜ୍ୟ ଏବଂ ୮ଟି ଛୋଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ଦୁଇଟି ବର୍ଗରେ ରିପୋର୍ଟ ପ୍ରସ୍ତୁତ ହୋଇଛି। ୨୦ଟି ବଡ଼ ରାଜ୍ୟ ତାଲିକାରେ ଓଡ଼ିଶା ୭ ନମ୍ବର ସ୍ଥାନ ହାସଲ କରିଛି। ଏହାକୁ ତୃତୀୟ ସ୍ଥାନକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୫-୧୬ରେ ଓଡ଼ିଶା ସାମଗ୍ରିକ ଭାବେ ୪୭.୮% ସ୍କୋର ସହ ୧୩ତମ ସ୍ଥାନରେ ଥିଲା। ୨୦୧୫-୧୬ ତୁଳନାରେ ୨୦୧୬-୧୭ରେ ୧୨.୪% ବୃଦ୍ଧିପାଇ ୬୦.୨% ସ୍କୋର ହୋଇଛି। ସେହିପରି ଶିକ୍ଷକ-ଛାତ୍ରୀଛାତ୍ର ଉପସ୍ଥାନ, ଉପଯୁକ୍ତ ପ୍ରଶାସନିକ ବ୍ୟବସ୍ଥା, ତାଲିମ, ଦାୟିତ୍ୱବୋଧ, ସ୍ବଚ୍ଛତା (ଗଭର୍ନାନ୍ସ ପ୍ରୋସେସ୍‌ ଏଡିଙ୍ଗ ଆଉଟକମ୍‌ସ) ଆଦି କ୍ଷେତ୍ରରେ ଓଡ଼ିଶା ୧୮.୫% ସ୍କୋର ବୃଦ୍ଧିପାଇଛି। ଏହା ୨୦୧୫-୧୬ରେ ୪୩.୪% ଥିବା ବେଳେ ୨୦୧୬-୧୭ରେ ୬୧.୯% ରହିଛି। ସେପଟେ ଭିତ୍ତିଭୂମି ଓ ସୁବିଧା ସୁଯୋଗ କ୍ଷେତ୍ରରେ ୨୦୧୫-୧୬ ତୁଳନାରେ ୨୦୧୬-୧୭ରେ ଓଡ଼ିଶାର ପ୍ରଦର୍ଶନ ୨୭ରୁ ୨୫.୮% ସ୍କୋରକୁ ଖସି ଆସିଛି। ସେହିଭଳି ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ବି ଓଡ଼ିଶାର ସ୍ଥାନ ଅତି ନଗଣ୍ୟ ରହିଛି। ଏ କ୍ଷେତ୍ରରେ ରାଜ୍ୟକୁ ଶୂନ ପ୍ରତିଶତ ସ୍କୋର ଅର୍ଥାତ କୌଣସି ଗୋଟିଏ ବି ସ୍କୁଲରେ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ ହେଉ ନ ଥିବା ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁସାରେ, ପ୍ରାଥମିକ ସ୍ତରରେ ମାତ୍ର ୬.୪% ପିଲାଙ୍କୁ କମ୍ପ୍ୟୁଟର ସହାୟତାରେ ପାଠପଢ଼ା ସୁବିଧା ମିଳିପାରୁଛି। ଇଂଲିଶ, ମାତୃଭାଷା, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ଭଳି ୫ଟି ମୁଖ୍ୟ ବିଷୟରେ ରାଜ୍ୟର ମାତ୍ର ୪% ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ରାଜ୍ୟରେ ମାତ୍ର ୪୮.୮% ସ୍କୁଲରେ ପ୍ରଧାନଶିକ୍ଷକ ଥିବା ଜଣାପଡ଼ିଛି। ଅନ୍ୟପଟେ କେରଳ ବଡ଼ ରାଜ୍ୟ ତାଲିକାରେ ୭୬.୬% ସ୍କୋର ସହ ପ୍ରଥମ ସ୍ଥାନରେ ଥିବା ବେଳେ ୩୬.୪% ସ୍କୋର ସହ ଉତ୍ତର ପ୍ରଦେଶ ଶେଷରେ ରହିଛି। କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଚଣ୍ଡିଗଡ଼ ପ୍ରଥମ ସ୍ଥାନରେ ରହିଛି। ଛୋଟ ରାଜ୍ୟ ତାଲିକାରେ ମଣିପୁର ୧ନଂ ସ୍ଥାନ ହାସଲ କରିଛି। ନୀତି ଆୟୋଗର ଏହି ସର୍ଭେରେ ପଶ୍ଚିମବଙ୍ଗ ଭାଗ ନେଇ ନ ଥିଲା। ତେଣୁ ତାଲିକାରେ ପଶ୍ଚିମବଙ୍ଗକୁ ସାମିଲ କରାଯାଇ ନାହିଁ। ପୂର୍ବରୁ ସ୍ବାସ୍ଥ୍ୟକ୍ଷେତ୍ର ଓ ଜଳସ୍ଥିତିକୁ ନେଇ ରିପୋର୍ଟ ପ୍ରକାଶ କରି ସାରିଥିବା ନୀତି ଆୟୋଗ ଶିକ୍ଷା କ୍ଷେତ୍ରରେ ପ୍ରଥମ କରି ଏଭଳି ସୂଚକାଙ୍କ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?