ବିଦ୍ୟାଳୟ ଶିକ୍ଷା ଗୁଣବତ୍ତା ସୂଚକାଙ୍କ: ସପ୍ତମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ଦେଶରେ ପ୍ରାଥମିକ ଶିକ୍ଷାର ସ୍ଥିତି ଏବଂ ମାନକୁ ନେଇ ସୋମବାର ନୀତି ଆୟୋଗ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ବିଦ୍ୟାଳୟ ଶିକ୍ଷା ଗୁଣବତ୍ତା ସୂଚକାଙ୍କ ବା ସ୍କୁଲ ଏଜୁକେଶନ କ୍ୱାଲିଟି ଇଣ୍ଡେକ୍ସ ୨୦୧୬-୧୭ର ବୃହତ୍‌ ରାଜ୍ୟ ବର୍ଗରେ ଥିବା ଓଡ଼ିଶାକୁ ସାମଗ୍ରିକ କ୍ଷେତ୍ରରେ ସପ୍ତମ ସ୍ଥାନ ମିଳିଛି। ତେବେ ଭିତ୍ତିଭୂମି, କମ୍ପ୍ୟୁଟର ସହାୟତାରେ ପାଠପଢ଼ା ଓ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ପଛରେ ରହିଛି।
୨୦୧୫-୧୬କୁ ଆଧାର ବର୍ଷ ଓ ୧୬-୧୭ ବର୍ଷ ତୁଳନାତ୍ମକ ବର୍ଷ ଭାବେ ନେଇ ନୀତି ଆୟୋଗ ପ୍ରାୟ ୩୦ଟି କ୍ଷେତ୍ରରେ ପ୍ରାଥମିକ ଶିକ୍ଷାର ଚିତ୍ରକୁ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଦେଶର ପ୍ରାଥମିକ ଶିକ୍ଷାର ସ୍ଥିତି କିପରି ରହିଛି, କେଉଁ ରାଜ୍ୟରେ କେଉଁ ଧରଣର ବିଦ୍ୟାଳୟ ଶିକ୍ଷା ମିଳୁଛି, ସମଗ୍ର ଦେଶରେ ପ୍ରାଥମିକ ଶିକ୍ଷାର ମାନ ଓ ଗୁଣବତ୍ତା ଜାଣିବାକୁ ପ୍ରଥମ ଥର ଲାଗି ନୀତି ଆୟୋଗଙ୍କ ପକ୍ଷରୁ ଏଭଳି ସୂଚକାଙ୍କ ପ୍ରକାଶ ପାଇଛି। ୨୦ଟି ବଡ଼ ରାଜ୍ୟ ଏବଂ ୮ଟି ଛୋଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ଦୁଇଟି ବର୍ଗରେ ରିପୋର୍ଟ ପ୍ରସ୍ତୁତ ହୋଇଛି। ୨୦ଟି ବଡ଼ ରାଜ୍ୟ ତାଲିକାରେ ଓଡ଼ିଶା ୭ ନମ୍ବର ସ୍ଥାନ ହାସଲ କରିଛି। ଏହାକୁ ତୃତୀୟ ସ୍ଥାନକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୫-୧୬ରେ ଓଡ଼ିଶା ସାମଗ୍ରିକ ଭାବେ ୪୭.୮% ସ୍କୋର ସହ ୧୩ତମ ସ୍ଥାନରେ ଥିଲା। ୨୦୧୫-୧୬ ତୁଳନାରେ ୨୦୧୬-୧୭ରେ ୧୨.୪% ବୃଦ୍ଧିପାଇ ୬୦.୨% ସ୍କୋର ହୋଇଛି। ସେହିପରି ଶିକ୍ଷକ-ଛାତ୍ରୀଛାତ୍ର ଉପସ୍ଥାନ, ଉପଯୁକ୍ତ ପ୍ରଶାସନିକ ବ୍ୟବସ୍ଥା, ତାଲିମ, ଦାୟିତ୍ୱବୋଧ, ସ୍ବଚ୍ଛତା (ଗଭର୍ନାନ୍ସ ପ୍ରୋସେସ୍‌ ଏଡିଙ୍ଗ ଆଉଟକମ୍‌ସ) ଆଦି କ୍ଷେତ୍ରରେ ଓଡ଼ିଶା ୧୮.୫% ସ୍କୋର ବୃଦ୍ଧିପାଇଛି। ଏହା ୨୦୧୫-୧୬ରେ ୪୩.୪% ଥିବା ବେଳେ ୨୦୧୬-୧୭ରେ ୬୧.୯% ରହିଛି। ସେପଟେ ଭିତ୍ତିଭୂମି ଓ ସୁବିଧା ସୁଯୋଗ କ୍ଷେତ୍ରରେ ୨୦୧୫-୧୬ ତୁଳନାରେ ୨୦୧୬-୧୭ରେ ଓଡ଼ିଶାର ପ୍ରଦର୍ଶନ ୨୭ରୁ ୨୫.୮% ସ୍କୋରକୁ ଖସି ଆସିଛି। ସେହିଭଳି ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ବି ଓଡ଼ିଶାର ସ୍ଥାନ ଅତି ନଗଣ୍ୟ ରହିଛି। ଏ କ୍ଷେତ୍ରରେ ରାଜ୍ୟକୁ ଶୂନ ପ୍ରତିଶତ ସ୍କୋର ଅର୍ଥାତ କୌଣସି ଗୋଟିଏ ବି ସ୍କୁଲରେ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ ହେଉ ନ ଥିବା ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁସାରେ, ପ୍ରାଥମିକ ସ୍ତରରେ ମାତ୍ର ୬.୪% ପିଲାଙ୍କୁ କମ୍ପ୍ୟୁଟର ସହାୟତାରେ ପାଠପଢ଼ା ସୁବିଧା ମିଳିପାରୁଛି। ଇଂଲିଶ, ମାତୃଭାଷା, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ଭଳି ୫ଟି ମୁଖ୍ୟ ବିଷୟରେ ରାଜ୍ୟର ମାତ୍ର ୪% ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ରାଜ୍ୟରେ ମାତ୍ର ୪୮.୮% ସ୍କୁଲରେ ପ୍ରଧାନଶିକ୍ଷକ ଥିବା ଜଣାପଡ଼ିଛି। ଅନ୍ୟପଟେ କେରଳ ବଡ଼ ରାଜ୍ୟ ତାଲିକାରେ ୭୬.୬% ସ୍କୋର ସହ ପ୍ରଥମ ସ୍ଥାନରେ ଥିବା ବେଳେ ୩୬.୪% ସ୍କୋର ସହ ଉତ୍ତର ପ୍ରଦେଶ ଶେଷରେ ରହିଛି। କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଚଣ୍ଡିଗଡ଼ ପ୍ରଥମ ସ୍ଥାନରେ ରହିଛି। ଛୋଟ ରାଜ୍ୟ ତାଲିକାରେ ମଣିପୁର ୧ନଂ ସ୍ଥାନ ହାସଲ କରିଛି। ନୀତି ଆୟୋଗର ଏହି ସର୍ଭେରେ ପଶ୍ଚିମବଙ୍ଗ ଭାଗ ନେଇ ନ ଥିଲା। ତେଣୁ ତାଲିକାରେ ପଶ୍ଚିମବଙ୍ଗକୁ ସାମିଲ କରାଯାଇ ନାହିଁ। ପୂର୍ବରୁ ସ୍ବାସ୍ଥ୍ୟକ୍ଷେତ୍ର ଓ ଜଳସ୍ଥିତିକୁ ନେଇ ରିପୋର୍ଟ ପ୍ରକାଶ କରି ସାରିଥିବା ନୀତି ଆୟୋଗ ଶିକ୍ଷା କ୍ଷେତ୍ରରେ ପ୍ରଥମ କରି ଏଭଳି ସୂଚକାଙ୍କ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଘର, କ୍ଷତିପୂରଣ ଦାବିରେ ରାସ୍ତାରୋକ

ରିଆମାଳ ୭|୬(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତ ଅଞ୍ଚଳରେ ଶନିବାର ସନ୍ଧ୍ୟା ୬ ଟା ୩୦ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ବହୁ ଘର…

ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ବଡ଼ ଝଟ୍‌କା; ମାସକୁ ଦେବାକୁ ହେବ ୨୯୯ ଟଙ୍କା, ତା’ ପରେ ମିଳିବ ଏସବୁ ଚଲାଇବାକୁ ସୁବିଧା…

ନୂଆଦିଲ୍ଲୀ,୭।୬: ମେଟା ଭାରତୀୟ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ଏକ ବଡ଼ ଝଟକା ଦେଇଛି। ମେଟା ନିକଟରେ ହ଼୍ବାଟସଆପ, ଇନଷ୍ଟାଗ୍ରାମ ଏବଂ ଫେସବୁକକୁ ଦେୟଯୁକ୍ତ ସେବା ଯୋଗାଇବା ଯୋଜନା ଘୋଷଣା…

ଶ୍ରେୟସ ଆୟର ଟିମ ଇଣ୍ଡିଆର ଅଧିନାୟକ ହେବା ପରେ ମୁହଁ ଖୋଲିଲେ ସୂର୍ଯ୍ୟକୁମାର, କହିଦେଲେ ଏମିତି କଥା…

ନୂଆଦିଲ୍‌ଲୀ,୭।୬: ଆଇପିଏଲ ପରେ ଭାରତୀୟ ଟି-୨୦ ଦଳରେ କିଛି ଚମକାଇ ଦେବା ଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି। ସୂର୍ଯ୍ୟକୁମାର ଯାଦବ ଏବେ ଆଉ ଟିମ ଇଣ୍ଡିଆର ଅଧିନାୟକ…

ଓଡ଼ିଶା ପୋଲିସରେ ବଡ଼ ଅଦଳବଦଳ; ୪୩ ଇନ୍ସପେକ୍ଟରଙ୍କ ବଦଳି, ଜାଣନ୍ତୁ କାହାକୁ କେଉଁଠି ମିଳିଲା ଦାୟିତ୍ୱ

ଭୁବନେଶ୍ୱର, ୭ା୬: ଓଡ଼ିଶା ପୋଲିସରେ ଏକ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ଆଇନ ଶୃଙ୍ଖଳା ସ୍ଥିତିକୁ ଅଧିକ ସୁଦୃଢ଼ କରିବା ଏବଂ ପ୍ରଶାସନିକ କାର୍ଯ୍ୟଦକ୍ଷତା ବଢ଼ାଇବା…

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବିରେ ସିଜେପିର ବିକ୍ଷୋଭ

ନୂଆଦିଲ୍ଲୀ,୭ା୬(ପି.ଟି.): ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍‌କୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଶନିବାର କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ଦ୍ୱାରା ଆୟୋଜିତ…

୧୦ ଯାଏ ଗ୍ରୀଷ୍ମ ପ୍ରବାହ, କାଳବୈଶାଖୀ ସତର୍କତା

ଭୁବନେଶ୍ୱର, ୭ା୬ (ବନ୍ଦନା ସେଠୀ): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଜାରି ରହିଥିବାବେଳେ ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚୁଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ…

ଚାକିରି ଆରମ୍ଭ ୬ ହଜାରରୁ ହେଲେ ଏବେ ୧୩ ପ୍ଲଟ୍‌, ଲକ୍‌ରରେ କୋଟି କୋଟି ଟଙ୍କା ; ଆଇଟିଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି…

ଭୁବନେଶ୍ୱର/ବାଲିଗୁଡ଼ା,୬।୬(ତ୍ରିନାଥ ମହାନ୍ତି/ ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିିରି ଆରମ୍ଭ କରିଥିଲେ ୬ ହଜାର ଟଙ୍କାରେ। ହେଲେ ସେ କିଛି ଦିନ ପରେ ଆୟଠାରୁ ଢେର ପରିମାଣର ଅଧିକ…

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri