ବିଦ୍ୟାଳୟ ବନ୍ଦକୁ ନେଇ ପ୍ରତିବାଦ : ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ନୟାଗଡ଼ ଅଫିସ, ୮।୧୧: ଗ୍ରାମରେ ଥିବା ବିଦ୍ୟାଳୟକୁ ବନ୍ଦ ନ କରିବା ପାଇଁ ନୟାଗଡ଼ ଜିଲା ଭାପୁର ବ୍ଲକ ଭଗବାନପୁର ପଞ୍ଚାୟତର ବେତଖୋଲି ଗ୍ରାମବାସୀ ଗୁରୁବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପିଲାମାନଙ୍କ ଷାଣ୍ମାସିକ ପରୀକ୍ଷା ଚାଲିଥିବାରୁ ଏଥିରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
କହିବାନୁସାରେ, ବେତଖୋଲି ଗ୍ରାମରେ ଦୀର୍ଘ ବର୍ଷ ହେଲାଣି ଏକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ଯେଉଁଥିରେ ବର୍ତ୍ତମାନ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୧୮ ଜଣ ଛାତ୍ରୀଛାତ୍ର ପଢ଼ୁଛନ୍ତି। ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ୨୦ରୁ କମ୍‌ ପିଲା ଥିବା ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ଘୋଷଣା କରାଯାଇଛି। କମ୍‌ ପିଲା ଥିବାରୁ ଗତବର୍ଷ ସେମାନଙ୍କ ଗ୍ରାମ ବିଦ୍ୟାଳୟକୁ ବନ୍ଦ କରି ନିକଟସ୍ଥ ଏକ ବିଦ୍ୟାଳୟରେ ମିଶ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ଗ୍ରାମବାସୀ ସେହି ସମୟରେ ଜିଲା ଶିକ୍ଷା ଅଧିକାରୀଙ୍କୁ ଭେଟିଥିଲେ। ନିର୍ବାଚନ ହେବାକୁ ଥିବାରୁ ଉକ୍ତ ବିଦ୍ୟାଳୟକୁ ବନ୍ଦ କରା ଯାଇ ନ ଥିଲା। ହେଲେ ବର୍ତ୍ତମାନ ଉକ୍ତ ବିଦ୍ୟାଳୟକୁ ବନ୍ଦ କରାଯିବା ପାଇଁ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଯାହାକୁ ନେଇ ଗ୍ରାମବାସୀ ଚିନ୍ତିତ ଅଛନ୍ତି। ପିଲାମାନଙ୍କ ଷାଣ୍ମାସିକ ପରୀକ୍ଷା ଚାଲିଥିବା ବେଳେ ପିଲା କିପରି ଭାବେ ଅନ୍ୟ ବିଦ୍ୟାଳୟକୁ ଯିବେ ସେମାନେ ପ୍ରଶ୍ନ କରିଛନ୍ତି। ସେହିଭଳି ଶିକ୍ଷା ଅଧା ବର୍ଷରେ ପିଲାମାନେ ଅନ୍ୟ ବିଦ୍ୟାଳୟକୁ ଗଲେ ତାଙ୍କ ପାଠପଢ଼ାରେ ବ୍ୟାଘାତ ଘଟିବ। ଯଦି ବିଦ୍ୟାଳୟ ବନ୍ଦ ହେବ ତାହା ହେଲେ ଆସନ୍ତା ଶିକ୍ଷାବର୍ଷ ଆରମ୍ଭରୁ ବନ୍ଦ ହେବା ନେଇ ଗ୍ରାମବାସୀ ଦାବି କରିଛନ୍ତି । ବିଦ୍ୟାଳୟ ବନ୍ଦ ହେଲେ ଗ୍ରାମଠାରୁ ୧ କିଲୋମିଟର ଦୂରରେ ମିଶ୍ରଣ ହେବାକୁ ଥିବା ବିଦ୍ୟାଳୟ ରହିଛି। ଉକ୍ତ ବିଦ୍ୟାଳୟ ଦେଇ ଗଲା ବେଳେ ଜଙ୍ଗଲ ପଡ଼ୁଥିବାରୁ କୋମଳମତି ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ଭୟ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ବର୍ତ୍ତମାନ କୁସୁମୀ ନଦୀ ଉପରେ ବ୍ରିଜ ନିର୍ମାଣ ହେଉଥିବାରୁ ଉକ୍ତ ରାସ୍ତା ଦେଇ ପ୍ରତିଦିନ ଗାଡ଼ି ଚଳାଚଳ କରୁଛି। ଯାହାଫଳରେ ଦୁର୍ଘଟଣା ଘଟିବାର ମଧ୍ୟ ଆଶଙ୍କା ରହିଛି। ଅନ୍ୟପକ୍ଷେ ଗ୍ରାମର ୮୦ ପରିବାର ବସବାସ କରୁଥିବା ବେଳେ କିଛି ଲୋକ ବାହାରେ ରହୁଛନ୍ତି। ଫଳରେ ସେମାନଙ୍କ ପିଲାମାନେ ବାହାରେ ବିଦ୍ୟାଳୟରେ ପାଠ ପଢୁଛନ୍ତି। ଯଦି ଆସନ୍ତା ଶିକ୍ଷା ବର୍ଷ ବିଦ୍ୟାଳୟରେ ପିଲା ନ ହୁଅନ୍ତି ତା’ହେଲେ ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ଗ୍ରାମ ସଭାପତି ଦୟାନିଧି ଆଚାର୍ଯ୍ୟଙ୍କ ସହିତ ଗ୍ରାମର ବିଶ୍ୱନାଥ ସାହୁ, ସହଦେବ ନାୟକ, ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ସମେତ ଶତାଧିକ ଗ୍ରାମବାସୀ ଗୁରୁବାର ଜିଲାପାଳଙ୍କୁ ଭେଟିବାକୁ ଆସିଥିଲେ। ଜିଲାପାଳ ଏହାର ସମାଧାନ ବରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri