Posted inଖେଳ

ବିଜୟ ଦ୍ୱାରରେ ଭାରତ ଏ’

ନର୍ଥ ସାଉଣ୍ଡ(ଆଣ୍ଟିଗୁଆ),୨୭।୭(ପି.ଟି.)- ବାମହାତୀ ସ୍ପିନର ଶାହାବାଜ ନଦିମ ଦ୍ୱିତୀୟ ଥର ୫ ଉଇକେଟ ହାତେଇବା ଯୋଗୁ ଓ୍ବେଷ୍ଟଇଣ୍ଡିଜ ଏ’ ବିପକ୍ଷ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଭାରତ ଏ’ ଦଳ ବିଜୟ ଦ୍ୱାରଦେଶରେ ରହିଛି। ପ୍ରଥମ ଇନିଂସରେ ଓ୍ବେଷ୍ଟଇଣ୍ଡିଜ ୨୨୮ ରନ୍‌ କରିଥିବାବେଳେ ଭାରତ ଏ’ ୩୧୨ ରନ୍‌ କରିଥିଲା। ୮୪ ରନ୍‌ରେ ପଛୁଆ ଥିବା ଘରୋଇ ଦଳ ଦ୍ୱିତୀୟ ଇନିଂସ ୧୮୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଫଳରେ ୯୭ ରନ୍‌ର ବିଜୟଲକ୍ଷ୍ୟ ନେଇ ଓହ୍ଲାଇଥିବା ଭାରତ ଏ’ ଦିବସ ଶେଷ ପର୍ଯ୍ୟନ୍ତ ଏକ ଉଇକେଟ ହରାଇ ୨୯ ରନ୍‌ କରିଛି।
ଭାରତ ଏ’ ଶନିବାର ୨୯୯/୮ରୁ ବ୍ୟାଟିଂ ଆରମ୍ଭକରି ବଳକା ଦୁଇ ଉଇକେଟରେ ଦଳୀୟ ସ୍କୋରରେ ମାତ୍ର ୧୩ ରନ୍‌ ଯୋଡ଼ିଥିଲା। ରିଦ୍ଦିମାନ ଶାହ(୬୬) ଅନ୍ତିମ ବ୍ୟାଟ୍ସମ୍ୟାନ ଭାବେ ଆଉଟ୍‌ ହୋଇଥିଲା। ୮୪ ରନ୍‌ ପଛୁଆ ଥାଇ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଓ୍ବେଷ୍ଟଇଣ୍ଡିଜ ଏ’ ଏକଦା ୩ ଉଇକେଟ ହରାଇ ୧୩୦ ରନ୍‌ କରିଥିଲା। ଏହାପରେ ଭାରତୀୟ ବୋଲର ନଦିମ ଓ ମହମ୍ମଦ ସିରାଜଙ୍କୁ କୌଣସି ବ୍ୟାଟ୍ସମ୍ୟାନ ଖେଳିପାରି ନ ଥିଲେ। ଫଳରେ ଦଳ ମାତ୍ର ୧୮୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଘରୋଇ ଦଳ ଲାଗି ଅଧିନାୟକ ସମରା ବ୍ରୁକ୍ସ ୫୩ ଓ ରୋଷ୍ଟନ ଚେଜ ୩୨ ରନ୍‌ କରିଥିଲେ। ନଦିମ ୫ ଓ ମହମ୍ମଦ ସିରାଜ ୩ ଉଇକେଟ ହାତେଇଥିଲେ। ଫଳରେ ଭାରତୀୟ ଦଳ ଆଗରେ ୯୭ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ଭାରତ ଏ’ ଦିବସ ଶେଷ ପର୍ଯ୍ୟନ୍ତ ବ୍ୟାଟିଂକରି ଏକ ଉଇକେଟ ହରାଇ ୨୯ ରନ୍‌ କରିଛି। ଅଭିମନ୍ୟୁ ଈଶ୍ୱରନ ୨୩ ରନ୍‌ କରି ଅପରାଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

PCBର ବଡ଼ ଘୋଷଣା, ପୁଣି ଥରେ ବାବର ଆଜମ ହେଲେ ଅଧିନାୟକ

ଇସଲାମାବାଦ,୫।୭: ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ବଡ଼ ଘୋଷଣା। ଆଗାମୀ ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ଗସ୍ତ ପାଇଁ ବୋର୍ଡ ଟେଷ୍ଟ ଦଳର ଘୋଷଣା କରିଛି। ଏହା ସହିତ…

ରବିଙ୍କ ପାଦ ରେଖା ଅତିକ୍ରମ କରି ନ ଥିଲା, ତେବେ କାହିଁକି ନୋ-ବଲ ଦିଆଗଲା, ICC ନିୟମ ବିଷୟରେ ଜାଣନ୍ତୁ ଯାହା ଭାରତକୁ ମହଙ୍ଗା ପଡ଼ିଲା…

ମାଞ୍ଚେଷ୍ଟର,୫ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌…

ନିର୍ବନ୍ଧର ୪ ମାସ ପରେ ପୃଥ୍ବୀ ଶ’ ସହ ସମ୍ପର୍କ ତୁଟାଇଲେ ଆକୃତି ଅଗ୍ରଓ୍ବାଲ, ପ୍ରତାରଣା କରିଥିବା ଅଭିଯୋଗ

ନୂଆଦିଲ୍ଲୀ,୫।୭: ପୁଣି ଥରେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’। ସେ ଏବଂ ତାଙ୍କ ଭାବି ପତ୍ନୀ ଆକୃତି ଅଗ୍ରୱାଲଙ୍କ ସମ୍ପର୍କରେ ସୃଷ୍ଟି…

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

IND vs ENG T20 : ଟସ୍‌ ଜିତିଲା ଭାରତ: ସଞ୍ଜୁ ସାମସନ ଆଉଟ୍‌, ବୈଭବ କରିବେ ଓପନିଂ

ମ୍ୟାଞ୍ଚେଷ୍ଟର,୪।୭:ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଆଜି ଓଲ୍ଡ ଟ୍ରାଫୋର୍ଡ, ମ୍ୟାଞ୍ଚେଷ୍ଟରଠାରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ଶ୍ରେୟସ ଆୟର ଟସ୍…

୧୫ ବର୍ଷରେ ଡେବ୍ୟୁ କରି ଇତିହାସ ରଚିଲେ Vaibhav Suryavanshi, ଭାଙ୍ଗିଲେ ସଚିନଙ୍କ ରେକର୍ଡ

ମ୍ୟାଞ୍ଚେଷ୍ଟର,୪।୭: ଭାରତୀୟ କ୍ରିକେଟର ଯୁବ ସେନସେସନ ବୈଭବ ସୂର୍ଯ୍ୟବଂଶୀ ଶେଷରେ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଶନିବାର ଇଂଲଣ୍ଡ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri