ବ୍ୟାୟାମ ପରେ ଖାଆନ୍ତୁ ଏହିସବୁ ଖାଦ୍ୟ, ମିଳିବ ଅନେକ ଫାଇଦା

ବ୍ୟାୟାମ କରି ଆମେ ନିଜକୁ ଫିଟ୍‌ ରଖିଥାଉ। ଏଥିପାଇଁ ଓ୍ବାକିଂ, ଓ୍ବେଟ୍‌ ଟ୍ରେନିଂ, ଏରୋବିକ୍ସ, ଫୁଟ୍‌ବଲ, ରନିଂ ଆଦି ବିଭିନ୍ନ ପ୍ରକାରର ବ୍ୟାୟାମ କରିଥାଉ। ଏପରି କରିବା ଦ୍ୱାରା ଶରୀରରୁ ଶକ୍ତି ହ୍ରାସ ପାଇବା ସହ ପ୍ରୋଟିନ୍‌, ଭିଟାମିନ, କାର୍ବୋହାଇଡ୍ରେଟ୍‌ ପରି ପୋଷକତତ୍ତ୍ୱ ମଧ୍ୟ ହ୍ରାସ ପାଇଥାଏ। ଫଳରେ କ୍ଳାନ୍ତ ଅନୁଭବ ହୋଇଥାଏ। ତେଣୁ ଶରୀରକୁ ଶକ୍ତି ଆସିବା ପାଇଁ ବ୍ୟାୟାମ ପରେ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା ଆବଶ୍ୟକ। ଜାଣନ୍ତୁ ସେ ସମ୍ପର୍କରେ…


ଅଣ୍ଡା: ଶରୀରକୁ ଶକ୍ତି ପ୍ରଦାନ କରିବାର ଏକ ଭଲ ସ୍ରୋତ ହେଉଛି ଅଣ୍ଡା। କାରଣ ଏଥିରେ ପ୍ରୋଟିନ୍‌, ଜିଙ୍କ୍‌ ଏବଂ କୋଲିନ ଭରପୂର ମାତ୍ରାରେ ରହିଛି। ମାଂସପେଶୀକୁ ଶକ୍ତ କରିବାରେ ଅଣ୍ଡା ସବୁଠାରୁ ଭଲ ଖାଦ୍ୟ। ଅନ୍ୟ ଖାଦ୍ୟ ତୁଳନାରେ କମ୍‌ ଅଣ୍ଡା ଖାଇ ମଧ୍ୟ ଆପଣ ଅଧିକ ପ୍ରୋଟିନ ହାସଲ କରିପାରିବେ।


କନ୍ଦମୂଳ: କନ୍ଦମୂଳ ଶକ୍ତିର ଆଉ ଏକ ଭଲ ଉପାଦାନ। ଏଥିରେ କାର୍ବୋହାଇଡ୍ରେଟ୍‌ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହାକି ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ତେଣୁ ବ୍ୟାୟାମ ପରେ କନ୍ଦମୂଳ ଖାଇବା ସବୁଠାରୁ ଭଲ।


ଓଟ୍‌ସ: ବ୍ୟାୟାମ ପରେ ଓଟ୍‌ସ ଖାଇବା ଦ୍ୱାରା ଶରୀରର କ୍ଷମତା ଏବଂ ଶକ୍ତି ବଢ଼ିଥାଏ। ଏହାକୁ କ୍ଷୀର ସହ ଖାଇପାରିବେ। ଓଟ୍‌ସ ବଦଳରେ ଦଲିଆ ମଧ୍ୟ ଖାଇପାରିବେ।


ଡ୍ରାଏ ଫ୍ରୁଟ୍‌ସ: ବ୍ୟାୟାମ ପରେ ଆପଣ ଡ୍ରାଏ ଫ୍ରୁଟ୍‌ସ ଖାଇପାରିବେ। ଡ୍ରାଏ ଫ୍ରୁଟ୍‌ସ ଯେପରି, ବାଦାମ, ଅଖରୋଟ, କାଜୁ, ପିସ୍ତା ଆଦି। ଏହା ଶରୀରକୁ ଶକ୍ତି ପ୍ରଦାନ କରିବା ସହ ବିଭିନ୍ନ ରୋଗରୁ ରକ୍ଷା କରିଥାଏ।
ଚିକେନ, ମଟନ: ଚିକେନରେ ଓମେଗା ୩ ଫ୍ୟାଟି ଏସିଡ୍‌, ପ୍ରୋଟିନ ଏବଂ ଏମିନୋ ଏସିଡ୍‌ ରହିଛି। ଯାହାକୁ ଖାଇବା ଦ୍ୱାରା ଶରୀରରେ ଶକ୍ତି ଆସିଥାଏ। ମଟନରେ ମଧ୍ୟ ପ୍ରୋଟିନ, ଆଇରନ, ଜିଙ୍କ୍‌ ଏବଂ ଭିଟାମିନ ମଧ୍ୟ ରହିଛି। ତେଣୁ ବ୍ୟାୟାମ ପରେ ଚିକେନ କିମ୍ବା ମଟନ ଖାଇଲେ ସ୍ବାସ୍ଥ୍ୟ ପକ୍ଷେ ଭଲ।


ଫଳ: ତାଜା ଫଳ ଖାଇଲେ ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ। ତାଜାଫଳରେ ଭିଟାମିନ ସି, ପ୍ରୋଟିନ, ଜଳ, ଫାଇବର ଏବଂ କାର୍ବୋହାଇଡ୍ରେଟ୍‌ ପରି ପୋଷକତତ୍ତ୍ୱ ରହିଛି। ଯାହା ଶରୀରକୁ ସୁସ୍ଥ ରଖିବା ସହ ଶକ୍ତି ପ୍ରଦାନ କରିଥାଏ। ତେଣୁ ବ୍ୟାୟାମ ପରେ ତାଜା ଫଳ କିମ୍ବା ଜୁସ୍‌ ପିଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri