ବିଜ୍ଞାନ ନାଟକ ପ୍ରତିଯୋଗିତା: ‘ସମ୍ଭାବନା’ ଶ୍ରେଷ୍ଠ ବିବେଚିତ

ବଲାଙ୍ଗୀର ଅଫିସ, ୪ା୮-ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲଠାରେ ଜିଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ା ଏହି ନାଟକ ପ୍ରତିଯୋଗିତାରେ ପୁଇଁନ୍ତଲା ଓଡିଶା ଆଦର୍ଶ ବିଦ୍ୟାଳୟର ବିଜ୍ଞାନ ନାଟକ ସମ୍ଭାବନା ଶ୍ରେଷ୍ଠ ବିବେଚିତ ହୋଇ ଜୋନାଲସ୍ତରକୁ ମନୋନୀତ ହୋଇଛି ା ଜିଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ ଏହି ପ୍ରତିଯୋଗିତା ଜିଲା ଶିକ୍ଷା ଅଧିକାରୀ କାର୍ତ୍ତିକେଶ୍ୱର ଲେଙ୍କା ଓ ଜିଲା ବିଜ୍ଞାନ ନିରୀକ୍ଷକ ନୀଳମଣି ପଟେଲଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା ା ନାଟକ ପ୍ରତିଯୋଗିତାରେ ଜିଲାର ବିଭିନ୍ନ ସ୍କୁଲରୁ ୧୬ଟି ନାଟକ ଦଳ ଅଂଶଗ୍ରହଣ କରିଥିଲେ ା ମୁଖ୍ୟଅତିଥିଭାବେ ପୂର୍ବତନ ବିତ୍ତ ଅଧିକାରୀ ସନାତନ ଠାକୁର, ସମ୍ମାନିତ ଅତିଥି ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ, ବିଇଓ ନେପାଳ ଚନ୍ଦ୍ର ବାଗ, ପଥରଚେପା ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ମଞ୍ଚାସୀନ ହୋଇଥିଲେ ା ବିଚାରକଭାବେ କୁତୁର୍ଲା ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ସିନେ ଅଭିନେତା ରତନ ମେହେର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ର ତ୍ରିପାଠୀ, ଶିକ୍ଷାବିତ୍‌ ପଦ୍ମଚରଣ ଆଚାର୍ଯ୍ୟ ଓ ନାଟ୍ୟକାର ବିଜୟ ତ୍ରିପାଠୀ ଯୋଗ ଦେଇଥିଲେ ା ପୁଇଁନ୍ତଲା ଓଡିଶା ଆଦର୍ଶ ବିଦ୍ୟାଳୟର ବିଜ୍ଞାନ ନାଟକ ସମ୍ଭାବନା ପ୍ରଥମ ସ୍ଥାନ ଅଧିକାର କରି ଅଗଷ୍ଟ ମାସ ୭ ତାରିଖରେ ପୃଥ୍ବୀରାଜ ହାଇସ୍କୁଲ ବଲାଙ୍ଗୀରଠାରେ ହେବାକୁ ଥିବା ଜୋନାଲସ୍ତରକୁ ମନୋନୀତ ହୋଇଥିଲା ା ଦ୍ୱିତୀୟ ସ୍ଥାନରେ ଅଏଁଲାଚୁଅଁା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନାଟକ ଚେଲା ଓ ଲାଠୋର ଏସଡିଏନ ହାଇସ୍କୁଲର ନାଟକ ଅଳିଆ ବିଷ ତୃତୀୟ ସ୍ଥାନ ଅଧିକାର କରିଥିଲା। ଶ୍ରେଷ୍ଠ ଅଭିନେତାଭାବେ ନାଟକ ସମ୍ଭାବନାରେ ବାପୁ ଚରିତ୍ରରେ ଅଭିନୟ କରିଥିବା ପୁଇଁନ୍ତଲା ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ସୟାନୀ ଦଳାଇ, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚେଲା ନାଟକର ଉର୍ମିଳା ଚରିତ୍ରରେ ଅଭିନୟ କରିଥିବା ଅଏଁଲାଚୁଅଁା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଲିସାରାଣୀ ସାହୁ ବିବେଚିତ ହୋଇଥିଲେ। ଶ୍ରେଷ୍ଠ ନିର୍ଦ୍ଦେଶକଭାବେ ପୁଇଁନ୍ତଲା ଓଡିଶା ଆଦର୍ଶ ବିଦ୍ୟାଳୟର ଶୁଭ୍ରାଂଶୁ ଶେଖର ପରିଡା, ଶ୍ରେଷ୍ଠ ପାଣ୍ଡୁଲିପି ବଲାଙ୍ଗୀର ପୃଥ୍ବୀରାଜ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ମଧୁମିତା ନନ୍ଦ, ଶ୍ରେଷ୍ଠ ଜୁରୀ ଆୱାର୍ଡ ପୃଥ୍ବୀରାଜ ଉଚ୍ଚ ବିଦ୍ୟାଳୟର ଛାତ୍ର ଅର୍ପିତ ନନ୍ଦ ଅତିଥିମାନଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?