ବିଜେପୁର ଉପନିର୍ବାଚନ: ପ୍ରାର୍ଥୀ ଚୟନକୁ ନେଇ ବଢ଼ୁଛି ଚିନ୍ତା

ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜ୍ୟ ରାଜନୀତିରେ ପୁଣିଥରେ ବିଜେପୁର ଆସନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଦ୍ୱିତୀୟ ଥର ଲାଗି ପଶ୍ଚିମ ଓଡ଼ିଶା ରାଜନୀତିରେ ବିଜେଡି ଓ ଭାଜପା ମଧ୍ୟରେ ଜୋର୍‌ଦାର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ। ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ଏହି ଅଞ୍ଚଳଗୁଡିକରେ ଭଲ ପ୍ରଦର୍ଶନ କରିବା ପରେ ଏଥର ନିର୍ବାଚନରେ ଦୁଇ ପାଦ ଆଗକୁ ବଢିଛି। ତଥାପି ବିଜେଡି ସହ ମୁକାବିଲା କରିବାରେ ଭାଜପା ଶତପ୍ରତିଶତ ସଫଳ ହୋଇପାରି ନାହିଁ। ଗତ ସାଧାରଣ ନିର୍ବାଚନରେ ଭାଜପା ପଶ୍ଚିମ ଓଡ଼ିଶାର ୫ଟି ଯାକ ଲୋକ ସଭା ଆସନ ନିଜ ଅକ୍ତିଆରକୁ ନେଇପାରିଛି, ବିଧାନସଭା କ୍ଷେତ୍ରରେ ଦେଖିଲେ ବିଜେଡିକୁ ଅଧିକ ସଫଳତା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ନିର୍ବାଚନରେ ରାଜ୍ୟର ଦୁଇଟି ଆସନରୁ ଏକକାଳୀନ ଲଢିଥିଲେ। ହିଞ୍ଜିଳି ଓ ବିଜେପୁର ଆସନରୁ ଲଢି ମୁଖ୍ୟମନ୍ତ୍ରୀ ଉଭୟରେ ବାଜିମାରି ନେଇଥିଲେ। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡ଼ିବା ପାଇଁ ଘୋଷଣା କରିଛନ୍ତି। ଏ ସମ୍ପର୍କିତ ଇସ୍ତଫା ପତ୍ର ରବିବାର ବାଚସ୍ପତିଙ୍କ ନିକଟରେ ସେ ଦାଖଲ ମଧ୍ୟ କରିସାରିଛନ୍ତି। ବର୍ତ୍ତମାନ ଏହି ଆସନରେ ଉପନିର୍ବାଚନ ହେବ। ତେଣୁ ପୁନର୍ବାର ବିଜେଡି ଓ ଭାଜପା ମଧ୍ୟରେ ଏହି ଆସନରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। ହେଲେ ବିଜେଡି ପାଇଁ ଏଥର ବିଜେପୁର ଦଖଲ କରିବା କଷ୍ଟକର ହୋଇପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।
ବିଗତଦିନରେ ବିଜେପୁରରେ ୨ଥର ଉପନିର୍ବାଚନ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ତୃତୀୟ ଥରଲାଗି ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ବିଧାୟକ ନିକୁଞ୍ଜ ବିହାରୀ ସିଂଙ୍କ ଦେହାନ୍ତ ପରେ ଏହି ଆସନରେ ପ୍ରଥମଥର ଲାଗି ୧୯୯୨ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୧୯୯୦ରେ ଜନତା ଦଳରୁ ଲଢି ବିଜୟୀ ହୋଇଥିଲେ ନିକୁଞ୍ଜ। କିନ୍ତୁ ୧୯୯୧ରେ ତାଙ୍କର ଦେହାନ୍ତ ହୋଇଥିଲା। ଏହାପରେ ଦ୍ୱିତୀୟ ଥର ଲାଗି ୨୦୧୮ରେ ଏହି ଆସନରେ ଉପନିର୍ବାଚନ ହେଲା। କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଏହି ଆସନରେ ଉପନିର୍ବାଚନ ହୋଇଥିଲା। ସୁବଳଙ୍କ ସ୍ତ୍ରୀ ବିଜେଡିରେ ଯୋଗଦେଇ ପ୍ରାର୍ଥୀ ହେଲେ। ଫଳରେ ବିଜେଡି ସହଜରେ ଏହି ଆସନରେ ବିଜୟ ଲାଭ କରିଥିଲା। ରୀତା ସାହୁ ୪୦ହଜାର ଭୋଟରେ ବିଜୟୀ ହୋଇଥିଲେ। ବର୍ତ୍ତମାନ ପୁନର୍ବାର ବିଜେପୁର ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ଏଥର ବିଜେଡି ପାଇଁ ବିଜେପୁର ଆସନ ଦଖଲ କରିବା ଯେତିକି କଷ୍ଟ ନୁହେଁ ପ୍ରାର୍ଥୀ ଚୟନ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି କୁହାଯାଉଛି।
ମୁଖ୍ୟମନ୍ତ୍ରୀ ଗତ ନିର୍ବାଚନ ପୂର୍ବରୁ ମହିଳା ପ୍ରାର୍ଥୀଙ୍କୁ ବିଶେଷ ଗୁରୁତ୍ୱ ଦେଉଥିବା ଯୋଗୁ ରୀତା ସାହୁଙ୍କୁ ବିଜେଡି ପୁଣିଥରେ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାରେ ଭାଜପାର ଗତିକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ବିଜେପୁର ଆସନରୁ ଲଢିଥିଲେ ବୋଲି ସେତେବେଳେ ଚର୍ଚ୍ଚା ହେଉଥିଲା। ହେଲେ ତାଙ୍କ ପ୍ରତିଦ୍ୱନ୍ଦ୍ୱିତା ସତ୍ତ୍ୱେ ଭାଜପାକୁ ଭଲ ଫଳ ମିଳିଲା। ଗୋଟିଏ ଲୋକ ସଭା ଆସନ ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରରେ ବିଜେଡି ବିଜୟୀ ହେବାପରେ ମଧ୍ୟ ଏମ୍‌ପି ଭାଜପା ପ୍ରାର୍ଥୀ ହେଲେ। ତେଣୁ ନବୀନ ପଟ୍ଟନାୟକଙ୍କ ମ୍ୟାଜିକ୍‌ ଯେ ପୂରା କାମ କରିଛି ତାହା କହିବା ଠିକ୍‌ ହେବନାହିଁ। ଏଭଳି ସ୍ଥିତିରେ ବିଜେଡିରୁ ପ୍ରାର୍ଥୀ ହେବାକୁ ଅନେକ ଆଶାୟୀ ଚାହିଁ ବସିଛନ୍ତି। ଗତ ଉପନିର୍ବାଚନ ବେଳେ ରୀତା କଂଗ୍ରେସରୁ ଆସି ପ୍ରାର୍ଥୀ ହେବାପରେ ଦଳରେ ଦୀର୍ଘଦିନ ଧରି ପଡି ରହିଥିବା ଆଗ ଧାଡିର ନେତାମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ହେଲେ ସେମାନଙ୍କୁ ଦଳ ପକ୍ଷରୁ ବୁଝାଇ ସୁଝାଇ ରଖିବାରେ ଏକ ପ୍ରକାର ସମର୍ଥ ହୋଇଥିଲା। ହେଲେ ଏଥର ସେମାନେ ଆଉ ଚୁପ୍‌ ବସିବା ସ୍ଥିତିରେ ନାହାନ୍ତି ବୋଲି ଶୁଣିବାକୁ ମିଳୁଛି। ଅନ୍ୟପଟେ ଗତ ନିର୍ବାଚନରେ ଭାଜପା ଓ କଂଗ୍ରେସ ଉପରେ ଅସନ୍ତୋଷ ହୋଇ ବିଜେଡିରେ ଯୋଗ ଦେଇଥିବା ନେତାମାନେ ମଧ୍ୟ ପ୍ରାର୍ଥୀ ହେବାକୁ ଚାହିଁ ବସିଛନ୍ତି।
୨୦୦୯ରେ ବିଜେଡି ପ୍ରାର୍ଥୀ ହୋଇଥିବା ପ୍ରଭାତ ଆଦିତ୍ୟ ମିଶ୍ର ୨୦୧୮ ଉପନିର୍ବାଚନ ଠାରୁ ପ୍ରାର୍ଥୀ ହେବାକୁ ଚାହିଁ ବସିଛନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ଗତ ୧୦ବର୍ଷ ହେଲା ତାଙ୍କୁ ଦଳ ପ୍ରାର୍ଥୀ କରିନାହିଁ। ସେହିପରି ଭାଜପାରୁ ଆସି ବିଜେଡିରେ ମିଶିଥିବା ସୁବାସ ଚୌହ୍ବାନଙ୍କୁ ଦଳ ପ୍ରାର୍ଥୀ କରିବାର ସମ୍ଭାବନା ଥିବା କେତେଜଣ କହୁଛନ୍ତି। ଅନ୍ୟପଟେ ଗତ ଉପନିର୍ବାଚନରେ ପ୍ରାର୍ଥୀ ନ ହେବାରୁ ଭାଜପା ଉପରେ ଅସନ୍ତୁଷ୍ଟ ହୋଇ ବିଜେଡିକୁ ଆସିଥିବା ନାରାୟଣ ସାହୁ ମଧ୍ୟ ଗୋଟିଏ ମାଧ୍ୟମ ଦେଇ ପ୍ରାର୍ଥୀ ହେବା ଲାଗି ଲବି ଚଳାଇଥିବା କୁହାଯାଉଛି। ସେହିପରି କଂଗ୍ରେସରୁ ଗତଥର ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁଙ୍କ ନାମ ମଧ୍ୟ ଚର୍ଚ୍ଚା ତାଲିକାରେ ରହିଛି। ତେବେ ଏମାନଙ୍କ ମଧ୍ୟରୁ ରୀତାଙ୍କ ନାମ ଆଗରେ ଥିବାବେଳେ ରାଜଧାନୀରେ ବସିଥିବା ଦଳର କିଛି ଆଗ ଧାଡିର ନେତା କିନ୍ତୁ ରୀତାଙ୍କ ପ୍ରାର୍ଥୀତ୍ୱ ସେତେଟା ନିଶ୍ଚିତ ନୁହେଁ ବୋଲି କହୁଛନ୍ତି।
ସେହିପରି ଭାଜପା ମଧ୍ୟ ଏହି ଉପନିର୍ବାଚନ ପୂରା ଦମ୍‌ରେ ଲଢିବ ବୋଲି କହିଚାଲିଛି। ଦଳ ପଶ୍ଚିମ ଓଡ଼ିଶାରେ ସମସ୍ତ ୫ଟି ଲୋକ ସଭା ଆସନ ସମ୍ପୂର୍ଣ୍ଣ ପୋଛିନେବା ସହ ବହୁ ଟାଣୁଆ ନେତା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ବିଜେପୁର ଛାଡିବାପରେ ତାହା ଭାଜପାକୁ ଅଧିକ ସୁହାଇବ ବୋଲି ଭାଜପା ଯୁକ୍ତି ବାଢୁଛି। ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ ହୋଇ ସନତ ଗଡତିଆ ୫୦ହଜାରରୁ ଅଧିକ ଭୋଟ ପାଇଥିଲେ। ଏବେ ଦଳ ତାଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି। ସେହିପରି ଭାଜପାର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ ଏହି ତାଲିକାରେ ଥିବା ଚର୍ଚ୍ଚା ହେଉଛି। ଗତ ନିର୍ବାଚନରେ ପଦ୍ମପୁର ଆସନରୁ ହାରିବା ପରେ ପ୍ରଦୀପଙ୍କୁ ଦଳ ସୁଯୋଗ ଦେଇପାରେ ବୋଲି କୁହାଯାଉଛି। ପଶ୍ଚିମ ଓଡ଼ିଶାରେ ପ୍ରଦୀପଙ୍କ ଦବ୍‌ଦବା ରହିଛି। ଅନ୍ୟପଟେ ଅଶୋକ ପାଣିଗ୍ରାହୀଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରିବା ଦିଗରେ ଚିନ୍ତା କରୁଥିବା କୁହାଯାଉଛି। ଏଥର ବିଜେପୁର ଆସନ ଦଖଲ ଲାଗି ବିଜେଡି ଓ ଭାଜପା ମଧ୍ୟରେ ଜୋର୍‌ଦାର ଲଢେଇ ଦେଖିବାକୁ ମିଳିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?