ବିଜେଡି ପ୍ରତିଷ୍ଠା ଦିବସରେ ପିନାକୀ କେଉଁଠି ଥିଲେ: ଭର୍ତ୍ତୃହରି

ଭୁବନେଶ୍ବର,୩ା୧(ବ୍ୟୁରୋ):ବିଜେଡିର ବରିଷ୍ଠ ନେତା ତଥା କଟକ ଏମ୍‌ପି ଭର୍ତ୍ତୃହରି ମହତାବ ୪ଟି ବିଷୟରେ ନିଜର ଆଭିମୁଖ୍ୟ ଗଣମାଧ୍ୟମ ଆଗରେ ଖୁବ୍‌ଶୀଘ୍ର ରଖିବେ। ହେଲେ ସେ କେବେ ଏବଂ କେଉଁସବୁ ପ୍ରସଙ୍ଗରେ ରଖିବେ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି। ତେବେ ଭର୍ତ୍ତୃହରିଙ୍କ ଏଭଳି ମନ୍ତବ୍ୟ ପରେ ସେ କିଛି ଗୁରୁତ୍ୱପୂର୍ଣ୍ଣ କଥାକୁ ଉହ୍ୟ ରଖିଲେ ନା ବୈଦ୍ୟୁତିକ ଗଣମାଧ୍ୟମର ଖବରଦାତାମାନଙ୍କ ଜରିଆରେ ନିଜର ଅସନ୍ତୋଷକୁ ନେଇ ରାଜନୈତିକ କାର୍ଡ ଖେଳିଲେ ସେନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଗତ ଡିସେମ୍ବର ୨୬ ତାରିଖରେ ପୁରୀଠାରେ ବିଜେଡି ପାଳିଥିବା ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଭର୍ତ୍ତୃହରିଙ୍କୁ ଦେଖିବାକୁ ମିଳି ନ ଥିଲା ବୋଲି ପ୍ରଶ୍ନରେ ସେ ପୁରୀ ଏମ୍‌ପି ପିନାକୀଙ୍କ କଥା ଉଠାଇ ଆହୁରି ଦ୍ୱନ୍ଦ୍ୱକୁ ବଢ଼ାଇ ଦେଇଛନ୍ତି। ବିଜେଡିର ୨୬ତମ ପ୍ରତିଷ୍ଠା ଦିବସରେ ଅନୁପସ୍ଥିତ ରହିଥିବା ନେଇ ମହତାବ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆଜି ସ୍ବାଧୀନତା ସଂଗ୍ରାମୀ ଦିବସରେ ଏନେଇ ଚର୍ଚ୍ଚା ନ କରିବା ଭଲ। ୪ଟି ବିଷୟରେ ତାଙ୍କର କହିବାର ଅଛି। ସେ ମନ୍ମଥ ଦାସଙ୍କ ‘ଦେଖା ହେଲେ କହିବି ସେ କଥା’ ସମ୍ପର୍କରେ ଉଲ୍ଲେଖ କରି ଏବେ ନୁହେଁ, ଦେଖାହେଲେ କହିବେ ବୋଲି କହିଛନ୍ତି। ତେବେ ୨୦୨୪ରେ ସେ ନିର୍ବାଚନ ଲଢ଼ିବେ ନା ନାହିଁ ବୋଲି ପଚାରିବାରୁ ତାହା ମଧ୍ୟ ଗୋଟିଏ ପ୍ରସଙ୍ଗ ବୋଲି ଭର୍ତ୍ତୃହରି କହିଛନ୍ତି।
ବିଜେଡି ପ୍ରତିଷ୍ଠା ଦିବସରେ କାହିଁକି ଅନୁପସ୍ଥିତ ରହିଲେ ତା’ର ସିଧାସଳଖ ଉତ୍ତର ନ ଦେଇ ସେ କହିଛନ୍ତି, ପିନାକୀ ମିଶ୍ର ତ ଅନୁପସ୍ଥିତ ଥିଲେ। ତାଙ୍କୁ ଏନେଇ ପଚାରିଛନ୍ତି କି। ତେବେ ପିନାକୀ ଅସୁସ୍ଥ ଥିବା ନେଇ ଦଳ ପକ୍ଷରୁ ଘୋଷଣା କରାଯାଇଥିଲା। ହେଲେ ଭର୍ତ୍ତୃହରିଙ୍କ ସମ୍ପର୍କରେ ଦଳ ପକ୍ଷରୁ କିଛି କୁହାଯାଇ ନ ଥିବା ସମ୍ପର୍କରେ ଖବରଦାତାମାନେ ପଚାରିିଥିଲେ। ଏହାର ଉତ୍ତରରେ ସେଦିନ ପିନାକୀବାବୁ କେଉଁଠି ଥିଲେ ବୋଲି ଭର୍ତ୍ତୃହରି ପାଲଟା ପ୍ରଶ୍ନ କରିଛନ୍ତି। ତେବେ ପିନାକୀ ମିଶ୍ର ପ୍ରତିଷ୍ଠା ଦିବସରେ ଉପସ୍ଥିତ ନ ରହିବା ଏବଂ ଏହି ବିଷୟରେ ଭର୍ତ୍ତୃହରି ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର୍‌ ଧରିଛି। ଭର୍ତ୍ତୃହରି ଆହୁରି କହିଛନ୍ତି, ଭାଜପା ଏବେ ବିଭିନ୍ନ ଲୋକ ସଭା ଆସନ ଉପରେ ଫୋକସ କରୁଛି। ୨୦୧୪ରୁ ଭାଜପା କଟକ ଆସନକୁ ଫୋକସ୍‌ କଲାଣି। ୨୦୧୯ରେ ଭାଜପାକୁ ୪ଲକ୍ଷ ଭୋଟ ମିଳିଥିଲା। କଟକରେ ଭାଜପା ହେଉଛି ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ। ସେହିପରି ନବୀନ ପଟ୍ଟନାୟକ ୧୦୦ବର୍ଷ ବିଜେଡି ଶାସନ କରିବ ବୋଲି ଯାହା କହିଛନ୍ତି ତା’ର ମର୍ମକୁ ବୁଝିବା ଆବଶ୍ୟକ। ଦଳର ନେତା ଓ କର୍ମୀମାନଙ୍କୁ ସେ ଆହ୍ବାନ ଦେଇଛନ୍ତି ଯେ ମହିଳାମାନଙ୍କ ସହଯୋଗ ଓ ଆଶୀର୍ବାଦରେ ୧୦୦ବର୍ଷ ଧରି କ୍ଷମତାରେ ରହିହେବ।
ଅପରପକ୍ଷେ ଭର୍ତ୍ତୃହରିଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ, ଦଳ ଭିତରେ କିଛି ଦ୍ୱନ୍ଦ୍ୱ ନାହିଁ। ସମସ୍ତେ ପ୍ରାୟତଃ ଦଳର ପ୍ରତିଷ୍ଠା ଦିବସରେ ଆସିଥିଲେ। କେହି ବ୍ୟକ୍ତିଗତ ଓ ଶାରୀରିକ ସମସ୍ୟା ଯୋଗୁ ଆସି ନ ଥିଲେ। ଉଭୟ ଭର୍ତ୍ତୃହରି ଓ ପିନାକୀଙ୍କ ସହ ସେ ନିଜେ କଥା ହୋଇଛନ୍ତି। ତେବେ ଭର୍ତ୍ତୃହରି ୪ଟି ବିଷୟରେ ମୁହଁ ଖୋଲିବା ପ୍ରସଙ୍ଗକୁ ନେଇ ପଚାରିବାରୁ ସେ ଏଡ଼ାଇ ଯାଇଥିଲେ। ତେବେ ଡିସେମ୍ବର ୨୬ ଦଳୀୟ ପ୍ରତିଷ୍ଠା ଦିବସରେ ଅନୁପସ୍ଥିତ ଥିବା ଭର୍ତ୍ତୃହରି କିନ୍ତୁ ଡିସେମ୍ବର ୩୦ରେ ମୁଖ୍ୟମନ୍ତ୍ରୀଙ୍କ ସହ ଅଲଓଡ଼ିଶା ଲୟର୍ସ ଆସୋସିଏଶନର ୫୧ତମ ବାର୍ଷିକ ଉତ୍ସବରେ ମଞ୍ଚରେ ଉପସ୍ଥିତ ଥିଲେ। ଏ ନେଇ ପିନାକୀଙ୍କ ମତାମତ ନେବାଲାଗି ତାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri