ବିଜୁ ବାବୁଙ୍କ ସହ କଟକର ସମ୍ପର୍କ ନିବିଡ଼; ଏସ୍‌ସିବିକୁ ବିଶ୍ୱସ୍ତରୀୟ କରାଯିବା କାମ ଆରମ୍ଭ ହେଲା: ମୁଖ୍ୟମନ୍ତ୍ରୀ

କଟକ ଅଫିସ/ଭୁବନେଶ୍ୱର,୫।୩(ବ୍ୟୁରୋ): ବିଜୁ ବାବୁଙ୍କ ସହ କଟକର ସମ୍ପର୍କ ଥିଲା ନିବିଡ। ଏହି କଟକ ମାଟିରେ ସେ ବଡ଼ ହୋଇଥିଲେ। ଇଂରେଜ ସରକାରଙ୍କ ବିରୋଧରେ ଲଢିଥିଲେ। କଟକରୁ ସେ ପେଶୱାର(ବର୍ତ୍ତମାନ ପାକିସ୍ତାନରେ ଥିବା ଏକ ସହର)କୁ ସାଇକେଲରେ ଯାତ୍ରା କରିଥିଲେ। କଟକ ସହ ଆମ ପରିବାରର ସମ୍ପର୍କ ସ୍ବତନ୍ତ୍ର ବୋଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ କଟକ ବାଲିଯାତ୍ରା ପଡିଆରେ ଅୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ସାଧାରଣକୁ ଉଦ୍‌ବୋଧନ ଦେଇ କହିଛନ୍ତି।

ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଅବସରରେ ଆଜି ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଓ୍ବାଲର୍‌ଡ କ୍ଲାସ ଇନଷ୍ଟିଚ୍ୟୁଟ୍‌ଭାବେ ଗଢିବା ପାଇଁ କାମ ଆରମ୍ଭ କରାଗଲା। ଏହାଦ୍ୱାରା ଓଡ଼ିଶା ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେଲା। ଏସ୍‌ସିବି ସାଧାରଣ ଲୋକଙ୍କ ଆଶା ଓ ଭରସାର କେନ୍ଦ୍ର । ରାଜ୍ୟ ବାହାରୁ ବହୁ ଲୋକ ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି । ତେଣୁ ଏସ୍‌ସିବିର ଭିତ୍ତିଭୂମିର ବିକାଶ ବର୍ତ୍ତମାନ ଜରୁରୀ ହୋଇପଡ଼ିଛି। ଏସ୍‌ସିବିକୁ ୱାଲର୍‌ଡ କ୍ଲାସ ଇନଷ୍ଟିଚ୍ୟୁଟ୍‌ଭାବେ ଉନ୍ନତି କରି ସାଧାରଣ ଲୋକଙ୍କୁ ଓଡ଼ିଶାରେ ହିଁ ବିଶ୍ୱସ୍ତରୀୟ ଚିକିତ୍ସା ସୁଯୋଗ ଯୋଗାଇ ଦେବା ଆମର ଲକ୍ଷ୍ୟ ।

ଆପଣଙ୍କ ଆଶୀର୍ବାଦରେ ଆଜି ଆମ ସରକାର ଲୋକଙ୍କ ସେବାରେ ୨୦ ବର୍ଷ ପୂର୍ଣ୍ଣ କରିଛି । ଆପଣମାନଙ୍କ ଏହି ସ୍ନେହ ଓ ଭଲ ପାଇବା ପାଇଁ ମୁଁ ଆପଣମାନଙ୍କ ନିକଟରେ ଋଣୀ । ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ଆମର ଲକ୍ଷ୍ୟ। ଏହାକୁ ସଫଳ କରିବା ଦିଗରେ ସମସ୍ତଙ୍କର ସହଯୋଗ କାମନା କରୁଛନ୍ତି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri