ବିକାଶ ହିଁ ହେବ ମାପକାଠି

ପୁରୀ ଅଫିସ/ସାକ୍ଷୀଗୋପାଳ,୨୨ା୪ (ଡି.ଏନ୍‌.ଏ.): ଖରା ଆସିଲେ କଣାସରେ ପାଣି ପାଇଁ ହାହାକାର ପଡ଼େ, ବର୍ଷାଋତୁରେ ବନ୍ୟାପାଣି ଧାନ ଚାଷକୁ ଗିଳି ପକାଏ। ଏହି ସମସ୍ୟା ସହ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ବାସ୍ତବତା, ପଞ୍ଚସଖାଙ୍କ ସ୍ମୃତିପୀଠର ବିକାଶ ଏବଂ କୃଷକଙ୍କ ଦୁର୍ଦ୍ଦଶା ଭଳି ପ୍ରସଙ୍ଗ ଏଥର ମତଦାନକୁ ପ୍ରଭାବିତ କରିବ ବୋଲି କହୁଛନ୍ତି ସତ୍ୟବାଦୀ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର। ବହୁ ସମସ୍ୟାରେ ଜର୍ଜରିତ ଭୋଟରମାନେ ଏଭଳି ୨ଜଣ ପ୍ରାର୍ଥୀଙ୍କୁ ବାଛିବାକୁ ସ୍ଥିର କରିଛନ୍ତି, ଯିଏ ବିଧାନସଭାରେ ସତ୍ୟବାଦୀର ବିକାଶ ପାଇଁ ଲଢ଼େଇ କରିବେ ଏବଂ ପାର୍ଲାମେଣ୍ଟରେ ନିର୍ବାଚନମଣ୍ଡଳୀର ହକ୍‌ ମାଗିପାରିବେ।
ପୁରୀ ଲୋକ ସଭା ଆସନ ଅଧୀନ ଏହି ନିର୍ବାଚନମଣ୍ଡଳୀ କଣାସ ବ୍ଲକର ୨୮ ଏବଂ ସତ୍ୟବାଦୀ ବ୍ଲକର ୨୪ ପଞ୍ଚାୟତକୁ ନେଇ ଗଠିିତ। ଏହି ଆସନ କେବେ ବିଜେଡିକୁ ବିଜୟ ଦେଇନି। ୨୦୦୦ରୁ ୨୦୧୪ ମଧ୍ୟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ରାଜ୍ୟବ୍ୟାପୀ ବିଜେଡିର ପ୍ରଭାବ ରହିଥିବା ବେଳେ ସତ୍ୟବାଦୀରେ ଭିନ୍ନତା ଦେଖିବାକୁ ମିଳିଛି। ଦୁଇଥର କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଦୁଇଥର ସ୍ବାଧୀନ ପ୍ରାର୍ଥୀ ଜିତିଛନ୍ତି। ଅବଶ୍ୟ ପରବର୍ତ୍ତୀ ସମୟରେ ସ୍ବାଧୀନ ପ୍ରାର୍ଥୀମାନେ ବିଜେଡିରେ ସାମିଲ ହୋଇଛନ୍ତି। କିନ୍ତୁ ବିଜେଡି ଟିକେଟ ପାଇଥିବା ପ୍ରାର୍ଥୀଙ୍କୁ ହିଁ ସର୍ବଦା ପରାଜୟ ସାମ୍ନା କରିବାକୁ ପଡିଛି। ୨୦୧୪ରେ ରମାରଞ୍ଜନ ବଳିୟାର ସିଂହ ବିଜେଡି ପ୍ରାର୍ଥୀ ହୋଇଥିଲେ। କିନ୍ତୁ ସେ ସ୍ବାଧୀନ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କଠାରୁ ପରାସ୍ତ ହୋଇଥିଲେ। ପୂର୍ବରୁ ଉମାଙ୍କୁ ବିଜେଡି ନିଲମ୍ବିତ କରିଥିଲା। ହେଲେ ଗତ ପଞ୍ଚାୟତ ନିର୍ବାଚନରେ ତାଙ୍କ ଉପରୁ ଦଳ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିଲା। ଏଥର ଉମାକାନ୍ତ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ପ୍ରସଙ୍ଗ କରି ଉମା ଭୋଟରଙ୍କ ପାଖକୁ ଯାଇଛନ୍ତି।
ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଦୀର୍ଘଦିନର ରାଜନୈତିକ ଅଭିଜ୍ଞତା ରଖିଥିବା ପ୍ରସାଦ ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ଥିଲେ। କିନ୍ତୁ ୧୯୯୫, ୨୦୦୦ ଏବଂ ୨୦୦୯ରେ ପ୍ରସାଦ ଏଠାରେ ବିଜୟୀ ହୋଇଥିଲେ। ରାଜ୍ୟ ରାଜନୀତିରେ ବେଶ୍‌ ପ୍ରଭାବଶାଳୀ ରହିଥିବା ପ୍ରସାଦଙ୍କ ପାଇଁ ଏଥର ସମ୍ମାନର ପ୍ରଶ୍ନ ହୋଇଛି। ତେଣୁ ଜିତିବା ପାଇଁ ତାଙ୍କର ସମସ୍ତ ବଳ, କୌଶଳ ଲଗାଇ ଦେଇଛନ୍ତି। ତୃଣମୂଳ ସ୍ତରରେ କର୍ମୀଙ୍କୁ ଏକ୍‌ଜୁଟ କରିବାରେ ସେ କେତେଦୂର ସଫଳ ହୋଇଛନ୍ତି ଏବଂ ଏହା ଭୋଟରେ କେତେଦୂର ପ୍ରତିଫଳିତ ହେଉଛି ତାହା ଫଳାଫଳ ହିଁ ସ୍ପଷ୍ଟ କରିବ।
ଗତଥର ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ଓମ୍‌ପ୍ରକାଶ ମିଶ୍ର ଏଥର ଭାଜପା ପ୍ରାର୍ଥୀ ହୋଇଛନ୍ତି। ଜଣେ ଯୁବ ସଙ୍ଗଠକ ଭାବେ ଜଣାଶୁଣା ଓମ୍‌ପ୍ରକାଶ ଉଭୟ ବିଜେଡି ଏବଂ କଂଗ୍ରେସକୁ ଚ୍ୟାଲେଞ୍ଜ ଦେବା ଲାଗି ଜୋର୍‌ଦାର ପ୍ରସ୍ତୁତିରେ ଲାଗିଛନ୍ତି। କେନ୍ଦ୍ରର ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନା, ଓଡ଼ିଆ ବିଶ୍ୱବିଦ୍ୟାଳୟର କାମ ଆରମ୍ଭ ନ ହେବା ଏମିତି ଅନେକ ପ୍ରସଙ୍ଗକୁ ଧରି ଭୋଟରଙ୍କୁ ଆକୃଷ୍ଟ କରିଛନ୍ତି। ସେହିପରି ଆଉଜଣ ପ୍ରାର୍ଥୀ ବିଏସ୍‌ପିର ପ୍ରଭାତ କୁମାର ଭୋଇ ଏବଂ ହିନ୍ଦୁସ୍ଥାନ ନିର୍ମାଣ ଦଳର କୈଳାସ ଚନ୍ଦ୍ର ବରାଳ ବିଭିନ୍ନ ସ୍ଥାନୀୟ ପ୍ରସଙ୍ଗରେ ମତଦାତାଙ୍କୁ ସଚେତନ କରାଇ ଭୋଟ ଦେବାକୁ ନିବେଦନ କରିଛନ୍ତି। ମୋଟ ୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଲଢ଼େଇ ମୁଖ୍ୟତଃ ବିଜେଡି, କଂଗ୍ରେସ ଓ ଭାଜପା ମଧ୍ୟରେ ହେଉଥିବା କୁହାଯାଉଛି।
ଅନ୍ୟପକ୍ଷରେ ଭୋଟର ନିର୍ବାଚନମଣ୍ଡଳୀର ବିକାଶ ପ୍ରସଙ୍ଗକୁ ଗଣ୍ଠି କରିଛନ୍ତି। ଯେଉଁ ପ୍ରାର୍ଥୀ କ୍ଷମତାକୁ ଆସିଲେ ତାଙ୍କ ଅଞ୍ଚଳର ବିକାଶ କରିବେ ସେହିଭଳି ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ମନସ୍ଥ କରିଛନ୍ତି। ଭୋଟର ନରହରି ସିଂହ କହିଛନ୍ତି, ଯିଏ ସତ୍ୟବାଦୀ ବିକାଶର ସାରଥି ହେବେ ଏବଂ ନିର୍ବାନମଣ୍ଡଳୀବାସୀଙ୍କ ଭଲରେ ମନ୍ଦରେ ପହଞ୍ଚତ୍ବେ ତାଙ୍କୁ ହିଁ ଭୋଟର ଭୋଟ ଦେବେ ବୋଲି ସେ ଭାବୁଛନ୍ତି। ଅନ୍ୟ ଜଣେ ମତଦାତା ରାଜକିଶୋର ସାହୁ କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରୀୟ ଯୋଜନାର ସୁଫଳ ଦଳୀୟ କର୍ମୀ ପାଉଛନ୍ତି। ଫଳରେ ପ୍ରକୃତ ହିତାଧିକାରୀ ଏଥିରୁ ବାଦ୍‌ ପଡୁଛନ୍ତି। ୬ ମାସ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ ବି ଏ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ। ତେଣୁ ଏ ସବୁକୁ ବିଚାର କରି ଜଣେ ଯୋଗ୍ୟ, ଜ୍ଞାନୀ ଏବଂ କାମ କରିବାର ଜିଜ୍ଞାସା ରଖିଥିବା ପ୍ରାର୍ଥୀ ବିଜୟୀ ହେବା ଦରକାର। ତାଙ୍କ ମତରେ ସତ୍ୟବାଦୀର ବିକାଶ ହିଁ ପ୍ରାର୍ଥୀଙ୍କୁ ବାଛିବା ଲାଗି ମାପକାଠି ହେବ। ଅନ୍ୟଜଣେ ଭୋଟର ପ୍ରଶାନ୍ତ ବୈରୀଶଲ କହିଛନ୍ତି, କଣାସରେ ଜଳ ସମସ୍ୟା ସବୁବେଳେ ରହିଛି। ଖରାଦିନେ ପାଣିର ଅଭାବ ରହୁଥିବା ବେଳେ ବର୍ଷାଦିନେ ବନ୍ୟା ଦାଉ ସାଧିଥାଏ। ତେଣୁ ଏହାର ସ୍ଥାୟୀ ସମାଧାନ ହେବା ଦରକାର। ଏହାକୁ ଏଥର ଭୋଟର ପ୍ରସଙ୍ଗ କରି ଯୋଗ୍ୟ ପ୍ରାର୍ଥୀଙ୍କୁ ମତଦାନ କଲେ ଅଞ୍ଚଳବାସୀଙ୍କ ସ୍ବାର୍ଥ ସାଧନ ହୋଇପାରନ୍ତା। ତେଣୁ କାହା କଥାରେ ପ୍ରଲୋଭିତ ନ ହୋଇ ନିଜ ଇଚ୍ଛା ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀଙ୍କୁ ବାଛିବା ଦରକାର ବୋଲି ସେ କହିଛନ୍ତି।

ହେମନ୍ତ ନାୟକ/କିଶୋର ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri