ବିକାଶ ହିଁ ହେବ ମାପକାଠି

ପୁରୀ ଅଫିସ/ସାକ୍ଷୀଗୋପାଳ,୨୨ା୪ (ଡି.ଏନ୍‌.ଏ.): ଖରା ଆସିଲେ କଣାସରେ ପାଣି ପାଇଁ ହାହାକାର ପଡ଼େ, ବର୍ଷାଋତୁରେ ବନ୍ୟାପାଣି ଧାନ ଚାଷକୁ ଗିଳି ପକାଏ। ଏହି ସମସ୍ୟା ସହ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ବାସ୍ତବତା, ପଞ୍ଚସଖାଙ୍କ ସ୍ମୃତିପୀଠର ବିକାଶ ଏବଂ କୃଷକଙ୍କ ଦୁର୍ଦ୍ଦଶା ଭଳି ପ୍ରସଙ୍ଗ ଏଥର ମତଦାନକୁ ପ୍ରଭାବିତ କରିବ ବୋଲି କହୁଛନ୍ତି ସତ୍ୟବାଦୀ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର। ବହୁ ସମସ୍ୟାରେ ଜର୍ଜରିତ ଭୋଟରମାନେ ଏଭଳି ୨ଜଣ ପ୍ରାର୍ଥୀଙ୍କୁ ବାଛିବାକୁ ସ୍ଥିର କରିଛନ୍ତି, ଯିଏ ବିଧାନସଭାରେ ସତ୍ୟବାଦୀର ବିକାଶ ପାଇଁ ଲଢ଼େଇ କରିବେ ଏବଂ ପାର୍ଲାମେଣ୍ଟରେ ନିର୍ବାଚନମଣ୍ଡଳୀର ହକ୍‌ ମାଗିପାରିବେ।
ପୁରୀ ଲୋକ ସଭା ଆସନ ଅଧୀନ ଏହି ନିର୍ବାଚନମଣ୍ଡଳୀ କଣାସ ବ୍ଲକର ୨୮ ଏବଂ ସତ୍ୟବାଦୀ ବ୍ଲକର ୨୪ ପଞ୍ଚାୟତକୁ ନେଇ ଗଠିିତ। ଏହି ଆସନ କେବେ ବିଜେଡିକୁ ବିଜୟ ଦେଇନି। ୨୦୦୦ରୁ ୨୦୧୪ ମଧ୍ୟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ରାଜ୍ୟବ୍ୟାପୀ ବିଜେଡିର ପ୍ରଭାବ ରହିଥିବା ବେଳେ ସତ୍ୟବାଦୀରେ ଭିନ୍ନତା ଦେଖିବାକୁ ମିଳିଛି। ଦୁଇଥର କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଦୁଇଥର ସ୍ବାଧୀନ ପ୍ରାର୍ଥୀ ଜିତିଛନ୍ତି। ଅବଶ୍ୟ ପରବର୍ତ୍ତୀ ସମୟରେ ସ୍ବାଧୀନ ପ୍ରାର୍ଥୀମାନେ ବିଜେଡିରେ ସାମିଲ ହୋଇଛନ୍ତି। କିନ୍ତୁ ବିଜେଡି ଟିକେଟ ପାଇଥିବା ପ୍ରାର୍ଥୀଙ୍କୁ ହିଁ ସର୍ବଦା ପରାଜୟ ସାମ୍ନା କରିବାକୁ ପଡିଛି। ୨୦୧୪ରେ ରମାରଞ୍ଜନ ବଳିୟାର ସିଂହ ବିଜେଡି ପ୍ରାର୍ଥୀ ହୋଇଥିଲେ। କିନ୍ତୁ ସେ ସ୍ବାଧୀନ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କଠାରୁ ପରାସ୍ତ ହୋଇଥିଲେ। ପୂର୍ବରୁ ଉମାଙ୍କୁ ବିଜେଡି ନିଲମ୍ବିତ କରିଥିଲା। ହେଲେ ଗତ ପଞ୍ଚାୟତ ନିର୍ବାଚନରେ ତାଙ୍କ ଉପରୁ ଦଳ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିଲା। ଏଥର ଉମାକାନ୍ତ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ପ୍ରସଙ୍ଗ କରି ଉମା ଭୋଟରଙ୍କ ପାଖକୁ ଯାଇଛନ୍ତି।
ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଦୀର୍ଘଦିନର ରାଜନୈତିକ ଅଭିଜ୍ଞତା ରଖିଥିବା ପ୍ରସାଦ ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ଥିଲେ। କିନ୍ତୁ ୧୯୯୫, ୨୦୦୦ ଏବଂ ୨୦୦୯ରେ ପ୍ରସାଦ ଏଠାରେ ବିଜୟୀ ହୋଇଥିଲେ। ରାଜ୍ୟ ରାଜନୀତିରେ ବେଶ୍‌ ପ୍ରଭାବଶାଳୀ ରହିଥିବା ପ୍ରସାଦଙ୍କ ପାଇଁ ଏଥର ସମ୍ମାନର ପ୍ରଶ୍ନ ହୋଇଛି। ତେଣୁ ଜିତିବା ପାଇଁ ତାଙ୍କର ସମସ୍ତ ବଳ, କୌଶଳ ଲଗାଇ ଦେଇଛନ୍ତି। ତୃଣମୂଳ ସ୍ତରରେ କର୍ମୀଙ୍କୁ ଏକ୍‌ଜୁଟ କରିବାରେ ସେ କେତେଦୂର ସଫଳ ହୋଇଛନ୍ତି ଏବଂ ଏହା ଭୋଟରେ କେତେଦୂର ପ୍ରତିଫଳିତ ହେଉଛି ତାହା ଫଳାଫଳ ହିଁ ସ୍ପଷ୍ଟ କରିବ।
ଗତଥର ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ଓମ୍‌ପ୍ରକାଶ ମିଶ୍ର ଏଥର ଭାଜପା ପ୍ରାର୍ଥୀ ହୋଇଛନ୍ତି। ଜଣେ ଯୁବ ସଙ୍ଗଠକ ଭାବେ ଜଣାଶୁଣା ଓମ୍‌ପ୍ରକାଶ ଉଭୟ ବିଜେଡି ଏବଂ କଂଗ୍ରେସକୁ ଚ୍ୟାଲେଞ୍ଜ ଦେବା ଲାଗି ଜୋର୍‌ଦାର ପ୍ରସ୍ତୁତିରେ ଲାଗିଛନ୍ତି। କେନ୍ଦ୍ରର ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନା, ଓଡ଼ିଆ ବିଶ୍ୱବିଦ୍ୟାଳୟର କାମ ଆରମ୍ଭ ନ ହେବା ଏମିତି ଅନେକ ପ୍ରସଙ୍ଗକୁ ଧରି ଭୋଟରଙ୍କୁ ଆକୃଷ୍ଟ କରିଛନ୍ତି। ସେହିପରି ଆଉଜଣ ପ୍ରାର୍ଥୀ ବିଏସ୍‌ପିର ପ୍ରଭାତ କୁମାର ଭୋଇ ଏବଂ ହିନ୍ଦୁସ୍ଥାନ ନିର୍ମାଣ ଦଳର କୈଳାସ ଚନ୍ଦ୍ର ବରାଳ ବିଭିନ୍ନ ସ୍ଥାନୀୟ ପ୍ରସଙ୍ଗରେ ମତଦାତାଙ୍କୁ ସଚେତନ କରାଇ ଭୋଟ ଦେବାକୁ ନିବେଦନ କରିଛନ୍ତି। ମୋଟ ୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଲଢ଼େଇ ମୁଖ୍ୟତଃ ବିଜେଡି, କଂଗ୍ରେସ ଓ ଭାଜପା ମଧ୍ୟରେ ହେଉଥିବା କୁହାଯାଉଛି।
ଅନ୍ୟପକ୍ଷରେ ଭୋଟର ନିର୍ବାଚନମଣ୍ଡଳୀର ବିକାଶ ପ୍ରସଙ୍ଗକୁ ଗଣ୍ଠି କରିଛନ୍ତି। ଯେଉଁ ପ୍ରାର୍ଥୀ କ୍ଷମତାକୁ ଆସିଲେ ତାଙ୍କ ଅଞ୍ଚଳର ବିକାଶ କରିବେ ସେହିଭଳି ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ମନସ୍ଥ କରିଛନ୍ତି। ଭୋଟର ନରହରି ସିଂହ କହିଛନ୍ତି, ଯିଏ ସତ୍ୟବାଦୀ ବିକାଶର ସାରଥି ହେବେ ଏବଂ ନିର୍ବାନମଣ୍ଡଳୀବାସୀଙ୍କ ଭଲରେ ମନ୍ଦରେ ପହଞ୍ଚତ୍ବେ ତାଙ୍କୁ ହିଁ ଭୋଟର ଭୋଟ ଦେବେ ବୋଲି ସେ ଭାବୁଛନ୍ତି। ଅନ୍ୟ ଜଣେ ମତଦାତା ରାଜକିଶୋର ସାହୁ କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରୀୟ ଯୋଜନାର ସୁଫଳ ଦଳୀୟ କର୍ମୀ ପାଉଛନ୍ତି। ଫଳରେ ପ୍ରକୃତ ହିତାଧିକାରୀ ଏଥିରୁ ବାଦ୍‌ ପଡୁଛନ୍ତି। ୬ ମାସ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ ବି ଏ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ। ତେଣୁ ଏ ସବୁକୁ ବିଚାର କରି ଜଣେ ଯୋଗ୍ୟ, ଜ୍ଞାନୀ ଏବଂ କାମ କରିବାର ଜିଜ୍ଞାସା ରଖିଥିବା ପ୍ରାର୍ଥୀ ବିଜୟୀ ହେବା ଦରକାର। ତାଙ୍କ ମତରେ ସତ୍ୟବାଦୀର ବିକାଶ ହିଁ ପ୍ରାର୍ଥୀଙ୍କୁ ବାଛିବା ଲାଗି ମାପକାଠି ହେବ। ଅନ୍ୟଜଣେ ଭୋଟର ପ୍ରଶାନ୍ତ ବୈରୀଶଲ କହିଛନ୍ତି, କଣାସରେ ଜଳ ସମସ୍ୟା ସବୁବେଳେ ରହିଛି। ଖରାଦିନେ ପାଣିର ଅଭାବ ରହୁଥିବା ବେଳେ ବର୍ଷାଦିନେ ବନ୍ୟା ଦାଉ ସାଧିଥାଏ। ତେଣୁ ଏହାର ସ୍ଥାୟୀ ସମାଧାନ ହେବା ଦରକାର। ଏହାକୁ ଏଥର ଭୋଟର ପ୍ରସଙ୍ଗ କରି ଯୋଗ୍ୟ ପ୍ରାର୍ଥୀଙ୍କୁ ମତଦାନ କଲେ ଅଞ୍ଚଳବାସୀଙ୍କ ସ୍ବାର୍ଥ ସାଧନ ହୋଇପାରନ୍ତା। ତେଣୁ କାହା କଥାରେ ପ୍ରଲୋଭିତ ନ ହୋଇ ନିଜ ଇଚ୍ଛା ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀଙ୍କୁ ବାଛିବା ଦରକାର ବୋଲି ସେ କହିଛନ୍ତି।

ହେମନ୍ତ ନାୟକ/କିଶୋର ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା କଂଗ୍ରେସର ୨୬ଜଣିଆ ନିର୍ବାଚନ ପରିଚାଳନା କମିଟି, ତାଲିକାରେ ଏହି ବଡ଼ ନେତା

ଭୁବନେଶ୍ୱର,୧୭।୪: ଓଡ଼ିଶା ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୨୬ ଜଣିଆ ନିର୍ବାଚନ ପରିଚାଳନା କମିଟି ତାଲିକା ବୁଧବାର ଜାରି ହୋଇଛି। ଏହି...

କଣ୍ଟାବାଂଜିରୁ ମୁଖ୍ୟମନ୍ତ୍ରୀ ଲଢିବାର ବଡ଼ କାରଣ!

ଭୁବନେଶ୍ୱର,୧୭।୪: ପୁଣି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ୯ଜଣ ବିଧାୟକଙ୍କ ନାଁ ଘୋଷଣା କରାଯାଇଛି। ସବୁଠାରୁ ବଡ଼ କଥା ହେଲା,...

କଂଗ୍ରେସ ଟିକେଟ ପାଇଁ ଅନ୍‌ଲାଇନ ଆବେଦନ: ଅଜୟ କୁମାର

ଭୁବନେଶ୍ୱର, ୨।୨(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟ ପାଇବାକୁ ହେଲେ ଆଉ ଲବି କାମ ଦେବନାହିଁ। ଯେଉଁମାନେ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବାକୁ...

୫୨ ହଜାର ଭୋଟରେ ଜିତିଲେ ବସୁନ୍ଧରା

ଜୟପୁର,୩।୧୨: ୫ ବର୍ଷର ବ୍ୟବଧାନ ପରେ ଭାଜପା ପୁଣି ରାଜସ୍ଥାନରେ କ୍ଷମତାକୁ ଫେରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଭାଜପା ୧୧୫ ଆସନରେ ଆଗୁଆ ରହିଥିବା...

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ

ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ଉପନିର୍ବାଚନ ଲାଗି ସକାଳ ୭ଟାରୁ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି। ତେବେ ପୂର୍ବାହ୍ନ ୧୧ଟା ସୁଦ୍ଧା ଝରସୁଗୁଡାରେ ୨୦.୩୮ ପ୍ରତିଶତ ମତଦାନ...

ଝାରସୁଗୁଡା ଉପନିର୍ବାଚନ: ଭୋଟ ଦେଲେ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ଉପନିର୍ବାଚନ ଲାଗି ମତଦାନ ଚାଲିଥିବା ବେଳେ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଭୋଟ ଦେଇଛନ୍ତି। ସୂଚନାଯୋଗ୍ୟ, ସକାଳ ୭ଟାରୁ ଆରମ୍ଭ ହୋଇ...

ଆଜି କର୍ନାଟକ ବିଧାନସଭା ନିର୍ବାଚନ: ୫.୩ କୋଟି ଭୋଟର ନିର୍ଣ୍ଣୟ କରିବେ ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ…

ବେଙ୍ଗାଲୁରୁ,୧୦।୫ : ଆଜି କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ କରାଯାଉଛି। ରାଜ୍ୟର ୫.୩ କୋଟି ଭୋଟର ନିର୍ବାଚନୀ ମଇଦାନରେ ଥିବା ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ...

ଝାରସୁଗୁଡ଼ା ଉପନିର୍ବାଚନ: ଟଙ୍କଧର ଭାଜପା ପ୍ରାର୍ଥୀ

ଭୁବନେଶ୍ୱର, ୧୨।୪(ବ୍ୟୁରୋ)-ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ରାଜ୍ୟ ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ଟଙ୍କଧର ତ୍ରିପାଠୀଙ୍କୁ ଟିକେଟ ପ୍ରଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri