ବିଏସ୍‌ଏଫ୍‌ ଅଧିକାରୀଙ୍କ ନାଁରେ ବଳାତ୍କାର ଅଭିଯୋଗ

ଭୁବନେଶ୍ୱର,୨୪ା୨(ବ୍ୟୁରୋ):ରାଜଧାନୀରେ ପୋଲିସ ଓ ଯବାନଙ୍କୁ ଘାରିଛି ପ୍ରେମ ନିଶା। କିଏ ଯୁବତୀଙ୍କୁ ରାସ୍ତା ଉପରେ ଅସଦାଚରଣ କରି ଗିରଫ ହେଲାଣି ତ ଆଉ କିଏ ବାହାଘରର ପ୍ରତିଶ୍ରୁତି ଦେଇ ବଳାତ୍କାର କଲାଣି। ପୂର୍ବରୁ ୪ ଘଟଣା ଖାକିରେ କଳଙ୍କର ଦାଗ ଲଗାଇଥିବାବେଳେ ରବିବାର ମହିଳା ଥାନାରେ ଆଉ ଏକ ଅଭିଯୋଗ ହୋଇଛି। ଜଟଣୀସ୍ଥିତ ବିଏସ୍‌ଏଫ୍‌ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବଳାତ୍କାର ଓ ଲୁଟ୍‌ର ଶିକାର ହୋଇଥିବା ଯୁବତୀ। ପୋଲିସ ସମ୍ପୃକ୍ତ ଯୁବତୀଙ୍କ ବୟାନ ରେକର୍ଡ କରିବା ପରେ ଅଭିଯୁକ୍ତ ବିଏସ୍‌ଏଫ୍‌ ଡିଏସ୍‌ପିଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏପରି କି ପୋଲିସ ତାଙ୍କୁ ଗିରଫ କରିବାକୁ ବିଏସ୍‌ଏଫ କାର୍ଯ୍ୟାଳୟକୁ ଯାଇ ଖୋଳତାଡ଼ କରିଥିଲା। ହେଲେ ଅଭିଯୁକ୍ତ ଜଣକ ଉଚ୍ଚ ପଦରେ ଥିବାରୁ ମାମଲାକୁ ରଫାଦଫା କରିବା ପାଇଁ ଉଦ୍ୟମ ଚାଲିଥିବା ସୂଚନା ମିଳିଛି। ଘଟଣାକୁ ନେଇ ମଧ୍ୟ ଯୁବତୀଙ୍କ ଉପରେ ଚାପ ପଡୁଥିବା ସେ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ଯୁବତୀଙ୍କ ସହ ଡିଏସ୍‌ପି ଜଣକ ହ୍ବାଟ୍ସଆପ୍‌ରେ କରିଥିବା ରୋମାଣ୍ଟିକ୍‌ ଚାଟିଂ ଏବେ ଭାଇରାଲ ହେବାରେ ଲାଗିଛି। ମହିଳା ଥାନା ପୋଲିସ ଉକ୍ତ ପୋଷ୍ଟଗୁଡ଼ିକୁ ତଦନ୍ତ ପରିସରଭୁକ୍ତ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ପୀଡିତା ଯୁବତୀଙ୍କ ଘର କଟକରେ ହୋଇଥିବାବେଳେ ସେ ଭୁବନେଶ୍ୱରରେ ରହି ଏକ ବିଲ୍ଡର ସଂସ୍ଥାରେ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ୨୦୧୭ରେ ଏକ ଜାଗା କିଣିବା ପାଇଁ ଜଗତ୍‌ସିଂପୁରର ବିଏସ୍‌ଏଫ୍‌ ଡିଏସ୍‌ପି ଜଣକ ଜାଗା କିଣିବା ପାଇଁ ଉକ୍ତ ବିଲ୍ଡର ସଂସ୍ଥାକୁ ଯାଇଥିଲେ। ସେଠାରେ ଯୁବତୀଙ୍କ ସହ ତାଙ୍କର ଭେଟ ହେବା ପରେ ଉଭୟେ ପରିଚିତ ହୋଇଥିଲେ। ସେତେବେଳେ ଅଭିଯୁକ୍ତ ଜଣକ ବିଏସ୍‌ଏଫ୍‌ରେ ଇନ୍ସପେକ୍ଟର ର଼୍ୟାଙ୍କ୍‌ରେ ରାୟପୁରଠାରେ ଅବସ୍ଥାପିତ ଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଜଟଣୀକୁ ବଦଳି ହେବା ସହ ଡିଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି ହୋଇଥିଲା। ସେ ସ୍ତ୍ରୀ ଓ ପିଲାଙ୍କ ସହ ଚନ୍ଦକା ନିକଟ ଏକ ଆପାର୍ଟମେଣ୍ଟରେ ରହିଥିଲେ। ଡିଏସ୍‌ପି ଜଣକ ଉକ୍ତ ଯୁବତୀଙ୍କୁ ଜମି କିଣିବା ବାହାନାରେ ଏକାଧିକ ସ୍ଥାନକୁ ଡକାଇ କଥାବାର୍ତ୍ତା ହେଉଥିଲେ। ସମୟକ୍ରମେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଘରେ ପରିବାର ଲୋକେ ନ ଥିବାବେଳେ ଘରକୁ ଯୁବତୀଙ୍କୁ ଡକାଇ ବିବାହ ଆଳ ଦେଖାଇ ବଳାତ୍କାର କରିଥିଲେ। ଏହି ସମୟର ଦୃଶ୍ୟକୁ ମଧ୍ୟ ନିଜ ମୋବାଇଲ୍‌ ଫୋନ୍‌ରେ ଭିଡିଓ ରେକର୍ଡିଂ କରି ରଖିଥିଲେ। ପରେ ଉକ୍ତ ଭିଡିଓ ଦେଖାଇବା ସହ ନାନା ଧମକ ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଏପରି କି ଉକ୍ତ ଭିଡିଓକୁ ମୋବାଇଲ ଫୋନ୍‌ରୁ ଡିଲିଟ୍‌ କରିବା ପାଇଁ ୨୦ ଲକ୍ଷ ଟଙ୍କା ନେଇଥିଲେ। ହେଲେ ଟଙ୍କା ନେବା ପରେ ମଧ୍ୟ ଅଭିଯୁକ୍ତ ଡିଏସ୍‌ପି ଭିଡିଓଟିକୁ ଡିଲିଟ୍‌ ନ କରି ବ୍ଲାକ୍‌ମେଲିଂ କରି ବଳାତ୍କାର କରୁଥିଲେ। ଶେଷରେ କିଛି ଉପାୟ ନ ପାଇ ଯୁବତୀ ଜଣକ ମହିଳା ଥାନାରେ ଅଭିଯୋଗ କରିଥିଲେ।
ଏ ନେଇ ମହିଳା ଥାନା ଅଧିକାରୀ ବନୀତା ମହାରଣା କହିଛନ୍ତି, ଯୁବତୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ସହ ତଦନ୍ତ ଚାଲିଛି। ପ୍ରକୃତ ଘଟଣା ସ୍ପଷ୍ଟ ହେବା ପରେ ଡିଏସ୍‌ପିଙ୍କୁ ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri