ବିଏସ୍‌ଏଫ୍‌ ଅଧିକାରୀଙ୍କ ନାଁରେ ବଳାତ୍କାର ଅଭିଯୋଗ

ଭୁବନେଶ୍ୱର,୨୪ା୨(ବ୍ୟୁରୋ):ରାଜଧାନୀରେ ପୋଲିସ ଓ ଯବାନଙ୍କୁ ଘାରିଛି ପ୍ରେମ ନିଶା। କିଏ ଯୁବତୀଙ୍କୁ ରାସ୍ତା ଉପରେ ଅସଦାଚରଣ କରି ଗିରଫ ହେଲାଣି ତ ଆଉ କିଏ ବାହାଘରର ପ୍ରତିଶ୍ରୁତି ଦେଇ ବଳାତ୍କାର କଲାଣି। ପୂର୍ବରୁ ୪ ଘଟଣା ଖାକିରେ କଳଙ୍କର ଦାଗ ଲଗାଇଥିବାବେଳେ ରବିବାର ମହିଳା ଥାନାରେ ଆଉ ଏକ ଅଭିଯୋଗ ହୋଇଛି। ଜଟଣୀସ୍ଥିତ ବିଏସ୍‌ଏଫ୍‌ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବଳାତ୍କାର ଓ ଲୁଟ୍‌ର ଶିକାର ହୋଇଥିବା ଯୁବତୀ। ପୋଲିସ ସମ୍ପୃକ୍ତ ଯୁବତୀଙ୍କ ବୟାନ ରେକର୍ଡ କରିବା ପରେ ଅଭିଯୁକ୍ତ ବିଏସ୍‌ଏଫ୍‌ ଡିଏସ୍‌ପିଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏପରି କି ପୋଲିସ ତାଙ୍କୁ ଗିରଫ କରିବାକୁ ବିଏସ୍‌ଏଫ କାର୍ଯ୍ୟାଳୟକୁ ଯାଇ ଖୋଳତାଡ଼ କରିଥିଲା। ହେଲେ ଅଭିଯୁକ୍ତ ଜଣକ ଉଚ୍ଚ ପଦରେ ଥିବାରୁ ମାମଲାକୁ ରଫାଦଫା କରିବା ପାଇଁ ଉଦ୍ୟମ ଚାଲିଥିବା ସୂଚନା ମିଳିଛି। ଘଟଣାକୁ ନେଇ ମଧ୍ୟ ଯୁବତୀଙ୍କ ଉପରେ ଚାପ ପଡୁଥିବା ସେ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ଯୁବତୀଙ୍କ ସହ ଡିଏସ୍‌ପି ଜଣକ ହ୍ବାଟ୍ସଆପ୍‌ରେ କରିଥିବା ରୋମାଣ୍ଟିକ୍‌ ଚାଟିଂ ଏବେ ଭାଇରାଲ ହେବାରେ ଲାଗିଛି। ମହିଳା ଥାନା ପୋଲିସ ଉକ୍ତ ପୋଷ୍ଟଗୁଡ଼ିକୁ ତଦନ୍ତ ପରିସରଭୁକ୍ତ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ପୀଡିତା ଯୁବତୀଙ୍କ ଘର କଟକରେ ହୋଇଥିବାବେଳେ ସେ ଭୁବନେଶ୍ୱରରେ ରହି ଏକ ବିଲ୍ଡର ସଂସ୍ଥାରେ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ୨୦୧୭ରେ ଏକ ଜାଗା କିଣିବା ପାଇଁ ଜଗତ୍‌ସିଂପୁରର ବିଏସ୍‌ଏଫ୍‌ ଡିଏସ୍‌ପି ଜଣକ ଜାଗା କିଣିବା ପାଇଁ ଉକ୍ତ ବିଲ୍ଡର ସଂସ୍ଥାକୁ ଯାଇଥିଲେ। ସେଠାରେ ଯୁବତୀଙ୍କ ସହ ତାଙ୍କର ଭେଟ ହେବା ପରେ ଉଭୟେ ପରିଚିତ ହୋଇଥିଲେ। ସେତେବେଳେ ଅଭିଯୁକ୍ତ ଜଣକ ବିଏସ୍‌ଏଫ୍‌ରେ ଇନ୍ସପେକ୍ଟର ର଼୍ୟାଙ୍କ୍‌ରେ ରାୟପୁରଠାରେ ଅବସ୍ଥାପିତ ଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଜଟଣୀକୁ ବଦଳି ହେବା ସହ ଡିଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି ହୋଇଥିଲା। ସେ ସ୍ତ୍ରୀ ଓ ପିଲାଙ୍କ ସହ ଚନ୍ଦକା ନିକଟ ଏକ ଆପାର୍ଟମେଣ୍ଟରେ ରହିଥିଲେ। ଡିଏସ୍‌ପି ଜଣକ ଉକ୍ତ ଯୁବତୀଙ୍କୁ ଜମି କିଣିବା ବାହାନାରେ ଏକାଧିକ ସ୍ଥାନକୁ ଡକାଇ କଥାବାର୍ତ୍ତା ହେଉଥିଲେ। ସମୟକ୍ରମେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଘରେ ପରିବାର ଲୋକେ ନ ଥିବାବେଳେ ଘରକୁ ଯୁବତୀଙ୍କୁ ଡକାଇ ବିବାହ ଆଳ ଦେଖାଇ ବଳାତ୍କାର କରିଥିଲେ। ଏହି ସମୟର ଦୃଶ୍ୟକୁ ମଧ୍ୟ ନିଜ ମୋବାଇଲ୍‌ ଫୋନ୍‌ରେ ଭିଡିଓ ରେକର୍ଡିଂ କରି ରଖିଥିଲେ। ପରେ ଉକ୍ତ ଭିଡିଓ ଦେଖାଇବା ସହ ନାନା ଧମକ ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଏପରି କି ଉକ୍ତ ଭିଡିଓକୁ ମୋବାଇଲ ଫୋନ୍‌ରୁ ଡିଲିଟ୍‌ କରିବା ପାଇଁ ୨୦ ଲକ୍ଷ ଟଙ୍କା ନେଇଥିଲେ। ହେଲେ ଟଙ୍କା ନେବା ପରେ ମଧ୍ୟ ଅଭିଯୁକ୍ତ ଡିଏସ୍‌ପି ଭିଡିଓଟିକୁ ଡିଲିଟ୍‌ ନ କରି ବ୍ଲାକ୍‌ମେଲିଂ କରି ବଳାତ୍କାର କରୁଥିଲେ। ଶେଷରେ କିଛି ଉପାୟ ନ ପାଇ ଯୁବତୀ ଜଣକ ମହିଳା ଥାନାରେ ଅଭିଯୋଗ କରିଥିଲେ।
ଏ ନେଇ ମହିଳା ଥାନା ଅଧିକାରୀ ବନୀତା ମହାରଣା କହିଛନ୍ତି, ଯୁବତୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ସହ ତଦନ୍ତ ଚାଲିଛି। ପ୍ରକୃତ ଘଟଣା ସ୍ପଷ୍ଟ ହେବା ପରେ ଡିଏସ୍‌ପିଙ୍କୁ ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ମହଙ୍ଗା ପଡ଼ିବ ସରକାରୀ ଜମି ଜବରଦଖଲ: ପୁଣି କବ୍‌ଜା କଲା ବିଡିଏ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଶଙ୍କରପୁର ମୌଜାରେ ସରକାରୀ ଜମି ଜବରଦଖଲ କରିବା ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ପାଚେରି ଭାଙ୍ଗିବା ଜଣେ ଜବରଦଖଲକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଏନେଇ…

୧୦ ଜିଲାରେ ହେବ ବମ୍ପର ନିଯୁକ୍ତି: ୨,୭୮୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର…

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’ ଜାତୀୟ ସେମିନାର

ଭୁବନେଶ୍ୱର, ୨୧।୮: ମହିଳା ଉଦ୍ୟୋଗୀଙ୍କୁ ବଜାର ସହ ଯୋଡ଼ିବା, ଡିଜିଟାଲ ପ୍ଲାଟଫର୍ମରେ ସୁଯୋଗ ସୃଷ୍ଟି କରିବା ଏବଂ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଲକ୍ଷ୍ୟରେ ‘ଉଦ୍ୟମୀ ଶକ୍ତି’…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

୨୭ ନା ୨୮ କେବେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ କ’ଣ କହିଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୨୧ା୮: ଚଳିତ ବର୍ଷ ରକ୍ଷାବନ୍ଧନ ପର୍ବକୁ ନେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ୨୭ରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବାକୁ ଥିବାବେଳେ ରାଖୀପୂର୍ଣ୍ଣିମା ୨୮ରେ। ତେଣୁ ଏହି ଦିନ…

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୨୧ା୮: ଓଡ଼ିଆ ସଙ୍ଗୀତ ଜଗତର ସୁନାମଧନ୍ୟ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ପୂର୍ବାହ୍ନରେ ପରଲୋକ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri