ବିଏମ୍‌ସିର ରାଜସ୍ବ ଚିନ୍ତା

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ): ରାଜସ୍ବ ବଢ଼ାଇବା ଚିନ୍ତାରେ ବାଉଳିଚାଉଳି ହେଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଆର୍ଥିକ ବର୍ଷ ଶେଷ ସୁଦ୍ଧା କିପରି ୧୫୦ କୋଟି ଟଙ୍କା ରାଜସ୍ବ ଆଦାୟ କରିବ, ଏନେଇ ଟେର୍‌ ପାଉନି ବିଏମ୍‌ସି। ସର୍ବକ୍ଷମା ଯୋଜନାରେ ସୁଧାର ହେଉ ବା ହୋଲ୍ଡିଂ ଟ୍ୟାକ୍ସରେ ପରିବର୍ତ୍ତନ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ନିୟମ ହେଉ ବା ବିଜ୍ଞାପନ ଏବଂ ବଜାର ଟିକସ୍‌ ଅଦାୟ, ସେହିପରି ପାର୍କିଂ ପାଇଁ ଟେଣ୍ଡର ହେଉ ବା ସ୍ପଟ୍‌ ଅକ୍ସନ୍‌, ସବୁଆଡ଼ୁ ରାଜସ୍ବ ଆଦାୟର ନିଗମ ଚେଷ୍ଟା ଚଳାଇଛି। ହେଲେ ସମସ୍ତ ପ୍ରକ୍ରିୟା ଏବେ ନାଲିଫିତା ତଳେ ନଥିପତ୍ର ହୋଇ ପଡ଼ିରହିଛି। ଚଳିତ ଆର୍ଥିକ ବର୍ଷର ୭ମାସ ବିତିଯାଇଥିଲେ ମଧ୍ୟ ସେପ୍ଟେମ୍ବର ସୁଦ୍ଧା ବିଏମ୍‌ସି ମାତ୍ର ୩୦ କୋଟି ୯୧ ଲକ୍ଷ ୪୯ହଜାର ୮୧୩ ଟଙ୍କା ଆଦାୟ କରିଛି। ତେବେ ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ ବିଏମ୍‌ସି ୧୫୦ କୋଟିର ରାଜସ୍ବ ଆଦାୟ ଟାର୍ଗେଟ୍‌ କିଭଳି ପୂରଣ କରିବ ସେ ନେଇ ଅନିଶ୍ଚିତତା ଲାଗି ରହିଛି।
ଅନ୍ୟପକ୍ଷେ ବିଏମ୍‌ସିର ହୋଲ୍ଡିଂ ଟ୍ୟାକ୍ସ କଲେକ୍ଟର ଭାବେ ଏସ୍‌ଏଚ୍‌ଜି ମହିଳାଙ୍କ ନିଯୁକ୍ତି ଏବେ ବି ଟେଣ୍ଡର ଭାବେ ପଡ଼ିରହିଛି ଓ ବାରମ୍ବାର ଏହାର ସମୟସୀମା ବୃଦ୍ଧି କରାଯାଉଛି। ଏପଟେ ଏସ୍‌ଏଚ୍‌ଜି ମହିଳାମାନେ ବିଏମ୍‌ସିର ସର୍ତ୍ତରେ ରାଜି ନ ଥିବାବେଳେ ନିଷ୍କର୍ଷ ଆଲୋଚନାରେ ଅଟକିଛି। ଫଳରେ ଅହେତୁକ ବିଳମ୍ବ ହୋଇଚାଲିଛି। ଏନେଇ ଜଣେ ଏସ୍‌ଏଚ୍‌ଜି ମହିଳା କହିଛନ୍ତି, ମହିଳା ସଶକ୍ତୀକରଣ ବାର୍ତ୍ତା ଦେଇ ପ୍ରଲୋଭନ ଦେଖାଯାଉଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା। ନିଯୁକ୍ତି ପାଇଁ ପୂର୍ବରୁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ରଖାଯାଇଥିବାରୁ କେହି ମଧ୍ୟ ଟେଣ୍ଡରରେ ଆବେଦନ କରି ନ ଥିଲେ। ଏବେ ଉକ୍ତ ସର୍ତ୍ତକୁ କମାଇ ଶିକ୍ଷାଗତ ଯୋଗ୍ୟତା ମ୍ୟାଟ୍ରିକ୍‌ ପାସ୍‌ ରଖାଯାଇଛି। ତେବେ ଆଗକୁ ଯଦିଓ ନିଯୁକ୍ତି ମିଳୁଛି, ଏତେ କମ୍‌ ସମୟ ମଧ୍ୟରେ ଏତେ ପରିମାଣର ରାଜସ୍ବ ଆଦାୟ କରିହେବ ନାହିଁ ବୋଲି ସେ କହିଛନ୍ତି।
ସେହିପରି ସହରରେ ପାର୍କିଂରୁ ବିଏମ୍‌ସି ମୋଟା ଅଙ୍କର ରାଜସ୍ବ ଆଦାୟ କରିଥାଏ। କିନ୍ତୁ ଗତ କିଛି ମାସ ହେବ ବିଏମ୍‌ସିର ଓ୍ବେବସାଇଟରେ ପାର୍କିଂ ପାଇଁ ଟେଣ୍ଡର ଅବଧି ବଢ଼ି ଚାଲିଛି, ହେଲେ ଆଶାନୁରୂପ ଆବେଦନ ହେଉନାହିଁ। ପ୍ରଥମତଃ ପାର୍କିଂ ପ୍ୟାକେଜ୍‌ ପାଇଁ କେହି ଆବେଦନ କରି ନ ଥିବାବେଳେ ଗତ ମାସରେ ପୁଣି ଥରେ ପ୍ରକାଶ ପାଇଥିବା ଟେଣ୍ଡରରେ ‘ମିନିମମ୍‌ କଷ୍ଟ ରେଟ୍‌’ ନ ଥିବାରୁ କେହି ଆବେଦନ କରି ନ ଥିଲେ। ଯେଉଁଥିପାଇଁ ଏବେ ପାର୍କିଂ ସ୍ଥଳଗୁଡ଼ିକର ନିଲାମ କରାଯିବ ବୋଲି ଓ୍ବେବସାଇଟରେ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ଜମିର ବେଞ୍ଚ୍‌ମାର୍କ ଅନୁସାରେ ବିଏମ୍‌ସି ହୋଲ୍ଡିଂ ଟ୍ୟାକ୍ସ ଆଦାୟ ପାଇଁ ନୂଆ ନିୟମ ପ୍ରସ୍ତୁତ କରିଛି। ତେବେ ଏନେଇ କୌଣସି ଆଧିକାରିକ ସୂଚନା ମିଳି ନ ଥିବାବେଳେ ଗତ ୯ତାରିଖରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଏ ବାବଦରେ ଆଲୋଚନା କରିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ନିୟମାନୁଯାୟୀ ପ୍ରତି ୨ବର୍ଷରେ ଜମିର ବେଞ୍ଚ୍‌ମାର୍କ ବଢ଼ାଇ ଦିଆଯାଉଥିବାବେଳେ ବିଏମ୍‌ସି ସେଭଳି କିଛି ନ କରି ଟ୍ୟାକ୍ସ ଆଦାୟର ପରିମାଣକୁ ଦ୍ୱିଗୁଣିତ କରିବ। ତେବେ ୨୦୧୦ରେ ପିଡବ୍ଲୁଡି ନିୟମାନୁଯାୟୀ ଟ୍ୟାକ୍ସ କଲେକ୍ସନ ପାଇଁ ନିୟମ ହୋଇଥିଲା। ହେଲେ ଏହାକୁ ନେଇ ଜନ ଅସନ୍ତୋଷ ହେବାସହ ବିରୋଧ କରାଯାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ବିଭିନ୍ନ ସମୟରେ ବିଏମ୍‌ସିର ଏଭଳି ନିଷ୍ପତ୍ତିଗୁଡ଼ିକୁ ନେଇ ବିରୋଧ କରାଯାଉଥିବାବେଳେ ଏହି ନିଷ୍ପତ୍ତିକୁ ମଧ୍ୟ ଲୋକେ ଗ୍ରହଣ କରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

କେତେ ଟଙ୍କାର ମାଲିକ ଧର୍ମେନ୍ଦ୍ର ପ୍ରଧାନ? ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୨ା୭: ଦେଶବ୍ୟାପୀ ଛାତ୍ର ପ୍ରତିବାଦ ଜାରି ରହିଛି। ଛାତ୍ରମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ଦାବି କରୁଛନ୍ତି। ତେବେ ଏହାରି…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri