ବାହାହେବେ ଶ୍ରଦ୍ଧା: ପ୍ରସ୍ତୁତି ଆରମ୍ଭ

ମୁମ୍ବାଇ: ଷ୍ଟାର କିଡ୍‌ ତଥା ବଲିଉଡ୍‌ ନାୟିକା ଶ୍ରଦ୍ଧା କପୁର କୁଆଡେ ବିବାହ କରିବାକୁ ଯାଉଛନ୍ତି । ଫେମସ ଫଟୋଗ୍ରାଫର ରୋହନ ଶ୍ରେଷ୍ଠଙ୍କୁ ଶ୍ରଦ୍ଧା ବିବାହ କରିବେ ବୋଲି ଆଲୋଚନା ହେଉଛି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା କୁହାଯାଉଛି। ଏମାନେ ରିଲେଶନସିପରେ ରହିବା କଥା ଗତ ୨ ବର୍ଷ ହେବ ଆଲୋଚନା ହେଉଥିଲେ ମଧ୍ୟ ଏମାନେ କେବେ ଏହାକୁ ସ୍ବୀକାର କରି ନାହାଁନ୍ତି। ଏକଦା ରୋହନ କହିଥିଲେ ଶ୍ରଦ୍ଧା ହେଉଛନ୍ତି ତାଙ୍କର ଭଲ ବନ୍ଧୁ। ଦୀର୍ଘ ୯ ବର୍ଷ ହେବ ସେ ତାଙ୍କୁ ଜାଣନ୍ତି। କେବେ କେବେ ବିଭିନ୍ନ ପାର୍ଟିରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହେଉଥିବା ବେଳେ ଖୁବ୍‌ କମ୍‌ ସମୟ ପାଇଁ ସେମାନେ କଥା ହୁଅନ୍ତି ବୋଲି ରୋହନ କୁହନ୍ତି। ତେବେ ବିବାହକୁ ନେଇ କେହି କୌଣସି ସୂଚନା ଦେଇ ନ ଥିବା ବେଳେ ଏବେ ଏହା କେବଳ ଆଲୋଚନା ହେଉଛି। ଅନ୍ୟପଟେ ଶ୍ରଦ୍ଧାଙ୍କ ମା’ ଏହି ବିବାହକୁ ନେଇ ଟିକେ ବିଜି ଥିବା କୁହାଯାଉଥିବା ବେଳେ ପିତା ଶକ୍ତି କପୁର କିନ୍ତୁ ଅତୀତରେ କହିଥିଲେ ଆଗାମୀ ୩-୪ ବର୍ଷ ମଧ୍ୟରେ ଶ୍ରଦ୍ଧା ବିବାହ କରି ନ ପାରନ୍ତି। କାରଣ ଏବେ ତାଙ୍କ ହାତରେ ବହୁତ କାମ ଅଛି। ଏସବୁ ଭିତରେ କିନ୍ତୁ ଆଲେଚନା ଜୋର୍‌ ଧରିଛି କି ଆସନ୍ତା ୨୦୨୦ରେ ଶ୍ରଦ୍ଧା-ରୋହନ ବିବାହ କରିବେ ଆଉ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ଛାତି ଧଡ଼ପଡ଼: କାହାର ଯିବ ପଦ କିଏ ଯୋଡ଼ା ହେବେ ନୂଆ

ଭୁବନେଶ୍ୱର,୨୭।୫ ଓଡ଼ିଶାରେ ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଏହାକୁ ନେଇ ମନ୍ତ୍ରୀ ଓ ବିଧାୟକମାନଙ୍କ ମଧ୍ୟରେ ଉତ୍ସୁକତା…

ପୁଣି ଦେବାଶିଷ ଯିବେ ରାଜ୍ୟ ସଭା ନା ଆଉ କିଏ? ବଡ଼ ଇସାରା ଦେଲେ ସୁରେଶ ପୂଜାରୀ, କହିଲେ ଯିଏ ଇସ୍ତଫା ଦେଇ…

ଭୁବନେଶ୍ୱର,୨୭।୫: ଓଡ଼ିଶାରେ ରାଜ୍ୟ ସଭା ଉପନିର୍ବାଚନ ପାଇଁ ECI ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ଦେବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଖାଲି…

ଆମ୍ବ ଗୋଟାଇବାକୁ ଯାଇଥିଲେ ଗୁରୁବାରୀ: ଆକ୍ରମଣ କଲା ହାତୀ: ଆଉ ତା’ପରେ…

ତିଗିରିଆ,୨୭।୫(ଜାଫର ଖାଁ): କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ଭୋଗଡା ପଞ୍ଚାୟତ ବଡଭେଜିଆ ଆମ୍ବ ତୋଟାରୁ ବୁଧବାର ସକାଳେ ଆମ୍ବ ଗୋଟାଇବା ପାଇଁ ଯାଇଥିବା ଗୋକର୍ଣ୍ଣଖାଲ ଗ୍ରାମର…

ବେଙ୍ଗଲରେ ୫ ଟଙ୍କାରେ ମିଳିବ ମାଛ-ଭାତ; ଜାଣନ୍ତୁ ଦେଶର କେଉଁ ରାଜ୍ୟରେ ମିଳେ ସବୁଠୁ ଶସ୍ତା ସରକାରୀ ଥାଳି?

କୋଲକାତା,୨୭।୫: ପଶ୍ଚିମବଙ୍ଗ ସରକାର ସାଧାରଣ ଏବଂ ଗରିବ ଲୋକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ସରକାରୀ ସହାୟତା ପ୍ରାପ୍ତ ସ୍ୱତନ୍ତ୍ର କ୍ୟାଣ୍ଟିନଗୁ ବର୍ତ୍ତମାନ ମାତ୍ର…

ଭାରସାମ୍ୟ ହରାଇ ଗଛରେ ପିଟିଲା ଉପଜିଲାପାଳଙ୍କ ଗାଡ଼ି, ଯୋରଦାର ଝଟକାରେ ମଝିରୁ ଭାଙ୍ଗିଲା ଗଛ

ବାଙ୍କୀ,୨୭।୬( ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ଭଗିପୁର ଅଞ୍ଚଳରେ ବାଙ୍କୀ ଉପଜିଲାପାଳଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଉପଜିଲାପାଳଙ୍କ ଗାଡ଼ି ହଠାତ୍‌ ଭାରସାମ୍ୟ…

ଏଟିଏମରୁ ଉଠାଇପାରିଲେନି ୪୦୦ଟଙ୍କା, SBI କୁ ଦେବାକୁ ପଡିଲା ୫୮,୭୦୦ ଟଙ୍କାର ଜରିମାନା, ଘଟଣା ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୭।୫: ମାତ୍ର ୪୦୦ ଟଙ୍କାର ଏକ ବିବାଦ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ପାଇଁ ବଡ଼ ଅସୁବିଧା ସୃଷ୍ଟି କରିଛି। ଗ୍ରାହକଙ୍କ ଅଭିଯୋଗକୁ ବର୍ଷ ବର୍ଷ…

ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି:ଏହି ଦିନ ହେବ ଭୋଟିଂ

ଭୁବନେଶ୍ୱର,୨୭।୫: ଓଡ଼ିଶାରେ ରାଜ୍ୟ ସଭା ରାଜ୍ୟ ସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେଡି ଛାଡ଼ି ଭାଜପାରେ ଦେଇଥିବା ଦେବାଶିଷ ସାମନ୍ତରାୟ ଇସ୍ତଫା ଦେବା ପରେ…

ଶ୍ରେଷ୍ଠ ବିଧାୟକ ଚୟନ କମିଟି ଗଠନ: ବାଛିବେ ୬ ସଦସ୍ୟ, ଜଣେ ସାମ୍ବାଦିକ ସାମିଲ

ଭୁବନେଶ୍ୱର,୨୭ା୫(ରବିନାରାୟଣ ଜେନା) ରାଜ୍ୟରେ କେଉଁ ବିଧାୟକଙ୍କ ପ୍ରଦର୍ଶନ ସର୍ବୋତ୍ତମ ତାହାକୁ ଓଡ଼ିଶା ବିଧାନସଭା ଖୁବ୍‌ଶୀଘ୍ର ଲୋକଲୋଚନକୁ ଆଣିବ। ଦୀର୍ଘ ୧୦ ବର୍ଷ ଧରି ବନ୍ଦ ରହିଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri