ବାଲ୍ୟ ବିବାହ ରୋକିଲେ ଚାଇଲ୍ଡଲାଇନ କର୍ମକର୍ତ୍ତା

ଦେବଗଡ,୫ା୫(ଡି.ଏନ.ଏ)-ଦେବଗଡ ଜିଲା ବାରକୋଟ ବ୍ଲକ କାଉଁଶିବାହାଲ ପଞ୍ଚାୟତ ଅନ୍ତର୍ଗତ ଗୌଡସୁଗୁଡା ଗ୍ରାମରେ ବାଲ୍ୟ ବିବାହ ପାଇଁ ଯୋଜନା ଚାଲିଥିବା ବେଳେ ଏହାକୁ ରୋକିଛନ୍ତି ଚାଇଲ୍ଡଲାଇନର କର୍ମକର୍ତ୍ତା। ସୂଚନା ଅନୁଯାୟୀ ଗୌଡସୁଗୁଡା ଗ୍ରାମରେ ଏକ ବାଲ୍ୟ ବିବାହ ସ୍ଥିର ହୋଇଥିବା ଖବର ମିଳିବା ପରେ ଚାଇଲ୍ଡଲାଇନର ସଂଯୋଜକ ରମାକାନ୍ତ ସାହୁ, ଆକ୍ସନ୍‌ ଏଡ୍‌ର ବାଲ୍ୟ ବିବାହ ନିରୋଧ ଜିଲା ପରାମର୍ଶଦାତା କୁମୁଦ ଚନ୍ଦ୍ର ଶତପଥୀ ଓ ଅଙ୍ଗନୱାଡି କର୍ମୀ ରୁକ୍ମିଣୀ ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଥିଲେ ା ସେଠାରେ ଉଭୟ ବର ଓ କନ୍ୟା ପକ୍ଷଙ୍କୁ ବାଲ୍ୟ ବିବାହ ଆଇନ ସମ୍ମତ ହୋଇ ନ ଥିବା ଦର୍ଶାଇ ବୁଝାଶୁଝା କରି ଏହି ବିବାହକୁ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଥିଲେ ା ଏଥିରେ ଉଭୟ ବର ଓ କନ୍ୟା ପକ୍ଷ ରାଜି ହୋଇଥିଲେ। ପରେ ସାକ୍ଷୀମାନଙ୍କ ଉପସ୍ଥିତିରେ ଉଭୟ ପକ୍ଷ ଏକ ଚୁକ୍ତିନାମା ସ୍ବାକ୍ଷର କରି ବାଲ୍ୟ ବିବାହ ଆଇନକୁ ମାନିବେ ବୋଲି ଚୁକ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅପହରଣ କରି ନେଇ ଶାରୀରିକ ସମ୍ପର୍କ ରଖିଲେ ଯୁବକ: ଜଣାପଡ଼ିବା ପରେ…

ଦେବଗଡ,୨୦।୫(ଶଶାଙ୍କ ଶେଖର ଝାଙ୍କର)ନାବାଳିକା ପ୍ରେମିକାଙ୍କୁ ଅପହରଣ ଓ ଶାରିରୀକ ସମ୍ପର୍କ ସ୍ଥାପନ ମାମଲାରେ ରିଆମାଳ ଥାନା ପୋଲିସ ମଙ୍ଗଳବାର ଅଭିଯୁକ୍ତ ପ୍ରେମିକ ଗୁଣ୍ଡିଆପାଲି ଗ୍ରାମର ଲିକୁନ ବଣିଚୂଳ…

ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ: ମିଳୁନି ସରକାରୀ ସହାୟତା

ରିଆମାଳ ୨୦।୫( ବଦ୍ରିନାରାୟଣ ଅଗ୍ରୱାଲା):ଦେବଗଡ଼ ଜିଲା ରିଆମାଳ ବ୍ଲକ ନାଉଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ତେଲିମୁଣ୍ଡା (ଫୁଲସରନାଳୀ) ଗ୍ରାମର ଗିରିଧାରି କିସାନ (୫୦) ଆଜିକୁ ୩ ବର୍ଷ ହେଲା…

ସର୍ବ ଭାରତୀୟ ସ୍ତର କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ବନ୍ଦ ଡାକରା : ୨୦ରେ ବନ୍ଦ ରହିବ ସମସ୍ତ ଔଷଧ ଦୋକାନ

ଦେବଗଡ଼,୧୭।୫ (ଶଶାଙ୍କ ଶେଖର ଝାଙ୍କର): ସର୍ବ ଭାରତୀୟ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଆହ୍ୱାନ କ୍ରମେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଡାକରେ ଦେବଗଡ଼ ଜିଲା…

ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ରଙ୍କ ଜୀବନ, ବିଦ୍ୟାଳୟ ଛାତ ଦେଇଯାଇଛି ୧୧ କେଭି ବିଦ୍ୟୁତ ତାର

ରିଆମାଳ, ୧୬।୫( ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ ପରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲୋହରାକୋଟ ଗ୍ରାମରେ ୧୯୭୨ରେ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ…

ଗାଧୋଇବାକୁ ଯାଇଥିଲେ: ପୋଖରୀରୁ ମିଳିଲା ମୃତହେଦ

ଦେବଗଡ଼,୧୫ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ବଲଣ୍ଡା ପଞ୍ଚାୟତ ଅଧୀନ ଇନ୍ଦ୍ରାଣୀଝରଣ ଗ୍ରାମ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ…

କେନ୍ଦୁପତ୍ର ବୋଝେଇ ପିକଅପ୍‌ ଜବତ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ରିଆମାଳ, ୧୪୫(ବଦ୍ରିନାରାୟଣ ଅଗ୍ରୱାଲା):ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା କରଲଗା ଜିରୋ ପଏଣ୍ଟଠାରେ ଏକ କେନ୍ଦୁପତ୍ର ବୋଝେଇ ପିକଅପ ଜବତ ହେବା ସହ ଦୁଇ ଜଣକୁ…

ବାରକୋଟରେ ଚାଞ୍ଚଲ୍ୟ: ଲଜରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସାଥିରେ ରହୁଥିବା ଯୁବକ ଫେରାର

ଦେବଗଡ଼, ୧୨।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟସ୍ଥିତ ଏକ ଲଜରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ହେଲେ ବାରକୋଟ…

ମାମୁଘରକୁ ବୁଲି ଆସିଥିଲେ,ହାତୀର ଜଳକ୍ରୀଡ଼ା ଦେଖିବା ହେଲା କାଳ; ପାଣିରେ ଖସିପଡ଼ି ୬ ବର୍ଷର ନାବାଳକଙ୍କ ମୃତ୍ୟୁ

ଦେବଗଡ଼,୧୨|୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନାଚଂଳର ଦନ୍ତାରିବାହାଳ ଗ୍ରାମର ମତୁଆଳି ନାଳ‌ରେ ପାଣିରେ ବୁଡି ମଙ୍ଗଳବାର ଜଣେ ନାବାଳାକର ମୃତ୍ୟୁ ଘଟିଛି। ମୃତକ ନାବାଳକ ହେଲେ ବେତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri