ବାଲ୍ୟ ବିବାହକୁ ରୋକିବ ନୂତନ ଶିକ୍ଷାନୀତି

ଘାସିରାମ ପଣ୍ଡା
୧୯୮୬ ମସିହାରୁ ପ୍ରଚଳିତ ଜାତୀୟ ଶିକ୍ଷାନୀତିକୁ ଦେଶର ଏକ ମାଇଲ ଖୁଣ୍ଟ ଭାବରେ ଗଣାଯାଏ। ଶିକ୍ଷାକୁ ମୌଳିକ ଅଧିକାର ଭାବରେ ଗ୍ରହଣ କରାଯାଇ ୨୦୦୯ ମସିହାରେ ଶିକ୍ଷା ଅଧିକାର ଆଇନ ପ୍ରଣୟନ କରାଗଲା। ଏହା ପରେ ଶିକ୍ଷାନୀତିରେ ପରିବର୍ତ୍ତନର ଆବଶ୍ୟକତା ଥିଲା। ଡେରିରେ ହେଲେବି ବର୍ତ୍ତମାନର ସରକାର ଏକ ନୂତନ ଶିକ୍ଷାନୀତି ଆଣିବା ସ୍ବାଗତ ଯୋଗ୍ୟ। ଆମ ଦେଶରେ ବିଭିନ୍ନ ଆଇନରେ ଶିଶୁମାନଙ୍କ ବୟସ ଭିନ୍ନ ଭିନ୍ନ ରଖାଯାଇଛି। ସାଧାରଣତଃ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁ ବୋଲି ଧରାଯାଏ। ଶିକ୍ଷା ଅଧିକାର ଆଇନରେ ଏହାକୁ୧୪ ରଖାଯାଇଛି। ପ୍ରସ୍ତାବିତ ନୂତନ ଶିକ୍ଷା ନୀତିରେ ଏହାର ପରିଧିକୁ ୧୮ ପର୍ଯ୍ୟନ୍ତ ବିସ୍ତାର କରାଯାଇ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପରିଯୋଜନା କରାଯାଇଛି। ଦେଶରେ ତଥା ଆମ ରାଜ୍ୟରେ ଅନେକ ଝିଅ ଅଧାରୁ ପାଠ ଛାଡି ବିବାହ କରୁଛନ୍ତି। ଶିକ୍ଷା ଅଧିକାର ଆଇନର ପରିସର ୧୪ ବର୍ଷ ପର୍ଯ୍ୟନ୍ତ ଥିବା କାରଣରୁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଭଳି ଆବାସିକ ଶିକ୍ଷା ବ୍ୟବସ୍ଥା ଅଷ୍ଟମ ଶ୍ରେଣୀ ପରେ ଶେଷ ହୋଇଯାଉଛି। ଏହା ପରେ ପଢିବା ପାଇଁ ଆର୍ଥିକ ସ୍ବଚ୍ଛଳତା ନ ଥିବା ଛାତ୍ରୀଙ୍କ ପାଠ ପଢା ସେତିକିରେ ରହିଯାଉଛି। ଏହା ପରେ ବିବାହ ବ୍ୟତୀତ ସେମାନଙ୍କ ପାଇଁ ଆଉ କିଛି ବିକଳ୍ପ ରହୁନାହିଁ। ୧୪ ବର୍ଷ ଭିତରେ ଘଟୁଥିବା ବାଲ୍ୟବିବାହକୁ ରୋକାଯାଇ ପାରିଲେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥାକୁ ଫେରେଇ ଅଣାଯାଇ ପାରୁଛି। କିନ୍ତୁ ୧୪ ପରେ ଓ ୧୮ ଭିତରେ ବାଲ୍ୟବିବାହକୁ ରୋକାଗଲେ ଶିକ୍ଷା ବାଧ୍ୟତାମୂଳକ ହୋଇ ନ ଥିବାରୁ ବିଦ୍ୟାଳୟକୁ ପଠାଯାଇ ପାରୁନାହିଁ। ସାବାଳିକା ହୋଇ ନ ଥିଲେ ଅନେକ କ୍ଷେତ୍ରରେ ଧନ୍ଦାମୂଳକ ଶିକ୍ଷାରେ ବି ସାମିଲ କରାଯାଇ ପାରୁନାହିଁ। ଏପରି କ୍ଷେତ୍ରରେ ଶିକ୍ଷା ଅଧିକାରର ପରିସର ୧୮କୁ ବୃଦ୍ଧି ପାଇଲେ ବାଲ୍ୟବିବାହକୁ ରୋକିବାରେ ଏହା ନିଶ୍ଚିତ ସହାୟକ ହେବ। କିନ୍ତୁ ଏହାର ସଫଳ ରୂପାୟନ ପାଇଁ ଆମକୁ ପୂର୍ବ ଅଭିଜ୍ଞତାରୁ ଅନେକ କିଛି ଶିଖିବାକୁ ପଡିବ।
ପ୍ରଚଳିତ ଶିକ୍ଷା ଅଧିକାର ଆଇନକୁ ଦଶବର୍ଷ ପୂରିଲାଣି। ଏହା ସତ୍ତ୍ୱେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ପାଇଁ ଏଥିରେ ନିଧାର୍ଯ୍ୟ ମାନ ପୂରଣରେ ଆମେ ସଫଳ ହୋଇ ନାହୁଁ। ଏଣୁ ବୟସର ପରିସରକୁ ଖାଲି ବଢେଇଦେଲେ ଶିକ୍ଷା ମାଧ୍ୟମରେ ଦେଶ ପରିବର୍ତ୍ତନର ସ୍ବପ୍ନ ଫଳବତୀ ହେବ ନାହିଁ। ଏଥିପାଇଁ ଶିକ୍ଷା ଅଧିକାର ଆଇନର କାର୍ଯ୍ୟାନ୍ବୟନରେ ହୋଇଥିବା ଉପଲବ୍ଧି ଆଧାରରେ ପ୍ରସ୍ତାବିତ ଶିକ୍ଷାନୀତିରେ ପରିବର୍ତ୍ତନ ଆଣିବାକୁ ପଡିବ। ବିଦ୍ୟାଳୟ ପାଇଁ ଆନୁଷଙ୍ଗିକ ଭିତ୍ତିଭୂମି, ଆବଶ୍ୟକ ସଂଖ୍ୟକ ଶିକ୍ଷକଙ୍କ ଅଭାବ, ଦୂରତା ପ୍ରଭୃତି ଅନେକ କାରଣରୁ ପିଲାମାନେ ବିଦ୍ୟାଳୟ ବାହାରେ ରହୁଛନ୍ତି। ପ୍ରାଥମିକ ଶିକ୍ଷାକୁ ସ୍ବେଚ୍ଛାସେବୀଙ୍କ ହାତରେ ଛାଡିଦେଲେ ଏହା ଆହୁରି ଦୁର୍ବିଷହ ହୋଇପଡିବ। ଶିକ୍ଷା ପରିଚାଳନା ଏକ କୌଶଳ। ଏଣୁ ଏଥିପାଇଁ ନିର୍ଦ୍ଦିଷ୍ଟ ତାଲିମର ଆବଶ୍ୟକ ହୁଏ। ବିନା ତାଲିମପ୍ରାପ୍ତ କାହାକୁ ଶିକ୍ଷା ପରିଚାଳନାରେ ସାମିଲ କରାଯିବା ଉଚ୍ଚିତ ହେବ ନାହିଁ। ଅନେକ ଶ୍ରେଣୀକୁ ଗୋଟିଏ ଶିକ୍ଷକ ଦ୍ୱାରା ଶିକ୍ଷା ପରିଚାଳନା ବ୍ୟବସ୍ଥା ‘ବସ୍ତ୍ର ଅଭାବରେ ସୂତା ଦାନ’ ଭଳି। ଏଣୁ ଶିକ୍ଷା ପାଇଁ ବ୍ୟୟକୁ ବୋଝ ମନେ ନ କରି ଶ୍ରେଣୀ ଅନୁସାରେ ଶିକ୍ଷକ ନିଯୁକ୍ତିକୁ ନୂତନ ଶିକ୍ଷାନୀତିରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଏକାଧିକ ବିଦ୍ୟାଳୟକୁ ମିଶାଇ ‘ସ୍କୁଲ କମ୍ପ୍ଲେକ୍ସର ପରିକଳ୍ପନା ଏଥିରେ କରାଯାଇଛି। ପିଲାଙ୍କ ସଂଖ୍ୟା ଆଧାରରେ ବିଦ୍ୟାଳୟକୁ ବନ୍ଦ କରାଯାଉଥିବା ବ୍ୟବସ୍ଥାକୁ ଏହା ପରୋକ୍ଷରେ ଅନୁମୋଦନ କରୁଛି। ବିଦ୍ୟାଳୟର ଦୂରତାକୁ ସର୍ବନିମ୍ନ ଏକ କିଲୋମିଟର ଭିତରେ ନ ରଖିଲେ ବୟସର ପରିସର ବଢେଇଲେ ବି ପିଲା ବିଦ୍ୟାଳୟ ବାହାରେ ହିଁ ରହିବେ। ଆଦିବାସୀ ଅଞ୍ଚଳରେ ସ୍ଥାନୀୟ ଭାଷା ଓ ବହିର ଭାଷାରେ ପ୍ରଭେଦ କାରଣରୁ ପିଲାମାନଙ୍କର ଆଗ୍ରହ କମେ ଓ ବିଦ୍ୟାଳୟ ଆସିବା ବନ୍ଦ କରିଦିଅନ୍ତି। ସ୍ଥାନୀୟ ଲୋକଙ୍କୁ କେବଳ ଅସ୍ଥାୟୀ ଭାବେ ସାମିଲ କଲେ ଏ ସ୍ଥିତିରେ ବିଶେଷ ଉନ୍ନତି ହେବ ନାହିଁ। ଶିକ୍ଷକ ନିଯୁକ୍ତିକୁ ଜିଲାଭିତ୍ତିକ କରାଯାଇ ପାରିଲେ ସ୍ଥାନୀୟ ଲୋକଙ୍କ ସକ୍ରିୟ ଭାଗୀଦାରି ସମ୍ଭବ ହୋଇପାରିବ। ପ୍ରାଥମିକ ଶିକ୍ଷାରେ ଘରୋଇ ଅନୁଷ୍ଠାନ ପାଇଁ ଥିବା ନିୟମକୁ କୋହଳ କରାଯିବା ପାଇଁ ନୂତନ ଶିକ୍ଷାନୀତି ପ୍ରସ୍ତାବ ଦେଇଛି। ଏହା ହିଁ ପ୍ରାଥମିକ ଶିକ୍ଷାର ଦୁର୍ଦ୍ଦଶା ଓ ସାମାଜିକ ବିଷମତାର କାରଣ ହେବ। ପ୍ରାଥମିକ ଶିକ୍ଷା ସରକାରଙ୍କ ନିୟନ୍ତ୍ରଣରେ ରହିଲେ ଯାଇ ସମସ୍ତଙ୍କ ପାଇଁ ସମାନ ଶିକ୍ଷା ବ୍ୟବସ୍ଥାର ସ୍ବପ୍ନ ସାକାର ହେବ। ନୂତନ ଶିକ୍ଷାନୀତିର ପ୍ରଣୟନକୁ ଏଥିପାଇଁ ଏକ ସୁଯୋଗ ବୋଲି ଗ୍ରହଣ କରାଯାଇ ପାରେ।
ସୁବର୍ଣ୍ଣପୁର, ମୋ- ୯୪୩୮୩୪୧୭୯୪, ghasirampanda@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri