ବାଲିଯାତ୍ରାରେ ମୋ’ କଟକ ପାଭିଲିୟନ

କଟକ ଅଫିସ, ୧୪ା୧୧: ଚଳିତବର୍ଷ ବାଲିଯାତ୍ରାରେ ନିଆଯାଇଥିବା ନୂତନ ପଦକ୍ଷେପ ମଧ୍ୟରେ ମୋ’ କଟକ ପାଭିଲିୟନ ନୂତନ ଅଧ୍ୟାୟ ଯୋଡ଼ିଛି। ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ପାଭିଲିୟନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଶେଷଜ୍ଞଙ୍କ ସହିତ ଆଲୋଚନା, ପର୍ଯ୍ୟାଲୋଚନା କରାଯିବା ସହ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ବାଲିଯାତ୍ରାକୁ ଜିଜ୍ଞାସା ମନୋବୃତ୍ତି ନେଇ ଆସୁଥିବା ଦର୍ଶକମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ଅବଗତ କରାଯିବା ନିମନ୍ତେ ପ୍ରଶାସନ ପକ୍ଷରୁ ଏହି ଭିନ୍ନ ପ୍ରୟାସ କରାଯାଇଛି। ବୁଧବାର ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ଏହି ପାଭିଲିୟନରେ ଓଡ଼ିଶା ଇଣ୍ଡୋନେସିଆ ରିଲେଶନ ମ୍ୟାରିଟାଇ ଟ୍ରେଡ ଆଣ୍ଡ ରିଲେଶନ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
ଏଥିରେ ଉପଜିଲାପାଳ ଶୁଭ୍ରାଂଶୁ ମିଶ୍ର ଅଧ୍ୟକ୍ଷତା କରିଥିଲେ। ସଂସ୍କୃତି ବିଭାଗ ଗବେଷକ ପ୍ରଫେସର ସୁବାସ ଚନ୍ଦ୍ର ଦାଶ ଯୋଗଦେଇ ଇଣ୍ଡୋନେସିଆ ଏବଂ ଓଡ଼ିଶାର କେବଳ ବାଣିଜି୍ୟକ ସମ୍ପର୍କ ନୁହେଁ କଳା, ସାହିତ୍ୟ ଓ ସଂସ୍କୃତିରେ ମଧ୍ୟ ସମନ୍ବୟ ସୃଷ୍ଟି ହୋଇପାରିଥିଲା ବୋଲି କହିଥିଲେ। ପୂର୍ବରୁ ଏହି ଅଞ୍ଚଳର ନାମ ଓଡ଼ିଶା କିମ୍ବା ଉତ୍କଳ ନ ଥିଲା ବରଂ କଳିଙ୍ଗ ନାମରେ ପ୍ରତିଷ୍ଠିତ ଥିଲା। କଳିଙ୍ଗର ବଣିକମାନେ ଇଣ୍ଡୋନେସିଆର ବାଲି, ଜାଭା, ସୁମାତ୍ରା ଆଦି ଅଞ୍ଚଳରେ ଏଠାକାର ସାମଗ୍ରୀକୁ ସେଠାରେ ଓ ସେଠାକାର ସାମଗ୍ରୀକୁ ଏଠାରେ ଆଣି ବ୍ୟବସାୟ କରୁଥିଲେ। ଆଜି ବି କଟକ ଭଳି ବାଲିରେ ଫିଲିଗ୍ରୀ (ତାରକସି) କଳାର ଚାହିଦା ରହିଛି। ସେଠାରେ ଚାନ୍ଦି ତାରକସି କାମ ଓଡ଼ିଶା ଓ ଇଣ୍ଡେନେସିଆର ସମନ୍ବୟ ଯୋଗୁ ସମ୍ଭବ ହୋଇପାରିଛି। ଏଥିସହିତ ଓଡ଼ିଶାର ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ଭଳି ଇଣ୍ଡୋନେସିଆରେ ମଧ୍ୟ ଗଟୁନୃତ୍ୟ ଦେଖିବାକୁ ମିଳେ। ଯେଉଁ ନୃତ୍ୟରେ ବ୍ୟବହୃତ ପୋଷାକ, ଅଳଙ୍କାର ଏପରି କି ନୃତ୍ୟମୁଦ୍ରା ମଧ୍ୟ ଏକାଭଳି। କେବଳ ସେତିକି ନୁହେଁ ଓଡ଼ିଆଙ୍କ ଖାଦ୍ୟ ପଖାଳ ମଧ୍ୟ ସେଠାରେ ପ୍ରଚଳିତ ରହିଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri