‘ବାଲାକୋଟ-ଦି ଟ୍ରୁ ଷ୍ଟୋରି’ରେ ବିବେକ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ପରେ ଅଭିନେତା ବିବେକ ଓବେରୟ ବାଲାକୋଟ ଏୟାରଷ୍ଟ୍ରାଇକ୍‌ ଉପରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ ଅଭିନୟ କରିବେ। ବାଲାକୋଟର ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ଆକାଶମାର୍ଗରୁ ଆକ୍ରମଣ ଭଳି ଏକ ସତ୍ୟକାହାଣୀ ଆଧାରିତ ଫିଲ୍ମ ନିର୍ମାଣ ପାଇଁ ବିବେକ ପ୍ରସ୍ତୁତ ଥିବା କହିଛନ୍ତି।
‘ବାଲାକୋଟ-ଦି ଟ୍ରୁ ଷ୍ଟୋରି’ ଶୀର୍ଷକ ଏହି ଫିଲ୍ମ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ନିର୍ମାଣ ହେବାକୁ ଯାଉଛି। ଏହି ତ୍ରିଭାଷୀ ଫିଲ୍ମରେ ଭାରତୀୟ ବାୟୁସେନାର ବାସ୍ତବ ତଥ୍ୟ, ସାହସିକତା, ବଳିଷ୍ଠ ରାଜନୈତିକ ଇଚ୍ଛାଶକ୍ତି ସମେତ ରଣକୌଶଳ ଯୋଜନା ଆଦି ପ୍ରଦର୍ଶିତ ହେବ ବୋଲି ଫିଲ୍ମ ନିର୍ମାତା ଏକ ବିବୃତିରେ ପ୍ରକାଶ କରିଛନ୍ତି। ଏଥିରେ ମଧ୍ୟ ବୀର ଯବାନ ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ଅପୂର୍ବ ସାହସିକତାର କାହାଣୀ ସ୍ଥାନ ପାଇବ। ବର୍ଥମାନ ଉଡାଉଥିବା ବାୟୁସେନା ବିମାନକୁ ପାକିସ୍ତାନୀ ସେନା ଆକ୍ରମଣ କରି ତଳକୁ ଖସାଇଦେବା ପରେ ସେ ଆକାଶଛତା ଯୋଗେ ପାକିସ୍ତାନ ମାଟିରେ ଓହ୍ଲାଇଥିଲେ। ଶତ୍ରୁସେନା ତାଙ୍କୁ ଧରିନେଇ ୩ଦିନ ନିଜ କବ୍‌ଜାରେ ରଖିଥିଲେ। ସେହି ସମୟରେ ତାଙ୍କ ପ୍ରତି କିପରି ବ୍ୟବହାର ପ୍ରଦର୍ଶନ କରାଯାଇଥିଲା ତାହା ମଧ୍ୟ ଉକ୍ତ କାହାଣୀରେ ସ୍ଥାନ ପାଇବ। ଏ ସମ୍ପର୍କରେ ଓବେରୟ କହନ୍ତି, ‘ଅଭିନନ୍ଦନଙ୍କ ସଫଳତାରେ ପ୍ରତ୍ୟେକ ଭାରତୀୟ ଗର୍ବିତ। ଆମ ସଶସ୍ତ୍ର ସେନା ବାସ୍ତବରେ କେତେ ଦକ୍ଷ ତାହାକୁ ପ୍ରଚାର ପ୍ରସାର କରିବା ଜଣେ ଭାରତୀୟ, ଦେଶପ୍ରେମୀ ଏବଂ ଫିଲ୍ମ ଭ୍ରାତୃତ୍ୱ ସଦସ୍ୟ ଭାବେ ଏହା ମୋର କର୍ତ୍ତବ୍ୟ।’
ଏହି ଫିଲ୍ମ ନିର୍ମାଣ ପାଇଁ ବାସ୍ତବ ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ସହାୟତା ନିଆଯିବ ବୋଲି ନିର୍ମାତା ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଫେବୃୟାରୀରେ ପୁଲଓ୍ବାମାଠାରେ ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣରେ ୪୦ ସିଆର୍‌ପିଏଫ୍‌ ଯବାନ ନିହତ ହେବା ପରେ ଭାରତୀୟ ବାୟୁସେନା ଏହାର କଡା ଜବାବ ଦେବାକୁ ଯାଇ ବାଲାକୋଟସ୍ଥିତ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ଶିବିର ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା। ବାଲାକୋଟ ଉପରେ ଆକାଶମାର୍ଗରୁ ଆକ୍ରମଣ ଭାରତୀୟ ବାୟୁସେନାର ଅନ୍ୟତମ ଯୋଜନାବଦ୍ଧ ବିଷୟ ଥିଲା ବୋଲି ଓବେରୟ ପ୍ରକାଶ କରିଛନ୍ତି। ଉକ୍ତ ଫିଲ୍ମର ଶୁଟିଂ ଜମ୍ମୁ-କଶ୍ମୀର, ଦିଲ୍ଲୀ ଓ ଆଗ୍ରାରେ ହେବ। ଚଳିତ ବର୍ଷ ଶେଷସୁଦ୍ଧା ଏହା ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବା ସମ୍ଭାବନା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri