ବାରିପଦା ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ

ବାରିପଦା ଅଫିସ,୧୨ା୯- ରାଜ୍ୟର ସର୍ବପୁରାତନ ସହର ଭାବେ ପରିଚିତ ବାରିପଦା ସହରରେ ଟ୍ରାଫିକ ଅବ୍ୟବସ୍ଥା ଲାଗିରହିଛି। ଏଠାରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ତଥା ଅଟୋମେଟିକ ଲାଇଟ ପୋଷ୍ଟ, ଆବଶ୍ୟକ କର୍ମଚାରୀ ତଥା ଭିତ୍ତିଭୂମି ଅଭାବ ରହିଛି। ଜିଲା ପୋଲିସ ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉ ନ ଥିବାରୁ ସହରବାସୀ ବିଭିନ୍ନ ସମୟରେ ଗୁରୁତର ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସହରରେ ୧୪ଟି ଟ୍ରାଫିକ ପୋଷ୍ଟ ରହିଛି। ଏହି ପୋଷ୍ଟଗୁଡିକ ପାଇଁ ୨୧ କନେଷ୍ଟବଲ, ୨ ହାବିଲଦାର ଓ ଜଣେ ଏସଆଇ ଦାୟିତ୍ୱରେ ରହିବା କଥା। କିନ୍ତୁ ବର୍ତ୍ତମାନ ୧୨ କନଷ୍ଟେବଳ, ୨ ହାବିଲଦାର ଓ ଜଣେ ଏଏସଆଇ ରହିଛନ୍ତିି। ଆବଶ୍ୟକ କର୍ମଚାରୀ ନ ଥିବାରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ପୋଷ୍ଟଗୁଡିକରେ ହୋମଗାର୍ଡଙ୍କୁ ନିୟୋଜିତ କରାଯାଉଛି। ଏହି ହୋମଗାର୍ଡଙ୍କ ଭରସାରେ ସହରରେ ଟ୍ରାଫିକ ବ୍ୟବସ୍ଥା ପରିଚାଳିତ ହେଉଛି। ସେହିପରି ସହରର ଗୋଟିଏ କିମ୍ବା ଦୁଇଟି ଟ୍ରାଫିକ ପୋଷ୍ଟକୁ ଛାଡି ଦେଲେ ଅନ୍ୟଗୁଡିକରେ ପୋଲିସ କର୍ମଚାରୀମାନେ ଖରା ବର୍ଷାରେ ଠିଆ ହୋଇ କାର୍ଯ୍ୟ ସମ୍ପାଦକ କରୁଥିବା ଦେଖିବାକୁ ମିଳେ। ସହରରେ ବହୁ ଗୋଲେଇ ଛକ ଥିବା ବେଳେ ଏଠାରେ ଲୋକେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବାରୁ ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ସେହିପରି ୧ ଲକ୍ଷରୁ ଊର୍ଦ୍ଧ୍ୱ ଜନସଂଖ୍ୟା ଥିବା ବାରିପଦା ସହରରେ ଟ୍ରାଫିକ ଥାନାର ଆବଶ୍ୟକତା ଥିବାବେଳେ କେବଳ ଗୋଟିଏ ଟ୍ରାଫିକ ଆଉଟ ପୋଷ୍ଟ ରହିଛି। ଜିଲା ପୋଲିସ ପକ୍ଷରୁ ବାରିପଦାରେ ଏକ ଟ୍ରାଫିକ ଥାନା ପ୍ରତିଷ୍ଠା ପାଇଁ ପ୍ରସ୍ତାବ ପଠାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ସେହିପରି ସହରରେ ମେଡିକାଲ କଲେଜ ସହିତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଥିବାରୁ ପ୍ରତିଦିନ ଜିଲା ତଥା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡଖଣ୍ଡରୁ ବହୁ ଲୋକ ନିୟମିତ ଭାବେ ଏଠାକୁ ଆସିଥାନ୍ତିି। ମାତ୍ର ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ଯୋଗୁ ସହରକୁ ନୂଆ ଆସୁଥିବା ଲୋକେ ଖରାପ ଅନୁଭୂତି ନେଇ ଫେରିଥାନ୍ତିି। ଅନ୍ୟପକ୍ଷେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମାଙ୍କ ଘର ଏହି ସହରରେ। ତେଣୁ ଏଠାକାର ଟ୍ରାଫିକ ବ୍ୟବସ୍ଥା ସୁଧାରିବା ଦିଗରେ ସେ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଜିଲାବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବାରିପଦା ସଦର ଏସଡିପିଓ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରୁ ଟ୍ରାଫିକ ପୋଷ୍ଟଗୁଡିକ ପାଇଁ ଅଧିକ କର୍ମଚାରୀ ନିଯୁକ୍ତି ସକାଶେ ବିଭାଗକୁ ଅବଗତ କରାଯାଇଛି। ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଭାଗ ଗୁରୁତ୍ୱ ଦେଉଛି ବୋଲି ମଧ୍ୟ ସେ କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ସୁଦାମ-ନବଚରଣ ଲଢ଼େଇ

ବାରିପଦା,୨୮ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଭାଜପା ଓ ବିଜେଡି ପକ୍ଷରୁ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଘୋଷଣା ପରେ ଜିଲାରେ ନିର୍ବାଚନୀ ଉଷ୍ମତା ଜୋର ଧରିଛି। ଦୁଇ ପ୍ରମୁଖ ଦଳର...

ଅଫିମ ବେପାରୀଙ୍କ ପାଇଁ ଅକଳରେ ଆଦିବାସୀ

ବାରିପଦା,୨୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷର ପସରା ମେଲିଛି। ଏକର ଏକର ଜମିରେ ଅଫିମ ଚାଷ କରି ମାଲେମାଲେ ହେଉଥିବା...

ମାଂସ ପାଇଁ ୩ଦିନ ପଡ଼ିରହିଲା ମୃତଦେହ

ବାରିପଦା,୧୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଗାଁର ସମସ୍ତଙ୍କ ଭୋଜି ଭାତରେ ସାମିଲ ହେଉଥିଲେ। ହେଲେ ଜାତିଭାଇଙ୍କୁ ନିଜ ବାହାଘର ଭୋଜି ଦେଲେନି। ଏନେଇ ଗାଁ ଲୋକଙ୍କ ସହ ଲାଗି...

ବଜ୍ରପାତରେ ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଆହତ

ଠାକୁରମୁଣ୍ଡା,୧୮ା୩(ତାରାକାନ୍ତ ପଟ୍ଟନାୟକ): ସୋମବାର ସକାଳେ ବଜ୍ରପାତ ହୋଇ ସ୍ବାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା...

ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ କଲେ ଗ୍ରାମବାସୀ

ମୋରଡ଼ା,୧୫ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ ଝିଙ୍କିରିଆ ଗ୍ରାମବାସୀଙ୍କ ଦ୍ୱାରା ଏକ ଗୋରୁ ଗାଡ଼ି ଜବତ ହୋଇଛି। ସୂଚନାନୁଯାୟୀ, ଶୁକ୍ରବାର...

ସଙ୍ଘ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ସରପଞ୍ଚ ନିଲମ୍ବିତ

ମୋରଡା,୧୨।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ସରପଞ୍ଚ ସଙ୍ଘରୁ ଦୁଇଜଣ ସରପଞ୍ଚ ନିଲମ୍ବିତ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ବିଭିନ୍ନ...

ଦୁଆରଶୁଣୀ ଘାଟିରେ ୨ ବସ୍‌ ମଝିରେ ପଶିଲା ପିକ୍‌ଅପ୍‌

ବାରିପଦା,୧୦ା୩(ନିଳାଦ୍ରୀ ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଦୁଆରଶୁଣୀ ଘାଟିରେ ଦୁଇ ଯାତ୍ରୀବାହୀ ବସ୍‌ ଓ ପିକଅପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri