ବାରିପଦା ବିଦ୍ୟୁତ୍‌ ଡିଭିଜନ ଜାଲ୍‌ ଚେକ୍‌ରେ ଟାର୍ଗେଟ ପୂରଣ ଘଟଣା: ରେଭିନ୍ୟୁ କ୍ୟାଶିୟରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ବାରିପଦା ଅଫିସ,୩୦।୮- ବିଦ୍ୟୁତ ବିଲ୍‌ ଆଦାୟ ଟାର୍ଗେଟ ପୂରଣ ପାଇଁ ବାରିପଦା ବିଦ୍ୟୁତ୍‌ ଡିଭିଜନର କେତେକ ଅଧିକାରୀ ବିଭାଗକୁ ଜାଲ୍‌ ଚେକ୍‌ ଦେଇ ପ୍ରଶଂସା ସାଉଁଟୁ ଥିଲେ। ଏଥିଯୋଗୁ କେବଳ କାଗଜପତ୍ରରେ ବିଭାଗର ଟାର୍ଗେଟ ପୂରଣ ହେଉଥିବା ବେଳେ ବିତ୍ତୀୟ ବ୍ୟବସ୍ଥାରେ ବକେୟା ଗଡୁଥିଲା। ବିଭାଗ ଏହି କାରସାଦି ଜାଣିଥିଲେ ମଧ୍ୟ କିଛି ବରିଷ୍ଠ ଅଧିକାରୀଙ୍କ ଚାପ ଯୋଗୁଁ ତଦନ୍ତ ବାଟବଣା ହୋଇ ଠପ ହୋଇଯାଇଥିଲା। ଏନେଇ କେବଳ ‘ଧରିତ୍ରୀ’ରେ ଗତ ଜୁଲାଇ ୧୮ ଓ ୨୩ ତାରିଖରେ ତଥ୍ୟ ଓ ମତାମତ ଭିତ୍ତିିକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇଥିଲା। ଏହା ପରେ ବିଭାଗ ପକ୍ଷରୁ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଥିଲା। ବିଭାଗର ଚିଫ୍‌ ଭିଜିଲାନ୍ସ ଅଫିସର ଓ ଏଜିଏମ (ଏଫ) ଏହାର ତଦନ୍ତ କରୁଥିଲେ। ଏହି ଘଟଣାରେ ସମ୍ପୃକ୍ତି ଥିବା ପ୍ରମାଣ ମିଳିବା ପରେ ନେସ୍କୋ ୟୁଟିଲିଟିର ଏଚଆର ମୁଖ୍ୟ ଗତ ୭ ତାରିଖରେ ବାରିପଦା ଡିଭିଜନର ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ରାୟ, କୁଳିଅଣା ସେକ୍ସନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ସାହୁ ଏବଂ ବାରିପଦା ଡିଭିଜନ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ଫାଇନାନ୍ସ ମ୍ୟାନେଜର ଅର୍ଣ୍ଣବ ରଞ୍ଜନ ଜେନାଙ୍କୁ ନିଲମ୍ବନ କରିଥିଲେ। ୩ ଅଧିକାରୀଙ୍କୁ ନିଲମ୍ବିତ କରାଯିବା ପରେ ମଧ୍ୟ ତଦନ୍ତ ଜାରି ରହିଛି। ତେବେ ଏହି ଘଟଣାରେ କାର୍ଯ୍ୟରେ ଅବହେଳା କରିଥିବା ଦର୍ଶାଇ ବାରିପଦା ଇଲେକ୍ଟ୍ରି ଡିଭିଜନର ରେଭିନ୍ୟୁ କ୍ୟାଶିୟର ମାଖନ ସିଂଙ୍କୁ ବାଲେଶ୍ୱର ନେସ୍କୋ ୟୁଟିଲିଟିର ଏଚଆର ମୁଖ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏ ନେଇ ବାରିପଦା ବିଦ୍ୟୁତ୍‌ ବିଭାଗର ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ଦଣ୍ଡପାଟ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷେ ଏହି ଘଟଣାରେ ବାରିପଦାରେ କାର୍ଯ୍ୟ କରୁଥିବା ଜଣେ କନିଷ୍ଠ ଯନ୍ତ୍ରୀ ସମ୍ପୃକ୍ତ ଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। ଯାହା ଏବେ ଜିଲା ବିଦ୍ୟୁତ୍‌ ବିଭାଗରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି କନିଷ୍ଠ ଯନ୍ତ୍ରୀ ତତ୍କାଳୀନ ନିର୍ବାହୀ ଯନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟ ବୁଝାସୁଝା କରୁଥିଲେ। ବିଭାଗ ପକ୍ଷରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନାହିଁ। ଏ ଦିଗରେ ଗୁରୁତ୍ୱ ଦେଇ ତଦନ୍ତକୁ ନିରପେକ୍ଷ କରିବାକୁ ଭଞ୍ଜସେନା ସଭାପତି ବିଭାଗ ନିକଟରେ ଦାବି କରିଛନ୍ତି। ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ନେସ୍କୋ ଦ୍ୱାରା ପ୍ରତି ମାସ ତଥା ବାର୍ଷିକ ବିଦ୍ୟୁତ୍‌ ବିଲ ଆଦାୟ ପାଇଁ ଟାର୍ଗେଟ ଦିଆଯାଇଥାଏ। ଏହି ଟାର୍ଗେଟ ପୂରଣ କଲେ ବିଭାଗୀୟ ଅଧିକାରୀମାନଙ୍କୁ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଥାଏ। ଏହି ଅନୁସାରେ ବାରିପଦା ବିଦ୍ୟୁତ ଡିଭିଜନରେ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟ କରୁଥିବା ସିଦ୍ଧାର୍ଥ ଶଙ୍କର ରାୟ ପ୍ରତି ଥର ବିଦ୍ୟୁତ୍‌ ବିଲ ଆଦାୟ ଟାର୍ଗେଟ ପୂରଣ କରିଥିଲେ। ସେତେବେଳେ ବାରିପଦା ଟାଉନ ସବ ଡିଭିଜନର ଭଞ୍ଜପୁର ସେକ୍ସନରେ କାର୍ଯ୍ୟ କରୁଥିବା କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ସାହୁ ଓ ଅନ୍ୟ ଜଣେ କନିଷ୍ଠ ଯନ୍ତ୍ରୀ ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଥିଲେ। ବିଶେଷ କରି ୨୦୧୭ ଜୁନରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ଏଭଳି ଜାଲ୍‌ ଚେକ୍‌ ଦେଇଥିବା ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri