Posted inଖେଳ

ବାରବାଟୀ ଦିନିକିଆ: ପଡ଼ିଆ ପ୍ରସ୍ତୁତ: ଆଜି ଅଭ୍ୟାସ

କଟକ ଅଫିସ,୨୧ା୧୨-
ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଭେନ୍ୟୁ ବାରବାଟୀ ଷ୍ଟାଡିୟମ ପ୍ରସ୍ତୁତ। ରବିବାର ଏଠାରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ଦିନିକିଆ କ୍ରିକେଟ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପଦାଧିକାରୀ, କର୍ମଚାରୀଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ମ୍ୟାଚ୍‌ ଆୟୋଜନ ନେଇ ସମ୍ପୂର୍ଣ୍ଣ ଭାବେ ବ୍ୟସ୍ତ। ଶନିବାର ଉଭୟ ଦଳ ଏଠାକୁ ଅଭ୍ୟାସ ନିମନ୍ତେ ଆସିବେ। ପୂର୍ବାହ୍ନରେ ପହଞ୍ଚିବ ବିରାଟ ବାହିନୀ। ସକାଳ ୧୦ଟାରୁ ଭାରତୀୟ ଦଳ ଅଭ୍ୟାସ କରିବା ବେଳେ ଅପରାହ୍ନ ୨ଟାରେ ୱେଷ୍ଟଇଣ୍ଡିଜ ଦଳର ଅଭ୍ୟାସ ସମୟ ଧାର୍ଯ୍ୟ କରାଯାଇଛି। ତେବେ ଉଭୟ ଦଳର ଅଭ୍ୟାସ ଦେଖିବାକୁ ଷ୍ଟାଡିୟମର ବିଭିନ୍ନ ଗ୍ୟାଲେରୀରେ ଦର୍ଶକଙ୍କ ଭିଡ଼ ଜମିବ ବୋଲି ଆଶା କରାଯାଉଛି।
ଲଡର୍‌ସ ଲୁକ୍‌ରେ ୱାଚ୍‌ଟାୱାର
ସାମୂଦ୍ରିକ ଝଡ଼ ଫନୀରେ ଷ୍ଟାଡିୟମର ୱାଚ୍‌ଟାୱାର ଅଳ୍ପବହୁତ କ୍ଷତିଗ୍ରସ୍ତ ହୋଇଥିଲା। ମ୍ୟାଚ୍‌ ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଏହି ଟାୱାରକୁ ମରାମତି କରାଯାଇଛି। ଶନିବାର ଏହାକୁ ଉଦ୍‌ଘାଟନ କରାଯିବ। ତେବେ ବିଶ୍ୱର ଚର୍ଚ୍ଚିତ କ୍ରିକେଟ ଷ୍ଟାଡିୟମ ଲଡର୍‌ସ ପ୍ୟାଭିଲିୟନର ଛାପ ଏହି ଟାୱାରରେ ଦେଖିବାକୁ ମିଳୁଛି। ବାରବାଟୀର ୱାଚଟାୱାରକୁ ଲକ୍ଷ୍ୟ କଲେ ଏହା ଲଡର୍‌ସର ପ୍ୟାଭିଲିୟନ ଭଳି ମନେ ହେବ।
ଗ୍ୟାଲେରୀ ନଂ-୭ରେ ବାଲୁକାକଳା
ଫନୀରେ କ୍ଷତିଗ୍ରସ୍ତ ହୋଇ ଅସୁରକ୍ଷିତ ହୋଇ ପଡ଼ିଥିବା ଗ୍ୟାଲେରି ନଂ-୭ରେ ବାଲୁକାକଳା ଦେଖିବାକୁ ମିଳିବ। ଏହି ମ୍ୟାଚ୍‌କୁ ଆଧାର କରି ବାଲୁକାକଳାରେ ରୂପ ଦିଆଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ଠାରୁ ଗ୍ୟାଲେରି ନଂ-୭ରେ ବାଲୁକାକଳା ଆରମ୍ଭ ହେବ।
ମଦୁଆଙ୍କୁ ମନା
ମଦ୍ୟପାନ କରି ଷ୍ଟାଡିୟମ ଭିତରକୁ କେହି ପ୍ରବେଶ କରି ପାରିବେ ନାହିଁ। ପୂର୍ବରୁ ଏଠାରେ ହୋଇଥିବା ଅନ୍ତର୍ଜାତୀୟ ମ୍ୟାଚ୍‌ ସମୟରେ ଅନେକ ଗ୍ୟାଲେରୀରେ ମଦ୍ୟପଙ୍କ ଉତ୍ପାତ ଦେଖିବାକୁ ମିଳୁଥିଲା। ହେଲେ ଚଳିତବର୍ଷ ପ୍ରତ୍ୟେକ ଗ୍ୟାଲେରୀର ପ୍ରବେଶ ପଥରେ ପୋଲିସ ବ୍ରେଥ ଆନାଲାଇଜର ବ୍ୟବହାର କରି ମଦୁଆଙ୍କୁ ଧରିବ ବୋଲି ଜଣାପଡ଼ିଛି।
ଜଗିବେ ୮୦ପ୍ଲାଟୁନ ପୋଲିସ
ଶୁକ୍ରବାର ପୋଲିସ ପ୍ରଶାସନ ପକ୍ଷରୁ ଷ୍ଟାଡିୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୋଲିସର ଅନେକ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ମ୍ୟାଚ୍‌ ସମୟରେ ଲାଗୁ ହେବାକୁ ଥିବା କଟକଣା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିସିସିଆଇ ବକ୍ସ ନିକଟରେ ଯାଞ୍ଚକୁ କଡ଼ାକଡ଼ି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଠାରେ ସହରର ପ୍ରଭାବଶାଳୀ ବ୍ୟକ୍ତିବିଶେଷ ବିନା ପାସ୍‌ରେ ପ୍ରବେଶ କରୁଥିବାର ଅଭିଯୋଗ ମଧ୍ୟ ହୋଇଛି। ଅନ୍ୟପକ୍ଷରେ ମୋଟ୍‌ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମ୍ୟାଚ୍‌ ପରିଚାଳନା ଦାୟିତ୍ୱରେ ରହିବ। କୌଣସି ପୋଲିସ ଅଧିକାରୀ କିମ୍ବା କର୍ମଚାରୀ ମ୍ୟାଚ୍‌ ସମୟରେ ମୋବାଇଲ ଫୋନ ବ୍ୟବହାର କରି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ପୋଲିସ ଡିଜି ଅଭୟ ଶୁକ୍ରବାର ପୂର୍ବାହ୍ନରେ ଷ୍ଟାଡିୟମ ପରିଦର୍ଶନ କରିଥିଲେ।
‘ଆଇ ଲଭ୍‌ କ୍ରିକେଟ’
କ୍ରିକେଟପ୍ରେମୀଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଥମଥର ନିମନ୍ତେ ଏନ ନିଆରା ପଦକ୍ଷେପ ଗ୍ରହଣ କରିଛି ଓସିଏ। ଷ୍ଟାଡିୟମ ପରିସର ବାହାରେ ଓ ବାଉଣ୍ଡରୀ ନିକଟରେ ଦୁଇଟି ସେଲଫି ଜୋନ ତିଆରି ହୋଇଛି। ଯେଉଁଥିରେ ଲେଖା ଯାଇଛି ‘ଆଇ ଲଭ କ୍ରିକେଟ’। ଏହି ସ୍ଥାନରେ ସେଲଫି ଫଟୋ ନେବା ପାଇଁ କ୍ରିକେଟପ୍ରେମୀଙ୍କ ଅହେତକୁ ଭିଡ଼ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ବିଜୁ ସ୍ବାଭିମାନ ମଞ୍ଚ କୋଲନରାରେ ଭାସ୍କର ରାଓଙ୍କ ଶକ୍ତି ପ୍ରଦର୍ଶନ

ଗୁଣପୁର,୩୦॥୫(ସୁଜାତା ପାଢ଼ୀ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟ ସଭା ସଭ୍ୟ ଏନ୍‌.ଭାସ୍କର ରାଓ। ରାୟଗଡା…

ଘରେ ଏକାକୀ ଥିଲେ ମହିଳା, ଛୁରି ଦେଖାଇ ବଳାତ୍କାର କଲେ ଯୁବକ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୩୦ା୫(ଦ୍ୱିତୀକୃଷ୍ଣ ପଣ୍ଡା): ଘରେ ଏକାକୀ ଥିବା ଜଣେ ବିବାହିତା ମହିଳାଙ୍କୁ ଛୁରି ଦେଖାଇ ହତ୍ୟା ଧମକ ଦେଇ ବଳାତ୍କାର କରିଥିବା ଅଭିଯୋଗରେ ହିଞ୍ଜିଳି ପୋଲିସ ଜଣେ ଯୁବକଙ୍କୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ହଟାଇବା ପାଇଁ ଦୃଢ଼ ପଦକ୍ଷେପ: ସମୁଦ୍ର ପଥ ଦେଇ ମହାକାଳପଡ଼ା ବ୍ଲକ୍‌କୁ…

ମହାକାଳପଡ଼ା,୩୦ା୫ (ପ୍ରତାପ ଚନ୍ଦ୍ର ସ୍ବାଇଁ): ପଶ୍ଚିମବଙ୍ଗର ନୂତନ ସରକାର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ହଟାଇବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଫଳରେ ଦୀର୍ଘ…

ବରଗଡ଼ରେ ଆରମ୍ଭ ହେଲା SIR କାର୍ଯ୍ୟକ୍ରମ, ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ…

ବରଗଡ଼,୩୦ା୫(ପ୍ରେମାନନ୍ଦ ଖମାରୀ): ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଓଡ଼ିଶାର ସମସ୍ତ ଯୋଗ୍ୟ ଭୋଟରଙ୍କ ନାମକୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ…

କାଳବୈଶାଖୀରେ ଚଉମୁହାଣି ଫେରିଘାଟ ଦିଗହରା: ଚାଳକଙ୍କ ସାହସିକତା ଯୋଗୁ ଯାତ୍ରୀ…

ମହାକାଳପଡ଼ା,୩୦ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବରକନ୍ଧା ପଞ୍ଚାୟତ ସଂଲଗ୍ନ ମହାନଦୀ ଅପର ପାର୍ଶ୍ୱରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ଝଡ଼ ପଶ୍ଚିମ ଉତ୍ତର…

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଜିଲା ପ୍ରଶାସନର ଗୁରୁତ୍ୱ, ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ବିତ କରିବା ନେଇ ବିଡିଓଙ୍କୁ…

ଦାରିଙ୍ଗବାଡ଼ି,୩୦ା୫(ଅରୁଣ ସାହୁ): ମଧ୍ୟପ୍ରାଚୀ ଯୁଦ୍ଧ ପାଇଁ ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ଦେଖାଯାଇଛି। ଏହି ସଙ୍କଟ ଆଗକୁ…

SIRର ଲକ୍ଷ୍ୟ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ: ପ୍ରତି ଘରକୁ ୩ ଥର ଯିବେ ବିଏଲଓ

ଭଞ୍ଜନଗର,୩୦।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସଆଇଆର ଉପରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏନେଇ ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ଶନିବାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri