ବାରଣ୍ଡାରେ ଗଢ଼ା ହେଉଛି ପିଲାଙ୍କ ଭବିଷ୍ୟତ

ଝରିଗାଁ,୧୧।୭(ସ୍ବ.ପ୍ର)- ଗ୍ରାମାଞ୍ଚଳରେ ଗୁଣାମତ୍କ ଶିକ୍ଷାକୁ ସରକାର ଗୁରୁତ୍ୱ ଦେଉଥିବା ବେଳେ ସରକାରୀ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଠିକ୍‌ ନଥିବାରୁ ଛାତ୍ରୀଛାତ୍ରମାନେ ପାଠ ପଢିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶ୍ରେଣୀ ଗୃହ ନ ଥିବାରୁ ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବାଣୁଆଗୁଡା ପଞ୍ଚାୟତ ଗୋମିଓଡା ପ୍ରାଥମିକ ବିଦ୍ୟାଳୟରେଏହା ଦେଖିବାକୁ ମିଳିଛି।
୧୯୮୦ରେ ଗୋମିଓଡା ଗ୍ରାମରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ପିଲାଙ୍କ ପାଠ ପଢାରେ ଆଗ୍ରହ ବଢିବା ସହ ଶ୍ରେଣୀ ବଢିଲା ହେଲେ ଶ୍ରେଣୀ ଗୃହ ବଢି ପାରିଲା ନାହିଁ। ବର୍ତ୍ତମାନ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ରହିଥିବା ବେଳେ ୯୭ ଛାତ୍ରୀଛାତ୍ରଙ୍କ ସକାଶେ ୩ ଶିକ୍ଷକ ନିୟୋଜିତ ରହିଛନ୍ତିି। ବିଦ୍ୟାଳୟର ପୁରୁଣା ଗୃହରେ ଦୁଇଟି ଶ୍ରେଣୀ ଗୃହ ରହିଥିବା ବେଳେ ଏବେ ତାହା ଜରାଜୀର୍ଣ୍ଣ ପାଲଟିଛି। ଗାଁର ବୁଲା ଗାଈଗୋରୁଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ବିଦ୍ୟାଳୟ ପରିସରରେ ରହିଥିବା ଅତିରିକ୍ତ ଶ୍ରେଣୀ ଗୃହରେ ୫ଟି ଶ୍ରେଣୀର ପିଲାଙ୍କ ଭବିଷ୍ୟତ ଗଢା ଚାଲିଛି। ଛାତ୍ରୀଛାତ୍ରଙ୍କ ଉପସ୍ଥିତ ଅଧିକ ରହିଥିବା ହେତୁ ବର୍ଷ ତମାମ ପଞ୍ଚମ ଶ୍ରେଣୀର ଛାତ୍ରୀଛାତ୍ର ବାରଣ୍ଡାରେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତିି। ଶ୍ରେଣୀ ଗୃହ ଅଭାବ ରହିଥିଲେ ମଧ୍ୟ ଗୋମିଓଡା ଗ୍ରାମର ଝିଅପୁଅ ମାନେ ସର୍ବଦା ବିଦ୍ୟାଳୟକୁ ଆସି ପାଠ ପଢିଥାନ୍ତିି। ସେହିପରି ବିଦ୍ୟାଳୟ ପରିଚାଳନା କମିଟି ଏବଂ ଗ୍ରାମବାସୀ ପଲ୍ଲୀସଭାରେ ବାରମ୍ବାର ବିଦ୍ୟାଳୟର ଶ୍ରେଣୀ ଗୃହ,ପାଚେରୀ ସକାଶେ ଦାବୀ କୁରୁଥିବା ବେଳେ ସେଥିପ୍ରତି କାହାର ଗୁରୁତ୍ୱ ନାହିଁ। ବିଦ୍ୟାଳୟ ପରିସରରେ ଶୌଚାଳୟ ରହିଥିଲେ ମଧ୍ୟ ତାହା ବ୍ୟବହାର ପୂର୍ବରୁ ନଷ୍ଟ ହୋଇଯାଇଛି। ସେହିପରି ବିଦ୍ୟାଳୟରେ ପାଚେରୀ ନଥିବା ଯୋଗୁଁ ତାହା ଗୋଚର ପାଲଟିଛି। ଗୋମିଓଡା ବିଦ୍ୟାଳୟରେ ଶ୍ରେଣୀ ଗୃହ ନଥିବା ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବାହାଦୂରସିଂ ଧରୁଆଙ୍କୁ ପଚାରିବାରୁ ସେହି ସ୍କୁଲର ଶ୍ରେଣୀ ଗୃହ କିପରି ଶୀଘ୍ର ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସୁରକ୍ଷା

ରାୟଗଡା,୧।୪(ଭାଗ୍ୟଶ୍ରୀ ମିଶ୍ର): ସାରା ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି l ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri