ବାରଙ୍ଗ ଥାନା ଅଧିକାରୀଙ୍କ ଅନୁଭୂତି: ମୃତକଙ୍କ ପରିଚୟ ପାଇବା ଚ୍ୟାଲେଞ୍ଜ ଥିଲା

ହତ୍ୟା ଘଟଣାରେ ଅଜଣା ମୃତଦେହକୁ ଚିହ୍ନଟ କରି ଅପରାଧୀଙ୍କୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ଥାଏ। ଏଭଳି ଏକ ଘଟଣାରେ ଅଭିଯୁକ୍ତଙ୍କୁ ଧରିଥିଲେ ବାରଙ୍ଗ ଥାନାର ଭାରପ୍ରାପ୍ତ ଅଧିକାରୀ ଶଶିକାନ୍ତ ରାଉତ। ବର୍ଷାରେ ସବୁ ପ୍ରମାଣ ନଷ୍ଟ ହୋଇଯାଇଥିଲେ ମଧ୍ୟ ୮ ଦିନ ଭିତରେ ସେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ। ଏନେଇ ପାଇଥିବା ଅନୁଭୂତି ସମ୍ପର୍କରେ ସେ ଯାହା କୁହନ୍ତି…

୨୦୧୯ ସେପ୍ଟେମ୍ବର ୧୧ ସକାଳେ ପ୍ରବଳ ବର୍ଷା ହେଉଥିଲା। ଏହି ସମୟରେ ଥାନାକୁ ଫୋନ ଆସିଲା ଯେ, ପଞ୍ଚୁପାଳ ଗ୍ରାମ କେନାଲ ନିକଟ ତାରିଣୀ ମନ୍ଦିର ସମ୍ମୁଖରେ ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଛି। ସଙ୍ଗେ ସଙ୍ଗେ ମଁୁ ମୋର ଟିମ୍‌କୁ ନେଇ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କଲି। ଏକ ଧାରୁଆ ଅସ୍ତ୍ରରେ ଉକ୍ତ ବ୍ୟକ୍ତିଙ୍କ ବେକ ଓ ମୁହ କଟାଯିବା ସହ ଛେଚା ଯାଇଥିଲା। ଏନେଇ ଫୋରେନସିକ ଟିମ୍‌ ଓ ଡଗ୍‌ ସ୍କ୍ବାଡ୍‌କୁ ଖବର ଦିଆଗଲା। ସେମାନେ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ। ପୂର୍ବଦିନ ରାତିରୁ ପ୍ରବଳ ବର୍ଷା ହେଉଥିବାରୁ ହତ୍ୟାକାରୀଙ୍କ ପ୍ରମାଣ ମିଳିବା ଟିମ୍‌ ପାଇଁ କଷ୍ଟସାଧ୍ୟ ଥିଲା। ପାଖରେ ଥିବା ଏକ ମଣ୍ଡପ ଉପରେ ଏକ ମୋଟା ବାଉଁଶରେ କିଛି ରକ୍ତ ଲାଗିଥିବା ଦେଖି ଏହା ସାହାଯ୍ୟରେ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଥିଲା। ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇ ରିପୋର୍ଟକୁ ଅପେକ୍ଷା କରିଥିଲୁ। ଅପରପକ୍ଷେ ମୃତକଙ୍କ କୌଣସି ପରିଚୟ ନ ମିଳିବା ଆମ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଥିଲା। ମୃତକଙ୍କ ଫଟୋକୁ ବିଭିନ୍ନ ଥାନାକୁ ପଠାଯିବା ସହ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା। ଘଟଣା ଘଟିଥିବା ଗଁା ପାଖରେ ଏକ ବିଶେଷସୂତ୍ରରୁ ଖବରମିଳିଲା ଯେ, ମୃତକଙ୍କ ସହ ଆଗରୁ ସେହି ଗ୍ରାମର ଶୁଭେନ୍ଦୁ ରଥ କାମ କରିବା ସହ ମିଳାମିଶା କରୁଥିଲେ। ମାତ୍ର ଘଟଣା ଘଟିବା ପରଠାରୁ ସେ ଫେରାର ଥିଲେ। ଏନେଇ ଆମେ ଶୁଭେନ୍ଦୁଙ୍କୁ ଖୋଜିଥିଲୁ। ଧରିବା ପରେ ତାଙ୍କୁ ଏବିଷୟରେ ପଚରାଉଚରା କରିଥିଲୁ। ମାତ୍ର ସେ କିଛି ମାନି ନ ଥିଲେ। ଏନେଇ ତାଙ୍କୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଥାନାରେ ବସାଇ ସିସିଟିଭିରେ ତାଙ୍କ ଗତିବିଧି ଲକ୍ଷ୍ୟ କରିଥିଲୁ। ସେଥିରେ ତାଙ୍କ ମାନସିକ ଅବସ୍ଥା ଦେଖି ସନ୍ଦେହ ଅଧିକ ବଢ଼ିବାରୁ ମାମଲାର ତଦନ୍ତ ଚାଲିବା ପର୍ଯ୍ୟନ୍ତ ସବୁଦିନ ଥାନାକୁ ଆସିବା ପାଇଁ କହିଥିଲି। ମାତ୍ର ସେ ୨ ଦିନ ଥାନାକୁ ଆସିବା ପରେ ଫେରାର ହୋଇଯାଇଥିଲେ। କୌଣସି ସୂତ୍ରରୁ ମୃତକଙ୍କ ଫଟୋ ମୋବାଇଲ ଫୋନରେ ଦେଖି ତାଙ୍କ ସ୍ତ୍ରୀ ସେପ୍ଟେମ୍ବର ୧୪ରେ ବାରଙ୍ଗ ଥାନାକୁ ଆସିଥିଲେ। ଏହି ସମୟରେ ମୃତକଙ୍କ ପରିଚୟ ମଣ୍ଟୁ ବୋଲି ଜଣାପଡିଥିଲା। ତାଙ୍କ ଘର ଚନ୍ଦକା ଥାନା ଅନ୍ତର୍ଗତ ଚୁଡ଼ଙ୍ଗଗଡ଼ରେ ବୋଲି ସ୍ତ୍ରୀ କହିଥିଲେ। ଏହାପରେ ତଦନ୍ତରେ ଅସୁବିଧା ହୋଇ ନ ଥିଲା। ସେପଟେ ରକ୍ତ ନମୁନା ରିପୋର୍ଟରେ ମଣ୍ଟୁ ମଦ ପିଇଥିବା ବାହାରିବାରୁ ବାରଙ୍ଗ ଅଞ୍ଚଳର ବିଭିନ୍ନ ମଦଦୋକାନୀଙ୍କୁ ପଚରାଉଚରା କରାଯାଇଥିଲା। ଘଟଣାଦିନ ରାତିରେ ମଣ୍ଟୁ ଓ ଶୁଭେନ୍ଦୁ ବାରଙ୍ଗ ପରିବାମାର୍କେଟ ପାଖ ମଦଦୋକନରୁ ମଦଆଣି ପିଇଥିବା ଜଣାପଡ଼ିଥିଲା। ସେହି ତଥ୍ୟକୁ ଆଧାରକରି ପୁନର୍ବାର ଶୁଭେନ୍ଦୁଙ୍କୁ ଧରି ପଚାରଉଚୁରା କରିଥିଲୁ। ଏଥର ସେ ସତକଥା ମାନିଯିବା ସହ ନିଜ ଦୋଷ ସ୍ବୀକାର କରିଥିଲେ। ଶୁଭେନ୍ଦୁଙ୍କ କହିବାନୁଯାୟୀ ସେମାନେ ମଦ ଆଣି ମନ୍ଦିର ପାଖ କେନାଲ କଡ଼ରେ ବସି ପିଇଥିଲେ। ଏହି ସମୟରେ ମଣ୍ଟୁଙ୍କ ସହ ତାଙ୍କର ବଚସା ହୋଇଥିଲା। ଏଥିରେ ଶୁଭେନ୍ଦୁ ରାଗିଯାଇ ମଣ୍ଟୁଙ୍କ ମୁଣ୍ଡକୁ ପାଖରେ ପଡ଼ିଥିବା ଏକ ବାଉଁଶରେ ବାଡ଼େଇ ଦେଇଥିଲେ। ଫଳରେ ସେ ସେଠାରେ ପଡ଼ିଯାଇଥିଲେ। ଏହାପରେ ଶୁଭେନ୍ଦୁ ପାଖରେ ଥିବା ଘାସକଟା ଖଣ୍ଡାରେ ମଣ୍ଟୁଙ୍କ ବେକ ଓ ମୁହଁକୁ ହାଣିଦେଇଥିଲେ। ଉକ୍ତ ଖଣ୍ଡାକୁ କେନାଲ ପାଖ ବୁଦାକୁ ଫୋପାଡି ଚାଲିଯାଇଥିଲେ। ଦୋଷ ସ୍ବୀକାର କରିବା ପରେ ଶୁଭେନ୍ଦୁଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

କଣ୍ଟାମାଳ ପୋଲିସ-ଜନତା ଖଣ୍ଡଯୁଦ୍ଧ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସ୍‌ପିଙ୍କ ତଦନ୍ତ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କଣ୍ଟାମାଳ ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ପୋଲିସ-ଜନତା ସଂଘର୍ଷ ଘଟଣାରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ମାନ୍ୟବର ହାଇକୋର୍ଟଙ୍କ…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ପାଣି ଡ୍ରମ ଭିତରେ କୁଣ୍ଡଳୀ ମାରି ବସିଥିଲା ବିରାଟକାୟ ଅଜଗର, ପରିବାର ଲୋକଙ୍କ ମଧ୍ୟରେ ଖେଳିଗଲା ଆତଙ୍କ, ତା’ ପରେ…

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଅଞ୍ଚଳରେ ଏକ ବିଶାଳ ଅଜଗର ସାପ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ସୂର୍ଯ୍ୟ-କେତୁ ଆଣିବେ ବଡ଼ ସଙ୍କଟ! ଆଗାମୀ ୨୬ ଦିନ ୩ ରାଶି ପାଇଁ ବଢିବ ଅଯଥା ଟେନସନ୍, ହୋଇଯାଆନ୍ତୁ ସାବଧାନ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ଦେବତାଙ୍କୁ ଆତ୍ମା, ପିତା, ସମ୍ମାନ ଏବଂ ନେତୃତ୍ୱର କାରକ ଭାବରେ ବିବେଚନା କରାଯାଏ । ସମାନକ୍ରମରେ ପାପି କେତୁଙ୍କୁ ଏକ ଛାୟା ଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri