ବାମ୍ବୁ ଚିକେନ ବିରିୟାନି

ଆବଶ୍ୟକ ସାମଗ୍ରୀ: ୫୦୦ ଗ୍ରାମ୍‌ ଚିକେନ୍‌, ୨ କପ୍‌ ବାସ୍‌ମତି ଚାଉଳ, ଏକ ଚାମଚ ଗୋଲମରିଚ ଗୁଣ୍ଡ, ୧/୨ ଚାମଚ ହଳଦୀଗୁଣ୍ଡ, ଏକ ଚାମଚ ଲଙ୍କାଗୁଣ୍ଡ, ଏକ ଚାମଚ ଧନିଆ ପାଉଡର, ୧/୨ ଚାମଚ ଜିରା, ଏକ ଚାମଚ ବିରିୟାନି ମସଲା, ୨ଇଞ୍ଚର ଅଦା, ୮-୧୦ କୋଲା ରସୁଣ, କଟା ପିଆଜ ଅଧା କପ୍‌, ଧନିଆପତ୍ର, ପୁଦିନାପତ୍ର, ଦହି, ୪ ଚାମଚ ତେଲ, ଗୋଟା ମସଲା, କେସର, ଲୁଣ ସ୍ବାଦାନୁସାରେ।
ପ୍ରସ୍ତୁତି ପ୍ରଣାଳୀ: ପିଆଜକୁ ଲାଲ୍‌ ହେବା ପର୍ଯ୍ୟନ୍ତ ଭାଜି ରଖନ୍ତୁ। ଅଦା ରସୁଣକୁ ପେଷ୍ଟକରି ଦିଅନ୍ତୁ। ସବୁ ମସଲାକୁ ଦୁଇଭାଗ କରି ଦିଅନ୍ତୁ। ପ୍ରଥମେ ଗୋଟିଏ ପାତ୍ରରେ ଚିକେନ୍‌ ନେଇ ସେଥିରେ ଗୋଟା ମସଲା, ଲୁଣ, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଅଦା ରସୁଣ ପେଷ୍ଟ, ଧନିଆ ପାଉଡର, ବିରିୟାନି ମସଲା, ଭଜା ପିଆଜ, ଦହି, ପୋଦିନା ଏବଂ ଧନିଆପତ୍ର, ତେଲ ପକାଇ ଭଲ ଭାବେ ଗୋଳାଇ ଏକରୁ ଦୁଇଘଣ୍ଟା ପର୍ଯ୍ୟନ୍ତ ମାରିନେଟ୍‌ କରନ୍ତୁ। ଅନ୍ୟ ପାତ୍ରରେ ଚାଉଳ ନିଅନ୍ତୁ। ସେଥିରେ ବାକି ଅଧା ରଖାଯାଇଥିବା ସମସ୍ତ ମସଲା ଏବଂ ଅନ୍ୟ ସାମଗ୍ରୀ ମିଶାଇ ଏକରୁ ଦୁଇଘଣ୍ଟା ଛାଡ଼ିଦିଅନ୍ତୁ।
ବର୍ତ୍ତମାନ ଏକ ବାଉଁଶ ନେଇ ତା’ର ଭିତର ଭାଗକୁ ଭଲ ଭାବେ ଧୋଇ ଦିଅନ୍ତୁ। ସେଥିରେ ଅଳ୍ପ ତେଲ ଲଗାଇ ଦିଅନ୍ତୁ। ପ୍ରଥମେ ଦୁଇ ଚାମଚ ଚିକେନ୍‌ ଏବଂ ପରେ ୪-୫ ଚାମଚ ଚାଉଳ ମିଶ୍ରଣକୁ ରଖନ୍ତୁ। ଏହିପରି ସବୁ ଚାଉଳ ଏବଂ ଚିକେନ୍‌କୁ ବାଉଁଶ ଭିତରେ ରଖି କେସର ମିଶା ଅଳ୍ପ ପାଣି ଦିଅନ୍ତୁ , ଯେପରି ତାହା ବାଉଁଶର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯିବ। ପରେ ବାଉଁଶକୁ ଏକ ଆଲୁମିନିୟମ ଫଏଲ୍‌ ପେପରରେ ଗୁଡ଼େଇ ଦିଅନ୍ତୁ। ଏହାକୁ ନିଅଁାରେ ରଖନ୍ତୁ ଏବଂ ଭଲ ଭାବେ ସିଝିବା ଲାଗି ମଝିରେ ମଝିରେ ଓଲଟାଇ ଦିଅନ୍ତୁ। ୩୦-୩୫ ମିନିଟ୍‌ ପର୍ଯ୍ୟନ୍ତ ଏପରି ରଖିବା ପରେ ଏହାକୁ ଆଞ୍ଚରୁ କାଢ଼ି ୫-୧୦ ମିନିଟ୍‌ ଛାଡ଼ିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ବାମ୍ବୁ ବିରିୟାନି। ଏହାକୁ ଗରମ ଗରମ ଖାଇବାର ମଜା ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri