ବାବୁଙ୍କ ଉପରେ ଭରସା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ପ୍ରଥମ ପାଳିରେ ଯାହା ଦେଖିବାକୁ ମିଳିଥିଲା ତାହା ଏବେ ଦ୍ୱିତୀୟ ପାଳିରେ ବି ଦେଖିବାକୁ ମିଳୁଛି। ତାହା ହେଉଛି ପୋଖତ ରାଜନେତାମାନେ ଯେଉଁ କାମ କରି ନ ପାରିବେ, କେତେକ କ୍ଷେତ୍ରରେ ଅଭିଜ୍ଞ ବାବୁମାନେ ତା’ଠୁ ଭଲ କରିପାରିବେ ବୋଲି ମୋଦିଙ୍କ ଦୃଢ଼ ବିଶ୍ୱାସ। ଆଗରୁ ଅବଶ୍ୟ ବାବୁମାନେ ନେତା ହେବା ଘଟଣା କିଛି ଦୁର୍ଲ୍ଲଭ ନ ଥିଲା, କିନ୍ତୁ ୨୦୧୪ରେ ମୋଦିଙ୍କ ଅଧୀନରେ ଏନ୍‌ଡିଏ କ୍ଷମତାକୁ ଆସିବା ପରେ ଏହା ଏକ ମୁଖ୍ୟ ଧାରାରେ ପରିଣତ ହୋଇଛି। ତାଙ୍କ ପ୍ରଥମ ପାଳିରେ ମୋଦି ବହୁ ଆଶାୟୀ ଦଳୀୟ ସହଯୋଗୀଙ୍କୁ ଉପେକ୍ଷା କରି ଚାରିଜଣ ପୂର୍ବତନ ବାବୁ ଯଥା ଆର୍‌.କେ. ସିଂ, ହରଦୀପ ପୁରୀ, କେ.ଜେ. ଆଲ୍‌ଫନ୍‌ସ ଓ ସତ୍ୟପାଲ ସିଂଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦାୟିତ୍ୱ ଅର୍ପଣ କରିଥିଲେ। ଭାଜପା ଏକକ ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାସୀନ ହୋଇଥିବାରୁ ସେ ସମ୍ଭାବ୍ୟ ଅସନ୍ତୁଷ୍ଟମାନଙ୍କୁ ଉପେକ୍ଷା କରି ଏପରି କରିପାରିଥିଲେ। ବର୍ତ୍ତମାନ ଦ୍ୱିତୀୟ ପାଳିରେ ଭାଜପା ୩୦୩ ଆସନ ଦଖଲ କରିପାରିଥିବାରୁ ପ୍ରଧାନମନ୍ତ୍ରୀ ସେହି ଏକା ଫର୍ମୁଲା ଆହୁରି ତେଜର ସହ ପ୍ରୟୋଗ କରୁଛନ୍ତି।
ମୋଦିଙ୍କ ଅମଲାତନ୍ତ୍ରୀ ପ୍ରୀତି ବିଷୟରେ ଜାଣି ସୁଦ୍ଧା ଯେତେବେଳେ ମନ୍ତ୍ରୀମାନଙ୍କ ଶପଥଗ୍ରହଣ ଉତ୍ସବରେ ପ୍ରକାଶ ଜାଭଡେକର, ପୀୟୂଷ ଗୋୟଲ ଓ ମୁଖ୍‌ତାର ଅବ୍ବାସ ନକଭିଙ୍କ ପରି ଦଳର ପୁରୁଖା ପ୍ରବୀଣ ନେତାଙ୍କ ପୂର୍ବରୁ ପୂର୍ବତନ ବିଦେଶ ସଚିବ ସୁବ୍ରମଣ୍ୟମ୍‌ ଜୟଶଙ୍କରଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେବାକୁ ଡକାଗଲା, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅବସରପ୍ରାପ୍ତ ଭାରତୀୟ ବିଦେଶ ସେବାର ୧୯୭୭ ବ୍ୟାଚ୍‌ ଅଫିସର ଜଣକ ଏବେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ। ଚାକିରି କ୍ଷେତ୍ରରେ ଜୟଶଙ୍କରଙ୍କଠାରୁ ବରିଷ୍ଠ ତଥା ଜାତିସଂଘର ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ହରଦୀପ ସିଂ ପୁରୀ ନିର୍ବାଚନରେ ହାରିଯାଇଥିଲେ ମଧ୍ୟ ମୋଦି ତାଙ୍କୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦାୟିତ୍ୱ ଦେଇଛନ୍ତି- ଆବାସ ଓ ସହର ବ୍ୟାପାର ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। ସେହିପରି ପୂର୍ବତନ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଆର୍‌.କେ. ସିଂଙ୍କୁ ଦୁଇଟି ମନ୍ତ୍ରଣାଳୟର ସ୍ବାଧୀନ ଦାୟିତ୍ୱ ଦିଆଯାଇଛି- ଶକ୍ତି ମନ୍ତ୍ରଣାଳୟ ଏବଂ ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ।
ବର୍ତ୍ତମାନ ସରକାରରେ ପାଞ୍ଚଟି କେନ୍ଦ୍ର ମନ୍ତ୍ରଣାଳୟରେ ମନ୍ତ୍ରିପଦ ଏବଂ ଚାରିଟି ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ ପଦ ପୂର୍ବତନ ବାବୁମାନଙ୍କୁ ମିଳିଛି। ସମୟକ୍ରମେ ବାବୁମାନଙ୍କ ଉପରେ ମୋଦିଙ୍କ ବିଶ୍ୱାସ ଓ ଭରସା ବୃଦ୍ଧି ପାଇବାରେ ଲାଗିଛି। ନିଶ୍ଚିତ ଭାବେ ମୋଦିଙ୍କ ହାତବଛା ବିଶ୍ୱସ୍ତ ବାବୁମାନଙ୍କ ଦ୍ୱାରା ପରିପୂର୍ଣ୍ଣ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ହେଉଛି ଏ ସରକାରରେ ସବୁଠାରୁ କ୍ଷମତାଶାଳୀ କାର୍ଯ୍ୟାଳୟ। ପ୍ରଧାନମନ୍ତ୍ରୀ ତାଙ୍କ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ର ଏବଂ ଅତିରିକ୍ତ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କୁ ପୁନର୍ନିଯୁକ୍ତି ଦେଇଥିବା ବେଳେ ସେମାନଙ୍କୁ କ୍ୟାବିନେଟ୍‌ ପାହ୍ୟା ପ୍ରଦାନ କରିଛନ୍ତି। ସେହିପରି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ପୁନର୍ନିଯୁକ୍ତି ଦିଆଯିବା ସହ କ୍ୟାବିନେଟ୍‌ ପାହ୍ୟା ପ୍ରଦାନ କରାଯାଇଛି।
କିନ୍ତୁ ପର୍ଯ୍ୟବେକ୍ଷକମାନଙ୍କ କହିବା ଅନୁସାରେ ବାବୁରୁ ନେତା ହୋଇଥିବା ଏହି ମନ୍ତ୍ରୀମାନଙ୍କ ଲାଗି ସେମାନଙ୍କ ମନ୍ତ୍ରିମଣ୍ଡଳୀୟ ପରିସରରେ ରହିଥିବା ପ୍ରସଙ୍ଗଗୁଡ଼ିକ ବଡ଼ ଆହ୍ବାନ ନୁହେଁ, ବରଂ ସେମାନଙ୍କ ପୂର୍ବତନ ସହକର୍ମୀମାନଙ୍କୁ ସାଙ୍ଗରେ ନେଇ କାମ କରିବା ହେଉଛି ବଡ଼ ଆହ୍ବାନ। ଏକ ଭିନ୍ନମତ ବା ଚିନ୍ତାଧାରା ଅନୁସାରେ ପ୍ରଶାସନିକ ସେବା ପୃଷ୍ଠଭୂମିରୁ ଆସିଥିବା ସମସ୍ତେ ଯେ ଭଲ ମନ୍ତ୍ରୀ ହୋଇପାରିବେ ତା’ର କୌଣସି ନିଶ୍ଚୟତା ନାହିଁ। ସରକାର କେମିତି ଚାଲେ ଏ ବିଷୟରେ ବାବୁମାନଙ୍କର ଭଲ ଜ୍ଞାନ ଅଛି, ଏହାକୁ ଅସ୍ବୀକାର କରାଯାଇ ନ ପାରିଲେ ବି ଜଣେ ପୋଖତ ନେତା ଲୋକମାନେ କ’ଣ ଚାହାନ୍ତି ତାହା ଅଧିକ ଭଲଭାବେ ବୁଝିପାରେ। ତେବେ ଏ ପ୍ରକାର ବିଶ୍ୱାସ କେଉଁଠୁ ଆସିଛି, ତାହା ବୁଝିବାରେ କିଛି ଅସୁବିଧା ନାହିଁ।
ଗତ ପାଞ୍ଚବର୍ଷରେ ଦେଖାଯାଇଛି ଯେ ମୋଦିଙ୍କ କାର୍ଯ୍ୟ ସଂସ୍କୃତିରେ ଅଛି ପ୍ରତ୍ୟକ୍ଷ ଅଭିଗମନ (ଡାଇରେକ୍ଟ ଆକ୍ସେସ୍‌), ପ୍ରକ୍ରିୟାଗୁଡ଼ିକର ସରଳୀକରଣ ଏବଂ ତ୍ୱରିତ ନିଷ୍ପତ୍ତି ନେଇ ନିଷ୍ପତ୍ତିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା। ମୋଦି ଜାଣିଛନ୍ତି ଯେ, ତାଙ୍କ ପ୍ରଧାନମନ୍ତ୍ରିତ୍ୱର ଦ୍ୱିତୀୟ ପାଳିକୁ ତାଙ୍କ ସରକାରର ଦକ୍ଷତା ଓ ତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି ପାଳନ ଭିତ୍ତିରେ ମୂଲ୍ୟାୟନ କରାଯିବ। ତେଣୁ ଯେଉଁ ବାବୁମାନଙ୍କ ଉପରେ ସେ ଆସ୍ଥା ସ୍ଥାପନ କରିଛନ୍ତି ସେମାନଙ୍କୁ ଏପରି କାର୍ଯ୍ୟ କରିବାକୁ ହେବ ଯାହାଦ୍ୱାରା ଲୋକେ ଏ ସରକାରକୁ ନିଜର ବଚନ ରକ୍ଷା କରିପାରିଥିବା ଭଲ ସରକାର ବୋଲି କହିବେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?